Categories
ଆଞ୍ଚଳିକ

ବାଣପୁର: ଆଦର୍ଶ ଶିକ୍ଷକ ଲଡୁକେଶ୍ଵର ସାହୁଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ସ୍ମୃତିସଭା

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ନିକଟବର୍ତ୍ତୀ ଭୀମପୁର ଗ୍ରାମର ଅଗ୍ରଣୀ ଶିକ୍ଷାନୁଷ୍ଠାନ ବାନାମ୍ଵର ସରକାରୀ ହାଇ ସ୍କୁଲର ପୂର୍ବତନ ଆଦର୍ଶ ପ୍ରଧାନଶିକ୍ଷକ ସ୍ଵର୍ଗତ ଲଡୁକେଶ୍ଵର ସାହୁଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ସ୍ମୃତିସଭା ଗ୍ରାମର ଅନନ୍ତ ସ୍ଵାମୀ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି।

ପ୍ରଫେସର ନଳିନୀକାନ୍ତ ପଟ୍ଟନାୟକଙ୍କ ସଭାପତିତ୍ଵରେ ଆୟୋଜିତ ଏହି ସଭାରେ ଅଧ୍ୟାପକ ସଂଗ୍ରାମ କେଶରୀ ସାହୁ, ଶିକ୍ଷାବିତ୍ ବାଳମୁକୁନ୍ଦ ଦାସ, ଆନନ୍ଦ ଚନ୍ଦ୍ରସେନାପତି, ନନ୍ଦ କିଶୋର ମିଶ୍ର, ଦୁର୍ଗାଚରଣ ଦାଶ, ମଧୁସୂଦନ ନନ୍ଦ ବିଭୂତି ଭୂଷଣ ନନ୍ଦ, ଅଧ୍ୟାପକ ପାର୍ଥସାରଥୀ ସାମନ୍ତରା, ଜୟନ୍ତ ମିଶ୍ର, ଗଣେଶ୍ଵର ମୁଦୁଲି,ବିରେନ୍ଦ୍ର କୁମାର ତ୍ରିପାଠୀ, ମାଧବ ଚନ୍ଦ୍ରବାରିକୀ, ବୈରାଗୀ ଚରଣ ବେହେରା, ଅଶୋକ ନନ୍ଦ, ଲକ୍ଷ୍ମୀଧର ସାହୁ , ରାସବିହାରୀ ସାହୁ, ସୁକାନ୍ତ ଜେନା, ପ୍ରମୁଖ ଯୋଗଦେଇ ସ୍ଵର୍ଗତ ସାହୁଙ୍କ ଶିକ୍ଷକତା ଜୀବନର ଆଦର୍ଶ ଗୁଣାବଳୀ ସଂପର୍କରେ ଆଲୋକପାତ କରି ବାନାମ୍ଵର ହାଇ ସ୍କୁଲ ଗଠନରେ ତାଙ୍କ ପ୍ରମୁଖ ଅବଦାନ ଚିରକାଳ ବାଣପୁର ଇତିହାସରେ ଲିପିବଦ୍ଧ ହୋଇ ରହିଥିବ ବୋଲି ପ୍ରକାଶ କରି ତାଙ୍କ ସ୍ମୃତି ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ସଂଗୀତଜ୍ଞ ପ୍ରଦୀପ କୁମାର ନନ୍ଦ, ଓ ସାଥୀ ଭଜନ ପରିବେଷଣ କରିଥିବାବେଳେ ପୁତ୍ର ଅଜିତ କୁମାର ସାହୁ ଧନ୍ୟବାଦାର୍ପଣ କରିଥିଲେ।

Categories
ଆଞ୍ଚଳିକ

ବାଣପୁର: ଆଦର୍ଶ ଶିକ୍ଷକ ଲଡୁ କିଶୋର ସାହୁଙ୍କ ମହାପ୍ରୟାଣ

ସୀତାରାମ ଅଗ୍ରୱାଲ

ବାଣପୁର: ଆଦର୍ଶ ଶିକ୍ଷକ ଲଡୁ ସାହୁଙ୍କ ମହାପ୍ରୟାଣ ହୋଇଯାଇଛି। ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ଭୀମପୁର ଏମ୍.ଇ ସ୍କୁଲ୍ ତଥା ବାନାମ୍ଵାର ଏକାଡେମୀ ଭୀମପୁରର ପ୍ରତିଷ୍ଠାତା ପ୍ରଧାନଶିକ୍ଷକ ଲଡୁ କିଶୋର ସାହୁଙ୍କ ଆଜି ଦିବା ୧୧ ଘଟିକା ସମୟରେ ନିଜ ବାସ ଭବନ ଭୀମପୁର ଠାରେ ହୃଦଘାତରେ ପରଲୋକ ହୋଇଯାଇଛି। ଜଣେ ଆଦର୍ଶ, ମିଷ୍ଠଭାଷି, ଛାତ୍ରବତ୍ସଳ ଶିକ୍ଷକ ଭାବରେ ସେ ଖୋର୍ଦ୍ଧା ଶିକ୍ଷା ଜିଲ୍ଲାରେ ଖ୍ୟାତି ଅର୍ଜନ କରିଥିଲେ। ପ୍ରତିବର୍ଷ ତାଙ୍କରି ପ୍ରଚେଷ୍ଠାରେ ବିଦ୍ୟାଳୟରୁ ବହୁ ଦକ୍ଷ ବୃତ୍ତି ଧାରୀ ଛାତ୍ର ସୃଷ୍ଟି କରି ସେ ଜିଲ୍ଲା ପ୍ରଶାସନ ଦ୍ଵାରା ପ୍ରସଂଶିତ ହୋଇପାରିଥିଲେ।

ଆଜି ତାଙ୍କର ବିୟୋଗ ଜନିତ ଖବର ପ୍ରଚାରିତ ହେବା ପରେ ଅଗଣିତ ଛାତ୍ରଛାତ୍ରୀ ତାଙ୍କ ଶବ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରି ଲଡ଼ୁସାର ଅମର ରହେ ଧ୍ଵନୀରେ ପ୍ରକମ୍ପିତ କରିଥିଲେ। ଶେଷରେ ତାଙ୍କର ମରଶରୀରକୁ ବାନାମ୍ବର ଏକାଡ଼େମୀ ପରିସରକୁ ନିଆଯାଇ ଛାତ୍ରଛାତ୍ରୀ ଶିକ୍ଷକ ଶିକ୍ଷକଶିକ୍ଷୟିତ୍ରୀଙ୍କ ତରଫରୁ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇ ଗ୍ରାମ୍ୟ ସ୍ମଶାନକୁ ନିଆଯାଇଥିଲା। ଏକମାତ୍ର ପୁତ୍ର ଅଜିତ ସାହୁ ମୁଖାଗ୍ନି ଦେଇଥିଲେ।

ବାଣପୁର ମଣ୍ଡଳ ଅବସରପ୍ରାପ୍ତ ଶିକ୍ଷକ ସଂଘ ତରଫରୁ ବାଳ ମୁକୁନ୍ଦଦାସ, ଚିନ୍ତାମଣି ବାଳ ଚର ସେବାସଂଘ ତରଫରୁ ସଂଗ୍ରାମ ସାହୁ, ଅନନ୍ତ ସ୍ଵାମୀ କୃଷକ ସଂଗଠନ ତରଫରୁ ପ୍ରଦୀପ ସାହୁ, ଗାଲୁଆ ଗ୍ରାମପଞ୍ଚାୟତ ତରଫରୁ ସରପଞ୍ଚ ସୁରେଶ ଚନ୍ଦ୍ର ବାରିକୀ, କୃଷ୍ଣଚନ୍ଦ୍ର ପାଠାଗାର ତରଫରୁ ଅଶୋକ ନନ୍ଦ, ବାନାମ୍ବର ଏକାଡ଼େମୀର ପ୍ରଧାନଶିକ୍ଷୟିତ୍ରୀ ଶାନ୍ତିଲତା ପାତ୍ର, ଏମ.ଇସ୍କୁଲ ତରଫରୁ ସୁଷମା ଦାସ, ପୁରାତନ ଛାତ୍ରସଂଘର ସଂପାଦକ ସୁକାନ୍ତ କୁମାର ଜେନା ପ୍ରମୁଖ ସମସ୍ତ ଗ୍ରାମବାସୀଙ୍କ ତରଫରୁ ପୁଷ୍ପାଞ୍ଜଳି ପ୍ରଦାନ ପୂର୍ବକ ଶେଷ ସମ୍ମାନ ପ୍ରଦର୍ଶନ କରାଯାଇଥିଲା।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର ସ୍ବାସ୍ଥ୍ୟ

ବାଣପୁରରେ ଜନ୍ମିତ ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଶିକ୍ଷକଙ୍କ ବିୟୋଗରେ ଶୋକସଭା: କରୋନାରେ ଥିଲେ ସଂକ୍ରମିତ

ସମ୍ବଲପୁର: ସମ୍ବଲପୁର ଚନ୍ଦ୍ରଶେଖର ବେହେରା ଜିଲ୍ଲା ସ୍କୁଲର ରାଜ୍ୟପାଳ ପୁରସ୍କୃତ ଶିକ୍ଷକ ବାଙ୍କନିଧି ଶତ୍ରୁଶଲ୍ୟଙ୍କ ବୁର୍ଲା କୋଭିଡ଼ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଯାଇଛି। ଛାତ୍ରବତ୍ସଳ ଶିକ୍ଷକ ସ୍ଵର୍ଗତ ବାଙ୍କନିଧି ୯୩ ବର୍ଷ ବୟସରେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି। ସେ କରୋନାରେ ଆକ୍ରାନ୍ତ ହୋଇ ବୁର୍ଲା କୋଭିଡ଼ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଗତ ୧ ତାରିଖରେ ପୂର୍ବାହ୍ନ ପାଖାପାଖି ୯ ଟା ବେଳେ ତାଙ୍କର ଦେହାନ୍ତ ହୋଇଥିଲା। ସ୍ଵର୍ଗତ ବାଙ୍କନିଧିଙ୍କ ବିୟୋଗରେ ଜିଲ୍ଲାର ଶିକ୍ଷକ ଏବଂ ଛାତ୍ରମାନଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି। ଯୋଗଜନ୍ମା ଦିଂବଗତ ଶିକ୍ଷକଙ୍କ ବିୟୋଗରେ ଏକ ଶୋକ ସଭାଆୟୋଜନ କରଯାଇଥିଲା। ପୁରାତନ ଶିକ୍ଷକ ଧରଣୀଧର ପ୍ରଧାନଙ୍କ ସଭାପତିତ୍ଵରେ ବାଙ୍କନିଧି ଶତ୍ରୁଶଲ୍ୟଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସାନ୍ତ୍ଵନା ଜଣାଇବା ସହ ଦୀର୍ଘ ନିରାମୟ ଜୀବନ କାମନା କରାଯାଇଥିଲା।

ଉଲ୍ଲେଖ ଯୋଗ୍ୟ ଯେ, ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ବେତୁଲି ଗ୍ରାମରେ ଯଶସ୍ଵୀ ଶିକ୍ଷକ ବାଙ୍କନିଧିଙ୍କ ଜନ୍ମ ହୋଇଥିଲା। ସେ ୧୯୫୨ ମସିହାରେ ଜିଲ୍ଲା ସ୍କୁଲରେ ଶିକ୍ଷକତା ଆରମ୍ଭ କରି ୧୯୯୧ ମସିହାରେ ଅବସର ଗ୍ରହଣ କରିଥିଲେ। ୧୯୮୯ ମସିହା ସେପ୍ଟେମ୍ବର ୫ ତାରିଖରେ ପ୍ରାକ୍ତନ ରାଜ୍ୟପାଳ ପ୍ରଫେସର ନୁରୁଲ ହସନ୍ ଙ୍କ ଦ୍ଵାରା ସେ ଆଦର୍ଶ ଶିକ୍ଷକ ପୁରସ୍କାର ଲାଭ କରିଥିଲେ।

ଦୀର୍ଘ ୪୦ ବର୍ଷର ଚାକିରିକାଳ ମଧ୍ୟରେ ଅନେକ ସୁନାମ ଅର୍ଜ୍ଜନ କରିଛନ୍ତି। ଗୋଟିଏ ସ୍କୁଲରେ ଏତେ ବର୍ଷ ଶିକ୍ଷକତା କରି ବାଙ୍କନିଧି ଇତିହାସ ସୃଷ୍ଟି କରିଛନ୍ତି। ତାଙ୍କ ମଧୁର ବ୍ୟବହାର ତଥା ସରଳ ଜୀବନଯାପନ ପାଇଁ ଛାତ୍ର, ଶିକ୍ଷକ ଏବଂ ଅଭିଭାବକ ମଧ୍ୟରେ ପ୍ରିୟ ଥିଲେ। ସେହି ଅଞ୍ଚଳରେ ସେ ଏତେ ପ୍ରିୟ ଥିଲେ ଯେ, ପ୍ରତ୍ୟେକ ବର୍ଷ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଉଥିଲା। ଡାଃ ପରଶୁରାମ ମିଶ୍ର ଅଗ୍ରଗାମୀ ଶିକ୍ଷା ପ୍ରତିଷ୍ଠାନ, ଶିକ୍ଷାବିତ ବାଳକୃଷ୍ଣ କର ସ୍ମୃତି ପୁରସ୍କାର, ୧୫୦ ବର୍ଷ ପୂର୍ତ୍ତି ଶିକ୍ଷକ ସମ୍ମାନ ତଥା ପ୍ରତିବର୍ଷ ବିଭିନ୍ନ ବ୍ୟାଚର ଛାତ୍ରଛାତ୍ରୀମାନେ ତାଙ୍କୁ ସମ୍ବର୍ଦ୍ଧିତ କରୁଥିଲେ।

ତେବେ ଦିଂବଗତ ଶିକ୍ଷକ ବାଙ୍କନିଧିଙ୍କ ସ୍ମୃତିଚାରଣ ସଭାରେ ପ୍ରାକ୍ତନ ଶିକ୍ଷକ ଦୋଳଗୋବିନ୍ଦ ସାହୁ, ବିହାରୀଲାଲ ମହାନ୍ତି, ରଘୁନାଥ ପୂଜାରୀ, ରାଧାଚରଣ ମେହେର, ମିତ୍ରଭାନୁ ମହାପାତ୍ର, ଭାଗିରଥି ପ୍ରଧାନ, ହୃଷୀକେଶ ବଢାଇ, ପ୍ରହଲ୍ଲାଦ ସାହୁ, ପଣ୍ଡିତ ହୃଷୀକେଶ ମିଶ୍ର, ଅଚ୍ୟୁତାନନ୍ଦ ପଟେଲ, ସିଭିଲ କୁମାର ନାଏକ, ପ୍ରମୁଖ ଉପସ୍ଥିତ ରହି ସ୍ଵର୍ଗତ ବାଙ୍କନିଧି ଶତ୍ରୁଶଲ୍ୟଙ୍କ ସ୍ମୃତିଚାରଣ କରିଥିଲେ।