Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଲୁଗାଁ ହାଇସ୍କୁଲର ଆଦର୍ଶ ଶିକ୍ଷକ ଓ ସୁନାମଧନ୍ୟ ସାହିତ୍ୟିକ ଜିତେନ୍ଦ୍ର ନାଥ ବରାଳଙ୍କ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭା
ଆଞ୍ଚଳିକ

ବାଲୁଗାଁ ହାଇସ୍କୁଲର ଆଦର୍ଶ ଶିକ୍ଷକ ଓ ସୁନାମଧନ୍ୟ ସାହିତ୍ୟିକ ଜିତେନ୍ଦ୍ର ନାଥ ବରାଳଙ୍କ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭା

June 16, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବାଲୁଗାଁ ହାଇସ୍କୁଲର ଆଦର୍ଶ ଶିକ୍ଷକ ଓ ସୁନାମଧନ୍ୟ ସାହିତ୍ୟିକ ଜିତେନ୍ଦ୍ର ନାଥ ବରାଳଙ୍କ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭା
ବାଲୁଗାଁ ହାଇସ୍କୁଲର ଆଦର୍ଶ ଶିକ୍ଷକ ଓ ସୁନାମଧନ୍ୟ ସାହିତ୍ୟିକ ଜିତେନ୍ଦ୍ର ନାଥ ବରାଳଙ୍କ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭା

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ହାଇସ୍କୁଲର ବିଶିଷ୍ଟ ଶିକ୍ଷାବିତ, ଆଦର୍ଶ ଶିକ୍ଷକ ଓ ସୁନାମଧନ୍ୟ ସାହିତ୍ୟିକ ସ୍ବର୍ଗତ ଜିତେନ୍ଦ୍ର ନାଥ ବରାଳଙ୍କ ଦ୍ଵାଦଶାହ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭା ସ୍ଥାନୀୟ ଶ୍ରୀଉମାମହେଶ୍ୱର କଲ୍ୟାଣ ମଣ୍ଡପ ସଭାଗୃହରେ ଅଧ୍ୟାପକ ମାନସ ମୋହନ ବଳିଆରସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଶିକ୍ଷାବିଦ ତଥା ବାଲୁଗାଁ ହାଇସ୍କୁଲର ଅଵସର ପ୍ରାପ୍ତ ପ୍ରଧାନ ଶିକ୍ଷକ ବିମଳ ପ୍ରସାଦ ମହାନ୍ତି, ଅବସର ପ୍ରାପ୍ତ ବରିଷ୍ଠ ପୋଲିସ ଅଧିକାରୀ ଜଳନ୍ଧର ଜାଲି, ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ନାଟ୍ୟକାର ଭିକାରୀ ଚରଣ ପ୍ରଧାନ, ମୁରଲୀ ସାମନ୍ତ ସିଂହାର, ରବୀନ୍ଦ୍ର ନାଥ ମାନସିଂହ, ଅଧ୍ୟାପକ ରାମାକାନ୍ତ ନନ୍ଦ, ସର୍ବେଶ୍ୱର ମହାରଣା, କୈଳାଶ ଚନ୍ଦ୍ର ସାହୁ, ଅମୁଲ୍ୟ ମହାପାତ୍ର, ରାଜକିଶୋର ସାହୁ, ଉମାକାନ୍ତ ସାହୁ, ପ୍ରସନ୍ନ ନାୟକ ପ୍ରମୁଖ ବହୁ ଶିକ୍ଷାବିଦ, ସାହିତ୍ୟିକ, ସ୍ତମ୍ଭକାର ଯୋଗଦେଇ ସ୍ବର୍ଗତ ଜିତେନ୍ଦ୍ର ନାଥ ବରାଳ ରାଜ୍ୟର ଅନ୍ୟତମ ସୁନାମଧନ୍ୟ ବିଶିଷ୍ଟ ଲେଖକ, କବି ଓ ଶିକ୍ଷାବିଦ ଥିଲେ ବୋଲି ବକ୍ତା ମାନେ କହିଥିଲେ।

ତାଙ୍କ ଦ୍ବାରା ଲିଖିତ ସାରସ୍ୱତ ପ୍ରବନ୍ଧ ଓ ପତ୍ର ଲିଖନ, ପ୍ରାଚୀ ପ୍ରବନ୍ଧ ଓ ପ୍ରବନ୍ଧମାଳା, ସାରସ୍ୱତ ବ୍ୟାକରଣ ଆଦି ପୁସ୍ତକ ସାରା ରାଜ୍ୟରେ ଛାତ୍ରଛାତ୍ରୀଙ୍କ ମହଲରେ ତାଙ୍କୁ ସବୁବେଳେ ପରିଚିତ କରି ରଖିବ ବୋଲି ସମସ୍ତେ ମତ ପ୍ରକାଶ କରିଥିଲେ। ଜଣେ ଆଦର୍ଶ ଶିକ୍ଷକ ହିସାବରେ ଅର୍ଥ ପଛରେ ନ ଗୋଡ଼ାଇ ଜୀବନର ଶେଷ ପର୍ଯ୍ୟନ୍ତ ସେ ବାଲୁଗାଁ ଅଞ୍ଚଳରେ ଶିକ୍ଷାର ଆଲୋକ ବର୍ତ୍ତିକା ସାଜିଥିଲେ ଓ ଏହି ଅଞ୍ଚଳ ଛାତ୍ରଛାତ୍ରୀ ସବୁଦିନ ତାଙ୍କୁ ମନେ ରଖିବେ ବୋଲି ଉପସ୍ଥିତ ତାଙ୍କର ସମସ୍ତ ଛାତ୍ରଛାତ୍ରୀ କହିଥିଲେ। ଦିବ୍ୟ ଗତ ଆତ୍ମାର ସ୍ମରଣ ପାଇଁ “ସୃତିଅଞ୍ଜଳି” ସ୍ମରଣୀକା ଉନ୍ମୋଚିତ ହୋଇଥିଲା।

ସଭା ପ୍ରାରମ୍ଭରେ ଦିବ୍ୟଗତ ଶିକ୍ଷା ବିଦଙ୍କ ଫୋଟୋ ଚିତ୍ରରେ ମାଲ୍ୟାର୍ପଣ ଓ ଆତ୍ମା ସଦଗତି ଉଦ୍ଦେଶ୍ୟରେ ଦୁଇ ମିନିଟ ନିରବ ପ୍ରାର୍ଥନା, ଶାନ୍ତିପାଠ ଶିକ୍ଷକ ଆଲୋକ ପାଟ୍ଟଶାଣୀ ସଂଯୋଜନା କରିଥିବା ବେଳେ ଶେଷରେ ତାଙ୍କ ସାନପୁଅ ଅରୁଣ ବରାଳ ଧନ୍ୟବାଦ ଅର୍ପଣ କରିଥିଲେ।

ଆଦର୍ଶ ଶିକ୍ଷକ ଜିତେନ୍ଦ୍ର ନାଥ ବରାଳ ବାଲୁଗାଁ ହାଇସ୍କୁଲ ସୁନାମଧନ୍ୟ ସାହିତ୍ୟିକ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭା
Share. Facebook Twitter LinkedIn Email WhatsApp Copy Link

Related Posts

ଗୋଦାବରୀଶ ମହାବିଦ୍ୟାଳୟର ୬୩ ତମ ପ୍ରତିଷ୍ଠାର ଉଦଯାପନ ଦିବସ

July 28, 2026

ବାଲୁଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରବେଶ ଉତ୍ସବ

July 23, 2026

ବାଣପୁର: ଉତ୍ତରାୟଣୀ ପୀଠରେ ଭାଜପାର ବନ୍ଧୁ ମିଳନ କାର୍ଯ୍ୟକ୍ରମ

July 20, 2026

ବାଣପୁର-ବାଲୁଗାଁ ରୋଟାରୀ କ୍ଲବର ଗଠନମୂଳକ ସଭା

July 20, 2026
Latest News

ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ବିକଶିତ ଭାରତ -ଜୀ ରାମ ଜୀ ଶୀର୍ଷକ କର୍ମଶାଳା

August 1, 2026

୨୦୩୦-୩୧ ପର୍ଯ୍ୟନ୍ତ ବଢ଼ିଲା ପିଏମ୍‌ କିଷାନ୍‌ ଯୋଜନାର ଅବଧି

August 1, 2026

୫୦୭୦ କୋଟିର ବ୍ୟୟ ଅଟକଳ ସହିତ ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ସରୋବର ଯୋଜନାକୁ କ୍ୟାବିନେଟ୍‌ ମଞ୍ଜୁରି

August 1, 2026

‘ମୋତେ ଏବଂ ମୋ ସ୍ୱର୍ଗତ ମାଆଙ୍କୁ ଗାଳି କରିଥିବା ପିଲାମାନଙ୍କୁ ମୁଁ କ୍ଷମା କରୁଛି’: ପ୍ରଧାନମନ୍ତ୍ରୀ ମୋଦି

August 1, 2026

ଅଗଷ୍ଟ ୧ ତାରିଖ ରାଶିଫଳ: ଆଜି ତିନୋଟି ରାଶିର ଆର୍ଥିକ ଲାଭ ସମ୍ଭାବନା

August 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.