Categories
ଆଜିର ଖବର ଖେଳ ଜାତୀୟ ଖବର

ସିରିଜ ହାରିବା ପରେ ମଧ୍ୟ ୱାର୍ଲ୍ଡ ସିରିଜ ଲିଗରେ ଇଂଲଣ୍ଡ ୧ ନମ୍ବର: ବାଂଲାଦେଶ, ଆଫଗାନିସ୍ଥାନ ପଛରେ ଭାରତ

ନୂଆଦିଲ୍ଲୀ: ଭାରତ ଠାରୁ ଦିନିକିଆ ସିରିଜ ୨-୧ରେ ପରାଜିତ ହେଲା ପରେ ମଧ୍ୟ ଇଂଲଣ୍ଡ ଦଳ ୱାର୍ଲ୍ଡ ସୁପର ଲିଗ ତାଲିକାରେ ଶ୍ରେଷ୍ଠରେ ରହିଛି। ଯାହାକି ଭାରତୀୟ ଦଳ ଏହି ତାଲିକାରେ ଆଫଗାନିସ୍ଥାନ ଏବଂ ବାଂଲାଦେଶ ପଛରେ ରହିଛି। ଇଂଲଣ୍ଡ ଦଳ ୪୦ ଅଙ୍କ ପାଇ ୧ ନମ୍ବରରେ ରହିଥିବା ବେଳେ ଭାରତ ୨୯ ଅଙ୍କ ସହ ସପ୍ତମ ସ୍ଥାନରେ ରହିଛି। ୱାର୍ଲ୍ଡ ସୁପର ଲିଗରେ ଅଷ୍ଟ୍ରେଲିଆ ୪୦ ଅଙ୍କ ପାଇ ଇଂଲଣ୍ଡ ସହ ସମକ୍ଷକ ଅଛି। ହେଲେ ଭଲ ରନରେଟ ଯୋଗୁଁ ତାଲିକାରେ ଇଂଲଣ୍ଡ ପ୍ରଥମ ସ୍ଥାନରେ ଥିବା ବେଳେ ଅଷ୍ଟ୍ରେଲିଆ ଦ୍ଵିତୀୟ ସ୍ଥାନରେ ରହିଛି।

ସୂଚନା ଯୋଗ୍ୟ ଯେ, ଏହି ଲିଗର ଜିତିବା ଟିମକୁ ୧୦ ଅଙ୍କ ମିଳୁଥିବା ବେଳେ ମ୍ୟାଚ ଟାଇ କିମ୍ବା ରଦ୍ଦ ହେଲେ ୫ ଅଙ୍କ ଏବଂ ହାରିବା ଟିମକୁ କୌଣସି ଅଙ୍କ ମିଳିନଥାଏ। ତାଲିକାରେ ଭାରତ ଉପରକୁ ନ୍ୟୁଜିଲାଣ୍ଡ, ବାଂଲାଦେଶ, ଆଫଗାନିସ୍ଥାନ ଏବଂ ୱେଷ୍ଟଇଣ୍ଡିଜ ଦଳ ରହିଛନ୍ତି। ଏହି ୪ ଟି ଦଳ ସମାନ ସଂଖ୍ୟକ ଅଙ୍କ ୩୦ ଅଙ୍କ ଲେଖାଏଁ ହାସଲ କରିଛନ୍ତି। କିନ୍ତୁ ଭଲ ରନରେଟ କାରଣରୁ ନ୍ୟୁଜିଲାଣ୍ଡ ତୃତୀୟ ସ୍ଥାନରେ ଥିବା ବେଳେ ଆଫଗାନିସ୍ଥାନ ଚତୁର୍ଥ, ବାଂଲାଦେଶ ପଞ୍ଚମ ଏବଂ ୱେଷ୍ଟଇଣ୍ଡିଜ ଷଷ୍ଠ ସ୍ଥାନରେ ଅଛନ୍ତି।

ଭାରତୀୟ ଦଳ ଏହି ୱାର୍ଲ୍ଡ ସୁପର ଲିଗରେ ମୋଟ ୬ ଟି ମ୍ୟାଚ ଖେଳିଛି। ଯେଉଁଥିରେ ଦଳ ୩ଟି ରେ ଜିତିଥିବା ବେଳେ ୩ ଟି ରେ ପରାଜିତ ହୋଇଛି। ପେନାଲ୍ଟି ଓଭର ଯୋଗୁଁ ଭାରତକୁ ମୋଟ ଅଙ୍କରୁ ୧ ଅଙ୍କ କାଟି ଦିଆଯାଇଛି। ଯାହାଫଳରେ ଦଳକୁ ୨୯ ଅଙ୍କ ପ୍ରାପ୍ତ ହୋଇଛି।

ଉଲ୍ଲେଖ ଯୋଗ୍ୟ ଯେ, ଭାରତ ଗତ ରବିବାର ଦିନ ଇଂଲଣ୍ଡ ବିରୋଧରେ ୨-୧ରେ ଦିନିକିଆ ସିରିଜ ଜିତିଥିଲା। ସିରିଜର ଅନ୍ତିମ ମ୍ୟାଚକୁ ଭାରତ ୭ ରନରେ ଜିତିଥିଲା। ଦଳ ପ୍ରଥମେ ବ୍ୟାଟିଂ କରି ୩୨୯ ରନ କରିଥିବା ବେଳେ ଇଂଲଣ୍ଡ ନିର୍ଦ୍ଧାରିତ ୫୦ ଓଭରରେ ୩୨୨ ରନ କରିବାରେ ସକ୍ଷମ ହୋଇଥିଲା।

Categories
ଅନ୍ତରାଷ୍ଟ୍ରୀୟ ଅପରାଧ ଆଜିର ଖବର ଜାତୀୟ ଖବର

ତାଜାଖବର, କାର ବୋମା ବିସ୍ପୋରଣରେ ଦୋହଲି ଗଲା ଆଫଗାନିସ୍ଥାନ, ଆଠଜଣଙ୍କର ମୃତ୍ୟୁ

ନୂଆଦିଲ୍ଲୀ, ଆଜି ସଂଧ୍ୟାରେ ଆଫଗାନିସ୍ଥାନ କନ୍ଦାହାରରେ ଥିବା ସୁରକ୍ଷା କର୍ମି ଆଉଟ ପୋଷ୍ଟ ନିକଟରେ ଏକ ବଡଧରଣର କାର ବୋମା ବିସ୍ପୋରଣ ଘଟିଛି। ଏହାଫଳରେ  ଆଠଜଣଙ୍କର ମୃତ୍ୟୁ ହୋଇଥିବାର ସୂଚନା ମିଳିଛି। ସେମାନଙ୍କ ମଧ୍ୟରେ ପାଞ୍ଚଜଣ ଶିଶୁ ଥିବା ବେଳେ ତିନିଜଣ ମହିଳା ଅଛନ୍ତି। ତେବେ ଏଥିରେ ଅନେକ ଆହାତ ହୋଇଥିଲେ ମଧ୍ୟ ସେମାନଙ୍କର ସଂଖ୍ୟା ଜଣାପଡି ନାହିଁ। ଏହି ବିସ୍ପୋରଣରେ ପଛରେ କେଉଁ ସଂଗଠନର ହାତ ଅଛି ତାହା କେହି ଦାବୀ କରି ନାହାଁନ୍ତି।