Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସିରିଜ ହାରିବା ପରେ ମଧ୍ୟ ୱାର୍ଲ୍ଡ ସିରିଜ ଲିଗରେ ଇଂଲଣ୍ଡ ୧ ନମ୍ବର: ବାଂଲାଦେଶ, ଆଫଗାନିସ୍ଥାନ ପଛରେ ଭାରତ
ଆଜିର ଖବର

ସିରିଜ ହାରିବା ପରେ ମଧ୍ୟ ୱାର୍ଲ୍ଡ ସିରିଜ ଲିଗରେ ଇଂଲଣ୍ଡ ୧ ନମ୍ବର: ବାଂଲାଦେଶ, ଆଫଗାନିସ୍ଥାନ ପଛରେ ଭାରତ

March 30, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଭାରତ ଠାରୁ ଦିନିକିଆ ସିରିଜ ୨-୧ରେ ପରାଜିତ ହେଲା ପରେ ମଧ୍ୟ ଇଂଲଣ୍ଡ ଦଳ ୱାର୍ଲ୍ଡ ସୁପର ଲିଗ ତାଲିକାରେ ଶ୍ରେଷ୍ଠରେ ରହିଛି। ଯାହାକି ଭାରତୀୟ ଦଳ ଏହି ତାଲିକାରେ ଆଫଗାନିସ୍ଥାନ ଏବଂ ବାଂଲାଦେଶ ପଛରେ ରହିଛି। ଇଂଲଣ୍ଡ ଦଳ ୪୦ ଅଙ୍କ ପାଇ ୧ ନମ୍ବରରେ ରହିଥିବା ବେଳେ ଭାରତ ୨୯ ଅଙ୍କ ସହ ସପ୍ତମ ସ୍ଥାନରେ ରହିଛି। ୱାର୍ଲ୍ଡ ସୁପର ଲିଗରେ ଅଷ୍ଟ୍ରେଲିଆ ୪୦ ଅଙ୍କ ପାଇ ଇଂଲଣ୍ଡ ସହ ସମକ୍ଷକ ଅଛି। ହେଲେ ଭଲ ରନରେଟ ଯୋଗୁଁ ତାଲିକାରେ ଇଂଲଣ୍ଡ ପ୍ରଥମ ସ୍ଥାନରେ ଥିବା ବେଳେ ଅଷ୍ଟ୍ରେଲିଆ ଦ୍ଵିତୀୟ ସ୍ଥାନରେ ରହିଛି।

ସୂଚନା ଯୋଗ୍ୟ ଯେ, ଏହି ଲିଗର ଜିତିବା ଟିମକୁ ୧୦ ଅଙ୍କ ମିଳୁଥିବା ବେଳେ ମ୍ୟାଚ ଟାଇ କିମ୍ବା ରଦ୍ଦ ହେଲେ ୫ ଅଙ୍କ ଏବଂ ହାରିବା ଟିମକୁ କୌଣସି ଅଙ୍କ ମିଳିନଥାଏ। ତାଲିକାରେ ଭାରତ ଉପରକୁ ନ୍ୟୁଜିଲାଣ୍ଡ, ବାଂଲାଦେଶ, ଆଫଗାନିସ୍ଥାନ ଏବଂ ୱେଷ୍ଟଇଣ୍ଡିଜ ଦଳ ରହିଛନ୍ତି। ଏହି ୪ ଟି ଦଳ ସମାନ ସଂଖ୍ୟକ ଅଙ୍କ ୩୦ ଅଙ୍କ ଲେଖାଏଁ ହାସଲ କରିଛନ୍ତି। କିନ୍ତୁ ଭଲ ରନରେଟ କାରଣରୁ ନ୍ୟୁଜିଲାଣ୍ଡ ତୃତୀୟ ସ୍ଥାନରେ ଥିବା ବେଳେ ଆଫଗାନିସ୍ଥାନ ଚତୁର୍ଥ, ବାଂଲାଦେଶ ପଞ୍ଚମ ଏବଂ ୱେଷ୍ଟଇଣ୍ଡିଜ ଷଷ୍ଠ ସ୍ଥାନରେ ଅଛନ୍ତି।

ଭାରତୀୟ ଦଳ ଏହି ୱାର୍ଲ୍ଡ ସୁପର ଲିଗରେ ମୋଟ ୬ ଟି ମ୍ୟାଚ ଖେଳିଛି। ଯେଉଁଥିରେ ଦଳ ୩ଟି ରେ ଜିତିଥିବା ବେଳେ ୩ ଟି ରେ ପରାଜିତ ହୋଇଛି। ପେନାଲ୍ଟି ଓଭର ଯୋଗୁଁ ଭାରତକୁ ମୋଟ ଅଙ୍କରୁ ୧ ଅଙ୍କ କାଟି ଦିଆଯାଇଛି। ଯାହାଫଳରେ ଦଳକୁ ୨୯ ଅଙ୍କ ପ୍ରାପ୍ତ ହୋଇଛି।

ଉଲ୍ଲେଖ ଯୋଗ୍ୟ ଯେ, ଭାରତ ଗତ ରବିବାର ଦିନ ଇଂଲଣ୍ଡ ବିରୋଧରେ ୨-୧ରେ ଦିନିକିଆ ସିରିଜ ଜିତିଥିଲା। ସିରିଜର ଅନ୍ତିମ ମ୍ୟାଚକୁ ଭାରତ ୭ ରନରେ ଜିତିଥିଲା। ଦଳ ପ୍ରଥମେ ବ୍ୟାଟିଂ କରି ୩୨୯ ରନ କରିଥିବା ବେଳେ ଇଂଲଣ୍ଡ ନିର୍ଦ୍ଧାରିତ ୫୦ ଓଭରରେ ୩୨୨ ରନ କରିବାରେ ସକ୍ଷମ ହୋଇଥିଲା।

ଆଫଗାନିସ୍ଥାନ ଇଂଲଣ୍ଡ ଦିନିକିଆ ସିରିଜ ବାଂଲାଦେଶ ଭାରତ
Share. Facebook Twitter LinkedIn Email WhatsApp Copy Link

Related Posts

ରୁଷଠାରୁ ୪୯,୦୦୦ କୋଟିର ତେଲ କିଣିଲା ଭାରତ: ଚୀନ୍ ପରେ ହେଲା ଦ୍ୱିତୀୟ ସର୍ବାଧିକ କ୍ରେତା

July 12, 2026

ଟାଇଟଲ୍ ଦୌଡ଼ରେ ଏବେ ଚାରୋଟି ଦଳ: ଦେଖନ୍ତୁ ଫିଫା ବିଶ୍ୱକପ୍ ର ସେମିଫାଇନାଲ କାର୍ଯ୍ୟସୂଚୀ

July 12, 2026

ICC ଟି-୨୦ ରାଙ୍କିଙ୍ଗରେ କ’ଣ ପରିବର୍ତ୍ତନ ଆସିଛି?: ଦେଖନ୍ତୁ ଶ୍ରେଷ୍ଠ ୧୦ ଦଳ

July 12, 2026

ମାଗଣା ଶିକ୍ଷାଦାନ ବ୍ୟବସ୍ଥାର ସଫଳ ରୂପାୟନ ପାଇଁ ସବୁ ବିଦ୍ୟାଳୟକୁ ସରକାରୀକରଣ କରାଯାଉ: ଓଷ୍ଟା

July 12, 2026
Latest News

ରୁଷଠାରୁ ୪୯,୦୦୦ କୋଟିର ତେଲ କିଣିଲା ଭାରତ: ଚୀନ୍ ପରେ ହେଲା ଦ୍ୱିତୀୟ ସର୍ବାଧିକ କ୍ରେତା

July 12, 2026

ଟାଇଟଲ୍ ଦୌଡ଼ରେ ଏବେ ଚାରୋଟି ଦଳ: ଦେଖନ୍ତୁ ଫିଫା ବିଶ୍ୱକପ୍ ର ସେମିଫାଇନାଲ କାର୍ଯ୍ୟସୂଚୀ

July 12, 2026

ICC ଟି-୨୦ ରାଙ୍କିଙ୍ଗରେ କ’ଣ ପରିବର୍ତ୍ତନ ଆସିଛି?: ଦେଖନ୍ତୁ ଶ୍ରେଷ୍ଠ ୧୦ ଦଳ

July 12, 2026

ମାଗଣା ଶିକ୍ଷାଦାନ ବ୍ୟବସ୍ଥାର ସଫଳ ରୂପାୟନ ପାଇଁ ସବୁ ବିଦ୍ୟାଳୟକୁ ସରକାରୀକରଣ କରାଯାଉ: ଓଷ୍ଟା

July 12, 2026

ହର୍ମୁଜରେ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ କଲା ଇରାନ: ଭାରତର କଡ଼ା ପ୍ରତିକ୍ରିୟା

July 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.