Categories
ଆଜିର ଖବର ରାଜ୍ୟ ଖବର

ଗାଁକୁ ଯାଇପାରିଲାନି ଆମ୍ବୁଲାନସ୍: ଖଟିଆରେ ୫ କିମି ବୁହାହେଲେ ବି ବଞ୍ଚିପାରିଲେନି ରୋଗୀ

କନ୍ଦର୍ପ ବେହେରା
ରେଢ଼ାଖୋଲ: ଗାଁ କୁ ଯିବାକୁ ରାସ୍ତା ନ ଥିବାରୁ ରୋଗୀକୁ ଖଟିଆରେ ବୋହି ୫ କିମି ଯାଏଁ ଆମ୍ବୁଲାନସ୍ ପାଖକୁ ପହଂଚାଇଲେ ଗ୍ରାମବାସୀ। ନାକଟିଦେଉଳ ବ୍ଲକ୍ ଘୋଷରାମାଳ ପଂଚାୟତର ବଡବିଲ୍ ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ।

ପ୍ରକାଶ ଯେ, ନାକଟିଦେଉଳ ବ୍ଲକ୍ ଘୋଷରାମାଳ ପଂଚାୟତ ବଡବିଲ୍ ଗ୍ରାମର ବିରଂଚି ଦେହୁରୀ ( ୩୮)ଚାଷ କାମ କରିବାକୁ ବିଲକୁ ଯାଇଥିଲେ। ହଳ ଧରୁଥିବା ସମୟରେ ହଠାତ୍ ବିରଞ୍ଚି ଅସୁସ୍ଥ ହୋଇ ପଡ଼ିଥିଲେ। ଗ୍ରାମବାସୀ ଆମ୍ବୁଲାନସ୍ କୁ ଫୋନ୍ କରିଥିଲେ।

ଆମ୍ବୁଲାନସ୍ ପହଂଚିଲା ସତ ହେଲେ ଗାଁକୁ ଯିବାକୁ ରାସ୍ତାଟିଏ ନ ଥିବାରୁ ବଡବିଲ୍ ଠାରୁ ୫ କିମି ଦୂର ଝାଟୁକିମାଳ ଠାରେ ଆମ୍ବୁଲାନସ୍ ଅଟକିଥିଲା। ଗ୍ରାମ ବାସୀ ଅସୁସ୍ଥ ବିରଞ୍ଚିକୁ ଖଟିଆରେ ପ୍ରାୟ ପାଂଚ କିମି ନାଳ ପାର କରି ବୋହି ଆଣିଥିଲେ।

ଆମ୍ବୁଲାନସ୍ ରେ ଅସୁସ୍ଥ ବିରଂଚି କୁ ଅଣାଯାଇଥିଲେ ମଧ୍ୟ ଡାକ୍ତର ମୃତ ଘୋଷଣା କରିଥିଲେ। ସରକାର ଗ୍ରାମର ବିକାଶ ଦିଗରେ ବହୁଯୋଜନା କରିଥିଲେ ମଧ୍ୟ ଏବେ ବି ଗାଁକୁ ରାସ୍ତାଟିଏ ନାହିଁ। ଯା’ ଫଳରେ ରୋଗୀ ମ୍ରୁତ୍ୟୁବରଣ କରୁଛି। ବଡବିଲ୍ ଗାଁ କୁ ରାସ୍ତାଟିଏ ଥିଲେ ହୁଏତ ଆମ୍ବୁଲାନ୍ସ ପହଂଚି ପାରିଥାନ୍ତା ଓ ରୋଗୀଟି ମ୍ରୁତ୍ୟୁ ମୁଖରୁ ବଂଚିଯାଇଥାନ୍ତା।