Categories
ଆଜିର ଖବର ଜୀବନ ଶୈଳୀ ସ୍ବାସ୍ଥ୍ୟ

ଆମ୍ବକୁ କେବେ ଫ୍ରିଜରେ ରଖନ୍ତୁ ନାହିଁ, ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ, ଜାଣନ୍ତୁ କିପରି କରିବେ ସଂରକ୍ଷଣ

ଜୀବନ ଶୈଳୀ: ଗ୍ରୀଷ୍ମ ଆସିବା ମାତ୍ରେ ଲୋକମାନେ ଆମ୍ବ ଖାଇବାକୁ ଚାହିଁ ରହନ୍ତି। ଯେଉଁମାନେ ଆମ୍ବ ଖାଇବାକୁ ଭଲ ପାଆନ୍ତି, ସେମାନେ ଗ୍ରୀଷ୍ମ ଋତୁରେ ବହୁତ ଆମ୍ବ ଖାଆନ୍ତି। ସମସ୍ତଙ୍କ ଘରେ ଆମ୍ବ ବହୁତ ଉତ୍ସାହର ସହିତ ଖିଆଯାଏ। କିଛି ଲୋକ ଆମ୍ବକୁ ବହୁ ପରିମାଣରେ କିଣନ୍ତି, ଯାହା ପରେ ସେଗୁଡିକ ଫ୍ରିଜରେ ରଖନ୍ତି। ଏଥିସହିତ, କିଛି ଲୋକ ଆମ୍ବକୁ ବାହାରେ ରଖି ଭାବନ୍ତି ଯେ ଉତ୍ତାପ ହେତୁ ଆମ୍ବ ଅଧିକ ସଠିକ୍ ଭାବରେ ପାଚିଯିବ। ଏଭଳି ପରିସ୍ଥିତିରେ ଅନେକ ଲୋକଙ୍କ ମନରେ ଏକ ଦ୍ୱନ୍ଦ୍ୱ ରହିଛି ଯେ ଆମ୍ବକୁ ଫ୍ରିଜରେ କିମ୍ବା ଫ୍ରିଜ ବାହାରେ ରଖିବା କେଉଁଠାରେ ଠିକ୍ ହେବ। ଖାଦ୍ୟ ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ, ଆମ୍ବକୁ ଫ୍ରିଜରେ ରଖିବା ଉଚିତ୍ ନୁହେଁ। ଏହା ଉଭୟ ପୁଷ୍ଟିକର ମୂଲ୍ୟ ଏବଂ ସ୍ଵାଦକୁ ପ୍ରଭାବିତ କରିଥାଏ। ଏକ ରିପୋର୍ଟରେ କୁହାଯାଇଛି ଯେ, ଆମ୍ବକୁ ଫ୍ରିଜରେ ନ ରଖିବା ଭଲ। ଆମ୍ବ ଗଚ୍ଛିତ କରିବାର ସର୍ବୋତ୍ତମ ଉପାୟ କ’ଣ ଜାଣନ୍ତୁ…

ଆମ୍ବକୁ କିପରି ସଂରକ୍ଷଣ କରିବେ?:

୧- ଯଦି ଆପଣଙ୍କର କଞ୍ଚା ଆମ୍ବ ଅଛି, ତେବେ ଏହାକୁ କେବେବି ଫ୍ରିଜରେ ରଖନ୍ତୁ ନାହିଁ। ଆମ୍ବକୁ ଫ୍ରିଜରେ ରଖିବା ଦ୍ୱାରା ଭଲ ଭାବେ ପାଚିବା ଏବଂ ସ୍ୱାଦ ମଧ୍ୟ ପ୍ରଭାବିତ ହେବ।

୨- ଆମ୍ବକୁ ସର୍ବଦା କୋଠରୀ ତାପମାତ୍ରାରେ ପଚେଇବା ଉଚିତ୍। ଏହି କାରଣରୁ ଆମ୍ବ ଅଧିକ ମିଠା ଏବଂ ନରମ ହେବ।

୩- ଆମ୍ବ ସମ୍ପୂର୍ଣ୍ଣ ରୂପେ ପାଚିଗଲେ, ଏହାକୁ ଖାଇବା ପୂର୍ବରୁ କିଛି ସମୟ ଥଣ୍ଡା ହେବା ପାଇଁ ଆପଣ ଏହାକୁ ଫ୍ରିଜରେ ରଖିପାରିବେ।

୪- ଆପଣ ପାଚିଲା ଆମ୍ବକୁ ୫ ଦିନ ପର୍ଯ୍ୟନ୍ତ ଫ୍ରିଜରେ ରଖିପାରିବେ।

୫- ଯଦି ଆପଣ ଆମ୍ବକୁ ଶୀଘ୍ର ପଚେଇବାକୁ ଚାହାଁନ୍ତି, ତେବେ ଏହାକୁ କୋଠରୀ ତାପମାତ୍ରାରେ ଏକ କାଗଜ ବ୍ୟାଗରେ ରଖନ୍ତୁ ଏବଂ ଏହାକୁ ରଖନ୍ତୁ। ଏହା ଦ୍ଵାରା ଆମ୍ବ ଶୀଘ୍ର ପାଚିବ।

୬- ଯଦି ଆପଣ ଆମ୍ବ ଗଚ୍ଛିତ କରିବାକୁ ଚାହାଁନ୍ତି, ତେବେ ସେଗୁଡିକର ଚୋପା ଛେଲି ରଖନ୍ତୁ, ଏହାକୁ କାଟି ଏକ ଏୟାରଟାଇଟ୍ ପାତ୍ରରେ ରଖନ୍ତୁ। ଆପଣ ସେଗୁଡ଼ିକୁ ୬ ମାସ ପର୍ଯ୍ୟନ୍ତ ଫ୍ରିଜରେ ରଖିପାରିବେ।

୭- ଅନେକ ଥର ଯେତେବେଳେ ଫ୍ରିଜରେ ଜାଗା ନଥାଏ, ଆମ୍ବକୁ ଅନ୍ୟ ଫଳ ଏବଂ ପନିପରିବା ସହିତ ରଖାଯାଏ, ଯାହା ଭୁଲ୍।

୮- ଆମ୍ବକୁ ଅନ୍ୟ ଫଳ ଏବଂ ପନିପରିବା ସହିତ ରଖିବା ମଧ୍ୟ ସ୍ୱାଦରେ ଏକ ଭିନ୍ନତା ଆଣେ।

ଆମ୍ବକୁ ଫ୍ରିଜ ବାହାରେ ରଖନ୍ତୁ:

ଏକ ରିପୋର୍ଟ ଅନୁଯାୟୀ, ଆମ୍ବ ଏବଂ ଅନ୍ୟାନ୍ୟ ଡାଲି ଫଳକୁ କେବଳ କୋଠରୀ ତାପମାତ୍ରାରେ ରଖିବା ଭଲ। ଯଦି ଆପଣ ଆମ୍ବକୁ ଫ୍ରିଜର ସାଧାରଣ ତାପମାତ୍ରାରେ ରଖନ୍ତି, ତେବେ ଏଥିରେ ଥିବା ଆଣ୍ଟି-ଅକ୍ସିଡାଣ୍ଟ ସକ୍ରିୟ ରହିଥାଏ ଏବଂ ଏହା ସ୍ୱାସ୍ଥ୍ୟ ପାଇଁ ଅନେକ ଲାଭ ଆଣିଥାଏ। ବିଶେଷଜ୍ଞମାନେ ବିଶ୍ବାସ କରନ୍ତି ଯେ, ଆମ୍ବ ବ୍ୟତୀତ ଅନ୍ୟ ଟ୍ରପିକାଲ୍ ଫଳଗୁଡିକ ମଧ୍ୟ ଫ୍ରିଜରେ ରଖିବା ଉଚିତ୍ ନୁହେଁ। ଏହି ଫଳଗୁଡ଼ିକ ଥଣ୍ଡା ପ୍ରତି ସମ୍ବେଦନଶୀଳ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଭାରତୀୟ ଆମ୍ବର ଚାହିଦା ବିଦେଶରେ କିପରି ବଢିଛି ଜାଣିଲେ ହେବେ ଆଶ୍ଚର୍ଯ୍ୟ, ଟନଟନ ହେଉଛି ରପ୍ତାନୀ

ନୂଆଦିଲ୍ଲୀ, କରୋନା ମହାମାରୀ ଦ୍ବାରା ସୃଷ୍ଟି ହୋଇଥିବା ଚ୍ୟାଲେଞ୍ଜକୁ ଖାତିର ନକରି ଭାରତ ଏହି ଋତୁରେ ଆମ୍ବ ରପ୍ତାନୀ ବ୍ୟବସାୟକୁ ସଂପ୍ରସାରଣ କରିଛି। ଏକ ପ୍ରମୁଖ ପଦକ୍ଷେପ ସ୍ବରୁପ ପଶ୍ଚିମବଙ୍ଗର ମାଲଦା ଜିଲ୍ଲାରୁ ମିଳିଥିବା ଜିଆଇ ସାର୍ଟିଫାଏଡ୍ ଫାଜିଲ୍ ଆମ୍ବ କିସମକୁ ବାହାରିନ ଦେଶକୁ ରପ୍ତାନି କରାଯାଇଛି। ଭାରତ ସରକାରଙ୍କ APEDA ରେ ପଞ୍ଜୀକୃତ କୋଲକାତାର DM ଉଦ୍ୟୋଗ ଦ୍ବାର ଏହି ଆମ୍ବ ରପ୍ତାନି ହୋଇଛି। ଏହାକୁ ବାହାରିନର ଅଲ ଜଜିରା ଗ୍ରୁପ କିଣି ନେଇଛି।

ରାଜ୍ୟରୁ ଆମ୍ବ ରପ୍ତାନି ବୃଦ୍ଧି ପାଇଁ APEDA ପଦକ୍ଷେପ ଆରମ୍ଭ କରିଛି। ଆମ୍ବ ରପ୍ତାନିକୁ ପ୍ରୋତ୍ସାହିତ କରିବା ପାଇଁ ଏହା କ୍ରେତା-ବିକ୍ରେତା ମଧ୍ୟରେ ଭର୍ଚୁଆଲ୍ ବୈଠକ ଏବଂ ଫେଷ୍ଟିଭାଲର ଆୟୋଜନ ମଧ୍ୟ କରାଯାଉଛି। ବାହାରିନକୁ ଏହି ରପ୍ତାନୀ ପରେ କତାରର ଦୋହାକୁ ମଧ୍ୟ ଆମ୍ବ ରପ୍ତାନୀ ପାଇଁ ଅର୍ଡର ଆସିଛି। ଏହି ଦେଶକୁ ପଶ୍ଚିମବଙ୍ଗ ଏବଂ ଉତ୍ତରପ୍ରଦେଶରୁ ଜିଆଇ ମାର୍କା ନଅ ପ୍ରକାରର ଆମ୍ବ ରପ୍ତାନୀ କରାଯାଇଛି।

ରପ୍ତାନି ହୋଇଥିବା ଏହି ନଅ ପ୍ରକାର ଆମ୍ବ ହେଲା ପଶ୍ଚିମବଙ୍ଗ ମାଲଦାର ଖିରସାପାଟୀ, ଲକ୍ଷ୍ମଣଭୋଗ, ଫଜଲି, ଆମ୍ରପଲୀ ଏବଂ ଚାଉସା ଆମ୍ବ ରହିଛି। ସେହିପରି ପଶ୍ଚିମ ବଂଗର ନାଦିଆ ଅଞ୍ଚଳର ଦୁଶେରୀ ଆମ୍ବ ମଧ୍ୟ ଏଥିରେ ରହିଛି। ଉତ୍ତର ପ୍ରଦେଶର ମାଲିହାବାଦର ଦୁଶେରୀ ଆମ୍ବ ମଧ୍ୟ ରପ୍ତାନୀ କରାଯାଇଛି।

ଜୁନ୍, 2021 ରେ, ବହାରେନରେ ଏକ ସପ୍ତାହ ବ୍ୟାପୀ ଭାରତୀୟ ଆମ୍ବ ପ୍ରଦର୍ଶନୀର ଆୟୋଜିନ କରାଯାଇଥିଲା। ସେଠାରେ ପଶ୍ଚିମବଂଗରୁ ତିନୋଟି ଜିଆଇ ସାର୍ଟିଫିକେଟ୍ ଜାତିର ଆମ୍ବ ଖୀରସାପଟି ଏବଂ ଲକ୍ଷ୍ମଣଭୋଗ, ବିହାରର ଜରଡାଲୁ ଆମ୍ବ ସହିତ 16 ପ୍ରକାରର ଫଳ ପ୍ରଦର୍ଶିତ ହୋଇଥିଲା।

ବହରାଇନ୍‌ରେ  13 ଟି ଷ୍ଟୋର୍‌ ମାଧ୍ୟମରେ ଏହି ଆମ୍ବ କିସମ ବିକ୍ରି ହୋଇଥିଲା। ନିକଟରେ ଜର୍ମାନୀର ବର୍ଲିନଠାରେ ମଧ୍ୟ ଆମ୍ବ ମହୋତ୍ସବର ଆୟୋଜନ କରାଯାଇଥିଲା। ଏହି ଋତୁରେ ପ୍ରଥମ ଥର ପାଇଁ ଭାରତ, ଆନ୍ଧ୍ରପ୍ରଦେଶର ଚିତ୍ତର ଜିଲ୍ଲାର କୃଷକମାନଙ୍କଠାରୁ ଜିଆଇ ସାର୍ଟିଫିକେଟ୍ ମିଳିଥିବା ବାଇଗନପଲ୍ଲୀ ଏବଂ ଅନ୍ୟାନ୍ୟ କିସମର ପ୍ରାୟ 2.5 ମେଟ୍ରିକ ଟନ ଆମ୍ବ ପଠାଯାଇଛି।

ଭାରତରେ ଆମ୍ବକୁ ‘ଫଳର ରାଜା’ ବୋଲି ମଧ୍ୟ କୁହାଯାଏ। ଭାରତର ଅଧିକାଂଶ ରାଜ୍ୟରେ ଆମ୍ବ ବୃକ୍ଷରୋପଣ ହୋଇଥିବାବେଳେ ଉତ୍ତରପ୍ରଦେଶ, ବିହାର, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକରେ ଏହି ଫଳର ମୋଟ ଉତ୍ପାଦନରେ ପ୍ରମୁଖ ଅଂଶ ରହିଛି। ଆଲଫୋନସୋ, କେସର, ଟୋଟାପୁରୀ ଏବଂ ବାଇଗନପଲ୍ଲୀ କିସମର ଆମ୍ବ ଭାରତରୁ ବେଶି ପରିମାଣର ରପ୍ତାନି ହେଉଛି। ମୁଖ୍ୟତଃ ବିଦେଶକୁ ତାଜା ଆମ୍ବ ବ୍ୟତିତ ଆମ୍ବ ରସ ଏବଂ ଆମ୍ବ ସରା ବା ମ୍ୟାଙ୍ଗୋ ସ୍ଲାଇସ କରାଯାଇ ବିଦେଶକୁ ରପ୍ତାନୀ କରାଇଥାଏ।

Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର

ମୋଦି ମମତାଙ୍କ ନିକଟକୁ ବାଙ୍ଗଲାଦେଶ ପ୍ରଧାନମନ୍ତ୍ରୀ ପଠାଇଲେ ଆମ୍ବ, ରାଜନୈତିକ ମହଲରେ ଚର୍ଚ୍ଚା

ନୂଆଦିଲ୍ଲୀ, ନିକଟରେ ପଶ୍ଚିମବଂଗ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଟିଏମସି ନେତ୍ରୀ ମମତା ବାନାର୍ଜିଙ୍କ ମଧ୍ୟରେ ଚାଲିଥିଲା କଡା ଟକ୍କର। ନିର୍ବାଚନ ଶେଷ ହୋଇଥିଲେ ମଧ୍ୟ ଏବେବି କୋଲକାତା ରାଜନୀତି ଗରମ ରହିଛି। ଏପରି କ୍ଷେତ୍ରରେ ଆସିଛି ଏକ ନୂଆ ଖବର। ଯେଉଁ ଖବର ଜାତୀୟ ରାଜନୀତିରେ ବେଶ ଚର୍ଚ୍ଚା ଚାଲିଛି।

ସେହି ଖବରଟି ହେଲା ଯେ, ବାଙ୍ଗଲାଦେଶ ପ୍ରଧାନମନ୍ତ୍ରୀ ସେଖ୍ ହାସିନା ଉଭୟ ପ୍ରଧାନମନ୍ତ୍ରୀ ଏବଂ ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀଙ୍କୁ ପଠାଇଛନ୍ତି ଉପହାର। ଆଉ ତାହା ହେଲା ବାଙ୍ଗଲାଦେଶୀୟ ଦେଶୀ ଆମ୍ବ। ସୂଚନା ଅନୁସାରେ ଉଭୟଙ୍କ ନିକଟକୁ ହାସିନା ପ୍ରାୟ 26 କ୍ବିଣ୍ଟାଲ ବା 2600 କିଲୋଗ୍ରାମର ଆମ୍ବ ପଠାଇଛନ୍ତି।

ଏହି ଆମ୍ବ ନାମ ହେଉଛି ହରିଭଙ୍ଗା , ଯାହା ଏକ ବିରଳ ପ୍ରକାରର ଆମ୍ବ। ଏହା ବାଙ୍ଗଲାଦେଶର ରଂଗପୁରା ଜିଲ୍ଲାରେ ବିଶେଷ ଭାବେ ହୋଇଥାଏ। ଏହି ଆମ୍ବକୁ 260ଟି କାର୍ଟୁନରେ ଭର୍ତ୍ତି କରି ଟ୍ରକରେ ପଠାଯାଇଛି। ଗତକାଲି ରବିବାରରେ ବାଙ୍ଗଲାଦେଶ ଭାରତ ସୀମାରେ ଥିବା ବିନାପୁଲ ଚେକିଂ ଗେଟ ପାର ହେବା ପରେ ଏହା ଜଣାପଡିଥିଲା।

ଏହି ଆମ୍ବ ଟ୍ରକ ସିଧା କୋଲକାତାରେ ଥିବା ବାଙ୍ଗଲାଦେଶ ହାଇ କମିସନରଙ୍କ ଅଫିସରେ ପହଁଚିଥିଲା। ସେଠାରେ ହାଇକମିଶନର ମହମ୍ମଦ ସାମୁୟାଲ କ୍ୟୁଦାର ଏହାକୁ ଗ୍ରହଣ କରିଥିଲେ। ସେ ତୁରନ୍ତ କୋଲକାତାସ୍ଥିତ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ଏବଂ ନୂଆଦିଲ୍ଲୀସ୍ଥିତ ପ୍ରଧାନମନ୍ତ୍ରୀ ମୋଦିଙ୍କ ବାସଭବନକୁ ପଠାଇଛନ୍ତି।

କୌଣସି ଦେଶର ପ୍ରଧାନମନ୍ତ୍ରୀ ଅନ୍ୟ ପ୍ରଧାନମନ୍ତ୍ରୀ ବା ମୁଖ୍ୟମନ୍ତ୍ରୀଙ୍କୁ କିଛି ଉପହାର ଦେବା ଏକ ଭଲ ପରଂପରା। କାରଣ ଏହା ଦ୍ବାରା ଉଭୟ ଦେଶ ମଧ୍ୟରେ ବନ୍ଧୁତ୍ବର ସଂପର୍କ ସୁଦୃଢ ହୋଇଥାଏ। ପୂର୍ବରୁ ଏହି ପରଂପରା ଅନେକ ଦେଶରେ ମଧ୍ୟ ଘଟଛି।

ହେଲେ ମୋଦି ମମତାଙ୍କ ମଧ୍ୟରେ ଯେପରି ଅହିନକୁଳ ସଂପର୍କ ସେଥିରେ ଏପରି ଉପହାରକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି। ଉଭୟ ମମତା ମୋଦିଙ୍କ ମଧ୍ୟରେ ସଂପର୍କ ଯୋଡିବାରେ ସେଖ୍ ହାସିନ ମଧ୍ୟସ୍ଥତା କରିବେ କି ବୋଲି ମଧ୍ୟ ପ୍ରଶ୍ନ ଉଠିଛି। ( ଏଥିରେ ବ୍ୟବହାର ହୋଇଥିବା ଫଟୋଟି ଏକ ପୁରୁଣା ଫଟୋ)

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର ବ୍ୟବସାୟ

ବିଦେଶରେ ଆରମ୍ଭ ହେଲା ସାତ ଦିନିଆ ଭାରତୀୟ ଆମ୍ବ ଉତ୍ସବ, ଖାଇବା ପାଇଁ ବିଦେଶୀଙ୍କ ଭିଡ

ନୂଆଦିଲ୍ଲୀ, ବିଦେଶରେ ଭାରତୀୟ ଆମ୍ବ ପ୍ରତି ରହିଛି ବେଶ୍ ଆଗ୍ରହ। ସେଥିପାଇଁ ପ୍ରତିବର୍ଷ ଏହି ସମୟରେ ବିଦେଶର ବିଭିନ୍ନ ସ୍ଥାନରେ ଆମ୍ବ ପ୍ରଦର୍ଶନୀ କରାଯାଇଥାଏ। ସେହିପରି ବହରିନରେ ଆଜିଠାରୁ ଆରମ୍ଭ ହୋଇଛି ଆମ୍ବ ଉତ୍ସବ।
ଏଥିରେ ଭାରତରୁ ଯାଇଥିବା ପ୍ରାୟ 87 ପ୍ରକାରର ଆମ୍ବ ପ୍ରଦର୍ଶିତ ହୋଇଛି। ଏହି ପ୍ରଦର୍ଶନୀକୁ ଅଲଜଜିରା ବହରିନ ଏବଂ ଭାରତ ସରକାରଙ୍କ ଅପେଡା ଦ୍ବାରା ଆୟୋଜିତ ହୋଇଛି। ଏହି ପ୍ରଦର୍ଶନୀ ସାତ ଦିନ ଧରି ଚାଲିବ।