Categories
ଆଜିର ଖବର ରାଜ୍ୟ ଖବର

ଭାରତ ବନ୍ଦ: ଆମ ଅଧିକାର ଓ ସି.ବି.ଟି.ୟୁ.ର ଶତାଧିକ କର୍ମୀ ଗିରଫ

ଭୁବନେଶ୍ୱର: ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଆହୂତ ଭାରତ ବନ୍ଦ ସମର୍ଥନରେ ପିକେଟିଂ କରି ଆମ ଅଧିକାର ଓ ସି.ବି.ଟି.ୟୁ. ଶ୍ରମିକ ସଂଗଠନର ନେତା ଓ କର୍ମୀମାନେ ଆଜି ଗିରଫ ହୋଇଥିଲେ। ଦିନ ୯ ଘଟିକାରୁ ଉଭୟ ସଂଗଠନର ନେତା ଓ କର୍ମୀମାନେ ରାଜମହଲ ଛକରେ ରାସ୍ତାରୋକ କରି ବନ୍ଦ ସମର୍ଥନରେ ଜନସାଧାରଣଙ୍କୁ ସଚେତନ ଓ ଅବଗତ କରାଇଥିଲେ।

ପରେ ଆମ ଅଧିକାରର ଆବାହକ ଅମିୟ ପାଣ୍ଡବ, ସାଧାରଣ ସମ୍ପାଦକ ଗଣେଶ ଦାଶ, ସି.ବି.ଟି.ୟୁ.ର ମୁଖ୍ୟ ନବକିଶୋର ମହାନ୍ତି, ବିକ୍ରମ ନାୟକ, ପାର୍ଥସାରଥୀ ଜେନା, ସଞ୍ଜୟ ପରିଡ଼ା, ନଳିନୀକାନ୍ତ ନାୟକ, ବିଭୂତି ଭୂଷଣ ମହାପାତ୍ର, ବିଶ୍ୱଭୂଷଣ ମହାପାତ୍ର ଏବଂ ପ୍ରଗତିଶୀଳ ଶ୍ରମିକ ମଞ୍ଚର ଶଙ୍କର ବେହେରା ପ୍ରମୁଖଙ୍କ ନେତୃତ୍ୱରେ ଏକ ବିଶାଳ ଶୋଭାଯାତ୍ରା ରାଜମହଲ ଛକରୁ ବାହାରି ଏଜି ଛକରେ ପହଞ୍ôଚବା ପରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା।

ପରେ କର୍ମୀମାନେ ପୋଲିସ୍ ଅବରୋଧ ଭାଙ୍ଗି ସଚିବାଳୟ ମାର୍ଗକୁ ଯିବାକୁ ଅଗ୍ରସର ହେଉଥିବା ବେଳେ ପୋଲିସ୍ ପକ୍ଷରୁ ସେମାନଙ୍କ ଗିରଫ କରାଯାଇଥିଲା। କୃଷକ ବିରୋଧୀ କଳା କୃଷି ଆଇନ୍ ଓ ଶ୍ରମିକ ବିରୋଧୀ ନୂଆ ଶ୍ରମ ଆଇନ ସଂଶୋଧନ ବାତିଲ୍ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରହିବ ବୋଲି ସଂଗଠନ ଗୁଡ଼ିକ ପକ୍ଷରୁ କୁହାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

କେନ୍ଦ୍ରର ନୂଆ କୃଷି ଆଇନ ବାତିଲ୍ ଦାବିରେ ରାଜଭବନ ଘେରାଉ

ଭୁବନେଶ୍ୱର: କେନ୍ଦ୍ର ସରକାରର ନୂତନ କୃଷି ଆଇନ୍ ବାତିଲ ଦାବିରେ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଦେଶବ୍ୟାପୀ ରାଘଭବନ ଘେରାଉ ଡ଼ାକରାକୁ ସମର୍ଥନ ଜଣାଇ ଆଜି ‘ଆମ ଅଧିକାର’ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ପ୍ରବଳ ବର୍ଷା ଓ ପ୍ରତିକୂଳ ପାଗ ସତ୍ତ୍ୱେ, କୋଭିଡ଼ କଟକଣାକୁ ଦୃଷ୍ଟିରେ ରଖି ଆମ ଅଧିକାର ପକ୍ଷରୁ ଏଜି ଛକରୁ ଏକ ପ୍ରତିବାଦ ଶୋଭାଯାତ୍ରା ବାହାରିଥିଲା।

କୃଷି ଓ କୃଷକ ବିରୋଧୀ କଳା ଆଇନ ବିରୋଧୀ ପ୍ଲାକାର୍ଡ଼ ଓ ବ୍ୟାନର ଧରି କର୍ମକର୍ତ୍ତାମାନେ ରାଜଭବନ ସମ୍ମୁଖରେ ବିକ୍ଷୋଭ କରିଥିଲେ। ସଂଗଠନର ରାଜ୍ୟ ଅବାହାକ ଅମିୟ ପାଣ୍ଡବ, ସାଧାରଣ ସମ୍ପାଦକ ଗଣେଶ ଦାଶ, ସଞ୍ଜୟ କୁମାର ପରିଡ଼ା, ବିଶ୍ୱଭୂଷଣ ମହାପାତ୍ର ଓ ଶଙ୍କର ବେହେରା ପ୍ରମୁଖଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ରାଜଭବନ କର୍ତ୍ତୃପକ୍ଷଙ୍କୁ ସାକ୍ଷାତ୍ କରି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ପ୍ରଦାନ କରିଥିଲେ। ଏହି ଆଇନ ପ୍ରତ୍ୟାହାର ନହେବା ଯାଏ ଆନ୍ଦୋଳନ ଚାଲୁ ରହିବ ବୋଲି ସଂଗଠନର ନେତୃବୃନ୍ଦ ଘୋଷଣା କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଭାରତ ବନ୍ଦରେ ବିକ୍ଷୋଭ କରି ‘ଆମ ଅଧିକାର’ କର୍ମୀ ଗିରଫ

ଭୁବନେଶ୍ୱର: ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଆହୂତ ଭାରତ ବନ୍ଦକୁ ସମର୍ଥନ କରି ଆଜି ଆମ ଅଧିକାର ପକ୍ଷରୁ ନବୀନ ନିବାସ, ରାଜମହଲ ଛକ ଓ ଏଜି ଛକରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। କଳା କୃଷି ନୀତି ବାତିଲ ଦାବିରେ ‘ଆମ ଅଧିକାର’ର କର୍ମକର୍ତ୍ତାମାନେ ଫରେଷ୍ଟ ପାର୍କସ୍ଥିତ କାର୍ଯ୍ୟାଳୟରୁ ଏକ ଶୋଭାଯାତ୍ରାରେ ବାହାରି ନବୀନ ନିବାସ ଅଭିମୁଖେ ଯାତ୍ରା କରିଥିଲେ। ଅଧାବାଟରେ ପୋଲିସ୍ ବାଧା ଦେବାରୁ ପୋଲିସ୍ ସହ ସେଠାରେ ଧସ୍ତାଧସ୍ତି ହୋଇଥିଲା। ପରେ ଶୋଭଯାତ୍ରା ରାଜମହଲ ଛକରେ ପହଞ୍ôଚ ସେଠାରେ ରାସ୍ତାରୋକ କରାଯାଇଥିଲା।

ଆମ ଅଧିକାରର ଆନ୍ଦୋଳନକୁ ସମର୍ଥନ ଜଣାଇ ଶ୍ରମିକ ସଂଗଠନ ‘ବିଟୁ’ ମଧ୍ୟ ଏହି ଆନ୍ଦୋଳନରେ ସାମିଲ ହୋଇ ଏଜିଛକ ଅଭିମୁଖେ ଯାତ୍ରା କରିଥିଲା। ସେଠାରୁ ସଚିବାଳୟମାର୍ଗ ଦେଇ ଶୋଭଯାତ୍ରା ଯାଉଥିବା ସମୟରେ ପୋଲିସ୍ ରାସ୍ତା ଅବରୋଧ କରିବାରୁ କର୍ମୀମାନେ ରାସ୍ତାରେ ଶୋଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବିକ୍ଷୋଭସ୍ଥଳରେ ଅନୁଷ୍ଠିତ ପ୍ରତିବାଦ ସଭାରେ ରାଜ୍ୟ ଆବାହକ ଅମିୟ ପାଣ୍ଡବ, ମହାସଚିବ ଗଣେଶ ଦାଶ, ସମ୍ପାଦକ ପାର୍ଥସାରଥୀ ଜେନା, ମାନସ ସାହୁ ଏବଂ ବିଟୁ ପକ୍ଷରୁ ବିକ୍ରମ ନାୟକ ଓ ଦିଲ୍ଲୀପ ମହାନ୍ତି ପ୍ରମୁଖ ଉଦ୍‌ବୋଧନ ଦେଇ ଆନ୍ଦୋଳନରତ କୃଷକମାନଙ୍କୁ ସମର୍ଥନ ଜ୍ଞାପନ କରିଥିଲେ।

କୃଷକ ବିରୋଧୀ କୃଷିନୀତି ସମ୍ପୂର୍ଣ୍ଣ ବାତିଲ ନହେବା ଯାଏ ଆନ୍ଦୋଳନ ବଳବତ୍ତର ରହିବ ବୋଲି ଘୋଷଣା କରିଥିଲେ। ସଞ୍ଜୟ ପରିଡ଼ା, ଜଗନ ସାହୁ, ସୁବାଷ କୁମାର ତାରଣିଆଁ, କ୍ରିଷ୍ଣା ଶତପଥୀ, ରାହୁଲ ମହାପାତ୍ର ଓ ବିଶ୍ୱଭୂଷଣ ମହାପାତ୍ର ପ୍ରମୁଖ ଏହି ବିକ୍ଷୋଭର ନେତୃତ୍ୱ ନେଇଥିଲେ। ପୋଲିସ୍ ପକ୍ଷରୁ ଆନ୍ଦୋଳନକାରୀଙ୍କୁ ଘଟଣାସ୍ଥଳରେ ଗିରଫ କରାଯାଇଥିଲା।