Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କଳାହାଣ୍ଡି ଜିଲ୍ଲାରେ ୫ଟି ଉପକ୍ରମରେ “ଆମ ହସ୍ପିଟାଲ” ଯୋଜନା ମୂଖ୍ୟମନ୍ତ୍ରୀଙ୍କ ଦ୍ବାରା ଲୋକାର୍ପଣ

କଳାହାଣ୍ଡି (ଦୁଷ୍ମନ୍ତ କୁମାର ପଣ୍ଡା): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅପରାହ୍ନ ୪.୩୦ ମି ସମୟରେ “ଆମ ହସ୍ପିଟାଲ “ଯୋଜନାରେ କଳାହାଣ୍ଡି ଜିଲ୍ଲାକୁ ସାମିଲ କରି ଜିଲ୍ଲାର ସ୍ୱାସ୍ଥ୍ୟ ବ୍ୟବସ୍ଥା କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛନ୍ତି। “ଆମ ହସ୍ପିଟାଲ” ଯୋଜନାରେ କଳାହାଣ୍ଡି ଜିଲ୍ଲାର ୪ ଟି ହସ୍ପିଟାଲ ମୂଖ୍ୟ ଡାକ୍ତରଖାନା, ଭବାନୀପାଟଣା, ସରକାରୀ ଉପଖଣ୍ଡ ଚିକିତ୍ସାଳୟ, ଧର୍ମଗଡ଼, ଜୁନାଗଡ ଏବଂ ବିଶ୍ୱନାଥ ପୁର ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର କୁ ସାମିଲ କରି ରୁପାନ୍ତିକରଣ କରାଯାଇଛି।

ଏହି ଚାରିଟି ରୂପାନ୍ତରଣ ଡାକ୍ତରଖାନା ମାନଙ୍କରେ ପଞ୍ଜିକରଣ କେନ୍ଦ୍ର, ଔଷଧ ବିତରଣ କେନ୍ଦ୍ର, ସହାୟତା କେନ୍ଦ୍ର, ରୋଗୀଙ୍କ ଅପେକ୍ଷା ଗୃହ, ଶୌଚାଳୟ , ପାର୍କିଂ ବ୍ୟବସ୍ଥା, ପିଇବା ପାଣି, ମିଶନ ଶକ୍ତି କଫେ, ଏଲ୍ଇଡି ବ୍ୟବସ୍ଥା, କର୍ମଚାରୀ ମାନଙ୍କ ଉପସ୍ଥାପନ ପାଇଁ ବାୟୋମେଟ୍ରିକ୍ ବ୍ୟବସ୍ଥା, ଆଇ ଭି ଆର୍ ପଦ୍ଧତିରେ ରୋଗୀଙ୍କ ମତାମତ ସଂଗ୍ରହ ସହ ଧର୍ମଗଡ଼ ଏମସିଏଚ କୋଠାର ସମ୍ପୂର୍ଣ୍ଣ ଓ ଅନ୍ୟ ବିଭାଗର ମରାମତି ଓ ନୂତନ କୋଠା ର ନିର୍ମାଣ ସହ ରୁପାନ୍ତିକରଣ କରାଯାଇଛି। ରାଜ୍ୟ ସଭା ସାଂସଦ ସୁଜିତ୍ କୁମାର ନିଜ ବକ୍ତବ୍ୟ ରେ ବିଜୁ ସ୍ଵାସ୍ଥ୍ୟ ସ୍ମାର୍ଟ କାର୍ଡ, ମେଡିକାଲ କଲେଜ, କ୍ୟାନ୍ସର ହସପିଟାଲ ଉଲ୍ଲେଖ କରି ଜିଲ୍ଲାବାସୀ ଉନ୍ନତ ମାନର ସ୍ଵାସ୍ଥ୍ୟ ସେବା ର ସୁଯୋଗ ପାଉ ଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇ ଥିଲେ।

ଏହି ଲୋକାର୍ପଣ କାର୍ଯ୍ୟକ୍ରମ ରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂହଦେଓ, ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ, ଅତିରିକ୍ତ ଜିଲ୍ଲାପାଳ ତ୍ରିଲୋଚନ ପାତ୍ର, ଜିଲ୍ଲା ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ମଧୁଛନ୍ଦା ସାହୁ,ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ ସୂଚେତା ପାଣି, ପୌରାଧ୍ୟକ୍ଷ ସଂଯୁକ୍ତା ବେହେରା, ଏ ଡି ପି ଏଚ ଓ ଡ ରଞ୍ଜନ ମିତ୍ର, ଡ ନିହାରେନ୍ଦ୍ର ପଣ୍ଡା, ଡି ଆଇ ପି ଆର୍ ଓ ମନୋଜ ବେହେରା ,ସହରର ବିଶିଷ୍ଟ ବ୍ୟକ୍ତି,ଜନ ପ୍ରତିନିଧି, ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ହଜାର ହଜାର ସଂଖ୍ୟାରେ ଏସ ଏ ଚ ଜି ଓ ମିଶନ ଶକ୍ତି ମା ସଭ୍ୟା, ଆଶା କର୍ମୀ,ଅଙ୍ଗନବାଡ଼ି କର୍ମୀ, ଜନ ସାଧାରଣ ସାମିଲ ହୋଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଖୋର୍ଦ୍ଧା: ଆମ ହସ୍ପିଟାଲ ଯୋଜନାରେ ସାମିଲ ହୋଇଥିବା ଆଠ ଗୋଟି ହସ୍ପିଟାଲର ଜିଲ୍ଲାସ୍ତରୀୟ ସମୀକ୍ଷା

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆମ ହସ୍ପିଟାଲ ଯୋଜନାରେ ସାମିଲ ହୋଇଥିବା ଆଠ ଗୋଟି ହସ୍ପିଟାଲର ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଉକ୍ତ ବୈଠକରେ ଅଧ୍ୟକ୍ଷତା କରିଥିବା ବେଳେ ସିଡ଼ିଏମଓ ଡ଼ା ଆର୍ତ୍ତବନ୍ଧୁ ନାୟକ, ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ଦିଗନ୍ତ ରାଉତରାୟ, ଅତିରିକ୍ତ ଏସପି ସୁରେନ୍ଦ୍ର ନାଥ ମୁର୍ମୁ ଏବଂ ଲାଇନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ l

ନିକଟରେ ଆମ ହସ୍ପିଟାଲ ଯୋଜନାରେ ଖୋର୍ଦ୍ଧା ଜିଲ୍ଲାର ଆଠ ଗୋଟି ନିର୍ବାଚନମଣ୍ଡଳିର ଆଠ ଗୋଟି ମେଡିକାଲ ସାମିଲ ହୋଇଥିବା ବେଳେ 5T ଉପକ୍ରମରେ ଏହାର ରୂପାନ୍ତରଣ କରାଯିବ l ତେଣୁ ଉକ୍ତ ରୂପାନ୍ତରଣ କାର୍ଯ୍ୟକୁ ଖୁବଶୀଘ୍ର ଆରମ୍ଭ କରିବା ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ l ନିର୍ଦିଷ୍ଟ ସମୟସୀମା ମଧ୍ୟରେ ଜିଲ୍ଲାର ସମସ୍ତ ଆଠ ଗୋଟି ମେଡିକାଲକୁ ଆମ ହସ୍ପିଟାଲ ଯୋଜନାରେ ରୂପାନ୍ତରଣ କାର୍ଯ୍ୟ ଶେଷ କରିବାକୁ ଗୁରୁତ୍ୱ ଦେଇଥିଲେ ଜିଲ୍ଲାପାଳ l

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆମ ହସ୍ପିଟାଲ ଯୋଜନା: ତ୍ୱରିତ କାର୍ଯ୍ୟାନ୍ୱୟନ ଉପରେ ରାଜ୍ୟ ସରକାରଙ୍କ ଗୁରୁତ୍ୱ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ୫-ଟି ନୀତି ଅନୁସାରେ ପ୍ରଣିତ ଆମ ହସ୍ପିଟାଲ ଯୋଜନା ଅନ୍ତର୍ଭୁକ୍ତ ହସ୍ପିଟାଲ ଗୁଡିକର ରୂପାନ୍ତରଣ କାର୍ଯ୍ୟ ତ୍ୱରାନ୍ୱିତ କରିବା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଆରୋପ କରିଛନ୍ତି। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ ପ୍ରକଳ୍ପର ପ୍ରଶାସନିକ ଅନୁମୋଦନ କ୍ଷମତା ସଂପୃକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି। ଫଳରେ ଏଥିପାଇଁ ହେଉଥିବା ବିଳମ୍ବ ଏଡାଯାଇ ପାରିବ ଏବଂ କ୍ଷେତ୍ରସ୍ତରୀୟ ଆବଶ୍ୟକତା ଅନୁସାରେ ପ୍ରକଳ୍ପରେ ଛୋଟ ମୋଟ ପରିବର୍ତ୍ତନ କରାଯାଇ ପାରିବ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି।

ପ୍ରକଳ୍ପର ପ୍ରସ୍ତୁତି, ଏହାର ଅନୁମୋଦନ, କାର୍ଯ୍ୟାୟନ ସଂସ୍ଥା ଚୟନ, କ୍ଷେତ୍ରସ୍ତରୀୟ ଅନୁଧ୍ୟାନ, ଅଗ୍ରଗତି ସମୀକ୍ଷା ଏବଂ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଆଦି କ୍ଷମତା ଜିଲ୍ଲାସ୍ତରୀୟ କମିଟିକୁ ପ୍ରଦାନ କରାଯାଇଛି ବୋଲି ବିଭାଗୀୟ ଶାସନ ସଚିବ ଶ୍ରୀମତୀ ଶାଳିନୀ ପଣ୍ଡିତ୍ କହିଛନ୍ତି। ଏ ବିଷୟରେ ଆଜି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରପରୁ କାର୍ଯ୍ୟାଳୟ ବିଜ୍ଞାପନ ସଂଖ୍ୟା – ୬୩୪୦ ରେ ସବିଶେଷ ଆଦେଶନାମା ଓଡ଼ିଶା ଗ୍ୟାଜେଟରେ ପ୍ରକାଶ ହେବାସହ ଜିଲ୍ଲାପାଳମାନଙ୍କୁ ଜଣାଇ ଦିଆଯାଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

‘ଆମ ହସ୍ପିଟାଲ’ ଯୋଜନାରେ ସାମିଲ ହେଲା ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର

ସୀତାରାମ ଅଗ୍ରୱାଲ

ବାଣପୁର: ସ୍ବାସ୍ଥ୍ୟ ବିଭାଗ ଫୋକସରେ ରହିଛି ‘ଆମ ହସ୍ପିଟାଲ’ ଯୋଜନା। ଏହି ଯୋଜନା ଅଧୀନରେ ରାଜ୍ୟର ୧୪୭ଟି ହସ୍ପିଟାଲର ରୂପାନ୍ତରୀକରଣ କାର୍ଯ୍ୟ କରାଯିବ। ଏଥିପାଇଁ ରାଜ୍ୟ ସରକାର ୭୫୦ କୋଟି ଟଙ୍କାର ବ୍ୟୟ ଅଟକଳ କରିଛନ୍ତି। ଏଥି ସହିତ ଅଭାବ ଡାକ୍ତର ପଦବୀ ପୂରଣ ଲାଗି ପ୍ରକ୍ରିୟା ଜାରି ରହିଛି।

ଏହି ପରିପ୍ରେକ୍ଷୀରେ ରାଜ୍ୟର ୧୪୭ ଗୋଟି ନିର୍ବାଚନମଣ୍ଡଳୀର ଗୋଟିଏ ଲେଖାଏଁ ମେଡିକାଲକୁ ଆମ ହସ୍ପିଟାଲ ଯୋଜନାରେ ରୁପାନ୍ତରିକରଣ କରାଯିବ। ଆଜି ସରକାରଙ୍କ ପକ୍ଷରୁ ୧୪୭ ଗୋଟି ହସ୍ପିଟାଲ ସୂଚୀ ପ୍ରକାଶ ପାଇଥବା ବେଳେ ଚିଲିକା ନିର୍ବାଚନମଣ୍ଡଳୀର ବାଣପୁର ମେଡିକାଲ ‘ଆମ ହସ୍ପିଟାଲ ଯୋଜନା’ ରେ ସାମିଲ ହୋଇଛି।

ତେବେ ବାଣପୁର ବ୍ରିଟିଶ ଅମଳର ହସ୍ପିଟାଲ ହୋଇଥିବାବେଳେ ଏହା ଏକାଧିକ ସମସ୍ୟା ଦେଇ ଗତି କରୁଛି। ‘ଆମ ହସ୍ପିଟାଲ’ ଯୋଜନାରେ ସାମିଲ ହେବା ପରେ ଏହାର ରୂପରେଖ ବଦଳିବା ସହ ଏଠାରେ ସମସ୍ତ ଅତ୍ୟାଧୁନିକ ସୁବିଧା ଉପଲବ୍ଧ ହେବ ବୋଲି ବାଣପୁରବାସୀ ଆଶା ରଖିଛନ୍ତି। ତେବେ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ‘ଆମ ହସ୍ପିଟାଲ ଯୋଜନା’ ରେ ରୁପାନ୍ତର ପାଇଁ ସ୍ଥାନ ପାଇଥିବାରୁ ଅଂଚଳବାସୀ ମୁଖ୍ୟମନ୍ତ୍ରୀ, ୫-ଟି ସଚିବ, ଖୋର୍ଦ୍ଧା ଜିଲ୍ଲାପାଳ ଏବଂ ସିଡ଼ିଏମଓ ଙ୍କୁ ଧନ୍ୟବାଦ ଜଣାଇଛନ୍ତି।