Categories
ଆଜିର ଖବର ରାଜ୍ୟ ଖବର

ବରିଷ୍ଠ ସାମ୍ବାଦିକ ସୁଶାନ୍ତ ମହାନ୍ତି ହେଲେ ଆରଟିଆଇ କମିଶନର

ଭୁବନେଶ୍ବର: ଆଜି ରାଜ୍ୟ ସରକାର ବରିଷ୍ଠ ସାମ୍ବାଦିକ ସୁଶାନ୍ତ ମହାନ୍ତିଙ୍କୁ ରାଜ୍ୟ ସୂଚନା କମିଶନର ଭାବେ ନିଯୁକ୍ତି ଦେଇଛନ୍ତି। ଏ ନେଇ ଆଜି ସୂଚନା ଓ ଲୋକ ସଂପର୍କ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସେ ଯେତେବେଳେ ଏହି ପଦବୀରେ ଯୋଗଦେବେ ସେହିଦିନଠାରୁ ତାଙ୍କର ନିଯୁକ୍ତିକୁ ଗ୍ରହଣ କରାଯିବ।

ସୁଶାନ୍ତି ମହାନ୍ତି ଓଡିଶାର ପ୍ରତିଷ୍ଠିତ ଖବର କାଗଜ ‘ସମାଜ’ ର କାର୍ଯ୍ୟକାରୀ ସଂପାଦକ ଭାବେ କାର୍ଯ୍ୟ କରି ଅବସର ନେଇଛନ୍ତି। ସେ ସମାଜ ରେ ବହୁ ବର୍ଷ ଧରି କାର୍ଯ୍ୟ କରିଛନ୍ତି। ଖେଳ ସାମ୍ବାଦିକରୁ ନିଜର କ୍ୟାରିୟର ଆରମ୍ଭ କରି ଶେଷରେ ଏହି ପ୍ରତିଷ୍ଠିତ ସଂସ୍ଥାର ମୁଖ୍ୟ ଭାବେ ଅବସ୍ଥାପିତ ହୋଇପାରିଥିଲେ।