Categories
ଆଞ୍ଚଳିକ

ଚିଲିକାରେ ପୋଲିସ ଓ ଆରଟିଓ ପକ୍ଷରୁ ମିଳିତ ଯାଞ୍ଚ, ୩୨ ଡ଼ିଏଲ ବାତିଲ

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ବାଣପୁର-ବାଲୁଗାଁ ଅଞ୍ଚଳରେ ଆରଟିଓ ଏବଂ ପୋଲିସର ଚଢ଼ାଉ ଜାରି ରହିଛି। ଶନିବାର ପୂର୍ବାହ୍ନରେ ଆରଟିଓ ଏବଂ ବାଣପୁର-ବାଲୁଗାଁ ପୋଲିସ ମିଳିତ ଭାବେ ବାଇପାସ ଠାରେ ଦୀର୍ଘ ସମୟ ଧରି ବିଭିନ୍ନ ଯାନବାହାନ ଯାଞ୍ଚ କରିଥିଲେ। ହେଲମେଟ, ଗାଡ଼ି ଚଳାଇବା ସମୟରେ ମୋବାଇଲ ଫୋନ ବ୍ୟବହାର, ସିଟ ବେଲ୍ଟ, ମାଲ ବୁହା ଗାଡ଼ିରେ ଯାତ୍ରୀ ନେବା, ଟ୍ରିପଲ ରାଇଡିଙ୍ଗ ଆଦି ଯାଞ୍ଚ କରାଯାଇଥିଲା।

ଉକ୍ତ ଚଢ଼ାଉରେ ଭୁବନେଶ୍ୱର ଆରଟିଓ -୧ ର କନିଷ୍ଠ ମୋଟରଜାନ ନିରୀକ୍ଷିକା ପଦ୍ମଜା ମହାନ୍ତି, ଟ୍ରାଫିକ ଇନ୍ସପେକ୍ଟର ରଞ୍ଜନ କୁମାର ଦୋରା, ବାଣପୁର ଥାନା ଏଏସଆଇ ପ୍ରଶାନ୍ତ ବେହେରା, ବାଲୁଗାଁ ଥାନା ଏସଆଇ ଶ୍ରୀନିବାସ ସାମନ୍ତ ଏବଂ ଅନ୍ୟ ଆରଟିଓ ଓ ପୋଲିସ କର୍ମଚାରୀ ମାନେ ସାମିଲ ଥିଲେ। ତେବେ ଟ୍ରାଫିକ ନିୟମ ଖିଲାପ ବାବଦକୁ ଆଜି ୮୯ ଗୋଟି ଇ ଚାଲାଣ କଟାଯାଇଥିବା ବେଳେ ୩୨ ଗୋଟି ଡ଼ିଏଲ ବାତିଲ ହୋଇଥିବା ର ସୂଚନା ଦେଇଛନ୍ତି ସୁଶ୍ରୀ ମହାନ୍ତି।

Categories
ଆଞ୍ଚଳିକ

ବାଣପୁରରେ ପୋଲିସ ଓ ଆରଟିଓ ର ମିଳିତ ଚଢ଼ାଉ, ୯ ଡ଼ିଏଲ ବାତିଲ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର-ବାଲୁଗାଁ ଅଞ୍ଚଳରେ ବେପରୁଆ ଗାଡ଼ିଚାଳନା ବୃଦ୍ଧି ହେଉଥିବାର ବାରମ୍ବାର ଅଭିଯୋଗ ହୋଇଆସୁଛି। ଯାହାଫଳରେ ଏକାଧିକ ସଡ଼କ ଦୁର୍ଘଟଣା ମଧ୍ୟ ଘଟୁଛି। ଯେଉଁଥିରେ ନିରୀହ ଲୋକଙ୍କ ଜୀବନ ଯାଉଛି। ମଦ୍ୟପାନ କରି ଗାଡ଼ି ଚଳାଇବା ହେଉ କିମ୍ବା ଲାଇସେନ୍ସ ନଥିବା ଅନଭିଜ୍ଞ ଗାଡ଼ିଚାଳକଙ୍କ ଲାଗି ଦୁର୍ଘଟଣା ଘଟୁଥିବା ବେଳେ ପୋଲିସ ତଥା ଆରଟିଓ ପକ୍ଷରୁ କୌଣସି ଚଢ଼ାଉ ହେଉନଥିବାର ଅଭିଯୋଗ ହୋଇଆସୁଥିଲା। ଏପରିକି ପୁର୍ବରୁ ବିଭିନ୍ନ ଗଣମାଧ୍ୟମରେ ମଧ୍ୟ ଏ ନେଇ ଖବର ପ୍ରସାରଣ ହେବା ସହ ବିଭାଗୀୟ ଅଧିକାରୀଙ୍କ ଏ ବାବଦରେ ଦୃଷ୍ଟି ଆକର୍ଷଣ କରାଯାଇଥିଲା।

ତେବେ ଏହାକୁ ଆରଟିଓ ଗୁରୁତର ସହ ନେଇଛି। ଆଜି ବାଣପୁରର ଏକାଧିକ ସ୍ଥାନରେ ଆରଟିଓ ଏବଂ ପୋଲିସର ମିଳିତ ଚେକିଂ ଅନୁଷ୍ଠିତ ହୋଇଥିଲା। ବାଣପୁର ଆଇଆଇସି ରଶ୍ମିରଞ୍ଜନ ସାହୁ ଏବଂ ଖୋର୍ଦ୍ଧା ମୋଟରଯାନ ନିରୀକ୍ଷକ ଅମିତ ରଣାଙ୍କ ନେତୃତ୍ୱରେ ଉକ୍ତ ଯାଞ୍ଚ ଅଭିଯାନ ଅନୁଷ୍ଠିତ ହୋଇଥିଲା। ବହୁ ଗାଡ଼ି ଚାଳକଙ୍କ କାଗଜପତ୍ର, ଲାଇସେନ୍ସ, ହେଲମେଟ, ପିୟୁସି ଆଦି ଯାଞ୍ଚ କରାଯାଇଥିଲା।

ଉକ୍ତ ଅଭିଯାନ ଅନ୍ତର୍ଗତ ୯ ଜଣ ବାଇକ ଚାଳକଙ୍କ ଡ୍ରାଇଭିଙ୍ଗ ଲାଇସେନ୍ସ ବାତିଲ କରାଯାଇଥିବା ବେଳେ ୩୫ ଜଣଙ୍କ ଚାଲାଣ କରାଯାଇଥିବାର ସୂଚନା ଦେଇଛନ୍ତି ମୋଟରଯାନ ନିରୀକ୍ଷକ ଶ୍ରୀ ରଣା। ତେବେ ଆଗକୁ ମଧ୍ୟ ଏପରି ଚଢ଼ାଉ ଜାରି ରହିବ ବୋଲି ଉଭୟ ପୋଲିସ ଓ ଆରଟିଓ କହିଛନ୍ତି।

Categories
ଆଞ୍ଚଳିକ

ବଡକୁଳ ପାନ୍ଥନିବାସରେ ଆରଟିଓ ପକ୍ଷରୁ ‘ରକ୍ଷକ’ କାର୍ଯ୍ୟକ୍ରମ ଅନୁଷ୍ଠିତ

ସୀତାରାମ ଅଗ୍ରୱାଲ

ଚିଲିକା: ଗତକାଲି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ବଡ଼କୂଳ ପାନ୍ଥନିବାସ ପରିସର ମଧ୍ୟରେ ଭୁବନେଶ୍ୱର-୧ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ‘ରକ୍ଷକ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ କାର୍ଯ୍ୟକ୍ରମରେ ଭୁବନେଶ୍ଵର ଆଞ୍ଚଳିକ ପରିବହନ ଅଧିକାରୀ ପ୍ରଦୀପ କୁମାର ମହାନ୍ତି, ଦିଲ୍ଲୀରୁ ଆସିଥିବା ପ୍ରଶିକ୍ଷକ ପ୍ରଦୀପ କୁମାର ଭଟ୍ଟାଚାର୍ଯ୍ୟ, ଓଡ୍ରାଫ ଯବାନ ରଜନୀକାନ୍ତ ମିଶ୍ର, ପିବିବି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ,ଆଙ୍କୁଲାଚଟି ର ଯୁବ ରେଡକ୍ରସ କାଉନସିଲର ଅଧ୍ୟାପକ ରବି ଶଙ୍କର ହୋତା,ଦୁର୍ଗା ଚରଣ ଚିଲିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଟାଙ୍ଗୀର ଯୁବ ରେଡକ୍ରସ କାଉନସିଲର ଅଧ୍ୟାପକ ରଞ୍ଜନ କୁମାର ମହାପାତ୍ର ଏବଂ ଭୁବନେଶ୍ୱର-୧ ଆରଟିଓ ର କନିଷ୍ଠ ମୋଟର ଯାନ ନିରୀକ୍ଷୀକା ପଦ୍ମଜା ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ।

ଏହି ଅବସରରେ ଜାତୀୟ ରାଜପଥରେ ଦୁର୍ଘଟଣାଗ୍ରସ୍ତ ଆହତ ବ୍ୟକ୍ତିଙ୍କୁ କିପରି ଆଶୁ ପ୍ରାଥମିକ ଚିକିତ୍ସା ଯୋଗାଇବା ସହ ନିକଟସ୍ଥ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇବା ବ୍ୟବସ୍ଥା କରାଯିବ ତାହା ଉପରେ ପ୍ରଥମ ଜୀବନ ରକ୍ଷାକାରି ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ଉକ୍ତ ଶିବିରରେ ଆଈଏନ୍ଏସ୍ ଚିଲିକା ନିକଟସ୍ଥ ୧୬ ନମ୍ବର ଜାତୀୟ ରାଜପଥର ଉଭୟ ପାର୍ଶ୍ଵ ରେ ଥିବା ପାଖାପାଖି ୩୦ ଜଣ ବ୍ୟବସାୟୀ ପ୍ରଥମ ଜୀବନ ରକ୍ଷାକାରି ଭାବେ ତାଲିମ ନେଇଥିଲେ।

ସୂଚନା ଥାଉକି ଗତ ୧୦ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଡକ ସୁରକ୍ଷା ପାଇଁ ଉକ୍ତ ଅଭିନବ ତାଲିମ କାର୍ଯ୍ୟକ୍ରମ ‘ରକ୍ଷକ’ର ଶୁଭାରମ୍ଭ କରିଥିଲେ। ଏହି ପରିପ୍ରେକ୍ଷୀରେ ରାଜ୍ୟ ପରିବହନ ବିଭାଗ ଦ୍ବାରା ଆୟୋଜିତ ଏହି ତାଲିମ କାର୍ଯ୍ୟକ୍ରମରେ ୩୦ ହଜାର ପ୍ରଥମ ଜୀବନ ରକ୍ଷାକାରୀ ତାଲିମ ପାଇବେ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ଏବେ ଆରଟିଓରେ ଚକ୍କର ଲଗାଇବାକୁ ପଡିବନି, ଏହି ସଂସ୍ଥାଗୁଡିକ ମଧ୍ୟ ଜାରି କରି ପାରିବେ ଡ୍ରାଇଭିଂ ଲାଇସେନ୍ସ

ନୂଆଦିଲ୍ଲୀ: କେନ୍ଦ୍ର ସରକାର କିଛି ସମୟ ପାଇଁ ଡ୍ରାଇଭିଂ ଲାଇସେନ୍ସ ତିଆରି ପ୍ରକ୍ରିୟାକୁ ସରଳ କରିଛନ୍ତି। ଏଥି ସହିତ ବର୍ତ୍ତମାନ ସରକାର ଏହି ଦିଗରେ ଆଉ ଏକ ବଡ ପଦକ୍ଷେପ ନେଇଛନ୍ତି। ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ ପାଇଁ ନିୟମ ପରିବର୍ତ୍ତନ କରିଛି। ସରକାରଙ୍କ ନୂତନ ନିୟମ ଅନୁଯାୟୀ, ଯାନ ଉତ୍ପାଦନକାରୀ ସଂଘ, ଏନଜିଓ ଏବଂ ବେସରକାରୀ କମ୍ପାନୀମାନଙ୍କୁ ତାଲିମ କେନ୍ଦ୍ର ଚଳାଇବାକୁ ଅନୁମତି ଦିଆଯିବ। ତାଲିମ ପରେ, ଏହି ସମସ୍ତ ସଂସ୍ଥା ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ କରିବାରେ ସକ୍ଷମ ହେବେ।

ଡ୍ରାଇଭିଂ ଟ୍ରେନିଂ ସେଣ୍ଟର ମାନ୍ୟତା ପାଇଁ ଏହି ସଂସ୍ଥା ଆବେଦନ କରିପାରିବେ:

କେନ୍ଦ୍ର ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ବୁଧବାର ଏଥିପାଇଁ ନିର୍ଦ୍ଦେଶନାମା ଜାରି କରିଛି। ଯାହା ଅନୁଯାୟୀ ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ ପାଇଁ ନୂତନ ସୁବିଧା ସହିତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆରଟିଓ) ଦ୍ୱାରା ଡ୍ରାଇଭିଂ ଲାଇସେନ୍ସ ମଧ୍ୟ ପ୍ରଦାନ କରାଯିବ। ମନ୍ତ୍ରଣାଳୟର ଏକ ବିବୃତ୍ତିରେ କୁହାଯାଇଛି ଯେ, ଫାର୍ମ, ଏନଜିଓ, ବେସରକାରୀ କମ୍ପାନୀ, ଅଟୋମୋବାଇଲ୍ ଆସୋସିଏସନ୍, ଯାନ ଉତ୍ପାଦନକାରୀ ସଙ୍ଗଠନ, ସ୍ୱୟଂଶାସିତ ସଂସ୍ଥା, ବେସରକାରୀ ଯାନ ନିର୍ମାତା ଭଳି ବୈଧ ସଂସ୍ଥାଗୁଡିକ ଡ୍ରାଇଭିଂ ଟ୍ରେନିଂ ସେଣ୍ଟର ମାନ୍ୟତା ପାଇଁ ଆବେଦନ କରିପାରିବେ।

ଏହା ଆବଶ୍ୟକ ହେବ:

କେନ୍ଦ୍ରୀୟ ମୋଟର ଯାନ (ସିଏମଭି) ନିୟମ, ୧୯୮୯ ଅନୁଯାୟୀ ଧାର୍ଯ୍ୟ ହୋଇଥିବା ଜମିରେ ଏହି ବୈଧ ସଂସ୍ଥାଗୁଡ଼ିକର ଆବଶ୍ୟକୀୟ ସୁବିଧା ରହିବା ଆବଶ୍ୟକ। କେବଳ ଏତିକି ନୁହେଁ, ଯଦି କେହି ରାଜ୍ୟ କିମ୍ବା କେନ୍ଦ୍ର ଶାସିତ ଅଞ୍ଚଳରେ ଏହା ପାଇଁ ଆବେଦନ କରନ୍ତି, ତେବେ ଏହାକୁ ପରିଚାଳନା ପାଇଁ ତାଙ୍କୁ ଆର୍ଥିକ ସାମର୍ଥ୍ୟ ଦେଖାଇବାକୁ ପଡ଼ିବ।

ବାର୍ଷିକ ରିପୋର୍ଟ ଦାଖଲ ହେବ:

କେନ୍ଦ୍ର ସରକାରଙ୍କ ନୂତନ ନିୟମ ଅନୁଯାୟୀ, ଏହିପରି ଡ୍ରାଇଭର ତାଲିମ କେନ୍ଦ୍ର ମାନ୍ୟତା ପାଇବା ବ୍ୟତୀତ ରାଜ୍ୟ ସରକାରଙ୍କୁ ସୂଚନା ବିସ୍ତାର କରିବାକୁ ପଡିବ। ସରକାରଙ୍କ ଅନୁଯାୟୀ, ଡ୍ରାଇଭର ତାଲିମ କେନ୍ଦ୍ର ଖୋଲିବାର ପ୍ରକ୍ରିୟା ଆବେଦନ କରିବାର ୬୦ ଦିନ ମଧ୍ୟରେ ଶେଷ କରିବାକୁ ପଡିବ। ଏହି ତାଲିମ କେନ୍ଦ୍ରଗୁଡ଼ିକୁ ମଧ୍ୟ ବାର୍ଷିକ ରିପୋର୍ଟ ଦାଖଲ କରିବାକୁ ପଡିବ। ଯାହା ଆରଟିଓ କିମ୍ବା ଡିଟିଓ ରେ ଜମା ହୋଇପାରିବ।

Categories
ଆଜିର ଖବର ରାଜ୍ୟ ଖବର

ଦଶହରାରେ ଖୋଲା ରହିବ ଆରଟିଓ

ଭୁବନେଶ୍ବର : ଗାଡି ରେଜିଷ୍ଟ୍ରେସନ ପାଇଁ ଦଶହରାରେ ଖୋଲା ରହିବ ଆରଟିଓ ଅଫିସ୍‌ । 24 ଏବଂ 26 ତାରିଖ ଦିନ ସମସ୍ତ ଆରଟିଓ ଅଫିସ୍‌ ଖୋଲା ରହିବ ନେଇ ସୂଚନା ରହିଛି । ଉଭୟ ଦିନ ଅପରାହ୍ନ 3ଟାରୁ 5ଟା ପର୍ଯ୍ୟନ୍ତ 2ଘଣ୍ଟା ପାଇଁ ଆରଟିଓ ଅଫିସ୍‌ ଖୋଲା ରହିବ । ଆରଟିଓ ଅଫିସ୍‌ ଦଶହରାରେ ଖୋଲା ରହିବ ନେଇ ଏସ୍‌ଟିଏ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି ।