Categories
ଆଜିର ଖବର ରାଜ୍ୟ ଖବର

ସର୍ବଦଳୀୟ ବୈଠକରେ “ବଜେଟ ୨୦୨୪, ଓଡିଶା ସ୍ୱାର୍ଥରେ କେତେ?” ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ

ଭୁବନେଶ୍ୱର: ଓଡିଶା ପ୍ରାକୃତିକ ସମ୍ପଦରେ ଭରପୁର ଏକ ଗରିବ ରାଜ୍ୟ। ସୁଦୀର୍ଘ ବେଳାଭୂମି, ପ୍ରଚୁର ଖଣିଜ ଓ ଜଙ୍ଗଲ ସମ୍ପଦରେ ପରିପୂର୍ଣ୍ଣ ଆଦିବାସୀ ବହୁଳ ରାଜ୍ୟ। ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ଅନ୍ୟ ରାଜ୍ୟ ତୁଳନାରେ ଓଡିଶା ବିକାଶ କ୍ଷେତ୍ରରେ ଅନେକ ପଛୁଆ। ଏଥିପାଇଁ କିଏ ଦାୟୀ?

ଦେଶର ଅର୍ଥନୈତିକ ବିକାଶ କ୍ଷେତ୍ରରେ ଓଡିଶାର ଅବଦାନ ତୁଳନାରେ ବଜେଟରେ ତାର ପ୍ରାପ୍ୟ କେତେ ପ୍ରାପ୍ତି କରିଛି ତାହା ଆଜିର ଦିନରେ ନିଶ୍ଚିତ ଭାବରେ ଆଲୋଚନାର ବିଷୟ।  ସମସ୍ତେ କେବଳ ଜଣେ ଆଉ ଜଣକୁ କାଦୁଅ ଫିଙ୍ଗିବାରେ ବ୍ୟସ୍ତ।

୨୦୨୪-୨୫ ଅର୍ଥିକ ବର୍ଷ ପାଇଁ କେନ୍ଦ୍ର ଓ ରାଜ୍ୟ ବଜେଟ ଉପସ୍ଥାପିତ ହୋଇଛି। କେନ୍ଦ୍ରର ସରକାର ଗଠନରେ ଓଡିଶା ୨୧ ରୁ ୨୦ ସାଂସଦଙ୍କ ଯୋଗଦାନ ସହ କେନ୍ଦ୍ରରେ ବିଜେପି ସରକାର ଗଠନର ପ୍ରମୁଖ ସହଯୋଗ କରିଛି ଆମ ରାଜ୍ୟ। ରାଜ୍ୟରେ ମଧ୍ୟ ବିଜେପି ସରକାର ଗଠନ କରିଛି। ଏ ପରିସ୍ଥିତିରେ ଓଡିଶା ତାର ନ୍ୟାର୍ଯ୍ୟ ପ୍ରାପ୍ତ କେତେ ପାଇଛି ଏବଂ ରାଜ୍ୟ ବଜେଟ କେତେ ଲୋକଙ୍କୁ ଓ ରାଜ୍ୟବାସୀଙ୍କ ବିକାଶରେ ସହାୟକ ହେବ ସେ ସଂକ୍ରାନ୍ତରେ ଓଡିଶାର ସମସ୍ତ ରାଜନୈତିକ ଦଳ, ଗଣ ସଂଗଠନ, ବୁଦ୍ଧିଜୀବୀ, ଅର୍ଥନୀତି ବିଶେଷଜ୍ଞ, ରାଜ୍ୟର ପୂର୍ବତନ ଅର୍ଥମନ୍ତ୍ରୀମାନଙ୍କୁ ନେଇ ଦାୟିତ୍ୱବାନ ସାମାଜିକ ଅନୁଷ୍ଠାନ ଭାବେ “ଆମ ଜନତା ଅଧିକାର ସଂଗଠନ” ଆଜି କେଶରୀ ହୋଟେଲ ଠାରେ “ବଜେଟ ୨୦୨୪, ଓଡିଶା ସ୍ୱାର୍ଥରେ କେତେ?” ଶୀର୍ଷକ ଆଲୋଚନା ପାଇଁ ସର୍ବଦଳୀୟ ବୈଠକ ଡାକିଥିଲା।

ନିର୍ବାଚନ ଆୟୋଗଙ୍କ ପୂର୍ବତନ ପରାମର୍ଶଦାତା ଡଃ ଭଗବାନ ପ୍ରକାଶ ବୈଠକକୁ ଉଦଘାଟନ ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ ପୌରହିତ୍ୟ କରିଥିଲେ। ଆମ ଜନତା ଅଧିକାର ସଂଗଠନର ଆବାହକ ମନୋଜ ଜେନା ଓ ସହ-ଆବାହକ ବାସୁଦେବ ଭଟ୍ଟ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ସାଧାରଣ ସମ୍ପାଦକ ଲଲାଟେନ୍ଦୁ ଶତପଥୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।

ଗଣମାଧ୍ୟମ ସଂଯୋଜକ ପ୍ରସନ୍ନ ବିଷୋୟୀ ଧନ୍ୟବାଦ ଅର୍ପଣ କରିଥିଲେ। ବୈଠକରେ ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡେଇ ଯୋଗଦେଇ ଯେହେତୁ ଓଡିଶା ଅଧିକ ଏମପି ଦେଇଛି, ତେଣୁ ରାଜନୀତିରୁ ଉର୍ଦ୍ଧ୍ଵରେ ରହି କେନ୍ଦ୍ର ସରକାର ରାଜ୍ୟର ବିକାଶ ପାଇଁ ସ୍ୱତନ୍ତ୍ର ସହାୟତା ସହିତ ପ୍ରାଇଭେଟ, ପବ୍ଲିକ, ସରକାରୀ ଓ ବୈଦେଶିକ ପୁଞ୍ଜି ନିବେଶ ଅଧିକରୁ ଅଧିକ ଓଡିଶା ପାଇଁ ବ୍ୟବସ୍ଥା କରି ଅର୍ଥନୈତିକ ବିକାଶ ବ୍ୟବସ୍ଥା କରିବାକୁ କହିଥିଲେ।

ସ୍ୱତନ୍ତ୍ର ସାହାଯ୍ୟ ପାଇଁ ମୁଖ୍ୟମନ୍ତ୍ରୀ ନୂଆ ପ୍ରସ୍ତାବ ଦେଇଥିଲେ ଓଡିଶା ବିହାର ଓ ଆନ୍ଧ୍ର ପରି ଆର୍ଥିକ ସାହାଯ୍ୟ ପାଇପାରିଥନ୍ତା। ପୂର୍ବତନ ଅର୍ଥମନ୍ତ୍ରୀ ଶଶୀଭୁଷଣ ବେହେରା ଧାନର ବର୍ଦ୍ଧିତ ଏମ ଏସ ପି ୮୦୦ ଟଙ୍କା କେବଳ ରାଜ୍ୟ ନଦେଇ ଡବଲ ଇଂଜିନ ସରକାର ପାଇଁ ରାଜ୍ୟ ସହିତ କେନ୍ଦ୍ର ବ୍ୟବସ୍ଥା କରିବାକୁ ରାଜ୍ୟ ସରକାର ଦାବୀ କରିବାକୁ କହିଥିଲେ। ୩୧୦୦ ଟଙ୍କା ଦେବା ପାଇଁ କହିବା ଠିକ ନୁହେଁ। ସେହିପରି ୩୫୦୦ ଟଙ୍କା ଭତ୍ତା କହିବା ମଧ୍ୟ ସବୁ ଭତ୍ତା ପାଉଥିବା ବୟସ୍କ ମାନଙ୍କୁ ଧୋକ୍କା।

ପୂର୍ଵତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ ପୂର୍ବରୁ କେବିକେ ଭଳି ଆର୍ଥିକ ପଛୁଆ ଅଂଚଳ ବିକାଶ ପାଣ୍ଠି ପ୍ରଦାନ ଭଳି ଓଡିଶାକୁ ସହାୟତା ପ୍ରଦାନ ସହିତ ବିକାଶର ମୂଳ ଉତ୍ସ ଶିକ୍ଷାକୁ ଦିଲ୍ଲୀ ଭଳି ପ୍ରାଥମିକତା ଦେଇ ସମଗ୍ର ଦେଶର ଶିକ୍ଷା ବ୍ୟବସ୍ଥାକୁ ସୁଧାର ପାଇଁ କହିଥିଲେ।

ବିଜେଡି ବିଧାୟକ ତଥା ବିଜୁ ଜନତା ଦଳ ପ୍ରତିନିଧି ଡଃ ଅରୁଣ ସାହୁ ବଜେଟ ବିଷୟରେ ସମସ୍ତେ ଜାଣିବାକୁ ସଚେତନତା ଆଣିବା ଦରକାର। ସମସ୍ତେ ଜାଣିଲେ ସରକାର ଓ ପ୍ରଶାସନକୁ ସେମାନେ ପ୍ରଶ୍ନ ପଚାରିବେ ଓ ଉତ୍ତରଦାୟୀ ହେବାକୁ ବାଧ୍ୟ କରିବେ। ଆମ ଜନତା ଅଧିକାରକୁ ଧନ୍ୟବାଦ ଦେବା ସହ ବଜେଟର ବହୁଦିଗକୁ ନେଇ ଚର୍ଚ୍ଚା କରିଥିଲେ।

କଂଗ୍ରେସ ମୁଖପାତ୍ର ମନୀଷା ଦାସ ପଟ୍ଟନାୟକ ପାଞ୍ଚଟଙ୍କା ଆହାର ବନାମ ପାଞ୍ଚ ହଜାର କୋଟିର ବାହାଘର ଏବଂ କୋଟିପତି ବନାମ କୁଟୀର ପତିର ବ୍ୟବସ୍ଥାରେ ପରିବର୍ତ୍ତନ ସହ ଜାତୀୟ ସ୍ତରରେ ଆଲୋଚନା ଜରୁରୀ କହିଥିଲେ।

ଆମ ଆଦମୀ ପାର୍ଟିର ରଙ୍ଗା ଚରଣ ପ୍ରଧାନ କର୍ପୋରେଟ ପ୍ରୀତି ଛାଡି ସାଧାରଣ ଲୋକଙ୍କୁ ନ୍ୟାୟ ଦେବା ପାଇଁ କେନ୍ଦ୍ରର ନୀତିକୁ ବିରୋଧ ସହିତ ଖୋଲା ବଜାରରୁ ରାଜ୍ୟ ସରକାରଙ୍କ ୪୨୦୦୦ କୋଟି ଋଣକୁ ମଧ୍ୟ ଭୁଲ ପଦକ୍ଷେପ କହିଥିଲେ।

ସିପିଆଇର ଜୟନ୍ତ ଦାସ କେନ୍ଦ୍ରରେ କର୍ପୋରେଟ ଓ କୁର୍ସି ବଞ୍ଚାଅ ବଜେଟକୁ ବିରୋଧ ସହ ରାଜ୍ୟରେ ଚିଟ ଫଣ୍ଡ କ୍ଷତିଗ୍ରସ୍ତଙ୍କ ପାଇଁ ବଜେଟରେ କିଛି ବ୍ୟବସ୍ଥା ନଥିବାରୁ ଘୋର ଉଦବେଗ ପ୍ରକାଶ କରିଥିଲେ। ସମାଜବାଦୀ ପାର୍ଟିର ରାଜ୍ୟ ସମ୍ପାଦକ ପ୍ରତାପ ବାରିକ ସରକାରୀ ସ୍କୁଲ ଓ ମେଡିକାଲକୁ ଯେଉଁଦିନ ଅଫିସରଙ୍କ ପିଲା ପାଠ ପଢିବାକୁ ଓ ଚିକିତ୍ସା ପାଇଁ ଯିବେ ସେତେବେଳେ ବଜେଟକୁ ଆମେ ପ୍ରଶଂସା କରିପାରିବା ବୋଲି କହିଥିଲେ।

ଅର୍ଥନୀତି ବିଶାରଦ ତ୍ରିନାଥ ଲେଙ୍କା ଶିକ୍ଷା ପାଇଁ ଋଣରେ ସହାୟତା ଠିକ ପଦକ୍ଷେପ। କେନ୍ଦ୍ର ସରକାର ଘୋଷଣା କରିଥିବା ପର୍ଯ୍ୟଟନ ବିକାଶ ପାଇଁ ତୁରନ୍ତ ଅର୍ଥ ପ୍ରଦାନ ସହିତ ପରିବେଷ ଉପଯୋଗୀ କୃଷି ପାଇଁ ପ୍ରୋତ୍ସାହନକୁ ଗୁରୁତ୍ୱ ଦେବାକୁ କହିଥିଲେ।

ବରିଷ୍ଠ ସାମ୍ବାଦିକ ରବି ଦାସ ଅର୍ଥନୈତିକ ସର୍ଭେ ରିପୋର୍ଟ ହେଉଛି ଦର୍ପଣ ସଦୃଶ ତାକୁ ପଢି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର କାର୍ଯ୍ୟକାରୀ କରିବା ଉଚିତ। ଭ୍ୟାଲୁ ଆଡେଡ଼ ଇଣ୍ଡଷ୍ଟ୍ରି ହେଲେ ଶତ ପ୍ରତିଶତ ବିକାଶ ହେବ।

ଶିକ୍ଷା ବିଶେଷଜ୍ଞ ଅନିଲ ପ୍ରଧାନ ନୂତନ ଶିକ୍ଷା ନୀତିକୁ ଲାଗୁ କରିବା ପାଇଁ ଅଧିକ ବ୍ୟୟ ବରାଦ ପାଇଁ କହିଥିଲେ।

ମହାନଦୀ ବଞ୍ଚାଅ ଆନ୍ଦୋଳନ ଆବାହକ ସୁଦର୍ଶନ ଦାସ ବିଜେପି କୁ ୨୦ ଜଣ ସର୍ବାଧିକ ଏମପି ଦେଇଥିବା ବେଳେ କେନ୍ଦ୍ର ବଜେଟରେ ଓଡିଶାକୁ ଉପେକ୍ଷା ହୋଇଛି। ପୋଲାଭରମ ପାଇଁ ରାଜନୀତି ଛାଡି ଆମକୁ ମିଳିତ ଲଢେଇ କରିବା ପାଇଁ କହିଥିଲେ।

ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁ ପୂର୍ବରୁ ରାଜନୈତିକ ସୁଯୋଗକୁ ଓଡିଶା ହାତଛଡା କରିଛି ଏବେ ସମସ୍ତେ ଏକ ହୋଇ ଲଢେଇ କରିବା ଦରକାର ବୋଲି କହିଥିଲେ।

ଏନସିପିର ରାଜ୍ୟ ସଭାପତି ବିକ୍ରମ ସ୍ୱାଇଁ କେନ୍ଦ୍ର ସରକାର ରାଜନୀତି ନକରି ୨୦ ଏମପିଙ୍କ ଯୋଗଦାନ ପାଇଁ ବଜେଟରେ ଓଡିଶାକୁ ଗୁରୁତ୍ୱ ଦେବାର ଥିଲା ବୋଲି କହିଥିଲେ।

ବିଦ୍ୟୁତ ଉପଭୋକ୍ତା ମହାସଂଘ ସଭାପତି ରମେଶ ଶତପଥୀ ଆଜିର ଦିନରେ ବିଜୁଳି ବିନା ବିକାଶ ଅସମ୍ଭବ। ପିଇବା ପାଣିଠୁ ଆରମ୍ବ କରି ସଫଟୋୟାର ପର୍ଯ୍ୟନ୍ତ ବିଜୁଳି ଦରକାର।  ପୂର୍ବ ୨୪ ବର୍ଷ ସରକାରରେ ୨୦ ହଜାର କୋଟିର ସିବିଆଇ ତଦନ୍ତ କରିବାକୁ ଦାବି କରିଥିଲେ। ସରକାର ଇଲେକ୍ଟ୍ରି ଡ୍ୟୁଟି ନେଇଥିବା ୪୦୦୦ କୋଟି ଟଙ୍କା ବିଦ୍ୟୁତ ଭିତ୍ତିଭୂମି ନିର୍ମାଣ ପାଇଁ ଖର୍ଚ୍ଚ କରି ସୁଲଭ ଓ ନିରନ୍ତର ବିଦ୍ୟୁତ ଯୋଗାଣ ପାଇଁ କହିଥିଲେ।

ସିପିଆଇଏମ ସୁରେଶ ପାଣିଗ୍ରାହୀ ଓ ଜ୍ୟୋତି ମହାପାତ୍ର ଯୋଗଦେଇପାରି ନଥିଲେ ମାତ୍ର ନିଜର ମତାମତ ପଠେଇଦେଇଥଲେ। ସେମାନେ ଆଗାମୀ ଦିନରେ ଆମ ଜନତା ଅଧିକାର ନେଇଥିବା ବିଭିନ୍ନ କାଯ୍ୟକ୍ରମରେ ଯୋଗଦେବାପାଇଁ ସହମତି ପ୍ରକାଶ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଡ଼ଃ ରୀନା ରାଉତରାୟ, ନିରୋଦ ବରଣ ଖୁଣ୍ଟିଆ, ନିରୂପମା ରଥ, ଭକ୍ତି ରଞ୍ଜନ ପଲେଇ, ତପନ ମିଶ୍ର, ବେବି ନାୟକ ଆଦି ମତାମତ ଦେଇଥିଲେ।

ସମସ୍ତ ନିମନ୍ତ୍ରିତ ଅତିଥି ମାନଙ୍କ ମତାମତ, ଉପଦେଶ ଓ ପ୍ରସ୍ତାବ ଅନୁଯାଇ କେନ୍ଦ୍ର ସରକାରଙ୍କ ନିକଟରେ ଓଡିଶାକୁ ସ୍ୱତନ୍ତ୍ର ସହାୟତା ପ୍ରଦାନ ପାଇଁ ଜୋରଦାର ଦାବୀ ଉପସ୍ଥାପନା କରିବାକୁ ନିଷ୍ପତି ନିଆଯାଇଥିଲା।

ଏଥି ସହିତ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ପୋଲଭରମ କ୍ଷତିଗ୍ରସ୍ତ ଅଂଚଳ ଗସ୍ତ କରି ତଥ୍ୟ ସହ ସଠିକ ପୁନଃରୁଦ୍ଧାର ଓ ପଦକ୍ଷେପ ନେବାକୁ ସରକାର ନିକଟରେ ଦାବୀ ଉପସ୍ଥାପନା ପାଇଁ ପଦକ୍ଷେପ ନେବାକୁ ଆଜିର ବୈଠକରେ ନିଷ୍ପତି ନିଆଯାଇଥିଲା।

Categories
ଆଞ୍ଚଳିକ

ବାଣପୁର: ପରିବର୍ତ୍ତିତ ପରିବେଶ ଓ ପ୍ରଦ୍ୟୋଗ ପରିଚାଳନା ଆଲୋଚନା ଚକ୍ର

ବାଣପୁର (ସୀତାରାମ ଅଗ୍ରୱାଲ): ଆଜି ଦିବା ୧୧ ଘଟିକା ସମୟରେ ଗୋଦାବରୀଶ ମହାବିଦ୍ୟାଳୟର ଅଧ୍ୟକ୍ଷ ବିନାୟକ ହୋତାଙ୍କ ସଭାପତିତ୍ବରେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଉପାଦେୟ ଶିର୍ଷକ “ପରିବର୍ତ୍ତିତ ପରିବେଶ ଓ ପ୍ରଦ୍ୟୋଗ ପରିଚାଳନା” ବିଷୟରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହା ପାରଳା ମହାରାଜା ଇଂଜିନିୟରିଂ ମହାବିଦ୍ୟାଳୟର ଆସୋସିଏଟ ପ୍ରଫେସର ଡ଼ଃ. ଜ୍ଞାନ ରଞ୍ଜନ ମହାନ୍ତିଙ୍କ ଉଦବୋଧନରେ ଅନୁଷ୍ଠିତ ହୋଇଛି।

ଏହି ପାଠଚକ୍ରକୁ ବାଣିଜ୍ୟ ବିଭାଗ ଅଧ୍ୟାପକ ଜୟନ୍ତ ବିହାରୀ ସଂଯୋଜନା କରିଥିବା ବେଳେ ଅନୁଷ୍ଠାନର ଗୁଣବତ୍ତା ପ୍ରକୋଷ୍ଠର ଅଧିକାରୀ ଡ଼ଃ. ଋତୁସ୍ମିତା ମିଶ୍ରଙ୍କ ଉଦ୍ୟମରେ ଏହି ଆଲୋଚନାଟି ଛାତ୍ରଛାତ୍ରୀ ମାନଙ୍କ ପାଇଁ ଉପାଦେୟ ହୋଇପାରିଥିଲା।

ଏଥିରେ ପ୍ରାୟ ତିନି ଶହରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ଅନୁଷ୍ଠାନର ପ୍ରଶାସନିକ ଅଧିକାରୀ ଡଃ. ଏସ୍.ପି.ଏନ୍.ଏସ୍ ବର୍ମା ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଭୋଟର ସଚେତନତା ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ

ଭୁବନେଶ୍ୱର: ଚଳିତ ସାଧାରଣ ନିର୍ବାଚନରେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ମତଦାନ ପ୍ରତିଶତ ବୃଦ୍ଧି ନିମନ୍ତେ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯିବା ସହ ସବୁ ବର୍ଗ ମାନଙ୍କ ମଧ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନତା ସୃଷ୍ଟି କରାଯାଉଛି । ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଚଞ୍ଚଳ ରାଣାଙ୍କ ତତ୍ତ୍ଵାବଧାନରେ ଏହି ସବୁ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଏହି ମର୍ମରେ ସ୍ଥାନୀୟ କ୍ୟାପିଟାଲ ହାଇସ୍କୁଲରେ ଭୋଟର ସଚେତନତା ଉପରେ ଏକ ଆଲୋଚନା ଚକ୍ର ତଥା ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଡ଼. ବାଦଲ କୁମାର ମହାନ୍ତି, ଭୁବନେଶ୍ୱର ଉପ ଜିଲ୍ଲାପାଳ ଶ୍ରୀ ଚିନ୍ମୟ ଆଚାର୍ଯ୍ୟ, ଜିଲ୍ଲା ଶିକ୍ଷା ଅଧିକାରୀ ବିଶ୍ୱନାଥ ତରାଇ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସ୍ନିଗ୍ଧା ମିଶ୍ର, ଭୁବନେଶ୍ୱର ଗୋଷ୍ଠୀ ଶିକ୍ଷା ଅଧିକାରୀ ଡ. ପ୍ରଜ୍ଞା ପାରମିତା ଜେନା, କ୍ୟାପିଟାଲ ହାଇସ୍କୁଲ ପ୍ରଧାନ ଶିକ୍ଷୟତ୍ରୀ ନିରୁପମା ମଙ୍ଗରାଜ ପ୍ରମୁଖ ଉପସ୍ଥିତ ଥିଲେ । ଏଥି ସହିତ ଭୁବନେଶ୍ୱର ମହାନଗର ନିଗମ ଅଧିନସ୍ଥ ସମସ୍ତ ସରକାରୀ ପ୍ରାଥମିକ, ଉଚ୍ଚ ପ୍ରାଥମିକ, ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସମେତ ବେସରକାରୀ ଅନୁଷ୍ଠାନର ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ବୈଠକରେ ଯୋଗଦାନ କରିଥିଲେ ।

ମତଦାନ ଏକ ସଚେତନ ନାଗରିକର ଅଧିକାର । ଦେଶର ସମସ୍ତ ଯୋଗ୍ୟ ନାଗରିକ ସ୍ଵ-ଇଛା ରେ ସଠିକ ବ୍ୟକ୍ତିଙ୍କୁ ଚୟନ କରି ମତଦାନ କରିବା ନିତାନ୍ତ ଆବଶ୍ୟକ।ଏଥି ନିମନ୍ତେ ବିଦ୍ୟାଳୟ ସ୍ତରରେ କୁନି କୁନି ପିଲାଙ୍କ କୋମଳ ମନରେ ଉତ୍ସାହ ସୃଷ୍ଟି କରି ସେମାନଙ୍କୁ ଗୋଷ୍ଠୀ ସଚେତନତା କାର୍ଯ୍ୟକ୍ରମରେ ସାମିଲ କରିବା ଏକ ଅଭିନବ ପ୍ରୟାସ । ବିଦ୍ୟାଳୟ ସ୍ତରରେ ବିଭିନ୍ନ ପ୍ରକାର ପ୍ରତିଯୋଗିତା ଯଥା ଭୋଟର ସଚେତନ ମୂଳକ ଚିତ୍ରାଙ୍କନ, ରଚନା, ବକ୍ତୃତା ତଥା ସ୍ଲୋଗାନ, ପ୍ଲା କାର୍ଡ଼,ଏକକ ଅଭିନୟ, ଡ୍ରାମା ଆଦି କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀ ତଥା ସେମାନଙ୍କ ପିତାମାତା ଗୁରୁଜନ ସମସ୍ତଙ୍କୁ ସଚେତନ କରାଇବା ପାଇଁ ପ୍ରଧାନ ଶିକ୍ଷକ /ଶିକ୍ଷୟତ୍ରୀଙ୍କୁ ନିର୍ଦେଶ ଦିଆଯାଇଥିଲା । ଆସନ୍ତା ୨୫ ତାରିଖରୁ ସରକାରୀ ସ୍ତରରେ ଗ୍ରୀଷ୍ମ ଅବକାଶ ଘୋଷଣା କରାଯାଇଥିବାରୁ ପିଲାମାନଙ୍କୁ ଛୁଟି ସମୟରେ ମଧ୍ୟ ଭୋଟର ସଚେତନତାମୂଳକ ଛୋଟ ଛୋଟ କାର୍ଯ୍ୟକ୍ରମ ହ୍ୱାଟ୍ସଆପ ଗ୍ରୁପ ମାଧ୍ୟମରେ ପ୍ରେରଣ କରିବା ଓ ପିଲାମାନଙ୍କ ଦ୍ୱାରା ନିଜର ଶିକ୍ଷକ, ଅଭିଭାବକ ବା ସାଙ୍ଗ ନିକଟକୁ ପତ୍ର ଲିଖନ କରି ପ୍ରେରଣ କରି ମତଦାନ ନିମନ୍ତେ ପରାମର୍ଶ ଦେବା ପାଇଁ କୁହାଯାଇଥିଲା । ଏଥି ସହିତ ବିଦ୍ୟାଳୟ ଛାତ୍ରଛାତ୍ରୀ ମାନେ ଯେଭଳି ନିଜ ଘରେ ଥିବା ଯୋଗ୍ୟ ଭୋଟର, ଅଭିଭାବକ, ସମ୍ପର୍କୀୟ ଏବଂ ପଡୋଶୀ ମାନଙ୍କୁ ମଇ ୨୫ ତାରିଖରେ ନିଶ୍ଚୟ ମତଦାନ କରିବା ପାଇଁ ଅନୁରୋଧ କରିବେ । ଏଥି ସହିତ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ଓ ସମସ୍ତ ସହକାରୀ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ରହି ଭୋଟର ସଚେତନତା ସହ ସମସ୍ତ ଅନୁଷ୍ଠାନିକ କାମକୁ ସଫଳତାର ରୂପରେଖ ଦେବା ପାଇଁ ସହଯୋଗ କରିବା ବୋଲି ସ୍ଥିର କରାଯାଇଥିଲା।

ଏତଦବ୍ୟତୀତ ଖୋର୍ଦ୍ଧା ଜିଲ୍ଲାରେ ମତଦାନ ହାର ବୃଦ୍ଧି ଲକ୍ଷ୍ୟରେ ବିଦ୍ୟାଳୟ ଛାତ୍ରଛାତ୍ରୀ ମାନେ ମତଦାନ ନିମନ୍ତେ ଅଭିଭାବକ ମାନଙ୍କ ନିକଟକୁ ପୋଷ୍ଟକାର୍ଡ ମାଧ୍ୟମରେ ନିଜ ନିଜ ବିଦ୍ୟାଳୟରୁ ପତ୍ରଆଳାପ କରିଛନ୍ତି । ଏପରିକି ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ମଧ୍ୟ ସଚେତନତା ସୃଷ୍ଟି କରାଯାଉଛି ।

ଆଜିର କାର୍ଯ୍ୟକ୍ରମ ଶେଷରେ ଭୋଟର ସଚେତନତା ଶପଥ ପାଠ କରାଯାଇ ଅତିଥିମାନଙ୍କୁ ଓ ସମସ୍ତ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରି ବୈଠକଟିକୁ ସାଙ୍ଗ କରାଯାଇଥିଲା ।

Categories
ଆଞ୍ଚଳିକ

ଗୋଦାବରୀଶ ମହାବିଦ୍ୟାଳୟର ଓଡ଼ିଆ କଳା, ସାହିତ୍ୟ, ଇତିହାସ ଓ ସଂସ୍କୃତି ସମ୍ପର୍କରେ ଆଲୋଚନା ଚକ୍ର

ବାଣପୁର (ସୀତାରାମ ଅଗ୍ରୱାଲ): ବାଣପୁର ଗୋଦାବରୀଶ ମହାବିଦ୍ୟାଳୟର ଅଧ୍ୟକ୍ଷ ବିନାୟକ ହୋତାଙ୍କ ସଭାପତିତ୍ବରେ ଓଡ଼ିଶା ସରକାରଙ୍କ ବିଶ୍ଵ ଭାଷା ସମ୍ମିଳନୀ ନୂଆ-ଓ କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଆ କଳା, ସାହିତ୍ୟ, ଇତିହାସ ଓ ସଂସ୍କୃତି ବିଷୟରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ଡଃ ନିଳୀମା ପ୍ରିୟଦର୍ଶିନୀ ଓଡ଼ିଆ କଳା ସାହିତ୍ୟ ସଂସ୍କୃତି ଓ ଇତିହାସ ବିଷୟରେ ସାର ଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ। ଓଡ଼ିଆ ବିଭାଗର ଅଧ୍ୟାପକ ତଥା ସଂଯୋଜକ ପାର୍ଥ ସାରଥୀ ସାମନ୍ତରାୟ, ନୋଡାଲ ଅଫିସର ଅଧ୍ୟାପିକା ତୃପ୍ତି ରାଣୀ ସ୍ୱାଇଁ, ଅଧ୍ୟାପକ ଚିତ୍ତ ରଞ୍ଜନ ବେହେରା, ଅଧ୍ୟାପକ ଯଯାତି କେଶରୀ ବଡ଼ଜେନା, ଅଧ୍ୟାପକ ସୁଶିଲ କୁମାର ମିଶ୍ର ଓ ଛାତ୍ର ଛାତ୍ରୀ ମାନେ ଆଲୋଚନା ଚକ୍ରରେ ଭାଗ ନେଇ ଓଡ଼ିଆ କଳା, ସଂସ୍କୃତି ,ସାହିତ୍ୟ ଓ ଇତିହାସ ଉପରେ ବକ୍ତବ୍ୟ ପ୍ରଦାନ ଓ ପ୍ରବନ୍ଧ ପାଠ କରିଥିଲେ। ମହାବିଦ୍ୟାଳୟର ପ୍ରଶାସନିକ ଅଫିସର ଡଃ ସୁର ପ୍ରତାପ ନରେନ୍ଦ୍ର ସିଂହ ବର୍ମା ଅତିଥି ଙ୍କ ପରିଚୟ ପ୍ରଦାନ କରିଥିଲେ।

ସଭା ଆରମ୍ଭ ପୂର୍ବରୁ ଅତିଥି ମାନଙ୍କୁ ସ୍ଵାଗତ ଜଣାଇବା ପାଇଁ ରେବତୀ, ମାଗୁଣି ର ଶଗଡ଼, ଶିକାର ଗଳ୍ପ ଉପରେ ପଥ ପ୍ରାନ୍ତ ନାଟକ ଛାତ୍ର ଛାତ୍ରୀମାନଙ୍କ ଦ୍ଵାରା ପରିବେଷିତ ହୋଇ ଥିଲା। ଏହାର ନାଟ୍ୟ ରୂପାନ୍ତର ଓ ନିର୍ଦ୍ଦେଶନା ଓଡ଼ିଆ ବିଭାଗ ର ଅଧ୍ୟାପକ ପାର୍ଥ ସାରଥୀ ସାମନ୍ତରାୟ ପ୍ରଦାନ କରିଥିଲେ।

ଆଲୋଚନା ଚକ୍ର ରେ ମାୟାଧର ମାନସିଂହ ଙ୍କ ‘ଧୂପ ‘ ର ନାଟ୍ୟ ରୂପାନ୍ତର ଓ ନିର୍ଦ୍ଦେଶନା ଅଧ୍ୟାପକ ପାର୍ଥ ସାରଥୀ ସାମନ୍ତରାୟଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା। ଏହା ଅତିଥି, ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ର ଛାତ୍ରୀ ମାନ ଙ୍କ ଦ୍ଵାରା ବେଶ୍ ପ୍ରଶଂସିତ ହୋଇଥିଲା। ନାଟ୍ୟ ରୂପ ଗୁଡ଼ିକୁ ସଫଳ ରୂପ ଦେବାପାଇଁ ଅଧ୍ୟାପକ ପ୍ରଶାନ୍ତ କୁମାର ହୋତା, ଅଧ୍ୟାପକ ପୁଲିନ ବିହାରୀ ଜେନା, ଅଧ୍ୟାପକ ଗୋଲଖ କୁମାର ବେହେରା, ଅଧ୍ୟାପକ ଅଶ୍ଵିନୀ କୁମାର ବାରିକ, ଅଧ୍ୟାପକ ଅଜୟ କୁମାର ବେହେରା, ଅଧ୍ୟାପକ ସପିନ କୁମାର ପୃଷ୍ଟି, ଅଧ୍ୟାପକ ଗୁରୁ କିଶୋର ନାୟକ , ଅଧ୍ୟାପକ ଦିବାକର ସାହୁ, ହର ପ୍ରସାଦ ରଥ ଓ ଦାଶରଥି ରାଉଳ ସହଯୋଗ କରିଥିଲେ।

Categories
ଆଞ୍ଚଳିକ

ବାଣପୁରରେ ଶ୍ରୀ ଜଗନ୍ନାଥଙ୍କ ଲୀଳାକ୍ଷେତ୍ର ସଂପର୍କରେ ଆଲୋଚନା ଚକ୍ର

ସୀତାରାମ ଅଗ୍ରୱାଲ

ବାଣପୁର: ଉତ୍କଳର ଜୀବନ୍ତ ଇତିହାସ ମାଦଳା ପାଞ୍ଜିକୁ ଭିତ୍ତି କରି ଓଡ଼ିଶାର ଇଷ୍ଟଦେବତା ପ୍ରଭୁ ଶ୍ରୀ ଜଗନ୍ନାଥ ଯବନ ମାନଙ୍କ ଆକ୍ରମଣକୁ ପ୍ରତିହତ କରି ଚିଲିକା ଓ ବାଣପୁର ଅଞ୍ଚଳର ବିଭିନ୍ନ ସ୍ଥାନରେ ୭ ଥରରୁ ଅଧିକ ସମୟ ନୀଳାଦ୍ରୀ ମଣ୍ଡପ ପରିତ୍ୟାଗ କରି ଲୀଳାଖେଳା କରିଥିବାର ଉଲ୍ଲିଖିତ ଅଛି। ଏହି ସ୍କୃତିକୁ ଆଧାର କରି ସମସ୍ତ ଲୀଳାକ୍ଷେତ୍ରର ଆରାଧ୍ୟ ଠାକୁରମାନଙ୍କ ମନ୍ଦିର ପରିଚାଳନା କମିଟିର କର୍ମକର୍ତ୍ତାମାନଙ୍କୁ ଏକାଠି କରି ପ୍ରଭୁ ଶ୍ରୀ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ସହିତ ମନ୍ଦିରଗୁଡିକର ସୁରକ୍ଷା ସଂପର୍କରେ ଏକ ଆଲୋଚନାଚକ୍ର ଲୀଳାକ୍ଷେତ୍ର ବାଣପୁରର ଶ୍ରୀ ରଙ୍କନାଥ ଦେବ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି।

ଇତିହାସ ଗବେଷକ ତଥା ସୁସାହିତ୍ୟିକ ଡ଼ା ଦେବେନ୍ଦ୍ରନାଥ ମାନସିଂଙ୍କ ସଭାପତିତ୍ଵରେ ଆୟୋଜିତ ଏହି ଆଲୋଚନାଚକ୍ରରେ କାଙ୍କଣ ଶିଖରୀ ଶ୍ରୀ ଜଗନ୍ନାଥ ଲୀଳାକ୍ଷେତ୍ର ଟ୍ରଷ୍ଟର ମୁଖ୍ୟ ଡ଼ା ସୁଶାନ୍ତ କୁମାର ସାହୁ, ବାବାଜୀ ପଦ୍ମପାଦ ଦାସ ମହାରାଜ, ଶ୍ରୀ ରଙ୍କନାଥ ମନ୍ଦିର ପରିଚାଳନା କମିଟିର ସଭ୍ୟ ବାଳମୁକୁନ୍ଦ ଦାସ, ବରିଷ୍ଠ ପତ୍ରକାର ନୃସିଂହ ପ୍ରସାଦ ମିଶ୍ର, ଇଞ୍ଜିନିୟର ବିବୁଧେନ୍ଦୁ କେଶରୀ ଭୋଳ, ମଧୁସୂଦନ ପରୀଡ଼ା, ସନ୍ତୋଷ ଜେନା ପ୍ରମୁଖ ଯୋଗ ଦେଇ ବିଭିନ୍ନ ସମୟରେ ଶ୍ରୀ ଜଗନ୍ନାଥ ଏହି ଅଞ୍ଚଳର କାଙ୍କଣ ଶିଖରୀ, ନଈରୀ,ଗବପଦର, ଚିଲିକା ଚଢ଼େଇ ଗୁହା, ନିଳାଦ୍ରୀ ପ୍ରସାଦ, ଶ୍ରୀ ଚରଣ ଚକାଦେବ ବିଜେ ବଡ଼ ହନ୍ତୁଆଡ, ଶ୍ରୀ ରଙ୍କନାଥ ଦେବ ବିଜେ ବାଣପୁର, ଚାଷଙ୍ଗରା, ସାହାସପୁର,ଅନ୍ଧାରୀ ମହିମ ଇତ୍ୟାଦି ସ୍ଥାନ ମାନଙ୍କରେ ବିଜେ କରି କିପରି ଲୀଳା ଖେଳା କରି ନିଳାଦ୍ରୀ ବିଜେ କରିଥିଲେ, ସେ ସଂପର୍କରେ ଆଲୋକପାତ କରି ଏହି ତଥ୍ୟ କିପରି ଜନାଦୃତ ହେବ ଏବଂ ପୀଠ ଗୁଡ଼ିକର କିପରି ଉନ୍ନତିକରଣ କରାଯାଇପାରିବ ସେ ସଂପର୍କରେ ବିଭିନ୍ନ ମତାମତ ପ୍ରଦାନ କରି ଶ୍ରୀ ମନ୍ଦିର ପ୍ରଶାସନର ଦୃଷ୍ଟି ଆକର୍ଷଣ ପୂର୍ବକସହଯୋଗ ପ୍ରଦାନ ନିମନ୍ତେ ଅନୁରୋଧ କରିବାକୁ ପ୍ରସ୍ତାବ ଗ୍ରହଣ କରିଥିଲେ।

ଅଗଷ୍ଟ ୩୧ ତାରିଖରେ ପୁଣି ଏକ ବୈଠକ ଶ୍ରୀ ଚରଣଚକା ଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ବସି ସମସ୍ତ ମନ୍ଦିରର ପରିଚାଳନା କମିଟିର ପ୍ରତିନିଧିମାନଙ୍କୁ ନିମନ୍ତ୍ରଣ କରିବାକୁ ନିଷ୍ପତି ଗ୍ରହଣ କରାଗଲା। ଇଞ୍ଜିନିୟର ବିବୁଧେନ୍ଦୁ କେଶରୀ ଭୋଳ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ନିସ୍‌ ରେ ଆୟୋଜିତ ହେଲା ‘ବିକାଶରେ ଯୁବ ବର୍ଗର ଭୂମିକା’ ଆଲୋଚନା‌ ଚକ୍ର

ଭୁନେଶ୍ବର: ସୁମାକର କେନ୍ଦ୍ର, ଆଡ୍‌ସ ଆଣ୍ଡ ଏଫ୍‌ଇଏସ୍‌ ଓ ନିସ୍‌ର ମିଳିତ ସହ‌ଯୋଗରେ ଆୟୋଜିତ ହୋଇଛି ‘ବିକାଶରେ ଯୁବ ବର୍ଗର ଭୂମିକା’। ଏହି ଅବସରରେ ରାଜ୍ୟର ବହୁ ମନ୍ୟ ଗଣ୍ୟ ବ୍ୟକ୍ତି ଯୋଗ ଦେଇ ରାଜ୍ୟର ଯୁବବର୍ଗଙ୍କୁ ଏକ ନୂତନ ଦିଗ୍ଦର୍ଷନ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ‘ସମ୍ବାଦ’ର ସମ୍ପାଦକ ‌ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇ କହିଛନ୍ତି ଯେ, ସମାଜରେ ଘଟିଥିବା ସବୁ ବିପ୍ଳବ, ପରିବର୍ତ୍ତନ ଓ ନୂଆ କଥା ଯୁବ ବନ୍ଧୁଙ୍କ ଉଦ୍ୟମରେ ହୋଇଛି। ‌ତେଣୁ ପରମ୍ପରା‌ ଭାରତୀୟ ସଂସ୍କୃତିରେ ଅଛି ତାକୁ ଅଗ୍ରାଧିକାର ଦେଇ ଯଦି ସମାଜିକ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା‌ କରାଯାନ୍ତା ତାହାଲେ ଆମେ ସମସ୍ତେ ସମ୍ମାନର ସହ ବଞ୍ଚିବାର ରାସ୍ତା ସହଜରେ ପାଇବେ।

କାର୍ଯ୍ୟକ୍ରମରେ ଆସୋସିଏସନ୍‌ ଫର୍‌ ଡେମୋକ୍ରାଟିକ୍‌ ସୋସିଆଲିଜିମ୍‌ର ସେକ୍ରେଟେରି ଜେନେରାଲ ଡିକେ ଗିରି, ସୁମାକର ସୋସାଇଟି ଦିଲ୍ଲୀର ନିର୍ଦ୍ଦେଶିକା ସୁଶାନ ଚେରିଆନ୍‌, ଫେଡ୍ରିକ୍‌ ଏବର୍ଟ ଷ୍ଟିଫଙ୍ଗ୍‌ର କଣ୍ଟ୍ରି ନିର୍ଦ୍ଦେଶକ ଖ୍ରୀଷ୍ଟଫ ପି ମୋହର, ପ୍ର‌ୋଗ୍ରାମ ମ୍ୟାନେଜର ଅନୁରାଗ ଶଙ୍କର, ପୂର୍ବତନ ପ୍ରଶାସକ କରୁଣାକର ପଟ୍ଟନାୟକ ପ୍ରମୁଖ ଯୋଗଦେଇ ‘ବିକାଶରେ ଯୁବ ବର୍ଗର ଭୂମିକା’ ସମ୍ପର୍କରେ ମତ ରଖିଥିଲେ।

ଏହି ଅବସରରେ ୨ଟି ଅଧିବେଶନ ଆୟୋଜିତ ହୋଇଥିଲା ଯେଉଁଥିରେ ପ୍ରଥମ ଅଧିବେଶନରେ ପରିବେଶବିତ୍‌ ଦିଲ୍ଲିପ ଶ୍ରୀଚନ୍ଦନ, ବିର୍ଲା ଗ୍ଲୋବାଲ ୟୁନିଭର୍ସିଟିର ପୂର୍ବତନ କୁଳପତି ସୁଧାକର ପଣ୍ଡା, ସେଣ୍ଟର ଫର୍‌ ପବ୍ଲିକ୍‌ ‌ପଲିସି ଅଲ୍ଟରନେଟିଭର ନି‌‌ର୍ଦ୍ଦେଶକ ସନ୍ଦୀପ ପଟ୍ଟନାୟକ ଏବଂ ଦ୍ବିତୀୟ ଅଧିବେଶନରେ ସୁଶାନ ଚେରିଆନ୍‌, ସମାଜସେବୀ ବିଶାଖା ଭଞ୍ଜ, ଟ୍ରାଇବାଲ୍‌ ଏକାଡେମିର ଭାନୁମତି ସିଂହ ଯୋଗ‌ଦେଇ ଚର୍ଚ୍ଚା କରିଥି‌ଲେ। ସେହିପରି ଆୟୋଜିତି ଏକ ଗୋଷ୍ଠୀ ଚର୍ଚ୍ଚାରେ ବରିଷ୍ଠ ସାମ୍ବାଦିକ ନାଗେଶ୍ବର ପଟ୍ଟନାୟକ, ଏଫ୍ଇଏସ୍‌ର ପ୍ରୋଗ୍ରାମ ମ୍ୟାନେଜର ଅନୁରାଗ ଶଙ୍କର, ଆସୋସିଏସନ୍‌ ଫର୍‌ ଡେମୋକ୍ରାଟିକ୍‌ ସୋସିଆଲିଜିମ୍‌ର ଜେନେରାଲ ଶ୍ରୀ ଗିରି ଭାଗ ନେଇଥିଲେ।

କାର୍ଯ୍ୟକ୍ରମକୁ ଦୁଷ୍ମନ୍ତ କୁମାର ପଟ୍ଟନାୟକ ପରିଚାଳନା କରିଥିବ‌ା ବେ‌ଳେ ଅନୁଷ୍ଠାନର ପ୍ରତିଷ୍ଠାତା ସୁଭାଷ ଚନ୍ଦ୍ର ନାୟକ ଧନ୍ୟବାଦ ଦେଇଥିଲେ। ସିଇଓ ସ୍ମୃତି ସୁଧା ନାୟକଙ୍କ ସମେତ ଅନୁଷ୍ଠାନର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

ନାକ୍ଟିଦେଉଳ ମହାଵିଦ୍ୟାଳୟରେ ମହାତ୍ମାଗାନ୍ଧୀଙ୍କ ଦର୍ଶନ ସମ୍ପର୍କିତ ଆଲୋଚନା ଚକ୍ର ଓ ଏନ୍ ଏସ୍ ଏସ୍ ଦିବସ

କନ୍ଦର୍ପ ବେହେରା

ରେଢ଼ାଖୋଲ: ନାକ୍ଟିଦେଉଳ ସ୍ନାତକ ମହାଵିଦ୍ୟାଳୟ ର ମୋ କଲେଜ୍ ଅଭିଯାନ ଆନୁକୁଲ୍ୟରେ ମହାତ୍ମାଗାନ୍ଧୀ ଓ ତାଙ୍କ ଦର୍ଶନ ସମ୍ପର୍କରେ ଆଲୋଚନା ଚକ୍ର ଅନୁଷ୍ଠିତ ହେଵା ସହିତ ଜାତୀୟ ସେବା ଯୋଜନା ଦିଵସ ପାଳିତ ହୋଇଥିଲା। ଅନୁଷ୍ଠାନର ଅଧ୍ୟକ୍ଷ ସୁଧୀର କୁମାର ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ଭାବରେ ଅଵସରପ୍ରାପ୍ତ ଇତିହାସ ଅଧ୍ୟାପକ ଗୋଲବଦନ ଵିଶ୍ଵାଳ ଓ ମୁଖ୍ୟ ବକ୍ତା ଭାବରେ ଅଵସରପ୍ରାପ୍ତ ରାଜନୀତି ବିଜ୍ଞାନ ପ୍ରାଧ୍ୟାପକ ଡ଼ ଦୀପେନ୍ କୁମାର ପଟ୍ଟନାୟକ ଯୋଗ ଦେଇ ଗାନ୍ଧିଜୀଙ୍କ ସର୍ବଦୋୟ, ସତ୍ୟାଗ୍ରହ, ଅହିଂସା, ରାମରାଜ୍ୟ, ଗ୍ରାମ୍ୟ ସ୍ଵରାଜ୍ୟ ଓ ଆତ୍ମବଳିଦାନ ତତ୍ତ୍ୱ ସମ୍ଵନ୍ଧରେ ଆଲୋକପାତ କରିଥିଲେ।

ଶିକ୍ଷା ଵିଭାଗର ଅଧ୍ୟାପକ ଶେଷଦେଵ ଵିଶ୍ଵାଳ ଗାନ୍ଧିଜୀଙ୍କ ଚିନ୍ତାଧାରା ଵିଷୟ ରେ ଆଲୋଚନା କରିଥିଲେ। ଅଧ୍ୟାପକ ଵିନୋଦ ବିହାରୀ ପ୍ରଧାନ ଗାନ୍ଧିଜୀଙ୍କ ଜୀବନ ସମ୍ପର୍କରେ ତର୍ଜମା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି ଅଵସର ରେ ଆୟୋଜିତ ବକ୍ତୃତା ପ୍ରତିଯୋଗିତାରେ ଅମିତା ରାଣୀ ସାହୁ ପ୍ରଥମ,ଶୁଭଜିତ୍ ଦେହୁରୀ ଦ୍ୱିତୀୟ ଓ କୁନା ନାୟକ ତୃତୀୟ ସ୍ଥାନ ଅଧିକାର କରିଥିଲେ।

ଏନ୍ଏସ୍ଏସ୍ ଦିବସ ପାଳନ ଅଵସର ରେ ପ୍ରୋଗ୍ରାମ୍ ଅଫିସର୍ ଅଧ୍ୟାପିକା ଆର୍ ପୁଷ୍ପାଞ୍ଜଳି ଓ ଅଧ୍ୟାପକ ଭଜମୋହନ ପ୍ରଧାନ୍ ଜାତୀୟ ସେଵା ଯୋଜନା ର ଭୂମିକା ବିଷୟରେ ଆଲୋଚନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

କଳାହାଣ୍ଡିରେ ବଂଚିଛି ପରିବେଶ ଅନୁକୂଳ ଚାଷ, ଆଲୋଚନା ଚକ୍ରରେ ଅତିଥିମାନଙ୍କ ମତ

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: ପ୍ରକୃତି କଳାହାଣ୍ଡିକୁ ଆମପ ସମ୍ପଦ ଅଜାଡି ଦେଇଛି, କଳାହାଣ୍ଡି ଜିଲ୍ଲା ରତ୍ନଗର୍ଭା।  କଳାହାଣ୍ଡିର ଚାଷୀ ପରିବେଶ ଅନୁକୂଳ ଚାଷ ବଞ୍ଚାଇ ପାରିଛି ବୋଲି “କଳାହାଣ୍ଡି କୃଷି ର ବିକାଶ ରେ କୃଷକ ର ଭୂମିକା” ଆଲୋଚନାରେ ଭାଗନେଇ ବିଶିଷ୍ଟ ଅତିଥିମାନେ ମତ ପ୍ରକାଶ କରିଛନ୍ତି।

କଳାହାଣ୍ଡି ମାଟିର ସୁଯୋଗ୍ୟ ସନ୍ତାନ ସ୍ଵନାମମଧାନ୍ୟ ଲେଖିକା, ସମ୍ପାଦିକା, ସଙ୍ଗଠିକା ତଥା ସମାଜସେବୀ ସୁନିତି ମୁଣ୍ଡଙ୍କ ଅଧ୍ୟକ୍ଷତାରେ କଳାହାଣ୍ଡି ବିକାଶ ପରିଷଦ ଆନୁକୂଲ୍ୟରେ ଜୁନାଗଡସ୍ଥିତ ଟାଉନହଳ ଠାରେ ଆୟୋଜିତ ଏହି ଆଲୋଚନା ଚକ୍ରରେ ଭାଗନେଇ ବିଶିଷ୍ଟ ସ୍ତମ୍ଭକାର ତଥା କୃଷି ବିଶେଷଜ୍ଞ ନଟବର ଖୁଣ୍ଟିଆ କଳାହାଣ୍ଡି ବାସ୍ତବରେ ରତ୍ନଗର୍ଭା ଓ ଏହାର ମୃତ୍ତିକାରେ ଧାନ ଚାଷ ଯେପରି ସଫଳ ହୋଇପାରିଛି ସେହିପରି ଚିନାବାଦାମ, କପା, ଆଖୁ, ମକା, ମାଣ୍ଡିଆ ଭଳି ଅର୍ଥକାରୀ ଫସଲ ଉତ୍ପାଦିତ ହୋଇ ପାରିବ ବୋଲି ପ୍ରକାଶ କରିଥିଲେ। କଳାହାଣ୍ଡିର ବାସନା ଚାଉଳ ର ଚାହିଦା ଓଡ଼ିଶା ତଥା ଦେଶ ବିଦେଶରେ ମଧ୍ୟ ରହିଛି। ଚାଷୀ ତାର ଉତ୍ପାଦିତ ସାମଗ୍ରୀର ପ୍ରକ୍ରିୟା କରିପାରିଲେ ନିର୍ଦ୍ଧାରିତ ମୂଲ୍ୟ ଠାରୁ ଅଧିକ ମୂଲ୍ୟ ପାଇପାରିବ। ସେହିପରି କପାକୁ ନେଇ ଜିନିଙ୍ଗ ମିଲ ଆଦି ସ୍ଥାପନ କରାଗଲେ ଚାଷୀ ଉଚିତ ମୂଲ୍ୟ ପାଇ ପାରିବା ସହିତ ବେକାରୀ ସମସ୍ୟାର ସମାଧାନ ମଧ୍ୟ ହୋଇ ପାରିବ। ସ୍ଵତନ୍ତ୍ର କୃଷି ବିଦ୍ୟାଳୟ ସ୍ଥାପନ କରାଗଲେ ସ୍ଥାନୀୟ ଚାଷୀ ଅଧିକ ଉପକୃତ ହୋଇପାରିବେ ବୋଲି ଶ୍ରୀ ଖୁଣ୍ଟିଆ ମତବ୍ୟକ୍ତ କରିଥିଲେ।

ଏହି ଆଲୋଚନାରେ ଭାଗନେଇ କଳାହାଣ୍ଡିର ଅନ୍ୟତମ ସୁଯୋଗ୍ୟ ସନ୍ତାନ ସମାଜସେବୀ ତଥା ଗବେଷକ ଜଗଦୀଶ ପ୍ରଧାନ ନିଜ ବକ୍ତବ୍ୟରେ କଳାହାଣ୍ଡିର ସଭ୍ୟତା ଓ କୃଷି ପରମ୍ପରା ଅତି ପ୍ରାଚୀନ ଏବଂ ଚତୁର୍ଥ –ପଞ୍ଚମ ଶତାବ୍ଦୀ ରେ ନିର୍ମିତ ବିଭିନ୍ନ ଜଳ ଭଣ୍ଡାର ତଥା ସାଗର ଏବଂ ପରବର୍ତ୍ତୀ ସମୟରେ ନିର୍ମିତ ଶିବ ମନ୍ଦିର ଓ ସେସବୁର ଚାରିପଟେ ବିକଶିତ କୃଷି ବ୍ୟବସ୍ଥା କଳାହାଣ୍ଡିର କୃଷି ଐତିହ୍ୟ ର ପ୍ରମାଣ ଦେଉଛି ବୋଲି ପ୍ରକାଶ କରିଥିଲେ। କଳାହାଣ୍ଡି ଏବଂ ଏହାର ପାର୍ଶ୍ବବର୍ତ୍ତୀ ଅବିଭକ୍ତ କୋରାପୁଟ ଜିଲ୍ଲା ହିଁ ଧାନର ଉତ୍ପତି ସ୍ଥଳ ବୋଲି ବୈଜ୍ଞାନିକ ମାନେ ପ୍ରମାଣିତ କରିସାରିଥିବା ବେଳେ କଳାହାଣ୍ଡିର ଚାଷୀ ଜୈବ ବିବିଧତା ଏବଂ ପରିବେଶ ଅନୁକୂଳ ଚାଷ ବଞ୍ଚାଇ ରଖିଆସିଛନ୍ତି ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଥିଲେ। କଳାହାଣ୍ଡିର ଚାଷୀ ଙ୍କ ପାରମ୍ପରିକ ତଥା ଉନ୍ନତମାନର ଚାଷ କୌଶଳ ଯୋଗୁଁ ବିଭିନ୍ନ କିସମର ବାସନା ଧାନ ଏବଂ ବିଭିନ୍ନ ଗୁଣ ମାନର ଧାନ , ଡାଲି ଜାତୀୟ ଓ ତୈଳବୀଜ ଫସଲ ଆଦି ବିକଶିତ ହୋଇ ପାରିଛି ବୋଲି ଶ୍ରୀ ପ୍ରଧାନ ପ୍ରକାଶ କରିଥିଲେ। ସରକାରୀ ତଥ୍ୟ ଅନୁସାରେ ୧୯୩୮ ରୁ ୧୯୪୮ ମଧ୍ୟରେ ଚାରି ଥର ଅନାବୃଷ୍ଟି ଜନିତ ମରୁଡି ହୋଇଥିଲେ ହେଁ ବର୍ଷକର ଖାଦ୍ୟ ଶସ୍ୟ ସାଇତି ରଖିବା ପରମ୍ପରା ଯୋଗୁଁ ମରୁଡି ସମୟରେ ମଧ୍ୟ ଖାଦ୍ୟଭାବ ଦେଖା ଦେଇନଥିଲା। ବର୍ତ୍ତମାନ ଇନ୍ଦ୍ରାବତୀ ଓ ଅନ୍ୟାନ୍ୟ ଜଳସେଚନ ବ୍ୟବସ୍ଥା ହେବାପରେ ଅତୀତରେ ଉଦେଶ୍ୟ ପ୍ରଣୋଦିତ କିମ୍ବା ଅଜ୍ଞତା ରେ ପ୍ରଚାରିତ ହୋଇଥିବା ଭୋକର ଭୂଗୋଳ ବୋଲି କଳାହାଣ୍ଡିକୁ ଚିତ୍ରଣ କରାଯାଉଥିବା ବିଷୟକୁ ଭୁଲ ପ୍ରମାଣିତ କରିଥିବା ସ୍ପଷ୍ଟ ଜଣାପଡ଼ିଛି।

ଅଶି ଦଶକରେ ଦୁର୍ଭିକ୍ଷ ସମୟରେ ଏସିଆରେ ସଂଗୃହୀତ ଧାନ ମଧ୍ୟରୁ ଏକ ତୃତୀୟାଂଶ ଧାନ କଳାହାଣ୍ଡିରୁ ସଂଗୃହୀତ ହୋଇଥିବା ପ୍ରକାଶ।

ସ୍ଥାନୀୟ ଉଦ୍ୟୋଗପତି ତଥା ଚାଷୀ ଜନାର୍ଦନ ପଣ୍ଡା ଚାଷ ଉପରେ ଅନେକ ଉପାଦେୟ ଏବଂ ଅନୁଭୂତି ତଥ୍ୟ ଉପସ୍ଥାପନା କରିଥିଲେ। ବର୍ତ୍ତମାନର ବ୍ୟବସ୍ଥା ଯୋଗୁଁ ହିଁ ଚାଷୀ ଅନେକ ହଇରାଣ ହରକତ ହେଉଥିବା ପ୍ରକାଶ କରିଥିଲେ। ଆଲୋଚନାରେ ସ୍ଥାନୀୟ ଚାଷୀ ତଥା ସଂଗଠକ ବିରଞ୍ଚି ପଣ୍ଡା ବର୍ତମାନର ବ୍ୟବସ୍ଥା ଯୋଗୁଁ ଚାଷୀ ର ଉନ୍ନତି ହୋଇପାରୁନ ଥିବା ଏବଂ ପ୍ରତିନିଧି ମାନେ ଅଣଦେଖା କରୁଥିବା ବିଷୟ ପ୍ରକାଶ କରିଥିଲେ। ବରିଷ୍ଠ ଚାଷୀ ଗଙ୍ଗାଧର ବେଶରା ଓ ରଞ୍ଜିତ ପଣ୍ଡା ଗୋପାଳନ ମାଧ୍ୟମରେ କୃଷକ ମାନଙ୍କ ଦ୍ବାରା ଜୈବ ବିବିଧତା ପାଳନ ହେବ ଉପରେ ଆଲୋଚନା କରିଥିଲେ। ବର୍ତ୍ତମାନ କୃଷକ ମାନଙ୍କ ବିକାଶ ପାଇଁ କୌଣସି ବ୍ୟବସ୍ଥା ନଥିବା ଶ୍ରୀ ପଣ୍ଡା ପ୍ରକାଶ କରିଥିଲେ। ସ୍ଥାନୀଯ ଚାଷୀ ରଶ୍ମୀ ରଞ୍ଜନ ନାୟକ, ଅଖିଳ ମେହେର ଆଲୋଚନାରେ ଅଂଶ ଗ୍ରହଣ କରି ଚାଷୀ ମାନମକ ବିଭିନ୍ନ ସମସ୍ଯା ଉପରେ ଆଲୋକପାତ କରିଥିଲେ। ଚାଷୀ ଶସ୍ୟ ଉତ୍ପାଦନ ପାଇଁ ପରିଶ୍ରମ କରିଥାଏ ସେତିକି ଲାଭ ପାଇ ପାରୁ ନ ଥିବା ଚାଷୀର ଉତ୍ପାଦିତ ସାମଗ୍ରୀର ମୂଲ୍ୟ ସରକାର ନିର୍ଦ୍ଧାରଣ କରୁଥିବା ହେତୁ ଚାଷୀ ସର୍ବଦା କ୍ଷତି ଶୁଥିବା ବିଷୟ ସ୍ଥାନୀୟ ଚାଷୀ ତଥା ସଂଗଠକ ଦୁଷ୍ମନ୍ତ କୁମାର ପଣ୍ଡା ପ୍ରକାଶ କରିଥିଲେ।

ଆଲୋଚନାରେ ଅଂଶ ଗ୍ରହଣ କରି ଶ୍ରୀ ପଣ୍ଡା ଚାଷୀ ମାନ ଙ୍କ ପ୍ରମୁଖ୍ୟ ସମସ୍ୟା ସବୁର ଉପସ୍ଥାପନ କରିଥିବା ବେଳେ ଚାଷୀ ସଂଗଠିତ ହୋଇପାରୁ ନ ଥିବା ହେତୁ ସେଭଳି ଅସୁବିଧା ଓ ସରକାରୀ ଅନଦେଖା ର ଶିକାର ହେଉଥିବା ପ୍ରକାଶ କରିଥିଲେ। ଅନ୍ୟ ପକ୍ଷରେ ଚାଷୀ ର ଆୟ କମୁଥିବା ବେଳେ ସ୍ବାଭିମାନି ଚାଷୀ ସମ୍ମାନର ସହ ବଞ୍ଚିବାକୁ ସଂଘର୍ଷ କରିବାକୁ ପଡିଥାଏ ଏବଂ କୃଷିକୁ ଆଗାମୀ ଦିନରେ କୃଷି ଉଦ୍ୟୋଗ ରେ ପରିଣତ କଲେ ଯାଇ ଚାଷୀର ଆୟ ବୃଦ୍ଧି ହୋଇପାରିବ ଏବଂ ଚାଷୀ ହୀନ ମାନ୍ୟତା ରୁ ରକ୍ଷା ପାଇ ପାରିବ ବୋଲି ଶ୍ରୀ ପଣ୍ଡା ମତ ବ୍ୟକ୍ତ କରିଥିଲେ। ଅନ୍ୟ ପକ୍ଷରେ ଅଙ୍ଗୁର ପେନ୍ଥା ରେ ଥିବା ଅଙ୍ଗୁର ହୀନ ମୁଲ୍ୟବାନ ହୋଇଥିବା ବେଳେ ଝଡ଼ିଥିବା ଅଙ୍ଗୁରର ମୂଲ୍ୟ ହୀନ ହୟଯାଉଥିବା ବିଷୟ ପ୍ରକାଶ କରି ଚାଷୀ ନିଜ ସମସ୍ଯା ର ସମାଧାନ ପାଇ ଏବଂ ଉପଯୁକ୍ତ ବ୍ୟବସ୍ଥା ପାଇଁ ମତାମତ ଦେବାର ଯୋଜନା କରିବା ପାଇଁ ଏକଜୁଟ ହେବାକୁ ଶ୍ରୀ ପଣ୍ଡା ଆହ୍ବାନ ଜଣାଇଥିଲେ।

ପ୍ରାରମ୍ଭରେ ଆଲୋଚନା ଚକ୍ରର ସୂଚନା ପ୍ରଦାନ କରି କଳାହାଣ୍ଡିର ସର୍ବାଙ୍ଗୀନ ଉନ୍ନତି କରିବାର ସଂକଳ୍ପ ନେଇ କଳାହାଣ୍ଡି ବିକାଶ ପରିଷଦ ଗଠିତ ହୋଇଥିବା ବିଷୟ ଅଧ୍ୟକ୍ଷା ଡଃ ସୁନିତି ମୁଣ୍ଡ ପ୍ରକାଶ କରିଥିଲେ। କଳାହାଣ୍ଡି ଏକ କୃଷିପ୍ରଧାନ ଅଞ୍ଚଳ ହୋଇଥିବାରୁ ଏବଂ ଏଠାକାର ଅଧିବାସୀ କୃଷି ଉପରେ ଅଧିକ ପ୍ରାଧାନ୍ୟ ଦେଇଥିବା ବେଳେ ଏହାର ଶୁଷ୍କ ବତାବରଣରେ ଚାଷୀ କିପରି ଅଧିକ ଉତ୍ପାଦନ କରିପାରିବେ ଏବଂ ନିଜ ଜୀବନ୍ଧରର ମନକୁ ସମୃଦ୍ଧ କରିପାରିବେ ସେ ନେଇ କଳାହାଣ୍ଡି ବିକାଶ ପରିଷଦ ଏଭଳି ଏକ ଆଲୋଚନାର ଆୟୋଜନ କରିଛି ବୋଲି ଡଃ ମୁଣ୍ଡ ପ୍ରକାଶ କରିଥିଲେ। ସ୍ଥାନୀୟ ବରିଷ୍ଠ ଚାଷୀ ତଥା ସମାଜ ସେବି ଦେବଦତ୍ତ ପଣ୍ଡା ଏବଂ ଶିବରମ ରାଉତ ସହଯୋଗ କରିଥିବା ବେଳେ ଶତାଧିକ ଚାଷୀ ଏହି କାର୍ଯକ୍ରମରେ ଉପସ୍ଥିତ ଥିଲେ।