Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»‘ସମାଜ ଗଠନରେ ସାମ୍ବାଦିକଙ୍କ ଭୁମିକା’: ରାଜ୍ୟର ସବୁ ଜିଲ୍ଲା ଓ ବ୍ଳକ ସ୍ତରରେ ଆଲୋଚନା ଚକ୍ର ଆରମ୍ଭ
ଆଞ୍ଚଳିକ

‘ସମାଜ ଗଠନରେ ସାମ୍ବାଦିକଙ୍କ ଭୁମିକା’: ରାଜ୍ୟର ସବୁ ଜିଲ୍ଲା ଓ ବ୍ଳକ ସ୍ତରରେ ଆଲୋଚନା ଚକ୍ର ଆରମ୍ଭ

February 17, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରଣପୁର: ରାଜ୍ୟରେ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ପାଇଁ ଆଗାମୀ ଦିନରେ ଅନେକ ଚ୍ୟାଲେଞ୍ଜ ଆସୁଛି। ସେ ନେଇ ଓଡ଼ିଶା ୟୁନିଅନ ଅଫ୍ ଜର୍ଣାଲିଷ୍ଟର ସଭାପତି ପ୍ରଶନ୍ନ ମହାନ୍ତି ଙ୍କ ନିର୍ଦ୍ଦେଶରେ ସବୁ ଜିଲ୍ଲା ଓ ବ୍ଳକ ସ୍ତରରେ ଆଲୋଚନା ଚକ୍ର ଆରମ୍ଭ ହୋଇଯାଇଛି।

ନୟାଗଡ଼ ଜିଲ୍ଲା ୟୁନିଅନ ଅଫ୍ ଜର୍ଣାଲିଷ୍ଟର ସଭାପତି ଆଚାର୍ଯ୍ୟ ବିଶ୍ୱରଂଜନ ଙ୍କ ଅଧ୍ୟକ୍ଷତାରେ ରଣପୁର ଓୟୁଜେ ଶାଖା ତରଫରୁ ଗୋପାଳପୁର ଗ୍ରାମ ପଞ୍ଚାୟତ ଅନ୍ଧାରୁଆ ସାମନ୍ତସିଂହରପୁର ରବର ଫିଲଡ୍ ରେ ଫେବୃଆରୀ ୧୬ ତାରିଖ ମଧ୍ୟାହ୍ନରେ ବନ୍ଧୁମିଳନ ସାଙ୍ଗକୁ ଆଲୋଚନା ଚକ୍ର ସମାଜ ଗଠନରେ ସାମ୍ବାଦିକ ଙ୍କ ଭୂମିକା ସମ୍ପର୍କରେ ଆଲୋଚନା କରାଯାଇଥିଲା।

ମୂଖ୍ୟ ଅତିଥି ଭାବେ ଭାରତୀୟ ଜନତା ପାର୍ଟି ଯୁବ ମୋର୍ଚ୍ଚା ରାଜ୍ୟ ସଂଯୋଜକ ଇଞ୍ଜିନିୟର ଅଭିଷେକ ସାମନ୍ତରାୟ ଓ ସମ୍ମାନିତ ଅତିଥି ଭାବେ ଗୋପାଳପୁର ଜିଲ୍ଲା ପରିଷଦ ସଭ୍ୟା ଲକ୍ଷ୍ମୀପ୍ରିୟା ତରେଇ ଯୋଗ ଦେଇଥିଲେ।

ବୈଠକ ପ୍ରାରମ୍ଭରେ ମୂଖ୍ୟ ଅତିଥି ସାମନ୍ତରାୟ ରବର ପ୍ଳାଣ୍ଟେସନ ଅଞ୍ଚଳ ର ଜୀବନ ଜୀବିକା ଅବହେଳିତ ତର ଉନ୍ନତି କରଣ ଦାବି କରିଥିଲେ। ସୁସ୍ଥ ସମାଜ ଗଠନରେ ସାମ୍ବାଦିକ ମାନଙ୍କ ସହଯୋଗ କାମନା କରିଥିଲେ। ଜିଲ୍ଲା ପରିଷଦ ସଭ୍ୟା ତରେଇ ରବର ଫିଲଡ୍ ନିକଟରେ ଥିବା ବନ୍ଧ କୁ ପୁନରୁଦ୍ଧାର ଓ ଉନ୍ନତି କରଣ ଉପରେ ରାଜ୍ୟ ସରକାର ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଯାହା ଫଳରେ ୬ ଶହ ଏକର ଜମି ବର୍ଷସାରା ଜଳସେଚିତ ହୋଇପାରିବ। କ୍ଷୁଦ୍ର ଜଳସେଚନ ବିଭାଗ ଦୃଷ୍ଟି ଦେବାକୁ ଅନୁରୋଧ କରିଥିଲେ।

ସଭାପତି ବିଶ୍ୱରଂଜନ ସୁସ୍ଥ ସମାଜ ଗଠନ ପାଇଁ ଦୁର୍ନୀତି ଖବର ସହ ସୁନିତି ଖବରକୁ ପ୍ରାଧାନ୍ୟ ଦେବା ଓ ସାମ୍ବାଦିକ ମାନଙ୍କ ପାଇଁ ତାଲିମ୍ ଶିବିର କରାଯିବ ବୋଲି କହିଥିଲେ। ଓୟୁଜେ ଏକ ଟ୍ରେଡ୍ ୟୁନିଅନ ଓ ତାହାର କାର୍ଯ୍ୟଧାରା ଉପରେ ଆଲୋଚନା କରିଥିଲେ।

ଓୟୁଜେ ଜିଲ୍ଲା ଉପ ସଭାପତି ସାମ୍ବାଦିକ ବ୍ରଜ ରଣସିଂ, ରଣପୁର ପ୍ରେସ କ୍ଳବ୍ ସଭାପତି ସୁକାନ୍ତ ପଟ୍ଟନାୟକ, ଓୟୁଜେ ଜିଲ୍ଲା କୋଷାଧ୍ୟକ୍ଷ କୃଷ୍ଣଚନ୍ଦ୍ର ଦାଶ ଆଲୋଚନା ଚକ୍ର ରେ ପ୍ରମୁଖ ଅଂଶ ଗ୍ରହଣ କରି ନିଜ ନିଜର ସୁଚିନ୍ତିତ ମତ ପ୍ରଦାନ କରିଥିଲେ। ଜିଲ୍ଲା ପରିଷଦ ସଭ୍ୟା ତରେଇ ସାମ୍ବାଦିକ ରଣଜିତ୍ ସାହୁ ଙ୍କୁ ଓୟୁଜେ ର ପରିଚୟପତ୍ର ପ୍ରଦାନ କରିଥିଲେ।

ସାମ୍ବାଦିକ ଉମେଶ ରଞ୍ଜନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

ଆଲୋଚନା ଚକ୍ର ସମାଜ ଗଠନ
Share. Facebook Twitter LinkedIn Email WhatsApp Copy Link

Related Posts

ବୋଲେରୋ-ବାଇକ ମୁହାଁମୁହିଁ ଧକ୍କା, ପୂର୍ବତନ ସମିତିସଭ୍ୟ ମୃତ; ଜଣେ ଗୁରୁତର

September 19, 2026

ଚ଼ିଲିକା ବ୍ଲକର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା କଲେ ଆଇନ ମନ୍ତ୍ରୀ

September 18, 2026

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିବସରେ ବାଣପୁର ନଗର ମଣ୍ଡଳ ବିଜେପି ପକ୍ଷରୁ ଦୀପଦାନ

September 17, 2026

ବାଣପୁର: ଶ୍ରୀନିବାସପୁର ଶାସନରେ ପରିବେଷଣ ହେଲା “ଗଣେଶ ଗୀତିନାଟ୍ୟ”

September 17, 2026
Latest News

ଏସୀୟ କ୍ରୀଡ଼ାରେ ପୁରୁଷ କ୍ରିକେଟ ଦଳର ପ୍ରଥମ ମ୍ୟାଚ୍ କେବେ?: ଜାଣନ୍ତୁ ତାରିଖ

September 20, 2026

ଅଡୁଆରେ ହୁମାୟୁନ୍ କବୀର!: ନକଲି ଟଙ୍କା ଏବଂ ଅସ୍ତ୍ରଶସ୍ତ୍ର ସହିତ ଦଳୀୟ ନେତା ଗିରଫ

September 20, 2026

କୋଷ୍ଟାଲ ରୋଡରେ ଭୟଙ୍କର ଦୁର୍ଘଟଣା: ରେଲିଂ ଭାଙ୍ଗି ପୋଲ ତଳକୁ ଖସିଲା BMW, ୩ ମୃତ

September 20, 2026

କପିଲ ସିବଲଙ୍କୁ କାହିଁକି ନୋଟିସ ପଠାଇଲେ ନିର୍ବାଚନ କମିଶନ?: ଜାଣନ୍ତୁ କାରଣ

September 20, 2026

ଖୁବ୍‌ଶୀଘ୍ର ହେବ ମହାନଦୀ ଜଳ ବିବାଦର ସମାଧାନ: ଛତିଶଗଡ଼ ମୁଖ୍ୟମନ୍ତ୍ରୀ

September 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.