Categories
ଆଞ୍ଚଳିକ

ବାଲୁଗାଁ ରୋଟାରୀ କ୍ଲବର ଅଧିଷ୍ଠାନ ଦିବସ, କୃତି ଖେଳାଳୀ ଆଶିଷ, କ୍ରିଷ୍ଣାଙ୍କୁ ଦିଆଗଲା ସମ୍ବର୍ଦ୍ଧନା

ବାଲୁଗାଁ: ଚିଲିକା -ବାଲୁଗାଁ ରୋଟାରୀ କ୍ଲବର ଅଧିଷ୍ଠାନ ଉତ୍ସବରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ଶିକ୍ଷାର୍ଥୀ ଓ ବ୍ୟକ୍ତି ବିଶେଷଙ୍କୁ ଆଜି ସମ୍ବର୍ଦ୍ଧିତ କରାଯାଇଛି। ଜଗତର ନାଥ ଶ୍ରୀଜଗନ୍ନାଥ ଓ ରୋଟାରୀ ଇଣ୍ଟର ନ୍ୟାସନାଲ ପ୍ରତିଷ୍ଠାତା ପଲହରିସ ଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ କରାଯିବାପରେ ଜାତୀୟ ସଂଗୀତ ଗାନ ମାଧ୍ୟମରେ ଅଧିଷ୍ଠାନ ଉତ୍ସବ ଆରମ୍ଭ କରଯାଇଥିଲା।ପ୍ରାରମ୍ଭରେ ନୃତ୍ୟଗୁରୁ ମମତାମୟୀ ମିଶ୍ରଙ୍କ ସଂଯୋଜନାରେ ଛାତ୍ରଛାତ୍ରୀ ମାନେ ଦେଶାତ୍ମବୋଧକ ନୃତ୍ୟ ପରିବେଷଣ କରିଥିଲେ।

ଏହାପରେ ରୋଟାରୀଆନ ପଞ୍ଚାନନ ପ୍ରଧାନଙ୍କ ସଂଯୋଜନାରେ ଅନୁଷ୍ଠିତ କlର୍ଯ୍ୟକ୍ରମରେ, 2021-22 ସଭାପତି ନମିତା ଝା ଓ ସମ୍ପାଦକ ଗଜେନ୍ଦ୍ର ସେଠି ଚଳିତ ବର୍ଷର ସଭାପତି ଡକ୍ଟର କୈଳାଶ ଚନ୍ଦ୍ର ମହାରଣା ଓ ସମ୍ପାଦିକା ଭାରତୀ ପୁଷ୍ପା ସିଂ ରାଠୋର ଙ୍କୁ ଦାୟିତ୍ୱ ହସ୍ତାନ୍ତର କରିବା ସହ ସ୍ୱାଗତ ଜଣାଇ ଥିଲେ ଓ ପୂର୍ବ ବର୍ଷର ସମ୍ପାଦିତ ପ୍ରକଳ୍ପ ସମ୍ପର୍କରେ ବିବରଣୀ ଉପସ୍ଥାପନ କରିଥିଲେ। ଏହାପରେ ନୂତନ ସଭାପତି ଡକ୍ଟର ଚନ୍ଦ୍ର ମହାରଣା ଚଳିତ ରୋଟାରୀ ବର୍ଷର କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରସ୍ତାବ ଉପସ୍ଥାପନ କରିଥିଲେ।

ଏହି ଅବସରରେ ତେହେ୍ରlନରେ 14th ଏସିଆନ ଅଣ୍ଡର -18 ପୁରୁଷ ଭଲିବଲ ଚାମ୍ପିୟାନସିପ 22 ରେ ଭାରତ ପାଇଁ ବ୍ରୋଞ୍ଜ ପଦକ ଜିତିଥିବାରୁ ଚାଷଙ୍ଗରାର ଆଶିଷ ସ୍ୱାଇଁ ଓ ଅନ୍ତର୍ଜାତୀୟ କରାଟେ ଚାମ୍ପିୟାନସିପ ରେ ବିଚକ୍ଷଣ ଖେଳ ଖେଳି ସ୍ଵର୍ଣ ପଦକ ହାସଲ କରିଥିବାରୁ କ୍ରିଷ୍ଣା ଶିକାରୀଙ୍କୁ ରୋଟାରୀ କ୍ଲବ ପକ୍ଷରୁ ସମ୍ବର୍ଦ୍ଧିତ କରାଯଇଥିଲା। ଏଥିସହ ନୃତ୍ୟଶିଳ୍ପୀ ମମତାମୟୀ ମିଶ୍ର, ରୋଟାରାକ୍ଟ ସଭାପତି ବବୁଲ ସ୍ୱାଇଁ, ସମ୍ପାଦକ ବିକ୍ରମ ବିଶୋଇ, ସମାଜସେବୀ ମାନବେନ୍ଦ୍ର ମହାରଥl,ଅନନ୍ତ ଚରଣ ଖଟେଇ, ବ୍ଲକର ମାଟ୍ରିକ ଟପର, ଯୁକ୍ତ ଦୁଇ ଟପର ଙ୍କ ସମେତ ପ୍ରାକ୍ତନ ସଭାପତି ଓ ସମ୍ପାଦକଙ୍କୁ ମୁଖ୍ୟ ଅତିଥି ଡିଜିଏନ ଯାଜ୍ଞଶିଷ ମହାପାତ୍ର ସମ୍ବର୍ଦ୍ଧିତ କରିଥିଲେ।

ନିଜ ଅଭିଭାଷଣରେ ସେ ସବୁ କ୍ଷେତ୍ରରେ ସମାଜପ୍ରତି ଅଙ୍ଗୀକାର ବଦ୍ଧ ହୋଇ କାର୍ଯ୍ୟ କଲେ ପୃଥିବୀକୁ ସ୍ୱର୍ଗ ଓହ୍ଲାଇ ଆସିବ ବୋଲି କହିଥିଲେ। ଶେଷରେ ରୋଟାରୀଆନ ପଞ୍ଚାନନ ପ୍ରଧାନ ଧନ୍ୟବାଦ ଦେଇଥିଲେ l ଉକ୍ତ କାର୍ଯ୍ୟକ୍ରମ ରେ ରୋଟାରୀଆନ ଜାନକୀ ବଲ୍ଲଭ ପଟ୍ଟନାୟକ ଅକ୍ଷୟ ମହାପାତ୍ର, ନିରଜ ଝା, ହେମନ୍ତ ସାହୁ, ନଉଷଦ ଅଲି, ଭାଗିରଥି ସ୍ୱାଇଁ, ଡକ୍ଟର ଅକ୍ଷୟ ମିଶ୍ର, ଶ୍ରୀକାନ୍ତ ପାଇକରାୟ, ରାଜ କିଶୋର ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ଲିଟିଲ ୱାର୍ଲଡ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ର ଶିକ୍ଷୟତ୍ରୀ ବୃନ୍ଦ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର ବ୍ୟକ୍ତିତ୍ୱ ରାଜ୍ୟ ଖବର

ଭଲିବଲ ଖେଳାଳୀ ଆଶିଷ ସ୍ବାଇଁଙ୍କୁ ସମ୍ବର୍ଦ୍ଧନା ଦେଲେ ଡ.ଅଚ୍ୟୁତ ସାମନ୍ତ

ଭୁବନେଶ୍ବର: ଭଲିବଲ ଖେଳାଳୀ ଆଶିଷ ସ୍ବାଇଁଙ୍କୁ ଭଲିବଲ ଫେଡେରେଶନ ଅଫ ଇଣ୍ଡିଆର ସଭାପତି ଡ. ଅଚ୍ୟୁତ ସାମନ୍ତ ସମ୍ବର୍ଦ୍ଧନା କରିଛନ୍ତି। ଗତକାଲି ଭୁବନେଶ୍ବରର କିଟ୍ କାର୍ଯ୍ୟାଳୟରେ ତାଙ୍କୁ ଏହି ସମ୍ବର୍ଦ୍ଧନା ଦିଆଯାଇଛି। ଏଥିରେ ଆଶିଷଙ୍କ ସହିତ ତାଙ୍କ ବାପା ଭରତ ସ୍ବାଇଁ, ମା ଗୀତାଞ୍ଜଳୀ ସ୍ବାଇଁ ଏବଂ ଓଡିଶା ଭଲିବଲ ସଂଘର ସଂପାଦକ ଗଗନ ଦାସ ମଧ୍ୟ ଉପସ୍ଥିତ ଥିଲେ।

ଆଶିଷ ଇରାନର ତେହେରାନରେ ଅନୁଷ୍ଠିତ ୧୪ ତମ ଏସୀୟ ପୁରୁଷ ଅଣ୍ଡର-୧୮ ଭଲିବଲ୍ ଚାମ୍ପିଅନସିପରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଏହି ପ୍ରତିଯୋଗୀତା ଗତ ଅଗଷ୍ଠ ୧୫ରୁ ୨୨ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ଏହି ସଫଳତା ପାଇଁ କନ୍ଧମାଳ ସାଂସଦ, ଭଲିବଲ୍ ଫେଡେରେସନ୍ ଅଫ୍ ଇଣ୍ଡିଆର ସଭାପତି ଏବଂ କିଟ ଓ କିସର ପ୍ରତିଷ୍ଠାତା ଡ. ସାମନ୍ତ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ଏହି ଉତ୍ସବରେ ଡ. ସାମନ୍ତ କହିଥିଲେ ଯେ, ଆଶିଷ ମୋତେ କହିଥିଲେ ଯେ ମୁଁ ଏକ ଗରିବ ପରିବାରର ଏବଂ ମୋର ପିତା ଜଣେ ଅଟୋ ରିକ୍ସା ଡ୍ରାଇଭର। ଗତ ତିନିବର୍ଷ ଧରି କିଟ ଏକାଡେମୀରେ ମୋତେ ପ୍ରଶିକ୍ଷଣ ଦିଆଯାଇ ନ ଥିଲେ ମୁଁ ଏହି ସୁଯୋଗ ପାଇପାରି ନ ଥାଆନ୍ତି। ଏଥିପାଇଁ ଆଶିଷଙ୍କୁ ଧନ୍ୟବାଦ ବୋଲି ଡ. ସାମନ୍ତ କହିଥିଲେ। ଭବିଷ୍ୟତରେ ଖେଳିବା ପାଇଁ ଆଶିଷଙ୍କୁ କିଟ୍ ତରଫରୁ ସମସ୍ତ ସହଯୋଗ ଦିଆଯିବ ବୋଲି ଡ. ସାମନ୍ତ ପ୍ରତିଶୃତି ଦେଇଛନ୍ତି।

ଏହି ଚମ୍ପିୟାନସିପରେ ଆଶିଷ ବେଶ ଭଲ ପ୍ରଦର୍ଶନ କରିଥିଲେ। ସେ ଆଟକର ଭାବେ ନିଜର ସ୍ବତନ୍ତ୍ର ଦକ୍ଷତା ପ୍ରତିପାଦନ କରାଇଛନ୍ତି। ଭାରତ ଦୀର୍ଘ ୧୪ ବର୍ଷ ପରେ ୧୪ ତମ ଏସୀୟ ପୁରୁଷ ଅଣ୍ଡର-୧୮ ଭଲିବଲ୍ ଚାମ୍ପିଅନସିପରେ ବ୍ରୋଞ୍ଜ ପଦକ ହାସଲ କରିଛି। ଆଶିଷ ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ନିକଟସ୍ଥ ଚାଷଙ୍ଗରା ଗ୍ରାମର। ତାଙ୍କର ବାପା ଜଣେ ଅଟୋ ରିକ୍ସା ଡ୍ରାଇଭର ଭାବେ କାର୍ଯ୍ୟ କରି ପରିବାର ଚଳାଉଛନ୍ତି।

Categories
ଆଞ୍ଚଳିକ

ବାଲୁଗାଁର ଯୁବ ଖେଳାଳୀ ଆଶିଷ ସ୍ବାଇଁଙ୍କ ଇରାନରେ ଦମଦାର ପ୍ରଦର୍ଶନ, ଭାରତ ସେମିକୁ ଉନ୍ନିତ

ଭୁବନେଶ୍ବର: ଭାରତୀୟ ଦଳରେ ସମାଲି ହୋଇଥିବା ଓଡିଶାର ଏକମାତ୍ର ଭଲିବଲ ଖେଳିଳୀ ଆଶିଷ ସ୍ବାଇଁଙ୍କ ଦମଦାର ପ୍ରଦର୍ଶନ। ଇରାନର ତେହରାନଠାରେ ଚାଲିଥିବା 14 ତମ ଏସୀୟ ଯୁବ ଭଲିବଲ ପ୍ରତିଯୋଗୀତାରେ ଆଶିଷଙ୍କ ତୀବ୍ର ଆକ୍ରମଣ ପାଇଁ ଭାରତ ସେମିରେ ପହଁଚି ପାରିଛି। ସେହିପରି ଭାରତର ଅନ୍ୟତମ ଖେଳାଳୀ ଉତ୍ତର ପ୍ରଦେଶର ଆର୍ଯ୍ୟାୟନ ମଧ୍ୟ ଭାରତୀୟ ଦଳକୁ ଆଗେଇ ନେବାରେ ସାହାଯ୍ୟ କରିଥିଲେ।

ମିଳିଥିବା ସୂଚନା ଅନୁସାରେ ତେହରାନଠାରେ ଚାଲିଥିବା 14 ତମ ଏସୀୟ ଅଠର ବର୍ଷ କମ ବର୍ଗ ପୁରୁଷ ଭଲିବଲ ଚମ୍ପିୟାନସିପ ଚାଲିଛି। ସେଠାରେ ଭାରତର ଏହା ହେଉଛି ତୃତୀୟ ବିଜୟ। ପୂର୍ବରୁ ଭାରତର ଦୁଇଥର ବିଜୟ କରି କ୍ବାଟର ଫାଇନାଲକୁ ଉନ୍ନତ ହୋଇଛି। ଗତକାଲି ଖେଳରେ ଭାରତ ଚାଇନାକୁ 3-1 ସେଟରେ ପରାସ୍ତ କରି ସେମି ଫାଇନାଲ ଖେଳିବାକୁ ଯୋଗ୍ୟ ହୋଇପାରିଛି।

ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ନିକଟସ୍ଥ ଚାଷଙ୍ଗରା ଗ୍ରାମରେ ଜନ୍ମ ଗ୍ରହଣ କରିଥିବା ଆଶିଷ ସ୍ବାଇଁଙ୍କ ପିଲାଟି ଦିନରୁ ଭଲିବଲ ପ୍ରତି ରହିଛି ବେଶ ଆଗ୍ରହ। ମୁଖ୍ୟତଃ ତାଙ୍କର ଉଚ୍ଚତା ଆଉ ପରିଶ୍ରମ ପାଇଁ ସେ ଅଠର ବର୍ଷ କମ ବର୍ଗର ଖେଳାଳୀ ଭାବେ ଭାରତୀୟ ଦଳରେ ସାମିଲ ହୋଇ ପାରିଛନ୍ତି। ଜଣେ ଯୁବ ପ୍ରତିଭା ଭାବେ ଆଶିଷ ବର୍ତ୍ତମାନ ଇରାନର ତେହେରାନଠାରେ ଆନ୍ତର୍ଜାତୀୟ ମ୍ୟାଚ ଖେଳୁଥିବାରୁ ସେହି ଗ୍ରାମ ଏବଂ ସ୍କୁଲରେ ଖୁସିର ଲହରି ଖେଳିଯାଇଛି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର ରାଜ୍ୟ ଖବର

ଓଡିଶାର ଆଶିଷ ସ୍ବାଇଁଙ୍କ ଦମଦାର ମାଡ, ଏସୀୟ ଯୁବ ଭଲିବଲ ଚମ୍ପିୟାନରେ ଭାରତ ସେମିକୁ ଉନ୍ନୀତ

ଭୁବନେଶ୍ବର: ଭାରତୀୟ ଦଳରେ ସମାଲି ହୋଇଥିବା ଏକମାତ୍ର ଭଲିବଲ ଖେଳିଳୀ ଆଶିଷ ସ୍ବାଇଁଙ୍କ ଦମଦାର ପ୍ରଦର୍ଶନ। ଇରାନର ତେହରାନଠାରେ ଚାଲିଥିବା 14 ତମ ଏସୀୟ ଯୁବ ଭଲିବଲ ପ୍ରତିଯୋଗୀତାରେ ଆଶିଷଙ୍କ ତୀବ୍ର ଆକ୍ରମଣ ପାଇଁ ଭାରତ ସେମିରେ ପହଁଚି ପାରିଛି। ସେହିପରି ଭାରତର ଅନ୍ୟତମ ଖେଳାଳୀ ଉତ୍ତର ପ୍ରଦେଶର ଆର୍ଯ୍ୟାୟନ ମଧ୍ୟ ଭାରତୀୟ ଦଳକୁ ଆଗେଇ ନେବାରେ ସାହାଯ୍ୟ କରିଥିଲେ।

ମିଳିଥିବା ସୂଚନା ଅନୁସାରେ ତେହରାନଠାରେ ଚାଲିଥିବା 14 ତମ ଏସୀୟ ଅଠର ବର୍ଷ କମ ବର୍ଗ ପୁରୁଷ ଭଲିବଲ ଚମ୍ପିୟାନସିପ ଚାଲିଛି। ସେଠାରେ ଭାରତର ଏହା ହେଉଛି ତୃତୀୟ ବିଜୟ। ପୂର୍ବରୁ ଭାରତର ଦୁଇଥର ବିଜୟ କରି କ୍ବାଟର ଫାଇନାଲକୁ ଉନ୍ନତ ହୋଇଛି। ଗତକାଲି ଖେଳରେ ଭାରତ ଚାଇନାକୁ 3-1 ସେଟରେ ପରାସ୍ତ କରି ସେମି ଫାଇନାଲ ଖେଳିବାକୁ ଯୋଗ୍ୟ ହୋଇପାରିଛି।