Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଭଲିବଲ ଖେଳାଳୀ ଆଶିଷ ସ୍ବାଇଁଙ୍କୁ ସମ୍ବର୍ଦ୍ଧନା ଦେଲେ ଡ.ଅଚ୍ୟୁତ ସାମନ୍ତ
ଅନ୍ତରାଷ୍ଟ୍ରୀୟ

ଭଲିବଲ ଖେଳାଳୀ ଆଶିଷ ସ୍ବାଇଁଙ୍କୁ ସମ୍ବର୍ଦ୍ଧନା ଦେଲେ ଡ.ଅଚ୍ୟୁତ ସାମନ୍ତ

August 27, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link
ଭଲିବଲ ଖେଳାଳୀ ଆଶିଷ ସ୍ବାଇଁଙ୍କୁ ସମ୍ବର୍ଦ୍ଧନା ଦେଲେ ଡ.ଅଚ୍ୟୁତ ସାମନ୍ତ

ଭୁବନେଶ୍ବର: ଭଲିବଲ ଖେଳାଳୀ ଆଶିଷ ସ୍ବାଇଁଙ୍କୁ ଭଲିବଲ ଫେଡେରେଶନ ଅଫ ଇଣ୍ଡିଆର ସଭାପତି ଡ. ଅଚ୍ୟୁତ ସାମନ୍ତ ସମ୍ବର୍ଦ୍ଧନା କରିଛନ୍ତି। ଗତକାଲି ଭୁବନେଶ୍ବରର କିଟ୍ କାର୍ଯ୍ୟାଳୟରେ ତାଙ୍କୁ ଏହି ସମ୍ବର୍ଦ୍ଧନା ଦିଆଯାଇଛି। ଏଥିରେ ଆଶିଷଙ୍କ ସହିତ ତାଙ୍କ ବାପା ଭରତ ସ୍ବାଇଁ, ମା ଗୀତାଞ୍ଜଳୀ ସ୍ବାଇଁ ଏବଂ ଓଡିଶା ଭଲିବଲ ସଂଘର ସଂପାଦକ ଗଗନ ଦାସ ମଧ୍ୟ ଉପସ୍ଥିତ ଥିଲେ।

ଆଶିଷ ଇରାନର ତେହେରାନରେ ଅନୁଷ୍ଠିତ ୧୪ ତମ ଏସୀୟ ପୁରୁଷ ଅଣ୍ଡର-୧୮ ଭଲିବଲ୍ ଚାମ୍ପିଅନସିପରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଏହି ପ୍ରତିଯୋଗୀତା ଗତ ଅଗଷ୍ଠ ୧୫ରୁ ୨୨ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ଏହି ସଫଳତା ପାଇଁ କନ୍ଧମାଳ ସାଂସଦ, ଭଲିବଲ୍ ଫେଡେରେସନ୍ ଅଫ୍ ଇଣ୍ଡିଆର ସଭାପତି ଏବଂ କିଟ ଓ କିସର ପ୍ରତିଷ୍ଠାତା ଡ. ସାମନ୍ତ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ଏହି ଉତ୍ସବରେ ଡ. ସାମନ୍ତ କହିଥିଲେ ଯେ, ଆଶିଷ ମୋତେ କହିଥିଲେ ଯେ ମୁଁ ଏକ ଗରିବ ପରିବାରର ଏବଂ ମୋର ପିତା ଜଣେ ଅଟୋ ରିକ୍ସା ଡ୍ରାଇଭର। ଗତ ତିନିବର୍ଷ ଧରି କିଟ ଏକାଡେମୀରେ ମୋତେ ପ୍ରଶିକ୍ଷଣ ଦିଆଯାଇ ନ ଥିଲେ ମୁଁ ଏହି ସୁଯୋଗ ପାଇପାରି ନ ଥାଆନ୍ତି। ଏଥିପାଇଁ ଆଶିଷଙ୍କୁ ଧନ୍ୟବାଦ ବୋଲି ଡ. ସାମନ୍ତ କହିଥିଲେ। ଭବିଷ୍ୟତରେ ଖେଳିବା ପାଇଁ ଆଶିଷଙ୍କୁ କିଟ୍ ତରଫରୁ ସମସ୍ତ ସହଯୋଗ ଦିଆଯିବ ବୋଲି ଡ. ସାମନ୍ତ ପ୍ରତିଶୃତି ଦେଇଛନ୍ତି।

ଏହି ଚମ୍ପିୟାନସିପରେ ଆଶିଷ ବେଶ ଭଲ ପ୍ରଦର୍ଶନ କରିଥିଲେ। ସେ ଆଟକର ଭାବେ ନିଜର ସ୍ବତନ୍ତ୍ର ଦକ୍ଷତା ପ୍ରତିପାଦନ କରାଇଛନ୍ତି। ଭାରତ ଦୀର୍ଘ ୧୪ ବର୍ଷ ପରେ ୧୪ ତମ ଏସୀୟ ପୁରୁଷ ଅଣ୍ଡର-୧୮ ଭଲିବଲ୍ ଚାମ୍ପିଅନସିପରେ ବ୍ରୋଞ୍ଜ ପଦକ ହାସଲ କରିଛି। ଆଶିଷ ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ନିକଟସ୍ଥ ଚାଷଙ୍ଗରା ଗ୍ରାମର। ତାଙ୍କର ବାପା ଜଣେ ଅଟୋ ରିକ୍ସା ଡ୍ରାଇଭର ଭାବେ କାର୍ଯ୍ୟ କରି ପରିବାର ଚଳାଉଛନ୍ତି।

ଆଶିଷ ସ୍ବାଇଁ ଡ.ଅଚ୍ୟୁତ ସାମନ୍ତ
Share. Facebook Twitter LinkedIn Email WhatsApp Copy Link

Related Posts

ସମ୍ବଲପୁର ଓ ଝାରସୁଗୁଡ଼ା ସମେତ ଓଡ଼ିଶା ହେବ ଦେଶର ଅଗ୍ରଣୀ ମ୍ୟାନୁଫ୍ୟାକଚରିଂ ଏବଂ ଲଜିଷ୍ଟିକ୍ ହବ୍

April 25, 2026

କାକାବନ୍ଧ ଆଶ୍ରମ ସ୍କୁଲ ହଷ୍ଟେଲରେ ୧୨ ବର୍ଷୀୟ ଛାତ୍ରଙ୍କ ମୃତ୍ୟୁ ଏବଂ ୧୦୦ରୁ ଅଧିକ ଅସୁସ୍ଥ ହେବା ଘଟଣାରେ ନିଜ ଆଡୁ ମାମଲା ରୁଜ୍ଜୁ କଲେ ଜାତୀୟ ମାନବାଧିକାର ଆୟୋଗ

April 24, 2026

ଆଇ.ଆର୍.ସି.ଟି.ସି ର ବୁଦ୍ଧିଷ୍ଟ ସର୍କିଟ ପର୍ଯ୍ୟଟକ ପ୍ୟାକେଜ୍ ଉପରେ ସ୍ୱତନ୍ତ୍ର ୨୦% ରିହାତି

April 24, 2026

ଆସନ୍ତା୩୦ରେ ବିଧାନସଭାର ସ୍ଵତନ୍ତ୍ର ଅଧିବେଶନ

April 24, 2026
Latest News

ସମ୍ବଲପୁର ଓ ଝାରସୁଗୁଡ଼ା ସମେତ ଓଡ଼ିଶା ହେବ ଦେଶର ଅଗ୍ରଣୀ ମ୍ୟାନୁଫ୍ୟାକଚରିଂ ଏବଂ ଲଜିଷ୍ଟିକ୍ ହବ୍

April 25, 2026

କାକାବନ୍ଧ ଆଶ୍ରମ ସ୍କୁଲ ହଷ୍ଟେଲରେ ୧୨ ବର୍ଷୀୟ ଛାତ୍ରଙ୍କ ମୃତ୍ୟୁ ଏବଂ ୧୦୦ରୁ ଅଧିକ ଅସୁସ୍ଥ ହେବା ଘଟଣାରେ ନିଜ ଆଡୁ ମାମଲା ରୁଜ୍ଜୁ କଲେ ଜାତୀୟ ମାନବାଧିକାର ଆୟୋଗ

April 24, 2026

ଆଇ.ଆର୍.ସି.ଟି.ସି ର ବୁଦ୍ଧିଷ୍ଟ ସର୍କିଟ ପର୍ଯ୍ୟଟକ ପ୍ୟାକେଜ୍ ଉପରେ ସ୍ୱତନ୍ତ୍ର ୨୦% ରିହାତି

April 24, 2026

ଆସନ୍ତା୩୦ରେ ବିଧାନସଭାର ସ୍ଵତନ୍ତ୍ର ଅଧିବେଶନ

April 24, 2026

ବିଜେପିରେ ମିଶିଲେ ରାଘବ, ହୋଇପାରନ୍ତି ପଞ୍ଜାବର ମୁଖ୍ୟ ଚେହେରା !

April 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.