Categories
ଆଞ୍ଚଳିକ

ଆସିକା ଏନ୍ ଏ ସି ରେ ସାଧାରଣ ତନ୍ତ୍ର ଦିବସ ପାଳିତ

ଆସିକା (ମାନସ ପୂର୍ଣ୍ଣ ଆଚାର୍ଯ୍ୟ): ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦରେ ୭୫ତମ ସାଧାରଣ ତନ୍ତ୍ର ଦିବସ ପାଳିତ ହୋଇଯାଇଅଛି। ଅଧ୍ୟକ୍ଷା ବିନେତା ସ୍ବାଇଁ ପତାକା ଉତ୍ତୋଳନ କରିବା ପରେ ୱାର୍ଡ ନଂ ୫ ହାଟ ପଦା ଠାରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି, ହରିହର ହାଇସ୍କୁଲ ଠାରେ ପଞ୍ଚସଖାଙ୍କ ପ୍ରତିମୂର୍ତ୍ତି ବିଜୁ ପଟ୍ଟନାୟକ ଛକରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ତାଳୁକା ଛକ ଠାରେ ସହିଦ ଉମାକାନ୍ତ ପଟ୍ଟନାୟକଙ୍କ କୋର୍ଟ ନିକଟ ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟ ଅର୍ପଣ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ କାର୍ଯ୍ୟନିର୍ବାହୀ ଅଧିକାରୀ ଲୋକନାଥ ବେଜ୍, ସାଂସଦ ପ୍ରତିନିଧି ସତ୍ୟନାରାୟଣ ସ୍ୱାଇଁ ଓ ସମସ୍ତ କାଉନସିଲର ଅଫିସ କର୍ମଚାରୀ ଯୋଗଦେଇଥିଲେ।

Categories
ଆଞ୍ଚଳିକ

ବିଧାୟିକାଙ୍କ ଦ୍ୱାରା ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭ ଉଦଘାଟନ ଓ ଭିତ୍ତିପ୍ରସ୍ଥର ସ୍ଥାପନ

ମାନସ ପୂର୍ଣ୍ଣ ଆଚାର୍ଯ୍ୟ
ଆସିକା: ଗଞ୍ଜାମ ଜିଲ୍ଲା ଆସିକାରେ ଆଜି ପବିତ୍ର ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇଥିବା ବେଳେ ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଶୁଭ ଉଦଘାଟନ ଓ ଭିତ୍ତିପ୍ରସ୍ଥର ସ୍ଥାପନ କରିଛନ୍ତି।

ଆସିକା ବ୍ଲକ ବାବନପୁର ଗ୍ରାମରେ ସରପଚଂ ସଞ୍ଜୟ କୁମାର ନାୟକ ଓ ସମିତିସଭ୍ୟ ସନ୍ତୋଷ ଜେନାଙ୍କ ପ୍ରତ୍ୟେକ୍ଷ ତତ୍ୱାବାଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଧାୟିକା ମଞ୍ଜୁଳା ସ୍ୱାଇଁ ବାବନପୁର ଗୋଟିଏ ପଚାଂୟତ ଏବଂ ଗୋଟିଏ ଗ୍ରାମ ରେ ପ୍ରଥମେ ୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହେବାକୁ ଥିବା ଦଣ୍ଡକାଳୀ ମନ୍ଦିରର ମୁଖଶାଳାକୁ ଭିତ୍ତିପ୍ରସ୍ଥର ସ୍ଥାପନ କରିଥିଲେ।

ଏହାପରେ ରଘୁନାଥ ମନ୍ଦିର ଷ୍ଟୋର ରୁମର ଭିତ୍ତିପ୍ରସ୍ଥର ସ୍ଥାପନ କରିଥିଲେ । ଯାହାର ବ୍ୟୟ ଅଟକଳ ୪ ଲକ୍ଷ ୫୦ ହଜାର ଟଙ୍କା ରହିଛି। ସେହିଭଳି ୨ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ପନ୍ଦରା କଲୋନୀ ରାସ୍ତାର ଭିତିପ୍ରସ୍ଥର ସ୍ଥାପନା, ୨ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ କୁମ୍ଭାର ସମାଜ କୋଠଘର ସମ୍ପ୍ରସାରଣର ଭିତିପ୍ରସ୍ଥର ସ୍ଥାପନ, ଲକ୍ଷ୍ମୀ ମନ୍ଦିର ନିର୍ମାଣ ଓ ସୈାନ୍ଦର୍ଯ୍ୟକରଣ ପାଇଁ ୪ ଲକ୍ଷ ୫୦ ହଜାର ଟଙ୍କା ବ୍ୟୟ ଅଟକଳ, ସ୍ୱର୍ଗତ ଲଡୁକିଶୋର ସ୍ୱାଇଁଙ୍କ ସାଂସଦ ପାଣ୍ଠିରୁ ୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ କୋଠ ଘର ନିର୍ମାଣ, ଗଣେଶ ମନ୍ଦିର ନିର୍ମାଣ ଓ ସମ୍ପ୍ରସାରଣର ଭିତିପ୍ରସ୍ଥର ସ୍ଥାପନ ପାଇଁ ୩ ଲକ୍ଷ ଟଙ୍କା, ୧୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ବଜାର ଗୃହ ନିର୍ମାଣର ଭିତିପ୍ରସ୍ଥର ସ୍ଥାପନ ଆଦି ବିଧାୟିକା ମଞ୍ଜୁଳା ସ୍ୱାଇଁ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଆସିକା ବ୍ଲକ ବିଜେଡି ସଭାପତି ରାଜେଶ କୁମାର ପଟ୍ଟନାୟକ, ଆସିକା ବ୍ଲକ ଅଧ୍ୟକ୍ଷା ତ୍ରିବେଣୀ ନାହକ, ଗଞ୍ଜାମ ଜୋନ ବିଜୁ ଯୁବ ଜନତା ଦଳ ସଭାପତି ନଚିକେତା ସ୍ୱାଇଁ, ବରିଷ୍ଠ ବିଜେଡି ନେତା ଭଗବାନ ସାହୁ, ଗଞ୍ଜାମ ଜୋନ ଉପସଭାପତି ଦିଲ୍ଲୀପ କୁମାର ପାଣିଗ୍ରାହି, ବିଜେଡି ନେତା ଅଭିମନ୍ୟୁ ନାହକ, ଆସିକା ବ୍ଲକ ଉପାଧ୍ୟକ୍ଷା ରେଶମା ଦୋରା, ଆସିକା ଏନଏସି ଉପାଧ୍ୟକ୍ଷା ଜୟନ୍ତି ବିଷୋୟୀ, ହରିଡାପଦର ସରପଚଂ ଜୟନ୍ତି ବେହେରା, ଦୈାତାରୀ ବେହେରା, ସରପଚଂ ଜୟସେନ ସ୍ୱାଇଁ, ଦୁର୍ଗା ବେହେରା, ପୂର୍ବତନ ସରପଚଂ ବିଜୟ ନାହକ, ପୁର୍ବତନ ସରପଚଂ ନାଗାର୍ଜୁନ ବିଷୋୟୀ, ପୂର୍ବତନ ସରପଚଂ ଟୁଲୁ ଜେନା, ସନ୍ତୋଷ ସ୍ୱାଇଁ, ଜିଲ୍ଲାପରିଷଦ ବି.ମନୋଜ କୁମାର ଦୋରା, ମଙ୍ଗଳପୁର ସରପଚଂ ଦେବରାଜ ନାହକ ପ୍ରମୁଖ ଯୋଗ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ବିଧାୟିକା ମଞ୍ଜୁଳା ସ୍ୱାଇଁ ଓ ବିଜେଡି ନେତା ଏବଂ କର୍ମୀ ପବିତ୍ର ଜନ୍ମାଷ୍ଟମୀ ଅବସରରେ ଗ୍ରାମ ପରିକ୍ରମା କରିଥିଲେ। ବାବନପୁର ଗ୍ରାମରେ ବିରାଟ ପଟୁଆର ବେଳେ ବିଭିନ୍ନ ସ୍ଥାନରେ ବିଧାୟିକାଙ୍କୁ ସ୍ୱଂୟ ସହାୟକ ଗୋଷ୍ଠି ପକ୍ଷରୁ ବନ୍ଦାପନା କରି ହୁଳହୁଳିରେ ସ୍ୱାଗତ କରିଥିଲେ।

Categories
ଆଞ୍ଚଳିକ

ଆସିକାର ବିଭିନ୍ନ ସ୍ଥାନରେ ମହାଧୂମଧାମରେ ପାଳିତ ହେଉଛି ଜନ୍ମାଷ୍ଟମୀ ଉତ୍ସବ

ମାନସ ପୂର୍ଣ୍ଣ ଆଚାର୍ଯ୍ୟ
ଆସିକା: ଗଞ୍ଜାମ ଜିଲ୍ଲା ଆସିକାରେ ଆଜି ବିଭିନ୍ନ ସ୍ଥାନରେ ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇଛି। ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ଜୟନ୍ତି ବ୍ରତ, ଉପବାସ ଆଧ୍ୟାତ୍ମିକ ପରିବେଶରେ ଅନୁଷ୍ଠିତ ହୋଇଛି।

ଆସିକା ସହର ଓ ଏହାର ଆଖପାଖ ଅଚଂଳର ବିଭିନ୍ନ ମଠ, ମନ୍ଦିର ଠାରେ ବଡ ଧୁମଧାମରେ ଏହି ଉତ୍ସବ ପାଳିତ ହୋଇଥିଲା। ଆସିକା ସୁନାମ୍ବ ସାହି ଠାରେ ବିଜେ ଶ୍ରୀ ଶ୍ରୀ ରଘୁନାଥ ମନ୍ଦିର, ଜଗନ୍ନାଥ ମନ୍ଦିର, ଗୋପୀନାଥ ମନ୍ଦିର, ରାଧାକୃଷ୍ଣ ମନ୍ଦିର, ଭଗବତ ଟୁଙ୍ଗୀ ମଠ, ଶ୍ୟାମା କେନ୍ଦ୍ର ଆଦି ସ୍ଥାନରେ ଶ୍ରୀକୃଷ୍ଣ ଜନ୍ମ ବିଧି ,ବିଧାନ ପୂର୍ବକ ପୂଜା ପାଠ, ସ୍ୱତନ୍ତ୍ର ପୂଜା, ବେଶ, ନିତି ଆଦି ହୋଇଥିଲା।

ଏହାପରେ ପଣ୍ଡିତ ମାନଙ୍କ ଦ୍ୱାରା ଷୋଡଶ ଉପଚାର ପୂଜା, ହୋମ, ଯଜ୍ଞ, ଆରତୀ, ପୁଷ୍ପାଞ୍ଜଳୀ, ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା। ଏହି ଅବସରରେ ଦିନ ତମାମ ନାମଯଜ୍ଞ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା।

Categories
ଆଞ୍ଚଳିକ

ବିଦ୍ୟାଳୟରେ ଶୈାଚାଳୟ ଯନ୍ତ୍ରଣା: ଶିକ୍ଷକଙ୍କ ଅଗୋଚରରେ ବାହାରକୁ ଯାଉଛନ୍ତି ଛାତ୍ରଛାତ୍ରୀ

ଆସିକା (ମାନସ ପୂର୍ଣ୍ଣ ଆଚାର୍ଯ୍ୟ): ପାଖରେ ଅଛି ପାହାଡ। ପୋଖରୀରେ ଭର୍ତ୍ତି ପାଣି। ହେଲେ ଏହାକୁ ଭୃକ୍ଷେପ ନକରି ବିଦ୍ୟାଳୟ ପାଠପଢା ସମୟରେ ଛାତ୍ରଛାତ୍ରୀ ମାନେ ବିପଦ ସଙ୍କୁଳ ସ୍ଥାନକୁ ଶୈାଚ ହେବା ପାଇଁ ବାହାରକୁ ଯାଉଛନ୍ତି। ଏକଥା ନା ଶିକ୍ଷକ ଜାଣୁଛନ୍ତି ନା ବିଦ୍ୟାଳୟ କର୍ତୃପକ୍ଷ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଆସିକା ବ୍ଲକ ସିଦ୍ଧନଇ ଗ୍ରାମପଚାଂୟତ ଉଚ୍ଚ ବିଦ୍ୟାଳୟରେ।

ଏହି ସମୟରେ ପିଲା ମାନେ ଶିକ୍ଷକଙ୍କୁ ନ କହି ବାହାରକୁ ଶୈାଚ ହେବା ପାଇଁ ଯାଉଛନ୍ତି। ବିଦ୍ୟାଳୟରେ ଶୈାଚାଳୟ ବ୍ୟବସ୍ଥା ନଥିବାରୁ ରିତୀମତ ପିଲା ମାନେ ଏଭଳି ମନ ଇଚ୍ଚା ବାହାରକୁ ଚାଲି ଯାଉଥିବା ଅଭିଯୋଗ ହେଉଛି। ବର୍ତ୍ତମାନ ସ୍କୁଲରେ ରୁପାନ୍ତରୀକରଣ କାମ ଚାଲିଥିବା ବେଳେ ସ୍କୁଲ ପରିସରରେ ଏବେ ବହୁ ସାମଗ୍ରୀ, ବିଭିନ୍ନ ନିର୍ମାଣ ସାମଗ୍ରୀ, ବାଲି ଗୋଡି ମାଟି ଆଉ ପୁରୁଣା ସାମଗ୍ରୀ ବିକ୍ଷିପ୍ତ ହୋଇ ପଡିଛି। କିଏ କୁଆଡେ ଗଲା କିଛି ଜଣାପଡୁନି। ଏହି ସମୟରେ ଛାତ୍ରଛାତ୍ରୀ ମଧ୍ୟ କିଏ ଯାଏ ଆଉ କିଏ ଆସେ ସେ ମଧ୍ୟ ଜଣାପଡେ ନାହିଁ। କିଏ ପାଠ ପଢୁଛି ଆଉ କିଏ ପଢୁ ନାହିଁ ତାକୁ ମଧ୍ୟ ତାଦରଖ ହେଉ ନଥିବା ଦେଖାଦେଇଛି। ଫଳରେ ସ୍କୁଲ ପିଲା ମାନେ ମନ ଇଛା ଶିକ୍ଷକଙ୍କ ବିନା ଅନୁମତିରେ ଶୈାଚ ହେବାକୁ ଯାଇଥାନ୍ତି ଓ ଆସିଥାନ୍ତି।

ବିଦ୍ୟାଳୟର କିଛି ଦୂରରେ ପାହାଡ ଓ ପୋଖରୀ ରହିଥିବା ବେଳେ କେତେବେଳେ ବିପଦ ଘନେଇବ ସେକଥା କହି ହେବ ନାହିଁ। ଏହାକୁ ବିଦ୍ୟାଳୟ କର୍ତୃପକ୍ଷ ଜମାରୁ ହେୟ କରୁନାହାଁନ୍ତି। ଏଭଳି ସ୍ଥିତିରେ ଦୁର୍ଘଟଣା ଘଟିଲେ କିଏ ଦାୟୀ ରହିବ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକମାନଙ୍କ ଅବହେଳାକୁ ନେଇ ମଧ୍ୟ ଆସିକା ବିଇଓଙ୍କ ଠାରେ ଅଭିଭାବକ ମାନେ ଅଭିଯୋଗ କରିଛନ୍ତି। ବହୁ ସମୟରେ ବହୁ ବିଦ୍ୟାଲୟରେ ଶୈାଚାଳୟ ନଥିବାରୁ ପିଲା ମାନେ ବାହାରକୁ ଯାଇ କିଏ ପାଣିରେ ବୁଡି ମରିଲେଣିତ ଆଉ କିଏ ବିଭିନ୍ନ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ଶିକ୍ଷକଙ୍କ ଅବହେଳାକୁ ନେଇ ବହୁ ସମୟରେ ଅଭିଯୋଗ ମାନ ବି ହେଉଛି। ଏସବୁକୁ ଶିକ୍ଷକ ମାନେ ଧ୍ୟାନ ଦେଉନଥିବା ଏବେ ପରିତାପର ବିଷୟ ହୋଇଛି।

Categories
ଆଞ୍ଚଳିକ

ଆସିକା: ଲାୟନ୍ସ କ୍ଲବ୍‌ର ଅଧିଷ୍ଠାନ ଉତ୍ସବ

ମାନସ ପୂର୍ଣ୍ଣ ଆଚାର୍ଯ୍ୟ

ଆସିକା: ସ୍ଥାନୀୟ ଲାୟନ୍ସ କମ୍ୟୁନିଟି ହଲ୍ ପରିସରରେ ଆସିକା ଲାୟନ୍ସ କ୍ଲବ୍‌ର ଅଧୁଷ୍ଠାନ ଉତ୍ସବ ସଭାପତି ଲାୟନ୍ସ ଇ.ଅରୁଣ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉପଜିଲ୍ଲା ଗଭର୍ଣ୍ଣର ଲାୟନ୍ସ ହେମନ୍ତ କୁମାର ଖୁଣ୍ଟିଆ, ସମ୍ମାନିତ ଅତିଥି ଭାବେ, ପୂର୍ବତନ ଜିଲ୍ଲା ଗଭର୍ଣ୍ଣର ଲାୟନ୍ସ ଡାକ୍ତର ପ୍ରଶାନ୍ତ କୁମାର ତ୍ରିପାଠୀ ଓ ଲାୟନ୍ ହରିହର ଦାଶ ଯୋଗଦେଇ ଲାୟନ୍ସ କ୍ଲବର ବିଭିନ୍ନ ସେବାମୂଳକ କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱାରୋପ କରି ଏହାକୁ ଆହୁରି ବ୍ୟାପକ କରିବାକୁ ସଦସ୍ୟମାନଙ୍କୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ୨୦୨୩-୨୪ ପାଇଁ ସଭାପତି ରୂପେ ଲାୟନ୍ସ ବି.ମୋହନ ପାତ୍ର, ସଂପାଦକ ଲାୟନ୍ସ ବି.ଭେଙ୍କଟରମଣ ମୂର୍ତ୍ତି, କୋଷାଧ୍ୟକ୍ଷ ଲାୟନ୍ସ କେ.ରାଜକିଶୋର ପାତ୍ରଙ୍କୁ ମନୋନୀତ କରାଯାଇଥିଲା।

ଅଧିଷ୍ଠାନ ଅଧିକାରୀ ଲାୟନ୍ସ ହେମନ୍ତ କୁମାର ଖୁଣ୍ଟିଆ ନବନିର୍ବାଚିତ କାର୍ଯ୍ୟକର୍ତ୍ତାଙ୍କୁ ଶପଥପାଠ କରାଇଥିଲେ। ଏହି ଅବସରରେ ବ୍ଲକ୍‌ସ୍ତରରେ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ଵାରା ପରିଚାଳିତ ମାଟ୍ରିକ୍ ପରୀକ୍ଷାରେ ଟପ୍ପର ହୋଇଥିବା ସୁଜ୍ଞାନୀ କୁମାରୀ ପାଢ଼ି ଓ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷାରେ ଟପ୍ପର ହୋଇଥିବା ଶ୍ରୀନିବାସ ପାଢ଼ିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଲାୟନ୍ସ କ୍ଲବ୍‌ର ନୂତନ ଭାବେ ସଭ୍ୟ ପଦ ଗ୍ରହଣ କରିଥିବା ଏନ୍‌ଏସି ଅଧ୍ୟକ୍ଷା ବିନେତା ସ୍ଵାଇଁ, ସାଂସଦଙ୍କ ପ୍ରତିନିଧି ସତ୍ୟନାରାୟଣ ସ୍ଵାଇଁ, ବ୍ୟାଙ୍କ ଅଫିସର ବୈକୁଣ୍ଠ ଚରଣ ମହାନ୍ତି, ବରିଷ୍ଠ ବ୍ୟବସାୟୀ ପ୍ରିୟବ୍ରତ ମିଶ୍ର, କେ.ଶ୍ୟାମବାବୁ ରେଡୀ, ଏଲ୍. ବଦ୍ରିନାରାୟଣ ପୃଷ୍ଟି, ବ୍ୟାଙ୍କ ଅଫିସର ବି.ଶ୍ରୀନିବାସ ରାଓଙ୍କୁ ଶପଥପାଠ କରାଯାଇଥିଲା।

କାର୍ଯ୍ୟକ୍ରମକୁ ଲାୟନ୍ସ ଇ. ଅରୁଣ କୁମାର ପାତ୍ର ସଂଯୋଜନା କରିଥିବା ବେଳେ ଲାୟନ୍ସ ପି.ତିରୁପତି ପାତ୍ର, କେ.କିଶୋର କୁମାର ସେନାପତି, ଲକ୍ଷ୍ମୀନାରାୟଣ ଗୁପ୍ତା, ଜୟଚନ୍ଦ୍ର ନାୟକ, କେ.ସନ୍ତୋଷ କୁମାର ସେନାପତି, ପି. ସୁଧାକାର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଲାୟନ୍ସ କ୍ଲବ୍‌ର ଡିରେକ୍ଟୋରୀକୁ ଉନ୍ମୋଚନ କରାଯାଇଥିଲା।

Categories
ଆଞ୍ଚଳିକ

ଆସିକା: କଳିଙ୍ଗ ରୋଡ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ

ମାନସ ପୂର୍ଣ୍ଣ ଆଚାର୍ଯ୍ୟ

ଆସିକା: ଗଞ୍ଜାମ ଜିଲ୍ଲା ଆସିକା କଳିଙ୍ଗ ରୋଡ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ବିଭାଗ ଓ ସମ୍ଭାଗ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି ବିଭାଗ ଓ ସମ୍ଭାଗ ସ୍ତରୀୟ ଜ୍ଞାନ ବିଜ୍ଞା ମେଳା ଦୁଇ ଦିନ ଧରି ଅନୁଷ୍ଠିତ ହୋଇଥିଲା।

ମୁଖ୍ୟ ଅତିଥି ଭାବେ ଆସିକା ଗୋଷ୍ଠୀ ଶିକ୍ଷା ଅଧିକାରୀ ମୁନରାଣି ମହାନ୍ତି ଯୋଗ ଦେଇ ଜ୍ଞାନ ବିଜ୍ଞାନ ମେଳାକୁ ଉଦଘାଟନ କରିଥିବା ବେଳେ ମୁ୍‌ଖ୍ୟବକ୍ତା ରୁପେ ଆସିକା ବିଜ୍ଞାନ ମହାବିଦ୍ୟାଳୟ ରାସାୟନିକ ବିଜ୍ଞାନ ଅଧ୍ୟାପକ ସୁରଜ କୁମାର ପାଣିଗ୍ରାହି, ସମ୍ମାନୀୟ ଅତିଥୀ ରୁପେ ବିଦ୍ୟାଳୟ ପରିଚାଳନା ସଭାପତି ସୁବାଷ ଚନ୍ଦ୍ର ସେନାପତି, ସମ୍ପାଦକ ପ୍ରସନ୍ନ କୁମାର ପ୍ରଧାନ, ଓଡିଶା ଶିକ୍ଷା ବିକାଶ ସମିତି ଦକ୍ଷିଣ-ପୂର୍ବ ସମ୍ଭାଗ ବିଭାଗ ସଂଯୋଜକ ପ୍ରକାଶ ଚନ୍ଦ୍ର ତ୍ରିପାଠୀ, ଦକ୍ଷିଣ-ପୂର୍ବ ସମ୍ଭାଗ ବିଭାଗ ସହନିରୀକ୍ଷକ ପଦ୍ମନାଭ ସାମଲ, ଆସିକା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପ୍ରଧାନ ଆଚାର୍ଯ୍ୟ ଶରତ ଚନ୍ଦ୍ର ମୁନୀ, ପ୍ରିନ୍ସିପାଲ ବୃନ୍ଦାବନ ନାୟକ ପ୍ରମୁଖ ଯୋଗ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ପ୍ରକାଶ ଚନ୍ଦ୍ର ତ୍ରିପାଠୀ ସଂଯୋଜନା ସାଙ୍ଗକୁ ଜ୍ଞାନ ବିଜ୍ଞାନ ମେଳାର ମୁ୍‌ଖ୍ୟ ପ୍ରସଙ୍ଗ ସମ୍ପର୍କୀତ ସୂଚନା ପ୍ରଦାନ କରିଥିଲେ।

ଗଞ୍ଜାମ ବିଭାଗ ଅନ୍ତର୍ଗତ ୬ଟି ସଙ୍କୁଳ ବିଭାଗ ଆସିକା, ବ୍ରହ୍ମପୁର, ଛତ୍ରପୁର, ପାରଳାଖେମୁଣ୍ଡି, ଖଲ୍ଲୀକୋଟ ଏବଂ ଫୁଲବାଣି ବିଭାଗ ୩ ଟି ସଙ୍କୁଳ ବିଭାଗ ବାଲିଗୁଡା, ଭଞ୍ଜନଗର, ଫୁଲବାଣୀର ମୋଟ ୨୧୬ ଜଣ ଛାତ୍ରଛାତ୍ରୀ ଜ୍ଞାନ ବିଜ୍ଞାନ ମେଳାରେ ଅଂଶଗ୍ରହଣ କରିଥିଲେ।

ଏହି ଜ୍ଞାନ ବିଜ୍ଞାନ ମେଳାରେ ଗଣିତ, ବିଜ୍ଞାନରେ ମୋଟ ୩୬ଟି ପ୍ରକଳ୍ପ ଉପସ୍ଥାପନା କରଯାଇଥିଲା। ଏହା ସହିତ ବିଜ୍ଞାନ ପତ୍ରବାଚନ, ଗଣିତ ପତ୍ରବାଚନ ପ୍ରତିଯୋଗିତାରେ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।

ଏହି ଜ୍ଞାନ ବିଜ୍ଞାନ ମେଳାକୁ ପରିଚାଳନା ପାଇଁ ୨୧ ଜଣ ପରିଚାଳକ ରହିଥିବା ବେଳେ ବିଚାରକ ରୁପେ ୨୭ ଜଣ ନିୟୋଜିତ ହୋଇଥିଲେ। ଏହାକୁ ବିଦ୍ୟାଳୟର ଗୁରୁଜୀ, ଗୁରୁମା, ବିଦ୍ୟାଳୟ କର୍ମଚାରୀ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।

Categories
ଆଞ୍ଚଳିକ

ମହିଳା ଜେସିସ୍‌ କ୍ଲବ୍ ତରଫରୁ ବିଶ୍ଵ ବନ୍ଧୁତ୍ଵ ଦିବସ

ମାନସ ପୂର୍ଣ୍ଣ ଆଚାର୍ଯ୍ୟ

ଆସିକା: ଆସିକା ମହିଳା ଜେସିସ୍ ପକ୍ଷରୁ ସ୍ଥାନୀୟ ମା’କନ୍ୟକା ପରମେଶ୍ଵରୀ ମନ୍ଦିର ପରିସରରେ ବିଶ୍ଵବନ୍ଧୁତ୍ଵ ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥୁ ରୂପେ ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଲୋକନାଥ ବେଜ ଯୋଗ ଦେଇଥିଲେ।

କାର୍ଯ୍ୟକ୍ରମରେ କେ.ସୁଧାଞ୍ଜଳୀ ପାତ୍ର, କେ.ସୋନମ୍ ପାତ୍ର, ଡି.ବନ୍ଦିତା ପାତ୍ର, ଇ.ଭାଗ୍ୟଶ୍ରୀ ପାତ୍ର, ସସ୍ମିତା ପାଢୀ, ରଂଜିତା ନାୟକ, ରଶ୍ମିତା ପାତ୍ର, ସ୍ଵପ୍ନ ଭଞ୍ଜ, ଭାଗ୍ୟଶ୍ରୀ ପାତ୍ର, ସଙ୍ଗୀତା ପାତ୍ର, ରୁପଶ୍ରୀ ପୃଷ୍ଟି, ରାଜଲକ୍ଷ୍ମୀ ଚୌଧୁରୀ, ମୌସୁମୀ ବିଶ୍ଵାଳଙ୍କ ସମେତ ବହୁ ସଭ୍ୟ ଯୋଗଦେଇ ପରସ୍ପରକୁ ବିଶ୍ବବନ୍ଧୁତ୍ୱ ଦିବସର ଶୁଭେଚ୍ଛା ଜଣାଇବା ସହ ହାତରେ ବନ୍ଧୁତ୍ଵର ଡୋରି ବାନ୍ଧିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଜୋର ଧରିଲା ଋଷିକୁଲ୍ୟା ଜିଲ୍ଲା ଗଠନ ଦାବି: କ୍ରିୟାନୁଷ୍ଠାନ କମିଟର ବୈଠକ

ମାନସ ପୂର୍ଣ୍ଣ ଆଚାର୍ଯ୍ୟ
ଆସିକା: ପଦମପୁର ଉପ ନର୍ବାଚନ ସମୟରୁ ରାଜ୍ୟରେ ଜିଲ୍ଲା ପୂନ ର୍ଗଠାନ ଓ ନୂଆଁ ଜିଲ୍ଲା ସୃଷ୍ଟିକୁ ନେଇ ଚର୍ଚ୍ଚା ଲାଗି ରହିଛି। ଆସିକା ହେଉଛି ଗଞ୍ଜାମ ଜିଲ୍ଲାର କେନ୍ଦ୍ର ସ୍ଥଳ। ଆସିକା, କବିସୂର୍ଯ୍ୟନଗର, ପୋଲସରା, ବେଗୁନିଆ ପଡ଼ା, ଧରାକୋଟ, ଶେରଗଡ଼, ସାନଖେମୁଣ୍ଡି, ହିଞ୍ଜିଳିକାଟୁ ଅଞ୍ଚଳକୁ ନେଇ ଋଷିକୁଲ୍ୟା ଜିଲ୍ଲା ଗଠନ ଦାବି କୁ ଅଧିକ ଶାଣିତ କରିବା ଲାଗି ରୂପରେଖ ପ୍ରସ୍ତୁତ କରିବା ସକାଶେ ରବିବାର ଅପରାହ୍ନରେ ସ୍ଥାନୀୟ ଓକିଲ ସଂଘ କାର୍ଯ୍ୟାଳୟ ପରିସରରେ କ୍ରିୟାନୁଷ୍ଠାନ କମିଟିର ଏକ ଗୁରୁତ୍ବପୂର୍ଣ୍ଣ ବ୍ୟଠକ ଅନୁଷ୍ଠିତ ହୋଇ ଯାଇଛି।

ଆସିକା ଓକିଲ ସଂଘର ସଭାପତି ରବୀନ୍ଦ୍ର ନାଥ ଶର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଓକିଲ ସଂଘର ସମ୍ପାଦକ ନାରାୟଣ ମୁନି, ଉପ ସଭାପତି ଛବିଳ ରାମ ମିଶ୍ର, ଆସିକା ଲୟନ୍ସ କ୍ଲବ୍ ସଭାପତି ଇ . ଅରୁଣ କୁମାର ପାତ୍ର, ଜିଲ୍ଲା ପରିଷଦ ସଦସ୍ୟା ଅନିମା ପରିଡ଼ା, ଆଇନ ଜିବୀ ସନ୍ତୋଷ କୁମାର ପାଣିଗ୍ରାହୀ ପ୍ରମୁଖ ମଞ୍ଚାସୀନ ଥିଲେ। ଏଥିରେ ଆସିକା ଅଞ୍ଚଳର ବହୁ ସଚେତନ ନାଗରିକ ଓ ବିଭିନ୍ନ ସଂଗନର କର୍ମକର୍ତ୍ତା ଋଷିକୁଲ୍ୟା ଜିଲ୍ଲା ଗଠନର ଆବଶ୍ୟକତା ଉପରେ ମତ ପ୍ରକାଶ କରିଥିଲେ। ଗଞ୍ଜାମ ଜିଲ୍ଲାର କେନ୍ଦ୍ର ସ୍ଥଳରେ ଥିବା ଆସିକାରେ ବହୁ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ରହିଛି ଏବଂ ଏଠାରେ ହିଁ ଏହାର ମୁଖ୍ୟ କାର୍ଯ୍ୟାଳୟ ରଖିବାକୁ ବିଭିନ୍ନ ମହଲରେ ଦାବି ହେଉଛି।

ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ସାଂସଦ ପ୍ରତିନିଧି ସତ୍ୟ ନାରୟଣ ସ୍ୱାଇଁ, ଗଞ୍ଜାମ ଜୋନ୍ ଯୁବ ବିଜେଡି ସଭାପତି ନଚିକେତା ସ୍ୱାଇଁ, ସମବାୟ ବିତ୍ ସୂର୍ଯ୍ୟ କାନ୍ତ ପରିଡ଼ା, ବସ ମାଲିକ ସଂଘର ସମ୍ପାଦକ ସନ୍ତୋଷ କୁମାର ପୋଲାଇ, ଆସିକା ପ୍ରେସ କ୍ଲବ୍ ର ସଭାପତି ସତ୍ୟ ନାରାୟଣ ରଥ  ଓକିଲ ସଂଘର ପୂର୍ବତନ ସଭାପତି ସୁରେନ୍ଦ୍ର ନାଥ ପଣ୍ଡା, ଆଇନ ଜୀବି ଅଜିତ ଚୌଧୁରୀ, ସୁଧିର ତ୍ରୀପାଠୀ, ସରୋଜ ତ୍ରିପାଠୀ, ସରୋଜ ନାୟକ, ପୂର୍ଣ୍ଣଚନ୍ଦ୍ର ନାୟକ, ଲଲିତ ଦାସ, ସିଶର ନାୟକ, ଦିଲ୍ଲୀପ ପାଣିଗ୍ରାହୀ, ମାନସ ଆଚାର୍ଯ୍ୟ, ପ୍ରଭାତ ପାଢ଼ୀ, ଅଜିତ କୁମାର ମୁନି, ବୁଲୁ ପାଣିଗ୍ରାହୀ, ମାନସ ଗୌଡ, ସନ୍ତୋଷ ମିଶ୍ର, ନିର୍ମଳ କୁମାର ଦାସ, ଦେବ କାନ୍ତ ଶର୍ମା, ଅଜିତ୍ ନାୟକ ସମେତ ଅନେକ ଆଇନ୍ ଯିବି ଯୋଗ ଦେଇ ଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଆସିକା: ସରପଞ୍ଚଙ୍କୁ ବିଏଫଟି କର୍ମଚାରୀଙ୍କ ମରଣାନ୍ତକ ଆକ୍ରମଣ

ମାନସ ପୂର୍ଣ୍ଣ ଆଚାର୍ଯ୍ୟ

ଆସିକା: ଆସିକା ବ୍ଲକର ନଳବଣ୍ଟା ପଞ୍ଚାୟତ ସରପଞ୍ଚ କିଶୋର କୁମାର ପ୍ରଧାନଙ୍କୁ ବ୍ଲକ କାର୍ଯ୍ୟାଳୟରେ BFT କର୍ମଚାରୀ ପ୍ରଦୀପ ଜେନା ଏବଂ ତାଙ୍କ ଭାଇ ପ୍ରମୋଦ ଜେନା ମରଣାନ୍ତକ ଆକ୍ରମଣ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଆକ୍ରମଣରେ ଆହତ ହୋଇ କିଶୋର ଆସିକା ଉପଖଣ୍ଡ ଡାକ୍ତରଖାନାରେ ଚିକିତ୍ସିତ ହେବାପରେ ତାଙ୍କୁ ବ୍ରହ୍ମପୁର ବଡ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ତାଙ୍କ ମୁହଁ ଓ ଆଖିକୁ ପ୍ରବଳ ମାଡ଼ ହୋଇଛି।

କିଶୋରଙ୍କ ଅଭିଯୋଗ ପ୍ରକାରେ ସେ ସନ୍ଧ୍ୟାରେ ବ୍ଲକ କାର୍ଯ୍ୟାଳୟକୁ ଯାଇ ଗ୍ରାମର ସମସ୍ୟା ସମ୍ପର୍କରେ ବ୍ଲକ ଉନ୍ନୟନ ଅଧିକାରୀଙ୍କ ସହ ଆଲୋଚନା କରିବା ସହ “ବଚସା କରିଥିଲେ।ତାଙ୍କ ସହ ଗହଙ୍ଗୁ ସରପଞ୍ଚ ମନୋଜ ପରିଡ଼ା, ପଣ୍ଡିଆ ପଥର ସରପଞ୍ଚ ନିଳାଞ୍ଚଳ ଗୌଡ଼ ମିଶି ବ୍ଲକ ସଭାଗୃହକୁ ଗଲେ। ତାଙ୍କ ପଛେ ପଛେ ବିଡିଓ ସେଠାକୁ ଯାଇ ତାଙ୍କୁ କୁଆଡେ ଅଭଦ୍ର ଭାଷାରେ ଗାଳିଗୁଲଜ କରି ତମକୁ ମାଡ ଦରକାର ବୋଲି କହିଥିଲେ। ଏହା ପରେ ସେଠାରେ ଉପସ୍ଥିତ BFT ପ୍ରଦୀପ ଜେନା ଏବଂ ତାଙ୍କ ଭାଇ ପ୍ରମୋଦ ଜେନା ମିଶି ଆକ୍ରମଣ କରିଥିଲେ। ଫଳରେ ତାଙ୍କ ଦୁଇ ଆଖି ଫାଟିଯାଇ ରକ୍ତ ବାହାରିବା ପରେ ସେ ତଳେ ପଡ଼ିଯାଇ ଥିଲେ। ସେତେବେଳେ ଉପସ୍ଥିତ ଅନ୍ୟ ସରପଞ୍ଚ ତାଙ୍କୁ ଉଦ୍ଧାର କରିଥିଲେ ଏବଂ ଏହା ବିଡିଓ ଙ୍କ ଇଙ୍ଗିତରେ ହୋଇଛି ବୋଲି କିଶୋର ଏତଲାରେ ଦର୍ଶାଇଛନ୍ତି।

ଏସଂକ୍ରାନ୍ତରେ ବିଡିଓ ଫକୀର ଚରଣ ପରିଡ଼ାଙ୍କ ପ୍ରତିକ୍ରିୟା ଆମେ ଜାଣିବାକୁ ଚାହିଁଥିଲୁ।ପ୍ରତିକ୍ରିୟାରେ ବିଡିଓ ଏହାକୁ ଖଣ୍ଡନ କରି ତାଙ୍କ ସମ୍ମୁଖରେ ଏଭଳି କିଛି ଘଟିନାହିଁ ବୋଲି କହିଛନ୍ତି। ଅନ୍ୟପଟେ ସରପଞ୍ଚ ସଂଘର ସଭାପତି ଭବାନୀ ଶଙ୍କର ମଲ୍ଲିକଙ୍କ ନେତୃତ୍ୱରେ ବହୁ ସରପଞ୍ଚ ଥାନା ଅଧିକାରୀଙ୍କ ସହ ଆଲୋଚନା କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି।

Categories
ଆଞ୍ଚଳିକ

ଆସିକା: ଭୋଟର ସଚେତନତା କାର୍ଯ୍ୟକ୍ରମ

ମାନସ ପୂର୍ଣ୍ଣ ଆଚାର୍ଯ୍ୟ
ଆସିକା: ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ନଗର ପାଳିକା ଶ୍ରୀମତୀ ଵିନେତା ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଏକ ନିର୍ବାଚନ ପ୍ରାକ୍ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଭୋଟର ତାଲିକାରେ ଥିବା ଭୁଲ ସଂଶୋଧନ, ଆଧାର ସହିତ ସଂଯୋଗ, ଭୋଟର ତାଲିକାରେ ନୂତନ ଭାବେ ଯୋଗ କରିବା, ମୃତ ବ୍ୟକ୍ତିଙ୍କ ନାମ ବାଦ୍ ପଡିବା ପରି ବିଭିନ୍ନ ବିଷୟରେ ପ୍ରଶିକ୍ଷକ ରାମନାଥ ପଟ୍ଟନାୟକ ପ୍ରଶିକ୍ଷଣ ଦେଇଥିଲେ।

ଉକ୍ତ କାର୍ଯ୍ୟକ୍ରମରେ ସାଂସଦ ପ୍ରତିନିଧି ସତ୍ୟନାରାୟଣ ସ୍ବାଇଁ, ସିଡିପିଓ ମତି ଭାଗ୍ୟଲତା ପାତ୍ର, ସୁପରଭାଇଜର ସରୋଜ କୁମାର ନାୟକ, ସମସ୍ତ କାଉନସିଲର, ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧିନରେ ଥିବା ସମସ୍ତ ଅଙ୍ଗନୱାଡ଼ି କର୍ମୀ ଓ ନୂତନ ଭାବେ ମୋନୋନିତ ହୋଇଥିବା ସମସ୍ତ ୱାର୍ଡ କୋଡ଼ିନେଟର୍ ଉପସ୍ଥିତ ଥିଲେ। ରାଜ୍ୟ ସରକାରଙ୍କ ଏଭଳି ପଦକ୍ଷେପକୁ ଅଧ୍ୟକ୍ଷା ଧନ୍ୟବାଦ ଦେବାସହ ଉପସ୍ଥିତ କର୍ମୀଙ୍କୁ ନିର୍ଭୁଲ ଭାବେ ନୂତନ ତାଲିକା ପ୍ରସ୍ତୁତ କରିବା ପାଇଁ ପରାମର୍ଶ ଦେଇଥିଲେ।

Categories
ଆଞ୍ଚଳିକ

ବିପଦ ଶଙ୍କୁଳ ଅବସ୍ଥାରେ ଋଷିକୂଲ୍ୟା ସେତୁ: ଶୀଘ୍ର ନିର୍ମାଣ କରିବାକୁ ସରକାରଙ୍କ ନିକଟରେ ଦାବି

ମାନସ ପୂର୍ଣ୍ଣ ଆଚାର୍ଯ୍ୟ

ଆସିକା: ଋଷିକୂଲ୍ୟା ସେତୁ ହେଉଛି ଆସିକାକୁ ସଂଯୋଗ କରିବାର ମୁଖ୍ୟ ରାଜପଥ। କିନ୍ତୁ ବହୁ ବର୍ଷ ଧରି ଏହି ସେତୁର ଅବସ୍ଥା ଅତ୍ୟନ୍ତ ବିପଦ ସଙ୍କୁଳ ଅବସ୍ଥାରେ ଅଛି। ଏହି ସେତୁ ଦେଇ ପ୍ରତ୍ୟେକ ଦିନ ହଜାର ହଜାର ସଂଖ୍ୟାରେ ଜନତା ଯାତାୟତ କରୁଛନ୍ତି। ତେଣୁ ଏଭଳି ଅବସ୍ଥାରେ ଏହି ସେତୁ ଉପରେ ଯାତାୟାତ କରିବା ବିପଦ ସୃଷ୍ଟି କରିଛି।

ତେଣୁ ସ୍ଥାନୀୟ ଅଞ୍ଚଳର ହଜାର ହଜାର ସଂଖ୍ୟକ ଲୋକ ଏବଂ ଆସିକା ବଣିକ ସଂଘ ପକ୍ଷରୁ ଏହି ସେତୁର ପୁନଃ ନିର୍ମାଣ ପାଇଁ ଦାବି କରାଯାଉଛି। ସେଥିପାଇଁ ବିଭିନ୍ନ ପ୍ରତିବାଦ କରିବା ସହ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଛି। ହେଲେ କିଛି ଫଳପ୍ରଦ ନ ହେବା ଅଞ୍ଚଳ ବାସୀଙ୍କୁ ଉପେକ୍ଷିତ ହେଉଥିବା ଅଭିଯୋଗ ହେଉଛି।

ଏଥି ପାଇଁ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ସରକାରଙ୍କ କୌଣସି ଆନ୍ତରିକତା ନ ଥିବାର ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏହାର ସଠିକ୍ ଭାବେ ସରକାରଙ୍କ ଦ୍ଵାରା ନିର୍ମାଣ କାର୍ଯ୍ୟ କରାନଗଲେ ଜନ ସାଧାଣଙ୍କ ଦ୍ଵାରା ଆନ୍ଦୋଳନ ଧମକ ଦିଆଯାଇଥିବା ସୁଚନା ମିଳିଛି।