Categories
ଆଜିର ଖବର ଖେଳ

ଭାରତୀୟ ଦଳରେ ଆହତ ସମସ୍ୟା ଜାରି: ଜାଣନ୍ତୁ ଚତୁର୍ଥ ଟେଷ୍ଟ ପାଇଁ କିଏ ହେବେ ସାମିଲ

ସିଡନୀ:ଆହତ ସମସ୍ୟାରେ ଗତି କରୁଥିବା ଭାରତୀୟ ଦଳଙ୍କୁ ପୁଣି ଥରେ ବଡ ଝଟକା ଲାଗିଛି। ଦ୍ରୁତ ବୋଲର ଜସପ୍ରିତ ବୁମରା ଆହତ ହୋଇ ଚତୁର୍ଥ ଟେଷ୍ଟରୁ ବିଦା ହୋଇଛନ୍ତି।

କେବଳ ସେତିକି ନୁହେଁ, ତୃତୀୟ ଟେଷ୍ଟରେ ଲଢୁଆ ବ୍ୟାଟିଂ କରି ଦଳକୁ ନିଶ୍ଚିତ ପରାଜୟରୁ ବଞ୍ଚାଇଥିବା ହନୁମା ବିହାରୀ ଓ ରବିଚନ୍ଦ୍ରନ ଅଶ୍ଵିନୀ ମଧ୍ୟ ଆହତ ହୋଇଛନ୍ତି। ତେବେ ହନୁମା ବିହାରୀଙ୍କ ବିକଳ୍ପ ରୂପେ ମୟଙ୍କ ଅଗ୍ରୱାଲ ଥିବା ବେଳେ ସେ ନେଟ୍ସ ଅଭ୍ୟାସ ବେଳେ ମଧ୍ୟ ଆହତ ହୋଇଛନ୍ତି। ତାଙ୍କର ଆଙ୍ଗୁଠିରେ ଆଘାତ ଲାଗିଥିବା ଜଣାପଡିଛି। ହେଲେ ତାଙ୍କ ଆଙ୍ଗୁଠି ଫ୍ୟାକ୍ଚର ହୋଇଥିଲେ ଦଳରେ ସ୍ଥାନ ପାଇବା ଅସମ୍ଭବ। ଭାରତୀୟ ଦ୍ରୁତ ବୋଲର ବୁମରାଙ୍କ ଆହତ ସମସ୍ୟା ତୃତୀୟ ଟେଷ୍ଟ ସମୟରେ ହୋଇଥିଲା।

ସୂଚନା ମୁତାବକ ବୁମରାଙ୍କ ସ୍କାନ ରିପୋର୍ଟରେ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି, ହେଲେ ଚତୁର୍ଥ ଟେଷ୍ଟ ଖେଳିଲେ ତାଙ୍କର ଆଘାତ ବଢିବା ଆଶଙ୍କା କରାଯାଉଛି। ତେଣୁ ତାଙ୍କୁ ଏହି ମ୍ୟାଚ ଖେଳାଇ ଦଳ ରିସ୍କ ନେବା ପାଇଁ ଚାହିଁବ ନାହିଁ। ଯଦ୍ୱାରା ସେ ଆଗାମୀ ସିରିଜରେ ଇଂଲଣ୍ଡ ବିରୋଧରେ ଖେଳିପାରିବେ। ଏହି ସିରିଜ ଭାରତ ପାଇଁ ମହତ୍ବପୂର୍ଣ୍ଣ ଅଟେ। କାରଣ ଏହି ସିରିଜରେ ବିଶ୍ଵ ଟେଷ୍ଟ ଚାମ୍ପିଆନ୍ସ ର ଫାଇନାଲ କ୍ବାଲିଫିକେସନ ସ୍ପଷ୍ଟ ହେବ। ସେଥିପାଇଁ ବୁମରାଙ୍କୁ ଫିଟ ରହିବା ଜରୁରୀ।

ତେବେ ଆଶା ମୁତାବକ ୧୫ ଜାନୁୟାରୀରେ ଖେଳାଯିବାକୁ ଥିବା ଅନ୍ତିମ ଟେଷ୍ଟ ପାଇଁ ମହମ୍ମଦ ସିରାଜ, ନବଦୀପ ସାଇନି, ଶାର୍ଦ୍ଦୁଳ ଠାକୁର ଏବଂ ଟି. ନଟରାଜନ ଖେଳିବେ। ସେହିପରି କେଏଲ ରାହୁଲ ଆହତ ହେବା ଏବଂ ହନୁମା ବିହାରୀ ଗ୍ରେଡ଼ ୨ ର ଆହତ ହେବା ଦ୍ଵାରା ମଧ୍ୟକ୍ରମ ବ୍ୟାଟ୍ସମେନର ସମସ୍ୟା ଦେଖାଦେଇଛି। ଏହା ସହିତ ଫର୍ମରେ ନଥିବା ଦୁଇ ବ୍ୟାଟ୍ସମେନ ମୟଙ୍କ ଅଗ୍ରୱାଲ ଏବଂ ପୃଥ୍ବୀ ଶ’ ଦଳ ପାଇଁ ଚିନ୍ତାରେ ପକାଇଛନ୍ତି।

ଏବେ ଦେଖିବା ବାକି ରହିଲା କି, ମୁଖ୍ୟ ଖେଳାଳିଙ୍କ ଦଳରେ ଅନୁପସ୍ଥିତ ଏବଂ ଲମ୍ବା ନିମ୍ନ ଭାଗକୁ ଦେଖି ଦଳ ୬ ଜଣ ବ୍ୟାଟ୍ସମେନ ଏବଂ ୪ ଜଣ ବୋଲରଙ୍କୁ ଖେଳାଇବା ନିଷ୍ପତ୍ତି ନେଉଛି ନା ନାହିଁ। ଏହି ସ୍ଥିତିରେ ରିଷଭ ପନ୍ତ ୱିକେଟ କିପର ରହିବେ। ଅଗ୍ରୱାଲଙ୍କ ସ୍କାନ ପରେ ଯଦି ସାମାନ୍ୟ ଆଘାତ ଲାଗିଥାଏ, ତେବେ ପୃଥ୍ବୀ ଶ’ ତିନି ନମ୍ବର ସ୍ଥାନରେ ଆସିବେ। ତାପରେ ବ୍ୟାଟିଂ ପାଇଁ ଚେତେଶ୍ଵର ପୂଜାରା, ଅଜିଙ୍କ୍ୟ ରାହାଣେ, ଅଗ୍ରୱାଲଙ୍କ ନମ୍ବର ଆସିପାରେ।

ଉଲ୍ଲେଖ ଯୋଗ୍ୟ ଯେ, ଯେଉଁ ୪ ଜଣ ବୋଲରଙ୍କୁ ନେଇ ଭାରତ ପଡିଆକୁ ଓହ୍ଳାଇବ, ସେମାନଙ୍କର ଅଭିଜ୍ଞତା ନାହିଁ କହିଲେ ଅତ୍ୟୁକ୍ତି ହେବ ନାହିଁ। ସିରାଜ ମାତ୍ର ୨ ଟି ଟେଷ୍ଟ ଖେଳିଥିବା ବେଳେ ସାଇନି ଓ ଠାକୁର ମାତ୍ର ଗୋଟିଏ ଲେଖାଏଁ ଟେଷ୍ଟ ଖେଳିଛନ୍ତି ଏବଂ ନଟରାଜନ କୌଣସି ଟେଷ୍ଟ ଖେଳିନାହାନ୍ତି।

Categories
ଆଜିର ଖବର ଜାତୀୟ ଖବର

ଅଷ୍ଟ୍ରେଲିଆ-ଭାରତ ଟେଷ୍ଟ ସିରିଜରୁ ବିଦା ହେବେ ଲୋକେଶ ରାହୁଲ

ସିଡନୀ: ଅଷ୍ଟ୍ରେଲିଆ-ଭାରତ ସିରିଜରେ ଖେଳାଳିଙ୍କ ଆହତ ସମସ୍ୟା ପିଛା ଛାଡୁନି। ପୂର୍ବରୁ ଭାରତର ଦୁଇ ଦ୍ରୁତ ବୋଲର ମହମ୍ମଦ ଶାମୀ ଏବଂ ଉମେଶ ଯାଦବ ଆହତ ହୋଇ ସିରିଜରୁ ବିଦା ନେଇଥିବା ବେଳେ ଏବେ ଲୋକେଶ ରାହୁଲ ଆହତ ହୋଇଛନ୍ତି। ତାଙ୍କର ଆଗାମୀ ଦୁଇଟି ଟେଷ୍ଟରେ ଖେଳିବା ନେଇ ସମ୍ଭାବନା ଥିଲା। କିନ୍ତୁ ଆହତ କାରଣରୁ ସେ ଅବଶିଷ୍ଟ ଦୁଇଟି ଟେଷ୍ଟରୁ ବାଦ ପଡ଼ିବେ। ଆଜି ଟୁଇଟ କରି ବିସିସିଆଇ ଏହି ସୂଚନା ଦେଇଛି।

ମେଲବର୍ଣ୍ଣ ଗ୍ରାଉଣ୍ଡରେ ବ୍ୟାଟିଂ ଅଭ୍ୟାସ କରୁଥିବା ସମୟରେ ରାହୁଲଙ୍କୁ ଆଘାତ ଲାଗିଥିଲା। ରାହୁଲଙ୍କୁ ସୁସ୍ଥ ହେବାକୁ ଅତିକମରେ ତିନି ସପ୍ତାହ ଲାଗିବ। ସେ ଭାରତ ଫେରି ଆସିବେ। ଏବଂ ତାଙ୍କୁ ବାଙ୍ଗାଲୋରର ନ୍ୟାସନାଲ କ୍ରିକେଟ ଏକାଡେମୀରେ ଚିକିତ୍ସା କରାଯିବ। ସିରିଜର ତୃତୀୟ ଟେଷ୍ଟ ଜାନୁୟାରୀ ୭ରୁ ସିଡନୀରେ ଖେଳାଯିବ, ଚତୁର୍ଥ ଏବଂ ଶେଷ ମ୍ୟାଚ ୧୫ ଜାନୁଆରୀରୁ ବ୍ରିସବେନରେ ହେବ।