ଅଷ୍ଟ୍ରେଲିଆ-ଭାରତ ଟେଷ୍ଟ ସିରିଜରୁ ବିଦା ହେବେ ଲୋକେଶ ରାହୁଲ

Published: Jan 5, 2021, 10:39 am IST

ସିଡନୀ: ଅଷ୍ଟ୍ରେଲିଆ-ଭାରତ ସିରିଜରେ ଖେଳାଳିଙ୍କ ଆହତ ସମସ୍ୟା ପିଛା ଛାଡୁନି। ପୂର୍ବରୁ ଭାରତର ଦୁଇ ଦ୍ରୁତ ବୋଲର ମହମ୍ମଦ ଶାମୀ ଏବଂ ଉମେଶ ଯାଦବ ଆହତ ହୋଇ ସିରିଜରୁ ବିଦା ନେଇଥିବା ବେଳେ ଏବେ ଲୋକେଶ ରାହୁଲ ଆହତ ହୋଇଛନ୍ତି। ତାଙ୍କର ଆଗାମୀ ଦୁଇଟି ଟେଷ୍ଟରେ ଖେଳିବା ନେଇ ସମ୍ଭାବନା ଥିଲା। କିନ୍ତୁ ଆହତ କାରଣରୁ ସେ ଅବଶିଷ୍ଟ ଦୁଇଟି ଟେଷ୍ଟରୁ ବାଦ ପଡ଼ିବେ। ଆଜି ଟୁଇଟ କରି ବିସିସିଆଇ ଏହି ସୂଚନା ଦେଇଛି।

ମେଲବର୍ଣ୍ଣ ଗ୍ରାଉଣ୍ଡରେ ବ୍ୟାଟିଂ ଅଭ୍ୟାସ କରୁଥିବା ସମୟରେ ରାହୁଲଙ୍କୁ ଆଘାତ ଲାଗିଥିଲା। ରାହୁଲଙ୍କୁ ସୁସ୍ଥ ହେବାକୁ ଅତିକମରେ ତିନି ସପ୍ତାହ ଲାଗିବ। ସେ ଭାରତ ଫେରି ଆସିବେ। ଏବଂ ତାଙ୍କୁ ବାଙ୍ଗାଲୋରର ନ୍ୟାସନାଲ କ୍ରିକେଟ ଏକାଡେମୀରେ ଚିକିତ୍ସା କରାଯିବ। ସିରିଜର ତୃତୀୟ ଟେଷ୍ଟ ଜାନୁୟାରୀ ୭ରୁ ସିଡନୀରେ ଖେଳାଯିବ, ଚତୁର୍ଥ ଏବଂ ଶେଷ ମ୍ୟାଚ ୧୫ ଜାନୁଆରୀରୁ ବ୍ରିସବେନରେ ହେବ।

Related posts