Categories
ଆଜିର ଖବର ଖେଳ ଜାତୀୟ ଖବର

ଆୟର୍ଲାଣ୍ଡ ଗସ୍ତ ପାଇଁ ଘୋଷଣା ହେଲା ଟିମ୍ ଇଣ୍ଡିଆ: ନେତୃତ୍ଵ ନେବେ ଜସପ୍ରୀତ ବୁମ୍ରା

ନୂଆଦିଲ୍ଲୀ: ଆସନ୍ତା ମାସରେ ଆୟର୍ଲାଣ୍ଡ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଟି -୨୦ ସିରିଜ୍ ପାଇଁ ଟିମ୍ ଇଣ୍ଡିଆ ଘୋଷଣା କରାଯାଇଛି। ଜସପ୍ରୀତ ବୁମ୍ରା ଦଳକୁ ଫେରିଛନ୍ତି। କେବଳ ଏତିକି ନୁହେଁ, ଜସପ୍ରୀତ ବୁମ୍ରାଙ୍କୁ ଦଳର ଅଧିନାୟକ ଭାବେ ନିଯୁକ୍ତି ଦିଆଯାଇଛି। ଆୟର୍ଲାଣ୍ଡ ଗସ୍ତରେ କେବଳ ଯୁବ ଖେଳାଳି ପଠାଇବାକୁ ବିସିସିଆଇ ନିଷ୍ପତ୍ତି ନେଇଛି। ଆୟର୍ଲାଣ୍ଡ ଗସ୍ତ ପାଇଁ ରିତୁରାଜ ଗାଇକ୍ଵାଡଙ୍କୁ ଦଳର ଉପ-ଅଧିନାୟକ କରାଯାଇଛି।

ଆଇପିଏଲରେ ଚମତ୍କାର ପ୍ରଦର୍ଶନ କରିଥିବା ରିଙ୍କୁ ସିଂ ଶେଷରେ ଟିମ୍ ଇଣ୍ଡିଆରେ ସୁଯୋଗ ପାଇଛନ୍ତି। ଆୟର୍ଲାଣ୍ଡ ବିପକ୍ଷ ଟି -୨୦ ସିରିଜ ପାଇଁ ଜିତେଶ ଶର୍ମା ମଧ୍ୟ ଟିମ୍ ଇଣ୍ଡିଆରେ ସ୍ଥାନ ପାଇଛନ୍ତି। ବୁମରାଙ୍କ ବ୍ୟତୀତ ଆଘାତରୁ ସୁସ୍ଥ ହୋଇଥିବା ଦ୍ରୁତ ବୋଲର ପ୍ରସିଦ୍ଧ କୃଷ୍ଣ ମଧ୍ୟ ଦଳକୁ ଫେରିଛନ୍ତି। ଦୀର୍ଘ ସମୟ ପରେ ଶିବମ୍ ଦୁବେଙ୍କୁ ମଧ୍ୟ ଟିମ୍ ଇଣ୍ଡିଆରେ ସ୍ଥାନ ଦିଆଯାଇଛି।

ବଡ ଖେଳାଳିମାନଙ୍କୁ ବିଶ୍ରାମ:

ଆୟର୍ଲାଣ୍ଡ ବିପକ୍ଷରେ ତିନୋଟି ଟି -୨୦ ମ୍ୟାଚ୍ ର ସିରିଜ୍ ଅଗଷ୍ଟ ୧୮ ତାରିଖରୁ ଆରମ୍ଭ ହେବ। ଦ୍ୱିତୀୟ ଟି-୨୦ ଅଗଷ୍ଟ ୨୦ ତାରିଖରେ ଖେଳାଯିବ। ସିରିଜର ତୃତୀୟ ତଥା ଶେଷ ମ୍ୟାଚ୍ ଅଗଷ୍ଟ ୨୩ ତାରିଖରେ ଖେଳାଯିବ। ଏସିଆ କପ୍ କୁ ଦୃଷ୍ଟିରେ ରଖି ଆୟର୍ଲାଣ୍ଡ ଗସ୍ତରୁ ସମସ୍ତ ବଡ ଖେଳାଳିଙ୍କୁ ବିଶ୍ରାମ ଦେବାକୁ ବିସିସିଆଇ ନିଷ୍ପତ୍ତି ନେଇଛି।

ରୋହିତ ଶର୍ମା, ବିରାଟ କୋହଲି, ହାର୍ଦ୍ଦିକ ପାଣ୍ଡ୍ୟା, ଜାଡେଜା, ସୂର୍ଯ୍ୟକୁମାର ଯାଦବ, ଶୁଭମାନ ଗିଲ, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ମହମ୍ମଦ ଶାମି, ସିରାଜ ଏହି ପ୍ରମୁଖ ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଛି।

କିନ୍ତୁ ଏହି ସିରିଜ ପାଇଁ ଦୁଇ ଖେଳାଳି ଫେରି ନାହାଁନ୍ତି। କେ.ଏଲ୍ ରାହୁଲ ଏବଂ ଶ୍ରେୟସ୍ ଆୟରଙ୍କ ପ୍ରତ୍ୟାବର୍ତ୍ତନ ଉପରେ ପ୍ରଶ୍ନ ଅଧିକ ଗମ୍ଭୀର ହୋଇଛି। ବର୍ତ୍ତମାନ ଏସିଆ କପ୍ ପାଇଁ ଏହି ଦୁଇ ଖେଳାଳି ଉପଲବ୍ଧ ହେବେ କି ନାହିଁ ସେନେଇ ବିସିସିଆଇ ପକ୍ଷରୁ କୌଣସି ବିବୃତ୍ତି ଦିଆଯାଇ ନାହିଁ।

ଭାରତୀୟ ଦଳ: ଜସପ୍ରୀତ ବୁମ୍ରା (କ୍ୟାପଟେନ), ରିତୁରାଜ ଗାଇକ୍ଵାଡ, ଯଶସ୍ୱୀ ଜୟସ୍ଵାଲ, ତିଲକ ବର୍ମା, ରିଙ୍କୁ ସିଂ, ସଞ୍ଜୁ ସାମସନ, ଜିତେଶ ଶର୍ମା, ଶିବମ ଦୁବେ, ୱାଶିଂଟନ ସୁନ୍ଦର, ଶାହବାଜ ଅହମ୍ମଦ, ରବି ବିଷ୍ନୋଇ, ପ୍ରସିଦ୍ଧ କୃଷ୍ଣ, ଅର୍ଶଦୀପ ସିଂ, ମୁକେଶ କୁମାର

Categories
ଆଜିର ଖବର ଖେଳ ଜାତୀୟ ଖବର

ଆୟର୍ଲାଣ୍ଡ ଗସ୍ତରେ ଟିମ୍ ଇଣ୍ଡିଆର ଅଧିନାୟକତ୍ୱ କରିବେ ହାର୍ଦ୍ଦିକ ପାଣ୍ଡ୍ୟା, ଦଳକୁ ଫେରିଲେ ସାଞ୍ଜୁ ସାମସନ୍

ନୂଆଦିଲ୍ଲୀ: ଆୟର୍ଲାଣ୍ଡ ବିପକ୍ଷ ଟି-୨୦ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ସଞ୍ଜୁ ସାମସନ ଭାରତୀୟ ଦଳକୁ ଫେରିଛନ୍ତି। ଏହି ସିରିଜରେ ହାର୍ଦ୍ଦିକ ପାଣ୍ଡ୍ୟା ଭାରତୀୟ ଦଳର ଅଧିନାୟକ ହେବେ।

ଭାରତୀୟ ଦଳ: ହାର୍ଦ୍ଦିକ ପାଣ୍ଡ୍ୟା (କ୍ୟାପଟେନ), ଭୂବନେଶ୍ୱର କୁମାର, ଇଶାନ କିଶନ, ରିତୁରାଜ ଗାଇକୱାଡ, ସଞ୍ଜୁ ସାମସନ, ସୂର୍ଯ୍ୟକୁମାର ଯାଦବ, ଭେଙ୍କଟେଶ ଆୟର, ଦୀପକ ହୁଡା, ରାହୁଲ ତ୍ରିପାଠୀ, ଦୀନେଶ କାର୍ତ୍ତିକ, ଯୁଜଭେନ୍ଦ୍ର ଚହଲ, ଅକ୍ଷର ପଟେଲ, ରବି ସିଂହ, , ଉମରନ୍ ମଲିକ୍।

Categories
ଆଜିର ଖବର ଖେଳ ଜାତୀୟ ଖବର

ଜୁନ୍ ମାସରେ ଆୟର୍ଲାଣ୍ଡ ଗସ୍ତରେ ଯିବ ଟିମ୍ ଇଣ୍ଡିଆ, ଜାରି ହେଲା କାର୍ଯ୍ୟସୂଚୀ

ନୂଆଦିଲ୍ଲୀ: ଆଇପିଏଲ ୨୦୨୨ ପରେ ଟିମ୍ ଇଣ୍ଡିଆ ଜୁନ୍ ମାସର ଶେଷ ସପ୍ତାହରେ ଆୟର୍ଲାଣ୍ଡ ଗସ୍ତ କରିବ। ଏଠାରେ ଦୁଇ ଦଳ ମଧ୍ୟରେ ଦୁଇଟି ଟି-୨୦ ମ୍ୟାଚ୍ ଖେଳାଯିବ। ପ୍ରଥମ ମ୍ୟାଚ୍ ୨୬ ଜୁନ୍ ଏବଂ ଦ୍ୱିତୀୟ ମ୍ୟାଚ୍ ୨୮ ଜୁନ୍ ରେ ଖେଳାଯିବ। ଏହି ଦୁଇଟି ମ୍ୟାଚ୍ ମାଲହାଇଡରେ ଖେଳାଯିବ। ସୋସିଆଲ ମିଡିଆରେ କ୍ରିକେଟ୍ ଆୟର୍ଲାଣ୍ଡ ଭାରତ-ଆୟର୍ଲାଣ୍ଡ ଟି-୨୦ ସିରିଜର କାର୍ଯ୍ୟସୂଚୀ ପ୍ରକାଶ କରିଛି।

ଭାରତ ସହିତ ନ୍ୟୁଜିଲ୍ୟାଣ୍ଡ ଏବଂ ଆଫଗାନିସ୍ତାନର ଦଳ ମଧ୍ୟ ଏହି ଗ୍ରୀଷ୍ମ ସମୟରେ ଆୟର୍ଲାଣ୍ଡ ଗସ୍ତ କରିବେ। ଦକ୍ଷିଣ ଆଫ୍ରିକା ବିପକ୍ଷରେ ଆୟର୍ଲାଣ୍ଡ ଦଳ ସୀମିତ ଓଭର ସିରିଜ୍ ଖେଳିବ।

୨୦୧୮ ରେ ଟିମ୍ ଇଣ୍ଡିଆ ଆୟର୍ଲାଣ୍ଡ ଭ୍ରମଣ କରିଥିଲା। ଏହି ଭ୍ରମଣରେ ମଧ୍ୟ ଆୟର୍ଲାଣ୍ଡ ବିପକ୍ଷରେ ଭାରତ ୨ ଟି ମ୍ୟାଚ୍ ଖେଳିଛି। ଉଭୟ ମ୍ୟାଚ୍‌ରେ ଭାରତୀୟ ଦଳ ବିଜୟୀ ହୋଇଥିଲା। ଏହାପୂର୍ବରୁ ୨୦୦୭ ମସିହାରେ ଭାରତୀୟ ଦଳ ପ୍ରଥମ ଥର ପାଇଁ ଆୟର୍ଲାଣ୍ଡ ଗସ୍ତ କରିଥିଲା। ଦୁଇ ଦଳ ମଧ୍ୟରେ ଏକମାତ୍ର ଟି-୨୦ ଖେଳାଯାଇଥିଲା, ଯାହାକୁ ଭାରତୀୟ ଦଳ ୯ ୱିକେଟ୍ ଜିତିଥିଲା। ଭାରତ ଏବଂ ଆୟର୍ଲାଣ୍ଡ ମଧ୍ୟରେ ତିନୋଟି ଦିନିକିଆ ମ୍ୟାଚ୍ ମଧ୍ୟ ଖେଳାଯାଇଛି। ଏହି ତିନୋଟି ମ୍ୟାଚରେ ଟିମ୍ ଇଣ୍ଡିଆ ଏକପାଖିଆ ବିଜୟ ହାସଲ କରିଛି।

ଆଇପିଏଲ୍ ୨୦୨୨ ପରେ ଏବଂ ଆୟର୍ଲାଣ୍ଡ ଯାତ୍ରା ପୂର୍ବରୁ ଟିମ୍ ଇଣ୍ଡିଆ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳିବ। ଏହି ସିରିଜ୍ କେବଳ ଭାରତରେ ଖେଳାଯିବ। ଏହି ସିରିଜର ସମସ୍ତ ମ୍ୟାଚ୍ ଜୁନ୍ ୯ ରୁ ଜୁନ୍ ୧୫ ପର୍ଯ୍ୟନ୍ତ ଖେଳାଯିବ। ଏବଂ ତା’ପରେ ଆୟର୍ଲାଣ୍ଡ ଭ୍ରମଣ ପରେ ଟିମ୍ ଇଣ୍ଡିଆକୁ ମଧ୍ୟ ଇଂଲଣ୍ଡ ବିପକ୍ଷରେ ସୀମିତ ଓଭର ସିରିଜ୍ ଖେଳିବାକୁ ପଡିବ। ଏଭଳି ପରିସ୍ଥିତିରେ, ବ୍ୟସ୍ତବହୁଳ କାର୍ଯ୍ୟସୂଚୀରେ ଏହା ସମ୍ଭବ ଯେ ଭାରତ ଆୟର୍ଲାଣ୍ଡ ଗସ୍ତ ପାଇଁ ଏକ ଯୁବ ଦଳ ପଠାଇବ।