Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଡରାଉଛି କରୋନା!, ୨୪ ଘଣ୍ଟାରେ ୧୨ ମୃତ, ୭୬୧ ଟି ନୂଆ ମାମଲା ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ବଢୁଥିବା କରୋନା ମାମଲା ପୁଣି ଥରେ ଭୟଭୀତ କରୁଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ଵାରା ଆଜି ସକାଳ ୮ ଟାରେ ଜାରି ହୋଇଥିବା ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୭୬୧ କରୋନା ମାମଲା ଚିହ୍ନଟ ହୋଇଛି ଏବଂ ୧୨ ଜଣଙ୍କର ମୃତ୍ୟୁ ହୋଇଛି। ବର୍ତ୍ତମାନ ଦେଶରେ କରୋନା ସକ୍ରିୟ ମାମଲା ସଂଖ୍ୟା ହେଉଛି ୪୩୩୪ କୁ ବୃଦ୍ଧି ହୋଇଛି। କେରଳରେ ସର୍ବାଧିକ ୫ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଥିବାବେଳେ କର୍ଣ୍ଣାଟକରେ ୪ ଜଣ ସଂକ୍ରମିତ ଲୋକଙ୍କର ମୃତ୍ୟୁ ଘଟିଛି। ଏଥି ସହିତ ମହାରାଷ୍ଟ୍ରର ୨ ଜଣ ଏବଂ ୟୁପିରେ ୧ ଜଣଙ୍କର କରୋନା ଯୋଗୁଁ ମୃତ୍ୟୁ ଘଟିଛି।

ସବୁଠାରୁ ବିପଜ୍ଜନକ ପରିସ୍ଥିତି କର୍ଣ୍ଣାଟକରେ, ଏହି ରାଜ୍ୟରେ ୨୯୮ ଟି ନୂଆ ମାମଲା ଦେଖିବାକୁ ମିଳିଛି। ଗତ ୨୪ ଘଣ୍ଟା ମଧ୍ୟରେ କରୋନା ଯୋଗୁଁ ୪ ଜଣଙ୍କର ମୃତ୍ୟୁ ଖବର ମଧ୍ୟ ଅଛି।