Categories
NetajiJayanthi ଆଜିର ଖବର ରାଜ୍ୟ ଖବର

କଳା ଗ୍ରାନାଇଟରେ ହେବ ନେତାଜୀଙ୍କ ପ୍ରତିମୂର୍ତ୍ତି, ଜାଣନ୍ତୁ ଏହା କିଏ କରିବ, ପଥର କେଉଁଠୁ ଆସିବ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି ଯେ, ଇଣ୍ଡିଆ ଗେଟରେ ପ୍ରଖ୍ୟାତ ସ୍ବାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ବୋଷଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯିବ। ଏହି ପ୍ରତିମୂର୍ତ୍ତି 28 ଫୁଟ ଉଚ୍ଚତା ବିଶିଷ୍ଠ ହେବ। ଏଥିସହିତ ଏହି ମୂର୍ତ୍ତି ପୁରା କଳା ଗ୍ରାନାଇଟ ପଥରରେ ନିର୍ମିତ ହେବ। ତା ପୂର୍ବରୁ ଇଣ୍ଡିଆଗେଟରେ ହେଲୋଗ୍ରାମ ମୂର୍ତ୍ତି ସ୍ଥାପନ କରାଯିବ।

ତେବେ ଏହି କଳା ଗ୍ରାନାଇଟ ପଥର କେଉଁଠି ଆସିବ ଏବଂ ଏହାକୁ କିଏ ନିର୍ମାଣ କରିବ ତାହା ପ୍ରଶ୍ବବାଚୀ ସୃଷ୍ଟି କରିଛି। ସୁତ୍ର ଅନୁସାରେ ଏହି ମୂର୍ତ୍ତି ଯେ ନିର୍ମାଣ କରିବେ ସେ ହେଉଛନ୍ତି ଓଡିଶାର ପ୍ରଖ୍ୟାତ ସ୍ଥପତି ଅଦ୍ବୈତ ଗଡନାୟକ। ସେ ବର୍ତ୍ତମାନ ରାଷ୍ଟ୍ରୀୟ ଲଳିତକାଳା ଏକାଡେମୀର ଅଧ୍ୟକ୍ଷ ଅଛନ୍ତି। ସେହିପରି ଏହି ପଥର ତେଲଙ୍ଗାନାର ଖମ୍ମମ ଜିଲ୍ଲାରୁ ଆସିବ ବୋଲି ଜଣାପଡିଛି। ଏହା ଗୋଟିଏ କଳା ଗ୍ରାନାଇଟ ପଥରରେ ନିର୍ମାଣ କରାଯିବ। ଏହି ପ୍ରତିମୂର୍ତ୍ତିର ଉଚ୍ଚତା 28 ଫୁଟ ହେବ ବୋଲି ନିଷ୍ପତି ହୋଇଛି।

Categories
ବିଶେଷ ଖବର

ଆଜିଠାରୁ ଇଣ୍ଡିଆ ଗେଟରେ ନୁହେଁ, ରାଷ୍ଟ୍ରୀୟ ଯୁଦ୍ଧ ମେମୋରିଆଲରେ ଜଳିବ ଅମର ଜବାନ୍ ଜ୍ୟୋତି

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀର ଇଣ୍ଡିଆ ଗେଟରେ ଗତ ୫୦ ବର୍ଷ ଧରି ଜଳୁଥିବା ଅମର ଜୱାନ ଜ୍ୟୋତି ଆଜିଠାରୁ ରାଷ୍ଟ୍ରୀୟ ଯୁଦ୍ଧ ମେମୋରିଆଲରେ ଜଳିବ। ଗତକାଲି ସେନା ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି।

ସେନା ଅଧିକାରୀ କହିଛନ୍ତି ଯେ, ଅମର ଜୱାନ ଜ୍ୟୋତି ଶୁକ୍ରବାର ଅପରାହ୍ନରେ ଇଣ୍ଡିଆ ଗେଟର ୪୦୦ ମିଟର ଦୂରରେ ଅବସ୍ଥିତ ରାଷ୍ଟ୍ରୀୟ ଯୁଦ୍ଧ ମେମୋରିଆଲରେ ଜ୍ୱଳନ୍ତ ଜ୍ୟୋତି ସହିତ ମିଶ୍ରଣ ହେବ। ଫେବୃଆରୀ ୨୫ ତାରିଖ ୨୦୨୯ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରୀୟ ଯୁଦ୍ଧ ମେମୋରିଆଲର ଉଦଘାଟନ କରିଛନ୍ତି, ଯେଉଁଠାରେ ୨୫,୯୪୨ ସୈନିକଙ୍କ ନାମ ସ୍ଵର୍ଣ୍ଣିମ ଅକ୍ଷରରେ ଲେଖାଯାଇଛି।

ଏଥି ସହ କଂଗ୍ରେସ ଏହି ନିଷ୍ପତ୍ତିକୁ ଦୁଃଖଦ ବୋଲି କହିଛି। କଂଗ୍ରେସ ନେତା ଲାଲଜୀ ଦେଶାଇ ଟ୍ୱିଟ୍ କରି କହିଛନ୍ତି ଯେ, ଅମର ଜୱାନ ଜ୍ୟୋତିଙ୍କୁ ଇଣ୍ଡିଆ ଗେଟ୍‌ରେ ଜାତୀୟ ଯୁଦ୍ଧ ସ୍ମୃତିର ଜ୍ଯୋତିରେ ମିଶ୍ରଣ କରିବା ଅତ୍ୟନ୍ତ ଦୁଃଖ ଖଦାୟକ। ୧୯୭୧ ମସିହାରେ ଇଣ୍ଡୋ-ପାକ୍ ଯୁଦ୍ଧରେ ସହିଦ ହୋଇଥିବା ସାହସୀ ସହିଦମାନଙ୍କ ପାଇଁ ଏହା ଏକ ଅପମାନ।

୧୯୭୧ ର ଇଣ୍ଡୋ-ପାକ୍ ଯୁଦ୍ଧରେ ସହିଦ ହୋଇଥିବା ଭାରତୀୟ ଯବାନମାନଙ୍କ ସ୍ମୃତିରେ ଅମର ଜୱାନ୍ ଜ୍ୟୋତି ପ୍ରତିଷ୍ଠିତ ହୋଇଥିଲା। ଏହି ଯୁଦ୍ଧରେ ଭାରତ ବିଜୟୀ ହୋଇଥିଲା ଏବଂ ବାଂଲାଦେଶ ଗଠନ ହୋଇଥିଲା। ଜାନୁଆରୀ ୨୬ ତାରିଖ ୧୯୭୨ ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଏହାକୁ ଉଦଘାଟନ କରିଥିଲେ।