ଆଜିଠାରୁ ଇଣ୍ଡିଆ ଗେଟରେ ନୁହେଁ, ରାଷ୍ଟ୍ରୀୟ ଯୁଦ୍ଧ ମେମୋରିଆଲରେ ଜଳିବ ଅମର ଜବାନ୍ ଜ୍ୟୋତି

Published: Jan 21, 2022, 10:06 am IST

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀର ଇଣ୍ଡିଆ ଗେଟରେ ଗତ ୫୦ ବର୍ଷ ଧରି ଜଳୁଥିବା ଅମର ଜୱାନ ଜ୍ୟୋତି ଆଜିଠାରୁ ରାଷ୍ଟ୍ରୀୟ ଯୁଦ୍ଧ ମେମୋରିଆଲରେ ଜଳିବ। ଗତକାଲି ସେନା ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି।

ସେନା ଅଧିକାରୀ କହିଛନ୍ତି ଯେ, ଅମର ଜୱାନ ଜ୍ୟୋତି ଶୁକ୍ରବାର ଅପରାହ୍ନରେ ଇଣ୍ଡିଆ ଗେଟର ୪୦୦ ମିଟର ଦୂରରେ ଅବସ୍ଥିତ ରାଷ୍ଟ୍ରୀୟ ଯୁଦ୍ଧ ମେମୋରିଆଲରେ ଜ୍ୱଳନ୍ତ ଜ୍ୟୋତି ସହିତ ମିଶ୍ରଣ ହେବ। ଫେବୃଆରୀ ୨୫ ତାରିଖ ୨୦୨୯ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରୀୟ ଯୁଦ୍ଧ ମେମୋରିଆଲର ଉଦଘାଟନ କରିଛନ୍ତି, ଯେଉଁଠାରେ ୨୫,୯୪୨ ସୈନିକଙ୍କ ନାମ ସ୍ଵର୍ଣ୍ଣିମ ଅକ୍ଷରରେ ଲେଖାଯାଇଛି।

ଏଥି ସହ କଂଗ୍ରେସ ଏହି ନିଷ୍ପତ୍ତିକୁ ଦୁଃଖଦ ବୋଲି କହିଛି। କଂଗ୍ରେସ ନେତା ଲାଲଜୀ ଦେଶାଇ ଟ୍ୱିଟ୍ କରି କହିଛନ୍ତି ଯେ, ଅମର ଜୱାନ ଜ୍ୟୋତିଙ୍କୁ ଇଣ୍ଡିଆ ଗେଟ୍‌ରେ ଜାତୀୟ ଯୁଦ୍ଧ ସ୍ମୃତିର ଜ୍ଯୋତିରେ ମିଶ୍ରଣ କରିବା ଅତ୍ୟନ୍ତ ଦୁଃଖ ଖଦାୟକ। ୧୯୭୧ ମସିହାରେ ଇଣ୍ଡୋ-ପାକ୍ ଯୁଦ୍ଧରେ ସହିଦ ହୋଇଥିବା ସାହସୀ ସହିଦମାନଙ୍କ ପାଇଁ ଏହା ଏକ ଅପମାନ।

୧୯୭୧ ର ଇଣ୍ଡୋ-ପାକ୍ ଯୁଦ୍ଧରେ ସହିଦ ହୋଇଥିବା ଭାରତୀୟ ଯବାନମାନଙ୍କ ସ୍ମୃତିରେ ଅମର ଜୱାନ୍ ଜ୍ୟୋତି ପ୍ରତିଷ୍ଠିତ ହୋଇଥିଲା। ଏହି ଯୁଦ୍ଧରେ ଭାରତ ବିଜୟୀ ହୋଇଥିଲା ଏବଂ ବାଂଲାଦେଶ ଗଠନ ହୋଇଥିଲା। ଜାନୁଆରୀ ୨୬ ତାରିଖ ୧୯୭୨ ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଏହାକୁ ଉଦଘାଟନ କରିଥିଲେ।

Related posts