Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଇନଷ୍ଟିଚ୍ୟୁଟ ଅଫ ଲାଇଫ ସାଇନସର ନିର୍ଦ୍ଦେଶକ ଡ. ଅଜୟ ପରିଡାଙ୍କ ପରଲୋକ

ଭୁବନେଶ୍ବର: ଇନଷ୍ଟିଚ୍ୟୁଟ ଲାଇଫ ସାଇନସର ନିର୍ଦ୍ଦେଶକ ଡ. ଅଜୟ ପରିଡାଙ୍କ 58 ବର୍ଷ ବୟସରେ ପରଲୋକ ହୋଇଯାଇଛି। ସେ ଗୌହାଟିରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବା ବେଳେ ସେଠାରେ ହୃଦଘାତ ଯୋଗୁଁ ପ୍ରାଣ ହରାଇଛନ୍ତି।

ମିଳିଥିବା ସୂଚନା ଅନୁସାରେ ଗୌହାଟିରେ ଡ଼ଃ ପରିଡା ଛାତିରେ ଯନ୍ତ୍ରଣା କାରଣରୁ ଅସୁସ୍ଥ ଅନୁଭବ କରିଥିଲେ। ତାଙ୍କୁ ସଙ୍ଗ ସଙ୍ଗେ ସ୍ଥାନୀୟ ହସ୍ପିଟାଲକୁ ନିଆ ଯାଇଥିଲା। ହେଲେ ଡାକ୍ତରଙ୍କ ସବୁ ଚେଷ୍ଟା ସତ୍ୱେ ସେ ବଞ୍ଚି ପାରି ନ ଥିଲେ। ତାଙ୍କ ମୃତ୍ୟୁରେ ବିଭିନ୍ନ ମହାଲରୁ ଶୋକ ପ୍ରକାଶ ପାଇଛି।

କରୋନା ସମୟରେ ତାଙ୍କ ଦ୍ବାରା ପ୍ରତିଷ୍ଠିତ ଇନଷ୍ଟିଚ୍ୟୁଟ ଲାଇଫ ସାଇନସ ଗବେଷଣାରେ ନିୟୋଜିତ ରଖିଥିଲେ। ସେ କରୋନା ଭାଇରସରୁ ଦୂରେଇ ରହିବା ପାଇଁ ତାଙ୍କ ସଂସ୍ଥାର ଗବେଷଣା ସେତେବେଳେ ବେଶ ସାହାଯ୍ୟ କରିଥିଲା। ବିଜ୍ଞାନ କ୍ଷେତ୍ରରେ ତାଙ୍କର ଅବଦାନ ପାଇଁ ସେ 2014 ମସିହାରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିଲେ।