Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ମହାମହିମ ବେଞ୍ଜାମିନ ନେତାନ୍ୟାହୁଙ୍କ ସହିତ ଟେଲିଫୋନ ମାଧ୍ୟମରେ ଆଲୋଚନା କରିଛନ୍ତି।

ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ଚାଲିଥିବା ଇସ୍ରାଏଲ୍ – ହମାସ ସଂଘର୍ଷର ସାମ୍ପ୍ରତିକ ଘଟଣାକ୍ରମ ବିଷୟରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ।

ସାମୁଦ୍ରିକ ଯାତାୟାତର ନିରାପତ୍ତାକୁ ନେଇ ଦୁଇ ନେତା ଚିନ୍ତା ପ୍ରକଟ କରିଥିଲେ।

ପ୍ରଧାନମନ୍ତ୍ରୀ ପ୍ରଭାବିତ ଜନସାଧାରଣଙ୍କ ପାଇଁ ନିରନ୍ତର ମାନବୀୟ ସହାୟତାର ଆବଶ୍ୟକତାକୁ ଦୋହରାଇବା ସହ ଆଲୋଚନା ଏବଂ କୂଟନୀତି ମାଧ୍ୟମରେ ସମସ୍ତ ବନ୍ଧକଙ୍କୁ ମୁକ୍ତ କରିବା ସମେତ ସଂଘର୍ଷର ଶୀଘ୍ର ଏବଂ ଶାନ୍ତିପୂର୍ଣ୍ଣ ସମାଧାନ ଉପରେ ଗୁରୁତ୍ୱାରୋପ କରିଥିଲେ।

ଦୁଇ ନେତା ଯୋଗାଯୋଗରେ ରହିବାକୁ ସମ୍ମତି ପ୍ରକାଶ କରିଥିଲେ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

“ପ୍ରତ୍ୟେକ ହମାସ ଯୋଦ୍ଧା ବର୍ତ୍ତମାନ ନିଜକୁ ମୃତ ବୋଲି ଭାବିବା ଉଚିତ୍ …”: ଇସ୍ରାଏଲ ପ୍ରଧାନମନ୍ତ୍ରୀ

ତେଲ ଅଭିଭ (ଇସ୍ରାଏଲ): ଗତ ୬ ଦିନ ଧରି ପାଲେଷ୍ଟାଇନ ଗୋଷ୍ଠୀ ହମାସ ସହିତ ଯୁଦ୍ଧ କରୁଥିବା ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ବୁଧବାର ଦିନ ଏହି ଯୁଦ୍ଧ ଜାରି ରଖିବାକୁ ପ୍ରତିଶ୍ରୁତି ଦେଇଥିଲେ ଯେ, ପ୍ରତ୍ୟେକ ହମାସ୍ ଯୋଦ୍ଧା ବର୍ତ୍ତମାନ ନିଜକୁ ମୃତ ବୋଲି ଭାବିବା ଉଚିତ୍।

ଗତ ଶନିବାର ଦିନ ହମାସର ହଠାତ୍ ଆକ୍ରମଣ ପରେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ପ୍ରଥମ ଥର ପାଇଁ ହମାସକୁ ସମ୍ପୂର୍ଣ୍ଣ ରୂପେ ଧ୍ୱଂସ କରିବାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିଛନ୍ତି।

ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ ୟୋଆଭ ଗେଲେଣ୍ଟ ମଧ୍ୟ କହିଛନ୍ତି ଯେ, ଆମେ ହାମାସକୁ ଏହି ପୃଥିବୀରୁ ପୋଛି ଦେବୁ।

ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ନିଜର ରାଜନୈତିକ ମତଭେଦକୁ ଏଡ଼ାଇ ଏହି ଅସୁବିଧା ପାଇଁ ଏକ ଜରୁରୀକାଳୀନ ସରକାର ଗଠନ କରିଛନ୍ତି। ଯେଉଁଥିରେ ସେଣ୍ଟ୍ରିଷ୍ଟର ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ବେନି ଗେଣ୍ଟଜ ମଧ୍ୟ ସାମିଲ ହୋଇଛନ୍ତି।

ସୂଚନାଯୋଗ୍ୟ ଯେ, ଏହି ଜରୁରୀକାଳୀନ ସରକାର ହମାସ ବିରୋଧରେ ଯୁଦ୍ଧର ନେତୃତ୍ଵ ନେବ। ନୂତନ ସରକାର ସୂଚାଇ ଦେଇଛନ୍ତି ଯେ, ଗାଜାରେ ଖୁବ୍ ଶୀଘ୍ର ଗ୍ରାଉଣ୍ଡ ଆଟାକ୍ ଆରମ୍ଭ ହେବ ଏବଂ ହମାସ ସମ୍ପୂର୍ଣ୍ଣ ଧ୍ୱଂସ ନହେବା ପର୍ଯ୍ୟନ୍ତ ଇସ୍ରାଏଲ୍ ଆକ୍ରମଣ ଜାରି ରଖିବ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁଙ୍କ ଠାରୁ ଫୋନ୍‌ କଲ ପାଇ ତାଙ୍କ ସହ କଥା ହୋଇଛନ୍ତି।

ଇସ୍ରାଏଲରେ ଆତଙ୍କବାଦୀ ଆକ୍ରମଣ କାରଣରୁ ମୃତ୍ୟୁବରଣ କରିଥିବା ଏବଂ ଆହତ ହୋଇଥିବା ଲୋକଙ୍କ ପାଇଁ ପ୍ରଧାନମନ୍ତ୍ରୀ ଶୋକ ଓ ସମବେଦନା ପ୍ରକଟ କରିଛନ୍ତି । ସେ ଆଶ୍ୱାସନା ଦେଇ କହିଛନ୍ତି, ଏହି କଷ୍ଟକର ସମୟରେ ଭାରତବାସୀ ଇସ୍ରାଏଲର ଲୋକଙ୍କ ସହ ଛିଡ଼ା ହୋଇଛନ୍ତି। ଭାରତ ଆତଙ୍କବାଦର ସମସ୍ତ ସ୍ୱରୂପ ଏବଂ ଅଭିବ୍ୟକ୍ତିକୁ ଦୃଢ଼ ଭାବେ ଏବଂ ସ୍ପଷ୍ଟ ରୂପରେ ନିନ୍ଦା କରିଥାଏ ବୋଲି ସେ ଦୋହରାଇଥିଲେ।

ଇସ୍ରାଏଲରେ ଥିବା ଭାରତୀୟ ନାଗରିକଙ୍କ ସୁରକ୍ଷା ଓ ନିରାପତ୍ତା ଉପରେ ପ୍ରଧାନମନ୍ତ୍ରୀ ମୋଦୀ ଜୋର୍‌ ଦେଇଥିଲେ। ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ସମ୍ପୂର୍ଣ୍ଣ ସହଯୋଗ ଏବଂ ସହାୟତା ପାଇଁ ଆଶ୍ୱାସନା ଦେଇଥିଲେ।

ଦୁଇ ନେତା ପରସ୍ପର ସହ କଥାବାର୍ତ୍ତା ଜାରି ରଖିବେ ବୋଲି ସହମତ ହୋଇଥିଲେ।