“ପ୍ରତ୍ୟେକ ହମାସ ଯୋଦ୍ଧା ବର୍ତ୍ତମାନ ନିଜକୁ ମୃତ ବୋଲି ଭାବିବା ଉଚିତ୍ …”: ଇସ୍ରାଏଲ ପ୍ରଧାନମନ୍ତ୍ରୀ

Published: Oct 12, 2023, 11:06 am IST

ତେଲ ଅଭିଭ (ଇସ୍ରାଏଲ): ଗତ ୬ ଦିନ ଧରି ପାଲେଷ୍ଟାଇନ ଗୋଷ୍ଠୀ ହମାସ ସହିତ ଯୁଦ୍ଧ କରୁଥିବା ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ବୁଧବାର ଦିନ ଏହି ଯୁଦ୍ଧ ଜାରି ରଖିବାକୁ ପ୍ରତିଶ୍ରୁତି ଦେଇଥିଲେ ଯେ, ପ୍ରତ୍ୟେକ ହମାସ୍ ଯୋଦ୍ଧା ବର୍ତ୍ତମାନ ନିଜକୁ ମୃତ ବୋଲି ଭାବିବା ଉଚିତ୍।

ଗତ ଶନିବାର ଦିନ ହମାସର ହଠାତ୍ ଆକ୍ରମଣ ପରେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ପ୍ରଥମ ଥର ପାଇଁ ହମାସକୁ ସମ୍ପୂର୍ଣ୍ଣ ରୂପେ ଧ୍ୱଂସ କରିବାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିଛନ୍ତି।

ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ ୟୋଆଭ ଗେଲେଣ୍ଟ ମଧ୍ୟ କହିଛନ୍ତି ଯେ, ଆମେ ହାମାସକୁ ଏହି ପୃଥିବୀରୁ ପୋଛି ଦେବୁ।

ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ନିଜର ରାଜନୈତିକ ମତଭେଦକୁ ଏଡ଼ାଇ ଏହି ଅସୁବିଧା ପାଇଁ ଏକ ଜରୁରୀକାଳୀନ ସରକାର ଗଠନ କରିଛନ୍ତି। ଯେଉଁଥିରେ ସେଣ୍ଟ୍ରିଷ୍ଟର ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ବେନି ଗେଣ୍ଟଜ ମଧ୍ୟ ସାମିଲ ହୋଇଛନ୍ତି।

ସୂଚନାଯୋଗ୍ୟ ଯେ, ଏହି ଜରୁରୀକାଳୀନ ସରକାର ହମାସ ବିରୋଧରେ ଯୁଦ୍ଧର ନେତୃତ୍ଵ ନେବ। ନୂତନ ସରକାର ସୂଚାଇ ଦେଇଛନ୍ତି ଯେ, ଗାଜାରେ ଖୁବ୍ ଶୀଘ୍ର ଗ୍ରାଉଣ୍ଡ ଆଟାକ୍ ଆରମ୍ଭ ହେବ ଏବଂ ହମାସ ସମ୍ପୂର୍ଣ୍ଣ ଧ୍ୱଂସ ନହେବା ପର୍ଯ୍ୟନ୍ତ ଇସ୍ରାଏଲ୍ ଆକ୍ରମଣ ଜାରି ରଖିବ।

Related posts