Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ରିଲାଏନ୍ସ ରିଟେଲ ପକ୍ଷରୁ ହୋମ ଥିଏଟର ଟିଭିର ନୂତନ ସମ୍ଭାର ଉନ୍ମୋଚିତ

ମୁମ୍ବାଇ / ଭୁବନେଶ୍ୱର: ଭାରତର ସର୍ବବୃହତ ଖୁଚୁରା ରିଟେଲର ରିଲାଏନ୍ସ ରିଟେଲ ଲିମିଟେଡ ସ୍ୱଦେଶୀ ରୂପରେ ବିକଶିତ ଛଅଟି ହୋମ ଥିଏଟର ଏଲଇଡି ଟିଭି ସମ୍ଭାରର ଶୁଭାରମ୍ଭ କରିଛି। ଏଗୁଡିକ ଅଡିଓ ଉପକରଣ ତିଆରି କରିବାରେ ପ୍ରସିଦ୍ଧି ଲାଭ କରିଥିବା କମ୍ପାନୀ ହରମନ (HARMAN) ସହିତ ସହଭାଗିତାରେ ନିର୍ମିତ ହୋଇଛି  ବିପିଏଲ୍ ବ୍ରାଣ୍ଡ ଅଧୀନରେ ଶୁଭାରମ୍ଭ ହୋଇଥିବା ଏହି ଟିଭିଗୁଡିକ କିଛି ଏପରି ଭାବରେ ଡିଜାଇନ୍ ହୋଇଛି ଯେ ଗ୍ରାହକମାନେ ଉତ୍କୃଷ୍ଟ ଧ୍ୱନି ଏବଂ ଅସାଧାରଣ ପିକଚର କ୍ୱାଲିଟି ସହିତ ସିନେମା ଦେଖିବା ପରି ଅଭିଜ୍ଞତା ପାଇପାରିବେ।

କମ୍ପାନୀ ଅନୁଯାୟୀ, ବଜାରରେ ଉଚ୍ଚ-ଗୁଣାତ୍ମକ ଏବଂ ହାଇ-ଡେଫିନେସନ ଡିଜିଟାଲ୍ ବିଷୟବସ୍ତୁ ଦ୍ରୁତ ଗତିରେ ବୃଦ୍ଧି ପାଉଛି ଏବଂ ଏହା ସହ ତାଳ ଦେଇ ଗ୍ରାହକମାନେ ଏଭଳି ଟିଭି ଖୋଜୁଛନ୍ତି ଯାହା ଉତ୍କୃଷ୍ଟ ଅଡିଓ ଆଉଟପୁଟ୍ ଏବଂ ଇମର୍ସିଭ୍ ପିକ୍ଚର କ୍ୱାଲିଟିର ମନୋରଞ୍ଜନ ପ୍ରଦାନ କରିପାରିବ। ଏଥିପାଇଁ ରିଲାଏନ୍ସ ରିଟେଲର ଅଡିଓ-ଇଏଫଏକ୍ସ ଟ୍ୟୁନିଂ ସଫ୍ଟୱେୟାର ଏବଂ ହରମନର ସହଯୋଗରେ ବିପିଏଲ ହୋମ ଥିଏଟର ଟିଭି ସମ୍ଭାର ଆରମ୍ଭ କରାଯାଇଛି।

ରିଲାଏନ୍ସ ରିଟେଲ ନିର୍ଭରଯୋଗ୍ୟ ଏବଂ ସୁଲଭ ଏଲଇଡି ଟିଭି ବର୍ଗରେରେ ନିଜର ସ୍ଥିତି ସୁଦୃଢ କରୁଛି । ଉନ୍ମୋଚିତ ସମ୍ଭାରର ୬ ଟି ହୋମ ଥିଏଟର ସମ୍ପୂର୍ଣ୍ଣ ରୂପେ \’ମେଡ୍‌-ଇନ୍‌-ଇଣ୍ଡିଆ\’ ବା ଭାରତରେ ନିର୍ମିତ ଅଟେ। ବିପିଏଲ୍ ହୋମ୍ ଥିଏଟର ଏଲଇଡି ଟିଭି ଏବେ ସାରା ଦେଶରେ ଇଲେକ୍ଟ୍ରୋନିକ୍ ଷ୍ଟୋର, ରିଟେଲ ଆଉଟଲେଟ୍ ଏବଂ ଜିଓ ମାର୍ଟ ଓ ରିଲାଏନ୍ସ ଡିଜିଟାଲ ୱେବସାଇଟ ତଥା ଇ-କମର୍ସ ମାର୍କେଟପ୍ଲେସ୍ ରେ ଉପଲବ୍ଧ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଗ୍ରାହକମାନଙ୍କୁ ନିମ୍ନମାନର ପ୍ରେସର କୁକର ବିକିବା ହେତୁ ଫ୍ଲିପକାର୍ଟ ଉପରେ ଜରିମାନା ଲାଗୁ

ନୂଆଦିଲ୍ଲୀ: କେନ୍ଦ୍ରୀୟ ଉପଭୋକ୍ତା ସୁରକ୍ଷା ପ୍ରାଧିକରଣ-ସିସିପିଏ ବାଧ୍ୟତାମୂଳକ ମାନକକୁ ଉଲଂଘନ କରି ଘରୋଇ ପ୍ରେସର କୁକରର ବିକ୍ରି ପାଇଁ ଅନୁମତି ଦେବା ହେତୁ ଇ-କମର୍ସ ପ୍ଲାଟଫର୍ମ ‘ଫ୍ଲିପକାର୍ଟ’ ଦ୍ବାରା ଗ୍ରାହକ ଅଧିକାରର ଉଲଙ୍ଘନ ମାମଲାରେ ଏକ ଆଦେଶ ପାରିତ କରିଛନ୍ତି। ମୁଖ୍ୟ ଆୟୁକ୍ତ ନିଧି ଖରେଙ୍କ ଅଧ୍ୟକ୍ଷତାରେ, ସିପିପିଏ ଫ୍ଲିପକାର୍ଟକୁ ନିଜର ପ୍ଲାଟଫର୍ମରେ ବିକ୍ରି ହେଉଥିବା ସମସ୍ତ 598 ପ୍ରେସର କୁକର ବିଷୟରେ ଗ୍ରାହକମାନଙ୍କୁ ସୂଚୀତ କରିବା, ପ୍ରେସର କୁକରକୁ ଫେରସ୍ତ ନେବା ଏବଂ ଗ୍ରାହକମାନଙ୍କୁ ସେମାନଙ୍କର ମୂଲ୍ୟର ଭରଣା କରିବା ଏବଂ 45 ଦିନ ମଧ୍ୟରେ ଏହାର ଅନୁପାଳନ ରିପୋର୍ଟ ପ୍ରସ୍ତୁତ କରିବାର ନିର୍ଦ୍ଦେଶ ଦେଇଛନ୍ତି। କମ୍ପାନୀକୁ ନିଜର ଇ-କମର୍ସ ପ୍ଲାଟଫର୍ମରେ ଏପରି ପ୍ରେସର କୁକର ବିକ୍ରିର ଅନୁମତି ଦେବା ଏବଂ ଗ୍ରାହକମାନଙ୍କ ଅଧିକାରକୁ ଉଲ୍ଲଂଘନ କରିବା ହେତୁ 100,000 ଟଙ୍କାର ଜରିମାନା ପ୍ରଦାନ କରିବାର ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।

କେନ୍ଦ୍ର ସରକାର, ସମୟକୁ ସମୟ, ଗୁଣବତ୍ତା ନିୟନ୍ତ୍ରଣ ଆଦେଶ (କ୍ୟୁସିଓ) କୁ ଅଧିସୂଚୀତ କରିଥାଏ, ଯାହା ଗ୍ରାହକଙ୍କ କ୍ଷତି ଏବଂ ହାନୀର ଆପଦରୁ ସୁରକ୍ଷା ପ୍ରଦାନ କରିବା ଏବଂ ଅଧିକ ମାତ୍ରାରେ ସାଧାରଣ ଲୋକଙ୍କ ହିତରେ ଉତ୍ପାଦ ପାଇଁ ମାନକ ଚିହ୍ନର ଉପଯୋଗ ଏବଂ ମାନକ ପାଇଁ ଅନିର୍ବାର୍ଯ୍ୟ ଅନୁରୂପତା ନିର୍ଦ୍ଦିଷ୍ଟ କରିଥାଏ। 01.02.2021 ରେ ଲାଗୁ ହୋଇଥିବା ଘରୋଇ ପ୍ରେସର କୁକର (ଗୁଣବତ୍ତା ନିୟନ୍ତ୍ରଣ) ଆଦେଶ, ସମସ୍ତ ଘରୋଇ ପ୍ରେସର କୁକର ପାଇଁ ଆଇଏସ୍ 2347:2017 ଅନୁରୂପ ହେବା ଅନିର୍ବାର୍ଯ୍ୟ ଅଟେ। ଏଥିପାଇଁ 01.02.2021 ଠାରୁ ସମସ୍ତ ପ୍ରେସର କୁକର, ତାହା ଅନଲାଇନ୍ ବା ଅଫଲାଇନରେ ବିକ୍ରି କରାଯାଉ ନା କାହିଁକି, ଏହାକୁ ଆଇଏସ୍ 2347:2017 ର ଅନୁରୂପ ହେବା ଆବଶ୍ୟକ ଏବଂ ଏହା ଉପରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି। ସିସିପିଏ ଜାଣିବାକୁ ପାଇଛନ୍ତି ଯେ ‘ଫ୍ଲିପକାର୍ଟର ଉପଯୋଗର ସର୍ତ୍ତ’ ର ବ୍ୟବସ୍ଥା ଉତ୍ପାଦର ପ୍ରତ୍ୟେକ ଚାଲାଣରେ ‘ପାୱାର୍ଡ ବାଏ ଫ୍ଲିପକାର୍ଟ’ ପରି ଶବ୍ଦର ବାଧ୍ୟତାମୂଳକ ଉପଯୋଗ ଏବଂ ବିଭିନ୍ନ ଲାଭର ବିତରଣ ପାଇଁ ବିକ୍ରେତାମାନଙ୍କୁ ନିଜର ଇ-କମର୍ସ ପ୍ଲାଟଫର୍ମରେ ପ୍ରେସର କୁକରର ବିକ୍ରିରେ ସୁନା, ରୂପା ଏବଂ କାଂସ୍ୟ ଭାବରେ ପ୍ରତିଷ୍ଠିତ କରିବା ଫ୍ଲିପକାର୍ଟ ଦ୍ବାରା କରା ଯାଇଥିବା ଭୂମିକା ଆଡ଼କୁ ସୂଚୀତ କରୁଛି।

ଫ୍ଲିପକାର୍ଟ ନିଜର ଇ-କମର୍ସ ପ୍ଲାଟଫର୍ମରେ ଏପରି ପ୍ରେସର କୁକରର ବିକ୍ରି ମାଧ୍ୟମରେ ସମୁଦାୟ 1,84,263 ଟଙ୍କା ପ୍ରାପ୍ତ କରିଛି। ସିସିପିଏ ଦ୍ବାରା ଏହା ଜଣାଯାଇଛି ଯେ ଯେତେବେଳେ ଫ୍ଲିପକାର୍ଟକୁ ଏପରି ପ୍ରେସର କୁକର ବିକ୍ରି ଦ୍ବାରା ବ୍ୟାବସାୟିକ ଭାବରେ ଲାଭ ହୋଇଛି, ତେବେ ସେ ଉପଭୋକ୍ତାଙ୍କୁ ତାଙ୍କର ବିକ୍ରିରେ ସୃଷ୍ଟି ହୋଇଥିବା ଭୂମିକା ଓ ଦାୟୀତ୍ବରୁ ନିଜକୁ ମୁକ୍ତ କରିପାରିବ ନାହିଁ। ଗ୍ରାହକଙ୍କ ମଧ୍ୟରେ ସଚେତନତା ଏବଂ ଗୁଣବତ୍ତାର ଜ୍ଞାନ ବଢ଼ାଇବା ପାଇଁ ସିସିପିଏ କେନ୍ଦ୍ର ସରକାର ଦ୍ବାରା ପ୍ରକାଶିତ କ୍ୟୁସିଓର ଉଲଙ୍ଘନ କରୁଥିବା ନକଲି ଏବଂ ଜାଲିଆତି ସାମଗ୍ରୀର ବିକ୍ରିକୁ ବନ୍ଦ କରିବା ପାଇଁ ଏକ ଦେଶବ୍ୟାପୀ ଅଭିଯାନର ଆରମ୍ଭ କରିଛି। ଅଭିଯାନର ଅଂଶ ଭାବରେ ଚିହ୍ନଟ କରାଯାଉଥିବା ଦୈନିକ ବ୍ୟବହାର ହେଉଥିବା ଉତ୍ପାଦରେ ହେଲମେଟ, ଘରୋଇ ପ୍ରେସର କୁକର ଓ ରୋଷେଇ ଗ୍ୟାସ ସିଲିଣ୍ଡର ସାମିଲ୍ ରହିଛି। ସିସିପିଏ ଦେଶ ବ୍ୟାପି ଜିଲ୍ଲା କଲେକ୍ଟରଙ୍କୁ ଏପରି ଉତ୍ପାଦର ନିର୍ମାଣ ବା ବିକ୍ରି ସମ୍ବନ୍ଧିତ ଅନୁଚିତ ବ୍ୟବସାୟ କାର୍ଯ୍ୟ ଏବଂ ଗ୍ରାହକ ଅଧିକାରକୁ ଉଲଂଘନର ଯାଞ୍ଚ କରିବା ଏବଂ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ପ୍ରସ୍ତୁତ କରିବା ପାଇଁ ଲେଖିଛନ୍ତି। ଅଭିଯାନ ଅନ୍ତର୍ଗତ, ବିଆଇଏସ୍ ଅନେକ ଅଣ-ମାନକ ହେଲମେଟ ଏବଂ ପ୍ରେସର କୁକରକୁ ବାହାର କରି ଜବତ କରିଛି। 1435 ପ୍ରେସର କୁକର ଏବଂ 1088 ହେଲମେଟ୍ ଯାହା ଅନିର୍ବାର୍ଯ୍ୟ ମାନକ ଅନୁରୂପ ନଥିଲେ, ତାହାକୁ ବିଆଇଏସ୍ ଦ୍ବାରା ଜବତ କରାଯାଇଛି। ସିସିପିଏ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ସଚିବଙ୍କୁ ଆଇନ ଅନ୍ତର୍ଗତ ପ୍ରଯୁଜ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଏବଂ ଗ୍ରାହକଙ୍କ ସ୍ବାର୍ଥର ସୁରକ୍ଷା ପାଇଁ କେନ୍ଦ୍ର ସରକାରଙ୍କ ଦ୍ବାରା ବାଧ୍ୟତାମୂଳକ ଉପଯୋଗ ପାଇଁ ନିର୍ଦ୍ଦେଶିତ ମାନକର ଅନୁପାଳନ ସୁନିଶ୍ଚିତ କରିବା ପାଇଁ ମଧ୍ୟ ପତ୍ର ଲେଖିଛନ୍ତି।

ଏହା ବ୍ୟତୀତ, ସିସିପିଏ ଭାରତୀୟ ମାନକ ବ୍ୟୁରୋ (ବିଆଇଏସ୍) ର ମହାନିର୍ଦ୍ଦେଶକଙ୍କୁ ବିଆଇଏସ୍ ଅଧିନିୟମ 2016 ର ବ୍ୟବସ୍ଥା ଅନ୍ତର୍ଗତ ଅନିର୍ବାର୍ଯ୍ୟ ମାନକର ଉଲଂଘନ ଅପରାଧକୁ ତତ୍କାଳ ଗ୍ରହଣ କରିବା ପାଇଁ ବିଆଇଏସର ସମସ୍ତ କ୍ଷେତ୍ରୀୟ ଶାଖା ଗୁଡ଼ିକୁ ବିଧିବଦ୍ଧ ଭାବରେ ଅଧିସୂଚୀତ କରିବା ପାଇଁ ଲେଖିଛନ୍ତି। ଗ୍ରାହକ କାର୍ଯ୍ୟ ବିଭାଗ ଦ୍ବାରା ନୂତନ ସର୍ଟ କୋଡ୍ ’1915’ କୁ ଜାରି କରାଯିବା ପର ଠାରୁ, ଅଧିକରୁ ଅଧିକ ଗ୍ରାହକ ଜାତୀୟ ଗ୍ରାହକ ହେଲ୍ପଲାଇନ୍ ରେ ନିଜର ଅଭିଯୋଗ ଦାଖଲ କରୁଛନ୍ତି। ଏହା ଧ୍ୟାନ ରଖିବା ପ୍ରାସଙ୍ଗିକ ଯେ ଏନସିଏଚ ରେ ପଞ୍ଜୀକୃତ ସମସ୍ତ ଅଭିଯୋଗ ଅନୁପାତରେ ଇ-କମର୍ସ ସର୍ବାଧିକ ଅଟେ। ଜୁଲାଇ 2022 ରେ, ଏନସିଏଚ ରେ ସମସ୍ତ ଅଭିଯୋଗର 38 ପ୍ରତିଶତ ଅଂଶ ଇ-କମର୍ସ ସମ୍ବନ୍ଧିତ ଥିଲା। ଇ-କର୍ମସରେ ଗ୍ରାହକ ଅଭିଯୋଗର ପ୍ରମୁଖ ଶ୍ରେଣୀରେ ତ୍ରୁଟିଯୁକ୍ତ ଉତ୍ପାଦର ଡେଲିଭରି, ପଇଠ କରାଯାଇଥିବା ପରିମାଣର ଫେରସ୍ତରେ ବିଫଳତା, ଉତ୍ପାଦର ଡେଲିଭରିରେ ବିଳମ୍ବ ଆଦି ସାମିଲ୍ ରହିଛି।

ସିସିପିଏର ଅଧିନିୟମର ଧାରା 18 (2) (ଜେ) ଅନ୍ତର୍ଗତ ସୁରକ୍ଷା ନୋଟିସ୍ ମଧ୍ୟ ଜାରି କରିଛନ୍ତି ଯଦ୍ବାରା ଗ୍ରାହକଙ୍କୁ ଏପରି ସାମଗ୍ରୀ କ୍ରୟ କରିବା ସମୟରେ ସଚେତନ ଓ ସାବଧାନ କରାଯାଇପାରିବ ଯେଉଁଥିରେ ବୈଧ ଆଇଏସଆଇ ମାର୍କ ନାହିଁ ଓ ବାଧ୍ୟତାମୂଳକ ବିଆଇଏସ୍ ମାନକର ଉଲଂଘନ କରୁଛନ୍ତି। ଯେତେବେଳେକି ପ୍ରଥମ ସୁରକ୍ଷା ନୋଟିସ୍ ହେଲମେଟ, ପ୍ରେସର କୁକର ଏବଂ ରନ୍ଧନ ଗ୍ୟାସ ଉତ୍ପାଦ ସମ୍ବନ୍ଧରେ ଜାରି କରାଯାଇଥିଲା ଯେଉଁଥିରେ ଇଲେକ୍ଟ୍ରିକ୍ ଇମର୍ସନ ୱାଟର ହିଟର, ସିଲାଇ ମେସିନ୍, ମାଇକ୍ରୋୱଭ୍ ଓଭନ, ଏଲପିଜି ସହିତ ଘରୋଇ ଗ୍ୟାସ ଷ୍ଟୋଭ ଆଦି ମଧ୍ୟ ସାମିଲ୍ ରହିଛି। (ପିଆଇବି)

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ରିଟେଲ୍ କ୍ଷେତ୍ରରେ ୩୦ ହଜାର କୋଟି ନିବେଶ କରିବ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍: କରିବ ଇ-କମର୍ସର ସମ୍ପ୍ରସାରଣ

ଭୁବନେଶ୍ୱର: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆର୍‌ଆଇଏଲ୍‌) ପକ୍ଷରୁ ରିଟେଲ୍ କ୍ଷେତ୍ରରେ ୨୦୨୧-୨୨ ଆର୍ଥିକ ବର୍ଷରେ ୩୦,୦୦୦ କୋଟି ଟଙ୍କା ନିବେଶ କରାଯାଇଛି। ଏହି ଆର୍ଥିକ ବର୍ଷରେ କଂପାନି ୨,୫୦୦ ନୂଆ ଷ୍ଟୋର୍ ଯୋଡ଼ିଥିବା ବେଳେ ଏହାର ମୋଟ ଷ୍ଟୋର ସଂଖ୍ୟା ୧୫,୧୯୬ରେ ପହଂଚିଛି। ହାରାହାରି ଭାବେ ରିଲାଏନ୍ସ ରିଟେଲ୍ ଦୈନିକ ସାତଟି ଷ୍ଟୋର୍ ଖୋଲିଛି। ଏହି ଆର୍ଥିକ ବର୍ଷରେ ରିଲାଏନ୍ସ ରିଟେଲ୍ ୧୧.୧ ନିୟୁତ ବର୍ଗଫୁଟର ଓୟାରହାଉସ୍ ସ୍ଥାନ ଯୋଡ଼ିଛି, ଫଳରେ କଂପାନିର ଓୟାରହାଉସ୍ ସ୍ଥାନ ପରିମାଣ ୨୨.୭ ନିୟୁତ ବର୍ଗଫୁଟକୁ ବୃଦ୍ଧି ପାଇଛି ବୋଲି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆର୍‌ଆଇଏଲ୍‌)ର ବାର୍ଷିକ ରିପୋର୍ଟ ୨୦୨୧-୨୨ରେ ଉଲ୍ଲେଖ ରହିଛି।

ଆର୍‌ଆଇଏଲ୍‌ର ବାର୍ଷିକ ରିପୋର୍ଟ ୨୦୨୧-୨୨ ଅନୁଯାୟୀ, ରିଲାଏନ୍ସ ରିଟେଲ୍ ୨୦୨୧-୨୨ ଆର୍ଥିକ ବର୍ଷରେ ୧.୫ ଲକ୍ଷରୁ ଅଧିକ ନିଯୁକ୍ତି ଯୋଡ଼ିଥିବାରୁ କଂପାନିର ମୋଟ କର୍ମଚାରୀ ସଂଖ୍ୟା ୩.୬୧ ଲକ୍ଷକୁ ବୃଦ୍ଧି ପାଇଛି। ନିଜର ସୋର୍ସିଂ ବ୍ୟବସ୍ଥାକୁ ଦୃଢ଼ କରିବା ଲାଗି କଂପାନି ଉତ୍ପାଦନକାରୀ, ଏମ୍‌ଏସ୍‌ଏମ୍‌ଇ, ସେବା ପ୍ରଦାନକାରୀ ଓ ସ୍ଥାନୀୟ ଓ ଆନ୍ତର୍ଜାତିକ ବ୍ରାଣ୍ଡ୍ କଂପାନି ସହ ଯୋଡ଼ି ହୋଇ କାମ କରିଛି।

ପୂର୍ବବର୍ଷ ତୁଳନାରେ ୨୦୨୧-୨୨ ଆର୍ଥିକ ବର୍ଷରେ କଂପାନିର ବ୍ୟବସାୟୀ ସହଭାଗିତା ଓ ଡିଜିଟାଲ୍ କମର୍ସ ଉଲ୍ଳେଖନୀୟ ଅଭିବୃଦ୍ଧି ହାସଲ ସହିତ ମୋଟ ରାଜସ୍ୱର ୧୭ ପ୍ରତିଶତରେ ପହଂଚିଛି, ଯାହା ପୂର୍ବ ବର୍ଷ ୧୦ ପ୍ରତିଶତ ରହିଥଲା। ଆଗାମୀ ଦିନରେ ରିଲାଏନ୍ସ ରିଟେଲ୍ ଏହାର ନୂଆ ଷ୍ଟୋର୍ ସମ୍ପ୍ରସାରଣକୁ ତ୍ୱରାନ୍ୱିତ କରିବା ଓ ଡିଜିଟାଲ୍ କମର୍ସ ବ୍ୟବସାୟକୁ ବଢ଼ାଇବା ଉପରେ ଗୁରୁତ୍ୱାରୋପ କରିବ ବୋଲି ବାର୍ଷିକ ରିପୋର୍ଟରେ ଉଲ୍ଲେଖ କରିଛି। ୨୦୨୧-୨୨ ଆର୍ଥିକ ବର୍ଷରେ ରିଲାଏନ୍ସ ରିଟେଲ୍ ନିଉ କମର୍ସ କ୍ଷେତ୍ରରେ ଉଲ୍ଲେଖନୀୟ ଅଭିବୃଦ୍ଧି ହାସଲ କରିଛି। ବ୍ୟବସାୟୀ ସହଭାଗୀଙ୍କ ସଂଖ୍ୟା ତିନି ଗୁଣା ବଢ଼ିଥିବା ବେଳେ ଡିଜିଟାଲ୍ କମର୍ସ ଅର୍ଡର ପର୍ବ ବର୍ଷ ତୁଳନାରେ ଅଢ଼େଇ ଗୁଣା ବୃଦ୍ଧି ହୋଇଛି। ସେହିଭଳି, ପଞ୍ଜୀକୃତ ଗ୍ରାହକଙ୍କ ସଂଖ୍ୟା ୨୪ ପ୍ରତିଶତ ବୃଦ୍ଧି ପାଇ ୧୯.୩ କୋଟିରେ ପହଂଚିଛି। ଏହି ଆର୍ଥିକ ବର୍ଷରେ ରିଲାଏନ୍ସ ରିଟେଲ୍ କଂଜ୍ୟୁମର ଇଲେକ୍ଟ୍ରୋନିକ୍ସ ଓ ଫାର୍ମା ବ୍ୟବସାୟୀଙ୍କ ପାଇଁ ନିଉ-କମର୍ସ ସେବାର ଶୁଭାରମ୍ଭ କରିଥିଲା।

୨୦୨୧-୨୨ରେ କଂପାନି ଜଷ୍ଟ ଡାଏଲ୍‌ର ସିଂହଭାଗ ଅଂଶଧନ କିଣିବା ସହ ବହୁ ଭାରତୀୟ ଓ ବିଦେଶୀ ବ୍ରାଣ୍ଡ୍‌ର ଫ୍ରାଂଚାଇଜି ଅଧିକାରକୁ ଅଧିଗ୍ରହଣ କରିଥିଲା। ତାହାକୁ ନେଇ କଂପାନି ନୂଆ ବ୍ରାଣ୍ଡ୍ ବିକାଶ କରିବ, ଅଧିଗ୍ରହଣର ସମନ୍ୱୟ କରିବ ଓ ନୂଆ ବ୍ୟବସାୟର ଶୁଭାରମ୍ଭ ସହ ତାହାକୁ ବ୍ୟାପକ କରିବ।

୨୦୨୨ ମାର୍ଚ୍ଚ ୩୧ ସୁଦ୍ଧା ଶେଷ ହୋଇଥିବା ଆର୍ଥିକ ବର୍ଷରେ ରିଲାଏନ୍ସ ରିଟେଲ୍ ପ୍ରାୟ ୨ ଲକ୍ଷ କୋଟି ଟଙ୍କାର କଂପାନିରେ ପରିଣତ ହୋଇଛି ଓ ଆଲୋଚ୍ୟ ଆର୍ଥିକ ବର୍ଷରେ ଏହାର ବିକ୍ରି ଓ ସେବାର ମୂଲ୍ୟ ୧,୯୯,୭୪୯ କୋଟି ଟଙ୍କା ରହିଥିଲା। ଭାରତର କ୍ଷୁଦ୍ର ସହରଗୁଡ଼ିକ ଯୋଗୁଁ ଏହି ଅଭିବୃଦ୍ଧି ସମ୍ଭବ ହୋଇଛି। ରିଲାଏନ୍ସ ରିଟେଲ୍‌ର ଦୁଇ ତୃତୀୟାଂଶ ଷ୍ଟୋର୍ ଟିୟର-୨ ସହର କିମ୍ବା ତା’ଠାରୁ ଛୋଟ ସହରଗୁଡ଼ିକରେ ରହିଛି। ଛୋଟ ସହରଗୁଡ଼ିକରେ ଆଗୁଆ ପହଂଚିଥିବା କାରଣରୁ କଂପାନି ଗ୍ରାହକମାନଙ୍କୁ ପାଖରେ ରଖିପାରିଛି।