Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରିଟେଲ୍ କ୍ଷେତ୍ରରେ ୩୦ ହଜାର କୋଟି ନିବେଶ କରିବ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍: କରିବ ଇ-କମର୍ସର ସମ୍ପ୍ରସାରଣ
ଆଜିର ଖବର

ରିଟେଲ୍ କ୍ଷେତ୍ରରେ ୩୦ ହଜାର କୋଟି ନିବେଶ କରିବ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍: କରିବ ଇ-କମର୍ସର ସମ୍ପ୍ରସାରଣ

August 8, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆର୍‌ଆଇଏଲ୍‌) ପକ୍ଷରୁ ରିଟେଲ୍ କ୍ଷେତ୍ରରେ ୨୦୨୧-୨୨ ଆର୍ଥିକ ବର୍ଷରେ ୩୦,୦୦୦ କୋଟି ଟଙ୍କା ନିବେଶ କରାଯାଇଛି। ଏହି ଆର୍ଥିକ ବର୍ଷରେ କଂପାନି ୨,୫୦୦ ନୂଆ ଷ୍ଟୋର୍ ଯୋଡ଼ିଥିବା ବେଳେ ଏହାର ମୋଟ ଷ୍ଟୋର ସଂଖ୍ୟା ୧୫,୧୯୬ରେ ପହଂଚିଛି। ହାରାହାରି ଭାବେ ରିଲାଏନ୍ସ ରିଟେଲ୍ ଦୈନିକ ସାତଟି ଷ୍ଟୋର୍ ଖୋଲିଛି। ଏହି ଆର୍ଥିକ ବର୍ଷରେ ରିଲାଏନ୍ସ ରିଟେଲ୍ ୧୧.୧ ନିୟୁତ ବର୍ଗଫୁଟର ଓୟାରହାଉସ୍ ସ୍ଥାନ ଯୋଡ଼ିଛି, ଫଳରେ କଂପାନିର ଓୟାରହାଉସ୍ ସ୍ଥାନ ପରିମାଣ ୨୨.୭ ନିୟୁତ ବର୍ଗଫୁଟକୁ ବୃଦ୍ଧି ପାଇଛି ବୋଲି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆର୍‌ଆଇଏଲ୍‌)ର ବାର୍ଷିକ ରିପୋର୍ଟ ୨୦୨୧-୨୨ରେ ଉଲ୍ଲେଖ ରହିଛି।

ଆର୍‌ଆଇଏଲ୍‌ର ବାର୍ଷିକ ରିପୋର୍ଟ ୨୦୨୧-୨୨ ଅନୁଯାୟୀ, ରିଲାଏନ୍ସ ରିଟେଲ୍ ୨୦୨୧-୨୨ ଆର୍ଥିକ ବର୍ଷରେ ୧.୫ ଲକ୍ଷରୁ ଅଧିକ ନିଯୁକ୍ତି ଯୋଡ଼ିଥିବାରୁ କଂପାନିର ମୋଟ କର୍ମଚାରୀ ସଂଖ୍ୟା ୩.୬୧ ଲକ୍ଷକୁ ବୃଦ୍ଧି ପାଇଛି। ନିଜର ସୋର୍ସିଂ ବ୍ୟବସ୍ଥାକୁ ଦୃଢ଼ କରିବା ଲାଗି କଂପାନି ଉତ୍ପାଦନକାରୀ, ଏମ୍‌ଏସ୍‌ଏମ୍‌ଇ, ସେବା ପ୍ରଦାନକାରୀ ଓ ସ୍ଥାନୀୟ ଓ ଆନ୍ତର୍ଜାତିକ ବ୍ରାଣ୍ଡ୍ କଂପାନି ସହ ଯୋଡ଼ି ହୋଇ କାମ କରିଛି।

ପୂର୍ବବର୍ଷ ତୁଳନାରେ ୨୦୨୧-୨୨ ଆର୍ଥିକ ବର୍ଷରେ କଂପାନିର ବ୍ୟବସାୟୀ ସହଭାଗିତା ଓ ଡିଜିଟାଲ୍ କମର୍ସ ଉଲ୍ଳେଖନୀୟ ଅଭିବୃଦ୍ଧି ହାସଲ ସହିତ ମୋଟ ରାଜସ୍ୱର ୧୭ ପ୍ରତିଶତରେ ପହଂଚିଛି, ଯାହା ପୂର୍ବ ବର୍ଷ ୧୦ ପ୍ରତିଶତ ରହିଥଲା। ଆଗାମୀ ଦିନରେ ରିଲାଏନ୍ସ ରିଟେଲ୍ ଏହାର ନୂଆ ଷ୍ଟୋର୍ ସମ୍ପ୍ରସାରଣକୁ ତ୍ୱରାନ୍ୱିତ କରିବା ଓ ଡିଜିଟାଲ୍ କମର୍ସ ବ୍ୟବସାୟକୁ ବଢ଼ାଇବା ଉପରେ ଗୁରୁତ୍ୱାରୋପ କରିବ ବୋଲି ବାର୍ଷିକ ରିପୋର୍ଟରେ ଉଲ୍ଲେଖ କରିଛି। ୨୦୨୧-୨୨ ଆର୍ଥିକ ବର୍ଷରେ ରିଲାଏନ୍ସ ରିଟେଲ୍ ନିଉ କମର୍ସ କ୍ଷେତ୍ରରେ ଉଲ୍ଲେଖନୀୟ ଅଭିବୃଦ୍ଧି ହାସଲ କରିଛି। ବ୍ୟବସାୟୀ ସହଭାଗୀଙ୍କ ସଂଖ୍ୟା ତିନି ଗୁଣା ବଢ଼ିଥିବା ବେଳେ ଡିଜିଟାଲ୍ କମର୍ସ ଅର୍ଡର ପର୍ବ ବର୍ଷ ତୁଳନାରେ ଅଢ଼େଇ ଗୁଣା ବୃଦ୍ଧି ହୋଇଛି। ସେହିଭଳି, ପଞ୍ଜୀକୃତ ଗ୍ରାହକଙ୍କ ସଂଖ୍ୟା ୨୪ ପ୍ରତିଶତ ବୃଦ୍ଧି ପାଇ ୧୯.୩ କୋଟିରେ ପହଂଚିଛି। ଏହି ଆର୍ଥିକ ବର୍ଷରେ ରିଲାଏନ୍ସ ରିଟେଲ୍ କଂଜ୍ୟୁମର ଇଲେକ୍ଟ୍ରୋନିକ୍ସ ଓ ଫାର୍ମା ବ୍ୟବସାୟୀଙ୍କ ପାଇଁ ନିଉ-କମର୍ସ ସେବାର ଶୁଭାରମ୍ଭ କରିଥିଲା।

୨୦୨୧-୨୨ରେ କଂପାନି ଜଷ୍ଟ ଡାଏଲ୍‌ର ସିଂହଭାଗ ଅଂଶଧନ କିଣିବା ସହ ବହୁ ଭାରତୀୟ ଓ ବିଦେଶୀ ବ୍ରାଣ୍ଡ୍‌ର ଫ୍ରାଂଚାଇଜି ଅଧିକାରକୁ ଅଧିଗ୍ରହଣ କରିଥିଲା। ତାହାକୁ ନେଇ କଂପାନି ନୂଆ ବ୍ରାଣ୍ଡ୍ ବିକାଶ କରିବ, ଅଧିଗ୍ରହଣର ସମନ୍ୱୟ କରିବ ଓ ନୂଆ ବ୍ୟବସାୟର ଶୁଭାରମ୍ଭ ସହ ତାହାକୁ ବ୍ୟାପକ କରିବ।

୨୦୨୨ ମାର୍ଚ୍ଚ ୩୧ ସୁଦ୍ଧା ଶେଷ ହୋଇଥିବା ଆର୍ଥିକ ବର୍ଷରେ ରିଲାଏନ୍ସ ରିଟେଲ୍ ପ୍ରାୟ ୨ ଲକ୍ଷ କୋଟି ଟଙ୍କାର କଂପାନିରେ ପରିଣତ ହୋଇଛି ଓ ଆଲୋଚ୍ୟ ଆର୍ଥିକ ବର୍ଷରେ ଏହାର ବିକ୍ରି ଓ ସେବାର ମୂଲ୍ୟ ୧,୯୯,୭୪୯ କୋଟି ଟଙ୍କା ରହିଥିଲା। ଭାରତର କ୍ଷୁଦ୍ର ସହରଗୁଡ଼ିକ ଯୋଗୁଁ ଏହି ଅଭିବୃଦ୍ଧି ସମ୍ଭବ ହୋଇଛି। ରିଲାଏନ୍ସ ରିଟେଲ୍‌ର ଦୁଇ ତୃତୀୟାଂଶ ଷ୍ଟୋର୍ ଟିୟର-୨ ସହର କିମ୍ବା ତା’ଠାରୁ ଛୋଟ ସହରଗୁଡ଼ିକରେ ରହିଛି। ଛୋଟ ସହରଗୁଡ଼ିକରେ ଆଗୁଆ ପହଂଚିଥିବା କାରଣରୁ କଂପାନି ଗ୍ରାହକମାନଙ୍କୁ ପାଖରେ ରଖିପାରିଛି।

ଆର୍‌ଆଇଏଲ୍‌ ଇ-କମର୍ସ ନିବେଶ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌
Share. Facebook Twitter LinkedIn Email WhatsApp Copy Link

Related Posts

ଗ୍ରାମୀଣ ଜୀବନ ଓ କୃଷି ସମସ୍ୟାର ସମାଧାନ ନେଇ ସୋଆ ଛାତ୍ରଛାତ୍ରୀଙ୍କ ଅଭିନବ ପ୍ରୟାସ

August 23, 2026

ଉତ୍ତରପ୍ରଦେଶ ଏକ୍ସପ୍ରେସୱେରୁ ୧୫.୩୯ କୋଟି ମୂଲ୍ୟର ୧୦ କିଲୋ ସୁନା ଜବତ

August 23, 2026

ୟୁପି ନିର୍ବାଚନରେ ​​ଆପ-ସପା ମଧ୍ୟରେ ମେଣ୍ଟ ହେବ କି?: ଅଖିଳେଶ ଯାଦବଙ୍କୁ ଭେଟିଲେ ସଂଜୟ ସିଂହ 

August 23, 2026

ପୁଣି ଦ୍ୱିତୀୟ ଟେଷ୍ଟରେ ଶତକ ହାସଲ କଲେ ପାଡିକ୍କଲ୍: ରଚିଲେ ଇତିହାସ

August 23, 2026
Latest News

ଗ୍ରାମୀଣ ଜୀବନ ଓ କୃଷି ସମସ୍ୟାର ସମାଧାନ ନେଇ ସୋଆ ଛାତ୍ରଛାତ୍ରୀଙ୍କ ଅଭିନବ ପ୍ରୟାସ

August 23, 2026

ଉତ୍ତରପ୍ରଦେଶ ଏକ୍ସପ୍ରେସୱେରୁ ୧୫.୩୯ କୋଟି ମୂଲ୍ୟର ୧୦ କିଲୋ ସୁନା ଜବତ

August 23, 2026

ୟୁପି ନିର୍ବାଚନରେ ​​ଆପ-ସପା ମଧ୍ୟରେ ମେଣ୍ଟ ହେବ କି?: ଅଖିଳେଶ ଯାଦବଙ୍କୁ ଭେଟିଲେ ସଂଜୟ ସିଂହ 

August 23, 2026

ପୁଣି ଦ୍ୱିତୀୟ ଟେଷ୍ଟରେ ଶତକ ହାସଲ କଲେ ପାଡିକ୍କଲ୍: ରଚିଲେ ଇତିହାସ

August 23, 2026

‘ସରକାର ବିଶ୍ୱାସଘାତକ କରୁଛନ୍ତି’: CJP ର ଗମ୍ଭୀର ଅଭିଯୋଗ, ପ୍ରତିବାଦ ପାଇଁ ଦେଲା ଚେତାବନୀ

August 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.