Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ରିଟେଲ୍ କ୍ଷେତ୍ରରେ ୩୦ ହଜାର କୋଟି ନିବେଶ କରିବ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍: କରିବ ଇ-କମର୍ସର ସମ୍ପ୍ରସାରଣ

ଭୁବନେଶ୍ୱର: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆର୍‌ଆଇଏଲ୍‌) ପକ୍ଷରୁ ରିଟେଲ୍ କ୍ଷେତ୍ରରେ ୨୦୨୧-୨୨ ଆର୍ଥିକ ବର୍ଷରେ ୩୦,୦୦୦ କୋଟି ଟଙ୍କା ନିବେଶ କରାଯାଇଛି। ଏହି ଆର୍ଥିକ ବର୍ଷରେ କଂପାନି ୨,୫୦୦ ନୂଆ ଷ୍ଟୋର୍ ଯୋଡ଼ିଥିବା ବେଳେ ଏହାର ମୋଟ ଷ୍ଟୋର ସଂଖ୍ୟା ୧୫,୧୯୬ରେ ପହଂଚିଛି। ହାରାହାରି ଭାବେ ରିଲାଏନ୍ସ ରିଟେଲ୍ ଦୈନିକ ସାତଟି ଷ୍ଟୋର୍ ଖୋଲିଛି। ଏହି ଆର୍ଥିକ ବର୍ଷରେ ରିଲାଏନ୍ସ ରିଟେଲ୍ ୧୧.୧ ନିୟୁତ ବର୍ଗଫୁଟର ଓୟାରହାଉସ୍ ସ୍ଥାନ ଯୋଡ଼ିଛି, ଫଳରେ କଂପାନିର ଓୟାରହାଉସ୍ ସ୍ଥାନ ପରିମାଣ ୨୨.୭ ନିୟୁତ ବର୍ଗଫୁଟକୁ ବୃଦ୍ଧି ପାଇଛି ବୋଲି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆର୍‌ଆଇଏଲ୍‌)ର ବାର୍ଷିକ ରିପୋର୍ଟ ୨୦୨୧-୨୨ରେ ଉଲ୍ଲେଖ ରହିଛି।

ଆର୍‌ଆଇଏଲ୍‌ର ବାର୍ଷିକ ରିପୋର୍ଟ ୨୦୨୧-୨୨ ଅନୁଯାୟୀ, ରିଲାଏନ୍ସ ରିଟେଲ୍ ୨୦୨୧-୨୨ ଆର୍ଥିକ ବର୍ଷରେ ୧.୫ ଲକ୍ଷରୁ ଅଧିକ ନିଯୁକ୍ତି ଯୋଡ଼ିଥିବାରୁ କଂପାନିର ମୋଟ କର୍ମଚାରୀ ସଂଖ୍ୟା ୩.୬୧ ଲକ୍ଷକୁ ବୃଦ୍ଧି ପାଇଛି। ନିଜର ସୋର୍ସିଂ ବ୍ୟବସ୍ଥାକୁ ଦୃଢ଼ କରିବା ଲାଗି କଂପାନି ଉତ୍ପାଦନକାରୀ, ଏମ୍‌ଏସ୍‌ଏମ୍‌ଇ, ସେବା ପ୍ରଦାନକାରୀ ଓ ସ୍ଥାନୀୟ ଓ ଆନ୍ତର୍ଜାତିକ ବ୍ରାଣ୍ଡ୍ କଂପାନି ସହ ଯୋଡ଼ି ହୋଇ କାମ କରିଛି।

ପୂର୍ବବର୍ଷ ତୁଳନାରେ ୨୦୨୧-୨୨ ଆର୍ଥିକ ବର୍ଷରେ କଂପାନିର ବ୍ୟବସାୟୀ ସହଭାଗିତା ଓ ଡିଜିଟାଲ୍ କମର୍ସ ଉଲ୍ଳେଖନୀୟ ଅଭିବୃଦ୍ଧି ହାସଲ ସହିତ ମୋଟ ରାଜସ୍ୱର ୧୭ ପ୍ରତିଶତରେ ପହଂଚିଛି, ଯାହା ପୂର୍ବ ବର୍ଷ ୧୦ ପ୍ରତିଶତ ରହିଥଲା। ଆଗାମୀ ଦିନରେ ରିଲାଏନ୍ସ ରିଟେଲ୍ ଏହାର ନୂଆ ଷ୍ଟୋର୍ ସମ୍ପ୍ରସାରଣକୁ ତ୍ୱରାନ୍ୱିତ କରିବା ଓ ଡିଜିଟାଲ୍ କମର୍ସ ବ୍ୟବସାୟକୁ ବଢ଼ାଇବା ଉପରେ ଗୁରୁତ୍ୱାରୋପ କରିବ ବୋଲି ବାର୍ଷିକ ରିପୋର୍ଟରେ ଉଲ୍ଲେଖ କରିଛି। ୨୦୨୧-୨୨ ଆର୍ଥିକ ବର୍ଷରେ ରିଲାଏନ୍ସ ରିଟେଲ୍ ନିଉ କମର୍ସ କ୍ଷେତ୍ରରେ ଉଲ୍ଲେଖନୀୟ ଅଭିବୃଦ୍ଧି ହାସଲ କରିଛି। ବ୍ୟବସାୟୀ ସହଭାଗୀଙ୍କ ସଂଖ୍ୟା ତିନି ଗୁଣା ବଢ଼ିଥିବା ବେଳେ ଡିଜିଟାଲ୍ କମର୍ସ ଅର୍ଡର ପର୍ବ ବର୍ଷ ତୁଳନାରେ ଅଢ଼େଇ ଗୁଣା ବୃଦ୍ଧି ହୋଇଛି। ସେହିଭଳି, ପଞ୍ଜୀକୃତ ଗ୍ରାହକଙ୍କ ସଂଖ୍ୟା ୨୪ ପ୍ରତିଶତ ବୃଦ୍ଧି ପାଇ ୧୯.୩ କୋଟିରେ ପହଂଚିଛି। ଏହି ଆର୍ଥିକ ବର୍ଷରେ ରିଲାଏନ୍ସ ରିଟେଲ୍ କଂଜ୍ୟୁମର ଇଲେକ୍ଟ୍ରୋନିକ୍ସ ଓ ଫାର୍ମା ବ୍ୟବସାୟୀଙ୍କ ପାଇଁ ନିଉ-କମର୍ସ ସେବାର ଶୁଭାରମ୍ଭ କରିଥିଲା।

୨୦୨୧-୨୨ରେ କଂପାନି ଜଷ୍ଟ ଡାଏଲ୍‌ର ସିଂହଭାଗ ଅଂଶଧନ କିଣିବା ସହ ବହୁ ଭାରତୀୟ ଓ ବିଦେଶୀ ବ୍ରାଣ୍ଡ୍‌ର ଫ୍ରାଂଚାଇଜି ଅଧିକାରକୁ ଅଧିଗ୍ରହଣ କରିଥିଲା। ତାହାକୁ ନେଇ କଂପାନି ନୂଆ ବ୍ରାଣ୍ଡ୍ ବିକାଶ କରିବ, ଅଧିଗ୍ରହଣର ସମନ୍ୱୟ କରିବ ଓ ନୂଆ ବ୍ୟବସାୟର ଶୁଭାରମ୍ଭ ସହ ତାହାକୁ ବ୍ୟାପକ କରିବ।

୨୦୨୨ ମାର୍ଚ୍ଚ ୩୧ ସୁଦ୍ଧା ଶେଷ ହୋଇଥିବା ଆର୍ଥିକ ବର୍ଷରେ ରିଲାଏନ୍ସ ରିଟେଲ୍ ପ୍ରାୟ ୨ ଲକ୍ଷ କୋଟି ଟଙ୍କାର କଂପାନିରେ ପରିଣତ ହୋଇଛି ଓ ଆଲୋଚ୍ୟ ଆର୍ଥିକ ବର୍ଷରେ ଏହାର ବିକ୍ରି ଓ ସେବାର ମୂଲ୍ୟ ୧,୯୯,୭୪୯ କୋଟି ଟଙ୍କା ରହିଥିଲା। ଭାରତର କ୍ଷୁଦ୍ର ସହରଗୁଡ଼ିକ ଯୋଗୁଁ ଏହି ଅଭିବୃଦ୍ଧି ସମ୍ଭବ ହୋଇଛି। ରିଲାଏନ୍ସ ରିଟେଲ୍‌ର ଦୁଇ ତୃତୀୟାଂଶ ଷ୍ଟୋର୍ ଟିୟର-୨ ସହର କିମ୍ବା ତା’ଠାରୁ ଛୋଟ ସହରଗୁଡ଼ିକରେ ରହିଛି। ଛୋଟ ସହରଗୁଡ଼ିକରେ ଆଗୁଆ ପହଂଚିଥିବା କାରଣରୁ କଂପାନି ଗ୍ରାହକମାନଙ୍କୁ ପାଖରେ ରଖିପାରିଛି।

Categories
ଆଜିର ଖବର ବ୍ୟବସାୟ

ରିଲାଏନ୍ସ ନିଉ ଏନର୍ଜି ସୋଲାର ଲିମିଟେଡ୍ ପକ୍ଷରୁ ଆମ୍ବ୍ରି ଆଇଏନ୍‌ସିରେ ନିବେଶ ଘୋଷଣା

ଭୁବନେଶ୍ୱର: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆର୍‌ଆଇଏଲ୍‌)ର ସମ୍ପୂର୍ଣ୍ଣ ଅଧିକୃତ ସହଯୋଗୀ ସଂସ୍ଥା ରିଲାଏନ୍ସ ନିଉ ଏନର୍ଜି ସୋଲାର ଲିମିଟେଡ୍ (ଆର୍‌ଏନ୍‌ଇଏସ୍‌ଏଲ୍‌) ପକ୍ଷରୁ କିଛି ଗୁରୁତ୍ୱପୂର୍ଣ୍ଣ ନିବେଶକ ଯଥା ପଲସନ୍ ଆଣ୍ଡ୍ କୋ ଆଇଏନ୍‌ସିବିଲ୍ ଗେଟ୍‌ସ ଏବଂ କିଛି ଅନ୍ୟ ନିବେଶକଙ୍କ ସହ ମିଶି ଯୁକ୍ତରାଷ୍ଟ୍ର ଆମେରିକାର ମାସାଚୁସେଟ୍‌ସ ସ୍ଥିତ ଶକ୍ତି ସଂରକ୍ଷଣ (ଷ୍ଟୋରେଜ୍‌) କଂପାନି ଆମ୍ବ୍ରି ଆଇଏନ୍‌ସିରେ ୧୪୪ ନିୟୁତ ଡଲାର ନିବେଶ କରାଯିବା ବିଷୟରେ ଘୋଷଣା କରାଯାଇଛି । ଏହି ନିବେଶ କଂପାନିକୁ ଶକ୍ତି ଷ୍ଟୋରେଜ୍ ବ୍ୟବସ୍ଥା ଦୀର୍ଘମିଆଦୀ ଭିତିରେ ସାରା ବିଶ୍ୱରେ ବାଣିଜ୍ୟିକ ପ୍ରସାର କରିବା ଓ ଆଗକୁ ବଢ଼ାଇବାରେ ସହାୟକ ହେବ। ଆମ୍ବ୍ରିର ଅଗ୍ରାଧିକାର ଷ୍ଟକ୍‌ର ୪୨.୩ ନିୟୁତ ସେୟାରକୁ ଅଧିଗ୍ରହଣ କରିବା ଲାଗି ଆରଏନ୍‌ଇଏସ୍‌ଏଲ୍ ୫୦ ନିୟୁତ ଡଲାର ନିବେଶ କରିବ।

ପେଟେଂଟ୍ ପ୍ରଯୁକ୍ତି ଭିତିକ ଓ ୪ ରୁ ୨୪ ଘଂଟା ପର୍ଯ୍ୟନ୍ତ କାର୍ଯ୍ୟ କରିବା ପାଇଁ ସ୍ୱତନ୍ତ୍ରା ଭାବେ ଡିଜାଇନ୍ କରାଯାଇଥିବା ଆମ୍ବ୍ରିର ଲମ୍ବା ସମୟ ଶକ୍ତି-ସଂରକ୍ଷଣ ବ୍ୟବସ୍ଥା ଗ୍ରୀଡ୍ ସ୍କେଲ୍‌ରେ ସ୍ଥିର ଷ୍ଟୋରେଜ୍ ପ୍ରୟୋଗଗୁଡିକରେ ବୃବହୃତ ଲିଥିୟମ୍ ଆୟନ ବ୍ୟାଟେରି ସହ ଜଡ଼ିତ ଥିବା ବ୍ୟୟଦୀର୍ଘସ୍ଥାୟିତ୍ୱ ଓ ସୁରକ୍ଷାଜନିତ ପ୍ରତିବନ୍ଧକଗୁଡିକୁ ଦୂର କରିବ। ଏହାର ଗୁରୁତ୍ୱପୂର୍ଣ୍ଣ ଶକ୍ତି ସଂରକ୍ଷଣ ସମାଧାନକୁ ସକ୍ଷମ କରିବ ଯାହା ବିଦ୍ୟୁତ୍ ଗ୍ରୀଡ୍ ସହ ସମନ୍ୱିତ ହେଉଥିବା କ୍ରମବର୍ଦ୍ଧିଷ୍ଣୁ ଅକ୍ଷୟ ଶକ୍ତି ପାଇଁ ସହାୟକ ହେବ।

ଭାରତରେ ଏକ ବୃହତ ଆକାରର ବ୍ୟାଟେରି ଉତ୍ପାଦନ କାରଖାନା ସ୍ଥାପନ କରିବା ନେଇ ଆରଏନଇଏସ୍‌ଏଲ୍ ଓ ଆମ୍ବ୍ରି ମଧ୍ୟରେ ଆଲୋଚନା ଜାରି ରହିଛି ଯାହା ଆଗକୁ ବ୍ୟାପକ ହୋଇ ରିଲାଏନ୍ସର ସବୁଜ ଶକ୍ତି ଉଦ୍ୟମ ପାଇଁ ଖର୍ଚ୍ଚକୁ ଆହୁରି ହ୍ରାସ କରିବ।

ଚଳିତ ବର୍ଷ ଜୁନ୍‌ରେ ଅଂଶଧନଧାରୀମାନଙ୍କୁ ସମ୍ବୋଧିତ କରି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ଶ୍ରୀଯୁକ୍ତ ମୁକେଶ ଧୀରୁଭାଇ ଅମ୍ବାନି ଗ୍ରିନ୍ ଏନର୍ଜି ଗିଗା କମ୍ପେ୍ଲକ୍ସ ପ୍ରୋଜେକ୍ଟର ଅଂଶ ସ୍ୱରୂପ ଜାମନଗରରେ ଶକ୍ତି ସଂରକ୍ଷଣ ଲାଗି ସ୍ଥାପନ କରାଯିବାକୁ ଥିବା ଗିଗା ଫ୍ୟାକ୍ଟ୍ରି (କାରଖାନା) ସମ୍ପର୍କିତ ଯୋଜନା ବିଷୟରେ ଘୋଷଣା କରିଥିଲେ। “ଆମେ ନୂଆ ଓ ଉନ୍ନତ ଇଲେକ୍ଟ୍ରୋ-କେମିକାଲ୍ ପ୍ରଯୁକ୍ତିର ସନ୍ଧାନ କରୁଛୁ ଯାହାକୁ ଆମେ ଶକ୍ତି ସଂରକ୍ଷଣ ଲାଗି ବଡ଼ ଧରଣର ଗ୍ରିଡ୍ ବ୍ୟାଟେରି ପାଇଁ ବ୍ୟବହାର କରିପାରିବୁ। ବିଦ୍ୟୁତ ଉତ୍ପାଦନସଂରକ୍ଷଣ ଓ ଗ୍ରିଡ୍ ସଂଯୋଗର ମିଶ୍ରଣ ଜରିଆରେ ଚବିଶ ଘଂଟା ଭରସାଯୋଗ୍ୟ ବିଦ୍ୟୁତ ଉପଲବ୍ଧତା ସୁନିଶ୍ଚିତ କରିବା ନିମନ୍ତେ ଆମେ ବ୍ୟାଟେରି ପ୍ରଯୁକ୍ତି କ୍ଷେତ୍ରରେ ଥିବା ବିଶ୍ୱର ଅଗ୍ରଣୀ ସଂସ୍ଥାଗୁଡ଼ିକ ସହ ସହଯୋଗିତା ସ୍ଥାପନ କରିବୁ ବୋଲି ଶ୍ରୀ ଅମ୍ବାନି ଘୋଷଣା କରିଥିଲେ।’’

ଆମ୍ବ୍ରି ପକ୍ଷରୁ ଘଂଟା ପ୍ରତି ୧୦ ମେଗାୱାଟ୍‌ରୁ ଆରମ୍ଭ କରି ୨ରୁ ଅଧିକ ଗିଗାୱାଟ୍ ପର୍ଯ୍ୟନ୍ତର ଶକ୍ତି ସଂରକ୍ଷଣ ବ୍ୟବସ୍ଥା ଦରକାର କରୁଥିବା ପ୍ରକଳ୍ପଗୁଡ଼ିକୁ ସୁବିଧା ଯୋଗାଇ ଦିଆଯାଇପାରିବ। କଂପାନି ତରଫରୁ କ୍ୟାଲସିୟମ୍ ଓ ଆଂଟିମୋନି ଇଲେକ୍ଟ୍ରୋଡ୍ ଭିତିକ ସେଲ୍ ଓ କଂଟେନର ଭିତିକ ବ୍ୟବସ୍ଥା ବିକଶିତ କରାଯିବ ଯାହା ଲିଥିୟମ୍ ଆୟନ ବ୍ୟାଟେରି ତୁଳନାରେ ସୁଲଭ ରହିବ ଓ ଯେକୌଣସି ପ୍ରକାର ଜଳବାୟୁ ପରିସ୍ଥିତିରେ କାର୍ଯ୍ୟ କରିବ ଓ ଏଥିପାଇଁ ଅତିରିକ୍ତ ଶୀତତାପ ନିୟନ୍ତ୍ରଣ ବ୍ୟବସ୍ଥା ଦରକାର ପଡ଼ିବନି ଏବଂ ସ୍ୱଳ୍ପ କ୍ଷୟ ସହିତ ୨୦ ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟ କରିବ। ଦିନ ବେଳା ସୃଷ୍ଟି ହେଉଥିବା ସୌର ଶକ୍ତିକୁ ସନ୍ଧ୍ୟା ଓ ଅତ୍ୟାବଶ୍ୟକ ସମୟର ଆବଶ୍ୟକତା ଲାଗି ସ୍ଥାନାନ୍ତର କରିବା ଭଳି ଉଚ୍ଚ ବ୍ୟବହାରର ପ୍ରୟୋଗ ଲାଗି ଆମ୍ବ୍ରିର ବ୍ୟବସ୍ଥା ବେଶ ଉପଯୋଗୀ। ଏହି କଂପାନି ୨୦୨୩ ଓ ପରବର୍ତୀ ସମୟ ପାଇଁ ବାଣିଜ୍ୟିକ ପରିଚାଳନା ନିମନ୍ତେ ଗ୍ରାହକ ନିଶ୍ଚିତ କରୁଛି।