Categories
ଆଜିର ଖବର ରାଜ୍ୟ ଖବର

ସମ୍ବଲପୁର ଜିଲ୍ଲାର ଦିବ୍ୟାଙ୍ଗଙ୍କୁ ୫୦ ଟି ଇ-ରିକ୍ସା ଯୋଗାଇବ ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍

ଭୁବନେଶ୍ଵର: କୋଲ୍‌ ଇଣ୍ଡିଆ ଲିମିଟେଡର ଏକ ପ୍ରମୁଖ ସହାୟକ କମ୍ପାନୀ ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ (ଏମସିଏଲ୍‌), ଓଡିଶାର ସମ୍ବଲପୁର ଜିଲ୍ଲାର ୫୦ ଦିବ୍ୟାଙ୍ଗ ଲୋକଙ୍କୁ ଇ-ରିକ୍ସା ପ୍ରଦାନ କରିବ।  ସିଏସ୍ଆର୍ ପ୍ରୋଜେକ୍ଟ “ସକ୍ଷମ” ଅନ୍ତର୍ଗତ ଏହା ପ୍ରଦାନ କରାଯିବ।

ଏହି ପରିପ୍ରେକ୍ଷୀରେ ସମ୍ବଲପୁର ପ୍ରଶାସନ ସହିତ ଗତକାଲି ସ୍ୱାକ୍ଷରିତ ବୁଝାମଣାପତ୍ର (ଏମଓୟୁ) ଅନୁଯାୟୀ, ଏମସିଏଲ୍ ଜିଲ୍ଲା ସମ୍ବଲପୁରର ‘ଦିବ୍ୟାଙ୍ଗ’ ଲୋକଙ୍କୁ ୫୦ ଟି ଇ-ରିକ୍ସା କ୍ରୟ ପାଇଁ ଜିଲ୍ଲା ପ୍ରଶାସନ, ସମ୍ବଲପୁରକୁ ଆର୍ଥିକ ସହାୟତା ପ୍ରଦାନ କରିବ।

ଆର୍ଥିକ ଦୁର୍ବଳ ଦିବ୍ୟାଙ୍ଗଙ୍କ ପାଇଁ ନିରନ୍ତର ଆତ୍ମ-ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ବ୍ୟତୀତ, ଏହି ସିଏସ୍ଆର୍ ପଦକ୍ଷେପ ବୈଦ୍ୟୁତିକ ପରିବହନକୁ ଉତ୍ସାହିତ କରି ସବୁଜ ଏବଂ ସ୍ୱଚ୍ଛ ପରିବେଶକୁ ମଧ୍ୟ ପ୍ରୋତ୍ସାହିତ କରିବ।

ଏହି ଏମଓୟୁକୁ ଏମସିଏଲ ପକ୍ଷରୁ ଜେନେରାଲ ମ୍ୟାନେଜର (ସିଏସଆର) ରଜନୀକାନ୍ତ ପାଣିଗ୍ରାହୀ ସ୍ୱାକ୍ଷର କରିଥିବାବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବଲପୁର ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ମଦନଜିତ ହୋତା ସ୍ୱାକ୍ଷର କରିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଭୁବନେଶ୍ୱରରେ ଗଡିଲା ଇ-ବସ ଓ ଇ-ରିକ୍ସା, ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର:  ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ୱର ଏୟାରପୋର୍ଟ ଛକ ଠାରେ ଇ-ବସ ଓ ଇ-ରିକ୍ସା ଚଳାଚଳର ଶୁଭାରମ୍ଭ କରିଛନ୍ତି। ଗାଡି ଗୁଡ଼ିକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହା ଦ୍ବାରା ସହରରେ ବାୟୁ ପ୍ରଦୂଷଣ କମ୍ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ ପଦକ୍ଷେପ ଆରମ୍ଭ କରାଯାଇଛି।

ପ୍ରଥମ ପର୍ଯ୍ୟାୟରେ ୧୦ଟି ଇ-ବସ ଓ ୫୦ ଟି ଇ-ରିକ୍ସା ଚଳାଚଳ ବ୍ୟବସ୍ଥା ଆରମ୍ଭ ହୋଇଛି। ଆଗାମୀ ଦିନରେ ୫୦ ଟି ଇ ବସ ଚଳାଚଳ କରାଯିବାର ଲକ୍ଷ୍ୟ ରଖା ଯାଇଛି।

ଲିଙ୍ଗ ସମାନତା ଉପରେ ଗୁରୁତ୍ବ ଦିଆଯାଇ ପ୍ରତ୍ୟେକ CRUT ପକ୍ଷରୁ guide ଭାବରେ ୫୦ ପ୍ରତିଶତ ମହିଳାଙ୍କୁ ନିଯୁକ୍ତ କରାଯାଇଛି। ଅନ୍ୟାନ୍ୟ କାର୍ଯ୍ୟ ପାଇଁ ମଧ୍ୟ ମହିଳାଙ୍କ ନିଯୁକ୍ତି ଉପରେ ଗୁରୁତ୍ବ ଦିଆଯାଇଛି।

ପ୍ରତ୍ୟେକ ବସରେ ୩୦ ଟି ଆସନ ରହିଥିବା ବେଳେ ମହିଳା ମାନଙ୍କ ପାଇଁ ସଂରକ୍ଷିତ ଆସନ ଗୁଡ଼ିକୁ ଗୋଲାପି ରଙ୍ଗରେ ଚିହ୍ନିତ କରାଯାଇଛି। CRUT ପକ୍ଷରୁ ବର୍ତ୍ତମାନ ୨୫୫ ଟି Diesel ବସ ଚଳାଚଳ କରୁଛି।