Categories
ଆଞ୍ଚଳିକ

ବାଲୁଗାଁ: ଉଠା ଦୋକାନୀକୁ ଉଚ୍ଛେଦ କଲା ପ୍ରଶାସନ

ବାଲୁଗାଁ: ଦିନକୁଦିନ ବ୍ୟସ୍ତବହୁଳ ବାଲୁଗାଁ ସହରରେ ବେଆଇନ ଭାବେ ଉଠା ଦୋକାନ ବଜାର ଗଢି ଉଠୁଥିବା ବେଳେ ଟ୍ରାଫିକ ସମସ୍ୟାର ମୂଳ କାରଣ ପାଲଟିଛି। ସହରର ପ୍ରମୁଖ ରାସ୍ତା ହେଉ ଅବା ଆଇବି ରୋଡ଼ ଦୁଇ ପାର୍ଶ୍ଵରେ ଉଠା ଦୋକାନୀ ମାନେ ବେପାର ଜାରି ରଖିଥିବା ବେଳେ ଗ୍ରାହକମାନେ ଉକ୍ତ ଦୋକାନ ସମ୍ମୁଖରେ ଗାଡି ମୋଟର ରଖି ଅନାୟାସରେ ଜିନିଷପତ୍ର କିଣାକିଣି କରୁଥିବା ଦେଖିବାକୁ ମିଳୁଛି। ଯାହାଫଳରେ ଅଯଥା ରାସ୍ତା ଜାମ ହେବା ସହ ସଦାସର୍ବଦା ଟ୍ରାଫିକ ସମସ୍ୟା ଲାଗିରହୁଛି।

ଏହିପରିପ୍ରେକ୍ଷୀରେ ମଙ୍ଗଳବାର ପୂର୍ବାହ୍ନରେ ବାଲୁଗାଁ ଆଇଆଇସି ଜୟ ପ୍ରକାଶ ପରିଡାଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ପକ୍ଷରୁ ରାସ୍ତା ଉଭୟ ପାର୍ଶ୍ୱରୁ ଉଠା ଦୋକାନୀଙ୍କୁ ଉଛେଦ ପ୍ରକ୍ରିୟା ଜାରି କରାଯାଇଛି। ଏଥିସହିତ ସମସ୍ତ ଉଠା ଦୋକାନୀ ନିର୍ଦ୍ଦିଷ୍ଟ ପରିସୀମା ମଧ୍ୟରେ ରହି ବେପାର କରିବାକୁ କହିଥିବା ବେଳେ ଏଥିରେ ଖିଲାପ ହେଲେ ସମ୍ପୃକ୍ତ ଉଠା ଦୋକାନୀ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ଆଇଆଇସି ଶ୍ରୀ ପରିଡା ତାଗିଦ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଉଠା ଦୋକାନୀଙ୍କ ଉପରେ ଚଢ଼ିଗଲା ହାଇୱେ। ଟ୍ରକ୍

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଜାତୀୟ ରାଜପଥ ୫୯ ନଂ ବାଲିଗୁଡା ସହର ମୁଖ୍ୟ ରାସ୍ତା ବସ୍ ଷ୍ଟାଣ୍ଡ ଓ ଆଦର୍ଶ ପୁଷ୍କରିଣୀ ଉପରେ ଭାରସାମ୍ୟ ହରାଇ ଏକ ଭାରୀ ଯାନ ହାଇୱ। ଟ୍ରକ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଯାହାଫଳରେ ବହୁତ ଉଠା ଦୋକାନ ଉପରେ ଚଢ଼ି ଯାଇ ବହୁତ ଜିନିଷ ପତ୍ର ନଷ୍ଟ ହୋଇଯାଇଛି।

ଏହି ଦୁର୍ଘଟଣାରେ ଜଣେ ଦୋକାନୀ ଗୁରୁତର ଆହତ ହୋଇଛନ୍ତି। ସେ ପଶ୍ଚିମବଙ୍ଗ ମାଲଦା ରମାଶଙ୍କର ଟୋଲା ବୋଲି ଜଣାପଡିଛି। ଅଞ୍ଚଳ ବାସିନ୍ଦା ଆହତଙ୍କୁ ଚିକିତ୍ସା ନିମନ୍ତେ ଡାକ୍ତରଖାନାକୁ ପଠାଇଛନ୍ତି।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଗସ୍ତ ଟ୍ରକ୍ କୁ ଜବତ କରିଛନ୍ତି। କିନ୍ତୁ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି।

Categories
ଆଜିର ଖବର ରାଜ୍ୟ ଖବର

ମାର୍କେଟ ବିଲ୍‌ଡିଙ୍ଗରେ ଉଠା ଦୋକାନୀଙ୍କ ପାର୍ଦୁଭାବ: ତୁଟିଲେ ଅଡୁଆ ଉଠିବ ଅଳିଆ

ଭୁବନେଶ୍ୱର: ମାର୍କେଟ ବିଲ୍‌ଡ଼ିଙ୍ଗ, ୟୁନିଟ୍‌-୨ରେ ମୂଳ ଦୋକାନୀମାନଙ୍କ ପାଇଁ ଉଠା ଦୋକାନୀ ବିପଦ ହୋଇଛନ୍ତି। ଉଠାଦୋକାନୀଙ୍କ ପାଇଁ ବଡ଼ ଦୋକାନୀମାନଙ୍କୁ ଗ୍ରାହକ ଆସୁନାହାଁନ୍ତି। ବିଶେଷକରି ପାର୍କିଂ ସମସ୍ୟା ଦେଖାଦେଇଛି। ରାଜଧାନୀର ମାର୍କେଟ ବିଲ୍‌ଡିଙ୍ଗରେ ଉଠାଦୋକାନୀମାନେ ଜବରଦଖଲ କରି ଆସୁଥିôବାରୁ ବଡ ବଡ ଦୋକାନୀମାନଙ୍କ ପାଇଁ ସମସ୍ୟା ଦେଖାଦେଇଛି।

ସେଣ୍ଟ୍ରାଲ ମାର୍କେଟ ଆସୋସିଏସନ ବାରମ୍ବାର ବିଏମସି ଓ ପୋଲିସର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ୭ ବର୍ଷ ତଳେ ମାର୍କେଟ ଆସୋସିଏସନ ଏହି ସମାସ୍ୟା ବିଏମସି ଓ ପୁଲିସର ଦୃଷ୍ଟି ଆକର୍ଷଣ କରିବାରୁ ଉଠା ଦୋକାନୀମାନଙ୍କୁ ଉଚ୍ଛେଦ କରାଯାଇଥିଲା। ତତ୍କାଳୀନ ପୋଲିସ କମିଶନର ଆର.ପି .ସିଂ ଓ ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନା ପଦକ୍ଷେପ ନେବାରୁ ଉଠା ଦୋକାନୀମାନେ ମାର୍କେଟ ବିଲ୍‌ଡିଙ୍ଗ ଭିତରୁ ଉଠିବାକୁ ବାଧ୍ୟ ହୋଇଥିଲେ।

କରୋନା ସମୟରେ କିଛିିିଦିନ ମାର୍କେଟ ବନ୍ଦ ରହିଥିଲା। କଟକଣା କୋହଳ ହେବାପରେ ଆସ୍ତେ ଆସ୍ତେ ପୁର୍ନବାର ଉଠା ଦୋକାନୀମାନେ ଏଠାରେ ଆଡ୍ଡା ଜମାଇ ମୂଳ ଦୋକାନୀମାନଙ୍କ ବ୍ୟବସାୟରେ ବାଧକ ସାଜିଛନ୍ତି। ମାର୍କେଟ ଆସୋସିଏସନ ପକ୍ଷରୁ ବିପୁଳ ଅର୍ଥ ଖର୍ଚ୍ଚ କରାଯାଇ ଯେଉଁ ସୌନ୍ଦର୍ଯ୍ୟକରଣ କରାଯାଇଥିଲା ତାହା ଏବେ ଭାଙ୍ଗିରୁଜି ଯିବାକୁ ବସିଛି। ଉଠାଦୋକାନୀ ମାନଙ୍କ ସହିତ ସଂଘର ବିବାଦ ଦେଖାଦେଇଛି। ଏଭଳିକି ଏଠାରେ ଗଣ୍ଡଗୋଳ ଘଟି ଦୁଇଟି ମାମଲା ରୁଜୁ ହୋଇଛି। ଏହି ସମସ୍ୟା ସମାଧାନ ପାଇଁ ବିଏମ୍‌ସି ଆଡ଼ିସିନାଲ କମିଶନର, ଜେଡ଼ିସି ଏବଂ କ୍ୟାପିଟାଲ ଥାନା ଏସିପି ମିଳିତ ବୈଠକ ସଂଘ କର୍ମକର୍ତ୍ତାଙ୍କ ସହ କରିଥିଲେ। ଯାହା ଲିଖିତ ପ୍ରତିଶ୍ରୁତି ଦେଇଥିଲେ, ତାହା କିଛିଦିନ କାର୍ଯ୍ୟକାରୀ ହେଲା ପରେ ପୁନର୍ବାର ଉଠାଦୋକାନୀମାନେ ଜବରଦଖଲ ଆରମ୍ଭ କରିଛନ୍ତି।

ଲିଖିତ ପ୍ରତିଶ୍ରୁତି ଅନୁଯାୟୀ ନା ବିଏମ୍‌ସି କମିଶନର ନଜର ଦେଲେ କିମ୍ବା ପୋଲିସ୍ ନିଜ ଦାୟିତ୍ୱ ତୁଲାଇଲେ ନାହିଁ। ଆଇ.ଆଇ.ସି ଓ ଉଠାଦୋକାନୀଙ୍କ ମଧୁଚନ୍ଦ୍ରିକା ସମସ୍ତ ବ୍ୟବସ୍ଥା ଓ ଶୃଙ୍ଖଳାକୁ ବିଗାଡ଼ି ଦେଇଛି। ଏହା ପୂର୍ବରୁ ମାର୍କେଟ ୪ଦିନ ବନ୍ଦ ରହିଥିଲା। ଏବେ ଉଠାଦୋକାନୀଙ୍କୁ ଉଠାଇବା ପାଇଁ ପ୍ରତିବାଦ ସ୍ୱରୂପ ମାର୍କେଟ ଭିତରୁ ଅଳିଆ ଉଠାଯାଉନାହିଁ। ଅଡୁଆ ନ ତୁଟିବା ପର୍ଯ୍ୟନ୍ତ ଅଳିଆ ପଡି଼ରହିବ ବୋଲି ସଂଘର କର୍ମକର୍ତ୍ତା କହିଛନ୍ତି। ମୂଳ ଦୋକାନୀମାନେ ବ୍ୟବସାୟ କଲେ ସରକାରଙ୍କୁ ଜିଏସ୍‌ଟି ଦେଉଛନ୍ତି। ହେଲେ ଉଠାଦୋକାନୀମାନେ କିଛି ଦାଦାବଟି ଦେଇ ମୁଖ୍ୟ ଦୋକାନୀମାନଙ୍କ ପାଇଁ ସମସ୍ୟା ପାଲଟିଛନ୍ତି।

ବଏମ୍‌ସି କମିଶନର ସମୟ ଦେଇ ୫ଥର ଡ଼ାକିିଛନ୍ତି ହେଲେ ସାକ୍ଷାତ୍ ଦେଲେନାହିଁ। ଏହି ସମସ୍ୟା ପ୍ରତି ୫-ଟି ସଚିବ ଭି.କେ. ପାଣ୍ଡିୟାନ ଦୃଷ୍ଟି ଦେବାକୁ ସଂଘ ଦାବି କରିଛି। ଆଗକୁ ଏହି ସମସ୍ୟା ଲାଗି ରହିଲେ ଯେଉଁ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବ, ସେଥିପାଇଁ ପୋଲିସ୍ ଦାୟୀ ରହିବ। ନିକଟରେ ୪ ଦିନ ପାଇଁ ମାର୍କେଟ ବିଲ୍‌ଡିଙ୍ଗ ସଂଘ ପକ୍ଷରୁ ବନ୍ଦ କରାଯାଇ ଏହାର ଆସୁ ସମାଧାନ ପାଇଁ ଦାବି କରାଯାଇଥିଲା। ବିଏମସି କର୍ତ୍ତୃପକ୍ଷ ଓ କ୍ୟାପିଟାଲ ପୋଲିସ ଥାନା ଅଧିକାରୀ ଏସିପି ଆସି ଆଲୋଚନା କରି ସମାଧାନ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ମାର୍କେଟ ବିଲ୍‌ଡିଙ୍ଗ ଭିତରେ ମୂଳ ଦୋକାନୀ ୨୦୦ ରହିଥିବା ବେଳେ ଉଠାଦୋକାନୀଙ୍କ ସଂଖ୍ୟା ୫୦୦ ଟପିଛି।

ପୋଲିସର ନୀରବତା ଓ ବିଏମସିର ବେଖାତିର ପାଇଁ ଉଠା ଦୋକାନୀମାନେ ଆଉଥରେ ବସିବାକୁ ସାହାସ ପାଇଛନ୍ତି। ମାର୍କେଟ ବିଲ୍‌ଡିଙ୍ଗ ପରିସର ସଫା କରିବା ପାଇଁ ପ୍ରତିମାସରେ ୬୦ ରୁ ୭୦ ହଜାର ସଂଘ ଖର୍ଚ୍ଚ କରୁଛି। ପଡିଥିବା ଚେୟାର ଓ ଲାଇଟ ଖୁମ୍ବ, ଫାଉଣ୍ଟେନ ନଷ୍ଟ ହେବାକୁ ବସିଛି। ଏହି ସମସ୍ୟାର ସମାଧାନ କରା ନଗଲେ ଆଳିଆ ପଡିରହିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

BREAKING NEWS: ସହରାଞ୍ଚଳର ଉଠାଦୋକାନୀଙ୍କ ପାଇଁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର, କୋଭିଡ ଲହର ଜନଜୀବନକୁ ଗଭୀର ଭାବରେ ପ୍ରଭାବିତ କରିଛି। ଜୀବନଜୀବିକା ଉପରେ ଏହାର ପ୍ରଭାବ ସର୍ବାଧିକ। ସଂକ୍ରମଣ ନିୟନ୍ତ୍ରଣ ପାଇଁ କରାଯାଇଥିବା ଲକଡାଉନ ଯୋଗୁ ସହରାଞ୍ଚଳର ଉଠାଦୋକାନୀଙ୍କ ମାନେ ଆର୍ଥିକ ଦୃଷ୍ଟିରୁ କ୍ଷତିଗ୍ରସ୍ତ ହେଉଛନ୍ତି।

ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ବିଭିନ୍ନ ସହରାଞ୍ଚଳର ଉଠାଦୋକାନୀଙ୍କ ଭାବରେ ଜୀବିକା ନିର୍ବାହ କରୁଥିବା ବ୍ୟକ୍ତି ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୨୬ କୋଟି ୨୯ ଲକ୍ଷ ୭୧ ହଜାର ଟଙ୍କା ମଂଜୁର କରିଛନ୍ତି । ଏହାଦ୍ବାରା ରାଜ୍ୟର ୮୭ ହଜାର ୬୫୭ ଜଣ ଉଠାଦୋକାନୀ ଉପକୃତ ହେବେ ।