Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମାର୍କେଟ ବିଲ୍‌ଡିଙ୍ଗରେ ଉଠା ଦୋକାନୀଙ୍କ ପାର୍ଦୁଭାବ: ତୁଟିଲେ ଅଡୁଆ ଉଠିବ ଅଳିଆ
ଆଜିର ଖବର

ମାର୍କେଟ ବିଲ୍‌ଡିଙ୍ଗରେ ଉଠା ଦୋକାନୀଙ୍କ ପାର୍ଦୁଭାବ: ତୁଟିଲେ ଅଡୁଆ ଉଠିବ ଅଳିଆ

February 27, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ମାର୍କେଟ ବିଲ୍‌ଡ଼ିଙ୍ଗ, ୟୁନିଟ୍‌-୨ରେ ମୂଳ ଦୋକାନୀମାନଙ୍କ ପାଇଁ ଉଠା ଦୋକାନୀ ବିପଦ ହୋଇଛନ୍ତି। ଉଠାଦୋକାନୀଙ୍କ ପାଇଁ ବଡ଼ ଦୋକାନୀମାନଙ୍କୁ ଗ୍ରାହକ ଆସୁନାହାଁନ୍ତି। ବିଶେଷକରି ପାର୍କିଂ ସମସ୍ୟା ଦେଖାଦେଇଛି। ରାଜଧାନୀର ମାର୍କେଟ ବିଲ୍‌ଡିଙ୍ଗରେ ଉଠାଦୋକାନୀମାନେ ଜବରଦଖଲ କରି ଆସୁଥିôବାରୁ ବଡ ବଡ ଦୋକାନୀମାନଙ୍କ ପାଇଁ ସମସ୍ୟା ଦେଖାଦେଇଛି।

ସେଣ୍ଟ୍ରାଲ ମାର୍କେଟ ଆସୋସିଏସନ ବାରମ୍ବାର ବିଏମସି ଓ ପୋଲିସର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ୭ ବର୍ଷ ତଳେ ମାର୍କେଟ ଆସୋସିଏସନ ଏହି ସମାସ୍ୟା ବିଏମସି ଓ ପୁଲିସର ଦୃଷ୍ଟି ଆକର୍ଷଣ କରିବାରୁ ଉଠା ଦୋକାନୀମାନଙ୍କୁ ଉଚ୍ଛେଦ କରାଯାଇଥିଲା। ତତ୍କାଳୀନ ପୋଲିସ କମିଶନର ଆର.ପି .ସିଂ ଓ ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନା ପଦକ୍ଷେପ ନେବାରୁ ଉଠା ଦୋକାନୀମାନେ ମାର୍କେଟ ବିଲ୍‌ଡିଙ୍ଗ ଭିତରୁ ଉଠିବାକୁ ବାଧ୍ୟ ହୋଇଥିଲେ।

କରୋନା ସମୟରେ କିଛିିିଦିନ ମାର୍କେଟ ବନ୍ଦ ରହିଥିଲା। କଟକଣା କୋହଳ ହେବାପରେ ଆସ୍ତେ ଆସ୍ତେ ପୁର୍ନବାର ଉଠା ଦୋକାନୀମାନେ ଏଠାରେ ଆଡ୍ଡା ଜମାଇ ମୂଳ ଦୋକାନୀମାନଙ୍କ ବ୍ୟବସାୟରେ ବାଧକ ସାଜିଛନ୍ତି। ମାର୍କେଟ ଆସୋସିଏସନ ପକ୍ଷରୁ ବିପୁଳ ଅର୍ଥ ଖର୍ଚ୍ଚ କରାଯାଇ ଯେଉଁ ସୌନ୍ଦର୍ଯ୍ୟକରଣ କରାଯାଇଥିଲା ତାହା ଏବେ ଭାଙ୍ଗିରୁଜି ଯିବାକୁ ବସିଛି। ଉଠାଦୋକାନୀ ମାନଙ୍କ ସହିତ ସଂଘର ବିବାଦ ଦେଖାଦେଇଛି। ଏଭଳିକି ଏଠାରେ ଗଣ୍ଡଗୋଳ ଘଟି ଦୁଇଟି ମାମଲା ରୁଜୁ ହୋଇଛି। ଏହି ସମସ୍ୟା ସମାଧାନ ପାଇଁ ବିଏମ୍‌ସି ଆଡ଼ିସିନାଲ କମିଶନର, ଜେଡ଼ିସି ଏବଂ କ୍ୟାପିଟାଲ ଥାନା ଏସିପି ମିଳିତ ବୈଠକ ସଂଘ କର୍ମକର୍ତ୍ତାଙ୍କ ସହ କରିଥିଲେ। ଯାହା ଲିଖିତ ପ୍ରତିଶ୍ରୁତି ଦେଇଥିଲେ, ତାହା କିଛିଦିନ କାର୍ଯ୍ୟକାରୀ ହେଲା ପରେ ପୁନର୍ବାର ଉଠାଦୋକାନୀମାନେ ଜବରଦଖଲ ଆରମ୍ଭ କରିଛନ୍ତି।

ଲିଖିତ ପ୍ରତିଶ୍ରୁତି ଅନୁଯାୟୀ ନା ବିଏମ୍‌ସି କମିଶନର ନଜର ଦେଲେ କିମ୍ବା ପୋଲିସ୍ ନିଜ ଦାୟିତ୍ୱ ତୁଲାଇଲେ ନାହିଁ। ଆଇ.ଆଇ.ସି ଓ ଉଠାଦୋକାନୀଙ୍କ ମଧୁଚନ୍ଦ୍ରିକା ସମସ୍ତ ବ୍ୟବସ୍ଥା ଓ ଶୃଙ୍ଖଳାକୁ ବିଗାଡ଼ି ଦେଇଛି। ଏହା ପୂର୍ବରୁ ମାର୍କେଟ ୪ଦିନ ବନ୍ଦ ରହିଥିଲା। ଏବେ ଉଠାଦୋକାନୀଙ୍କୁ ଉଠାଇବା ପାଇଁ ପ୍ରତିବାଦ ସ୍ୱରୂପ ମାର୍କେଟ ଭିତରୁ ଅଳିଆ ଉଠାଯାଉନାହିଁ। ଅଡୁଆ ନ ତୁଟିବା ପର୍ଯ୍ୟନ୍ତ ଅଳିଆ ପଡି଼ରହିବ ବୋଲି ସଂଘର କର୍ମକର୍ତ୍ତା କହିଛନ୍ତି। ମୂଳ ଦୋକାନୀମାନେ ବ୍ୟବସାୟ କଲେ ସରକାରଙ୍କୁ ଜିଏସ୍‌ଟି ଦେଉଛନ୍ତି। ହେଲେ ଉଠାଦୋକାନୀମାନେ କିଛି ଦାଦାବଟି ଦେଇ ମୁଖ୍ୟ ଦୋକାନୀମାନଙ୍କ ପାଇଁ ସମସ୍ୟା ପାଲଟିଛନ୍ତି।

ବଏମ୍‌ସି କମିଶନର ସମୟ ଦେଇ ୫ଥର ଡ଼ାକିିଛନ୍ତି ହେଲେ ସାକ୍ଷାତ୍ ଦେଲେନାହିଁ। ଏହି ସମସ୍ୟା ପ୍ରତି ୫-ଟି ସଚିବ ଭି.କେ. ପାଣ୍ଡିୟାନ ଦୃଷ୍ଟି ଦେବାକୁ ସଂଘ ଦାବି କରିଛି। ଆଗକୁ ଏହି ସମସ୍ୟା ଲାଗି ରହିଲେ ଯେଉଁ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବ, ସେଥିପାଇଁ ପୋଲିସ୍ ଦାୟୀ ରହିବ। ନିକଟରେ ୪ ଦିନ ପାଇଁ ମାର୍କେଟ ବିଲ୍‌ଡିଙ୍ଗ ସଂଘ ପକ୍ଷରୁ ବନ୍ଦ କରାଯାଇ ଏହାର ଆସୁ ସମାଧାନ ପାଇଁ ଦାବି କରାଯାଇଥିଲା। ବିଏମସି କର୍ତ୍ତୃପକ୍ଷ ଓ କ୍ୟାପିଟାଲ ପୋଲିସ ଥାନା ଅଧିକାରୀ ଏସିପି ଆସି ଆଲୋଚନା କରି ସମାଧାନ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ମାର୍କେଟ ବିଲ୍‌ଡିଙ୍ଗ ଭିତରେ ମୂଳ ଦୋକାନୀ ୨୦୦ ରହିଥିବା ବେଳେ ଉଠାଦୋକାନୀଙ୍କ ସଂଖ୍ୟା ୫୦୦ ଟପିଛି।

ପୋଲିସର ନୀରବତା ଓ ବିଏମସିର ବେଖାତିର ପାଇଁ ଉଠା ଦୋକାନୀମାନେ ଆଉଥରେ ବସିବାକୁ ସାହାସ ପାଇଛନ୍ତି। ମାର୍କେଟ ବିଲ୍‌ଡିଙ୍ଗ ପରିସର ସଫା କରିବା ପାଇଁ ପ୍ରତିମାସରେ ୬୦ ରୁ ୭୦ ହଜାର ସଂଘ ଖର୍ଚ୍ଚ କରୁଛି। ପଡିଥିବା ଚେୟାର ଓ ଲାଇଟ ଖୁମ୍ବ, ଫାଉଣ୍ଟେନ ନଷ୍ଟ ହେବାକୁ ବସିଛି। ଏହି ସମସ୍ୟାର ସମାଧାନ କରା ନଗଲେ ଆଳିଆ ପଡିରହିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।

ଉଠା ଦୋକାନୀ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଓଡିଶା ବନ୍ଦ: ଜନସାଧାରଣଙ୍କ ସୁରକ୍ଷା ଉପରେ ଗୁରୁତ୍ୱ ଦେଲେ ଡିଜିପି

October 8, 2026

ଆଜି କେଉଁ ରାଶିର ବ୍ୟକ୍ତିଙ୍କ ସୂର୍ଯ୍ୟଙ୍କ ପରି ଚମକିବ ଭାଗ୍ୟ ପଢନ୍ତୁ ଆଜିର ରାଶିଫଳ

October 8, 2026

ଏସିବିସିଙ୍କୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ନିଷ୍ପତ୍ତି : ଗଠନ ହେବ କମିଶନ

October 8, 2026

ଓଡ଼ିଶା ବନ୍ଦ ସତ୍ତ୍ୱେ ହେବ D.El.Ed ପରୀକ୍ଷା, ସ୍ପଷ୍ଟ କଲେ ବୋର୍ଡ ସଭାପତି

October 8, 2026
Latest News

ଏସିଆନ୍ ପାରା ଗେମ୍ସ ୨୦୨୬:ଭାରତର ଧ୍ୱଜାବାହକ ହେବେ ପ୍ରମୋଦ ଭଗତ ଓ ଭାବିନା ପଟେଲ୍

October 8, 2026

ଆଜି ଓଡିଶା ବନ୍ଦ: ଜନସାଧାରଣଙ୍କ ସୁରକ୍ଷା ଉପରେ ଗୁରୁତ୍ୱ ଦେଲେ ଡିଜିପି

October 8, 2026

ଆଜି କେଉଁ ରାଶିର ବ୍ୟକ୍ତିଙ୍କ ସୂର୍ଯ୍ୟଙ୍କ ପରି ଚମକିବ ଭାଗ୍ୟ ପଢନ୍ତୁ ଆଜିର ରାଶିଫଳ

October 8, 2026

ଏସିବିସିଙ୍କୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ନିଷ୍ପତ୍ତି : ଗଠନ ହେବ କମିଶନ

October 8, 2026

ଓଡ଼ିଶା ବନ୍ଦ ସତ୍ତ୍ୱେ ହେବ D.El.Ed ପରୀକ୍ଷା, ସ୍ପଷ୍ଟ କଲେ ବୋର୍ଡ ସଭାପତି

October 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.