Categories
ଆଜିର ଖବର ଜାତୀୟ ଖବର

ପର୍ଯ୍ୟଟନର ବିକାଶରେ ଉତ୍ତର-ପୂର୍ବାଞ୍ଚଳର ସମ୍ବେଦନଶୀଳ ପରିବେଶକୁ ଦୃଷ୍ଟିରେ ରଖିବା ଆବଶ୍ୟକ: ପର୍ଯ୍ୟଟନ ସଚିବ

ନୂଆଦିଲ୍ଲୀ: ପର୍ଯ୍ୟଟନ ମନ୍ତ୍ରଣାଳୟର ସଚିବ ଭି ବିଦ୍ୟାବତୀ ଏହି କଥା ଉପରେ ଗୁରୁତ୍ବ ଦେଇ କହିଛନ୍ତି ଯେ ଉତ୍ତର-ପୂର୍ବାଞ୍ଚଳରେ ପର୍ଯ୍ୟଟନର ବିକାଶ ଏହି ଅଞ୍ଚଳର ସମ୍ବେଦନଶୀଳ ପରିସ୍ଥିତିକୁ ଧ୍ୟାନରେ ରଖିବା ଉଚିତ୍। ମେଘାଳୟର ଶିଲଙ୍ଗଠାରେ ଆଇଟିଏମର ଦ୍ବିତୀୟ ଦିବସରେ ଉତ୍ତର ପୂର୍ବାଞ୍ଚଳରେ ପର୍ଯ୍ୟଟନର ବିକାଶ ଓ ଅଭିବୃଦ୍ଧି ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିବା ପାଇଁ ଆୟୋଜିତ ବ୍ୟବସାୟ ଅଧିବେଶନରେ ଶ୍ରୀମତୀ ବିଦ୍ୟାବତୀ ଏହା କହିଛନ୍ତି। ଆଠଟି ଉତ୍ତର-ପୂର୍ବ ରାଜ୍ୟର ପ୍ରତିନିଧିମାନେ ସେମାନଙ୍କ ର ନୂତନ ଗନ୍ତବ୍ୟ ସ୍ଥଳ ଏବଂ ସେମାନଙ୍କ ରାଜ୍ୟରେ ନୂତନ ସୁଯୋଗ ବିଷୟରେ ସୂଚନା ପ୍ରଦାନ କରିଥିଲେ । ଉଭୟ ସରକାରୀ ଓ ବେସରକାରୀ କ୍ଷେତ୍ରର ପ୍ୟାନେଲିଷ୍ଟମାନଙ୍କ ସହ ଜ୍ଞାନ ଅଧିବେଶନ ଏବଂ ପ୍ୟାନେଲ ଆଲୋଚନା ରେ ଏହି ଅଞ୍ଚଳରେ ଯୋଗାଯୋଗର ଅଗ୍ରଗତି ଏବଂ ବିକାଶ ଉପରେ ବିଚାର-ବିମର୍ଶ କରାଯାଇଥିଲା ।

ଏହି ଅଧିବେଶନକୁ ସମ୍ବୋଧିତ କରି ସଚିବ କହିଥିଲେ ଯେ ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ପର୍ଯ୍ୟଟନ ସମ୍ପଦ କ୍ଷେତ୍ରରେ ପୂର୍ବୋତ୍ତର କ୍ଷେତ୍ର ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି। ଏହି ଅଞ୍ଚଳରେ ବିପୁଳ ଭୌଗୋଳିକ ବିବିଧତା ରହିଛି ଯାହା ନିର୍ଭିକ ପର୍ଯ୍ୟଟନ ପାଇଁ ବହୁତ ସୁଯୋଗ ପ୍ରଦାନ କରିବ। ପର୍ଯ୍ୟଟନ ମନ୍ତ୍ରଣାଳୟ ନିର୍ଭିକ ପର୍ଯ୍ୟଟନ ପାଇଁ ଏକ ଜାତୀୟ ରଣନୀତି ପ୍ରସ୍ତୁତ କରିଛି ଏବଂ ଦେଶରେ ନିର୍ଭିକ ପର୍ଯ୍ୟଟନକୁ ପ୍ରୋତ୍ସାହିତ ଏବଂ ବିକଶିତ କରିବା ପାଇଁ ରଣନୀତିର କାର୍ଯ୍ୟକାରିତା ଏବଂ କାର୍ଯ୍ୟକାରିତାକୁ ମାର୍ଗଦର୍ଶନ କରିବା ପାଇଁ ଏକ ଜାତୀୟ ନିଭିର୍କ ପର୍ଯ୍ୟଟନ ବୋର୍ଡ ଗଠନ କରିଛି । ପର୍ଯ୍ୟଟନ ମନ୍ତ୍ରଣାଳୟ ଦୁଃସାହସିକ ପର୍ଯ୍ୟଟନ ମଡେଲ ଆଇନ ପ୍ରସ୍ତୁତ କରିଛି ଯେଉଁଥିରେ ବାଧ୍ୟତାମୂଳକତା, ସଂସ୍ଥାଗତ ଢାଞ୍ଚା, ଜରିମାନା, ପଞ୍ଜୀକରଣ ଏବଂ ବୀମା ବ୍ୟବସ୍ଥା ଅନ୍ତର୍ଭୁକ୍ତ । ମତାମତ ପାଇଁ ଏହାକୁ ସମସ୍ତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳକୁ ପଠାଯାଇଛି। ଉତ୍ତର-ପୂର୍ବ ସମେତ ଦେଶରେ ଦୁଃସାହସିକ କ୍ରୀଡ଼ା କାର୍ଯ୍ୟକଳାପ କରିବା ପାଇଁ ନିରାପତ୍ତାକୁ ସୁଦୃଢ଼ କରିବା ଦିଗରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିବାକୁ ସେ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକୁ ଅନୁରୋଧ କରିଥିଲେ।

ସଚିବ କହିଛନ୍ତି ଯେ ଅଭିଜ୍ଞତାମୂଳକ ପର୍ଯ୍ୟଟନର ବଢୁଥିବା ଧାରାକୁ ଦୃଷ୍ଟିରେ ରଖି ପର୍ଯ୍ୟଟନ ମନ୍ତ୍ରଣାଳୟ ଗ୍ରାମୀଣ ହୋମଷ୍ଟେର ପ୍ରୋତ୍ସାହନ ପାଇଁ ଏକ ଜାତୀୟ ରଣନୀତି ପ୍ରସ୍ତୁତ କରିଛି କାରଣ ହୋମଷ୍ଟେ ପର୍ଯ୍ୟଟକମାନଙ୍କୁ କେବଳ ବିକଳ୍ପ ଆବାସସ୍ଥଳୀରେ ରହିବାର ସୁଯୋଗ ପ୍ରଦାନ କରେ ନାହିଁ ବରଂ ସ୍ଥାନୀୟ ସମୁଦାୟମାନଙ୍କ ପାଇଁ ଉଦ୍ୟୋଗୀ ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି କରି ସମାବେଶୀ ବିକାଶକୁ ପ୍ରୋତ୍ସାହିତ କରିଥାଏ । ସେ ସମସ୍ତ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକୁ ‘ଲୋକାଲ ଫର ଭୋକାଲ’ର ଲକ୍ଷ୍ୟକୁ ପାଇବା ପାଇଁ ହୋମଷ୍ଟେସ୍ ରଣନୀତିର କାର୍ଯ୍ୟକାରିତା ଉପରେ ସକ୍ରିୟ ଭାବରେ ବିଚାର କରିବାକୁ ଆହ୍ୱାନ ଦେଇଥିଲେ ଯାହା ଦ୍ୱାରା ଏହି ଅଞ୍ଚଳରେ ଗ୍ରାମୀଣ ପର୍ଯ୍ୟଟନର ବିକାଶରେ ମଧ୍ୟ ସହାୟତା ମିଳିପାରିବ ।

ଅନ୍ତରାଷ୍ଟ୍ରୀୟ ପର୍ଯ୍ୟଟନ ମାର୍ଟ ହେଉଛି ଭାରତ ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରଣାଳୟ ଦ୍ୱାରା ଉତ୍ତର-ପୂର୍ବାଞ୍ଚଳର ଅନ୍ୟତମ ରାଜ୍ୟରେ ଏବେ କ୍ରମିକ ଆଧାର ଭିତ୍ତିରେ ଆୟୋଜିତ ହେଉଥିବା ଏକ ବାର୍ଷିକ କାର୍ଯ୍ୟକ୍ରମ । ଏହି ମାର୍ଟ ସ୍ଥାନୀୟ ଅଂଶୀଦାରମାନଙ୍କୁ ଉଭୟ ଦେଶ ଏବଂ ବିଦେଶୀ ବଜାରର ସେମାନଙ୍କ ସମକକ୍ଷମାନଙ୍କ ସହିତ ବାର୍ତ୍ତାଳାପ କରିବା ପାଇଁ ଏକ ପ୍ଲାଟଫର୍ମ ପ୍ରଦାନ କରିଥାଏ।  ପର୍ଯ୍ୟଟନ ମନ୍ତ୍ରଣାଳୟ ଟ୍ରାଭେଲ୍ ମାର୍ଟରେ ଗଣମାଧ୍ୟମ ଏବଂ ଟୁର୍ ଅପରେଟରମାନଙ୍କୁ ମଧ୍ୟ ଆୟୋଜନ କରିଥାଏ ଯାହା ଦ୍ୱାରା ପର୍ଯ୍ୟଟନକୁ ବିକାଶ କରିବା ପାଇଁ ଉତ୍ତର-ପୂର୍ବାଞ୍ଚଳର ବିଭିନ୍ନ ପର୍ଯ୍ୟଟନ ଉତ୍ପାଦ ଏବଂ ଗନ୍ତବ୍ୟସ୍ଥଳ ବିଷୟରେ ସଚେତନତା ସୃଷ୍ଟି କରାଯାଇପାରିବ।

Categories
ଆଜିର ଖବର ଜାତୀୟ ଖବର

ଉତ୍ତର ପୂର୍ବାଞ୍ଚଳରେ ଆରମ୍ଭ ହୋଇଛି ଶାନ୍ତିର ଯୁଗ, ୬୦୦୦ ଆତଙ୍କବାଦୀ କରିଛନ୍ତି ଆତ୍ମସମର୍ପଣ: କେନ୍ଦ୍ର ମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ ଅନୁରାଗ ସିଂ ଠାକୁର କହିଛନ୍ତି ଯେ, ଭାରତ ସରକାର ଆତଙ୍କବାଦ ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଗ୍ରହଣ କରିଛନ୍ତି। ସରକାରଙ୍କ ଆତଙ୍କବାଦ ମୁକାବିଲା ସମ୍ପର୍କରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଠାକୁର ନିଜ ବାସଭବନରେ ଗଣମାଧ୍ୟମକୁ ବିସ୍ତୃତ ସୂଚନା ଦେଇଥିଲେ। ସେ କହିଥିଲେ ଯେ, ସରକାର ଗୋଟିଏ ପଟେ ବେଆଇନ କାର୍ଯ୍ୟକଳାପ ନିଷେଧ ଆଇନ (ୟୁଏପିଏ)କୁ ସୁଦୃଢ଼ କରିବା ଲାଗି ଆଇନଗତ ଦିଗରେ କାର୍ଯ୍ୟ କରିଛନ୍ତି। ଅନ୍ୟପଟେ ଜାତୀୟ ଯାଞ୍ଚ ଏଜେନ୍ସି (ସଂଶୋଧନ) ଆଇନ ପ୍ରଚଳନ କରିବା ଜରିଆରେ ଜାତୀୟ ଯାଞ୍ଚ ଏଜେନ୍ସି (ଏନଆଇଏ)କୁ ଏକ ବାସ୍ତବ ସଂଘୀୟ ଢାଞ୍ଚା ପ୍ରଦାନ କରିଛନ୍ତି । ଏସବୁ ସାମୂହିକ ପ୍ରୟାସ ଆତଙ୍କବାଦର ଇକୋସିଷ୍ଟମକୁ ଦୁର୍ବଳ କରୁଛି ।

କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ ଅନ୍ତର୍ଜାତୀୟ ମଞ୍ଚରେ ଭାରତ ସବୁବେଳେ ଆତଙ୍କବାଦ ବିରୋଧରେ ନିଜର ଚିନ୍ତା ବ୍ୟକ୍ତ କରି ଆସିଛି । ଅନ୍ତର୍ଜାତୀୟ ସମ୍ମିଳନୀ ଓ ବୈଠକରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆତଙ୍କବାଦ ବିରୋଧରେ ବିଶ୍ବକୁ ଏକଜୁଟ ହେବା ପାଇଁ ଆହ୍ବାନ କରି ଆସିଛନ୍ତି । ନିକଟରେ ଭାରତରେ ଇଣ୍ଟରପୋଲର ୯୦ତମ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ସାରା ବିଶ୍ବରୁ ୨୦୦୦ରୁ ଅଧିକ ବିଦେଶୀ ଅତିଥି ଯୋଗ ଦେଇଥିଲେ। ଏହି ଅବସରରେ ‘ଆତଙ୍କବାଦ ବିରୋଧରେ ବିଶ୍ବସ୍ତରୀୟ କାର୍ଯ୍ୟାନୁଷ୍ଠାନ’ ପାଇଁ ଘୋଷଣା କରାଯାଇଥିଲା ବୋଲି ଶ୍ରୀ ଠାକୁର କହିଥିଲେ ।

ସେ ଆହୁରି କହିଥିଲେ ଯେ, ସର୍ଜିକାଲ ଷ୍ଟ୍ରାଇକ୍‌ ଠାରୁ ଆରମ୍ଭ କରି ବାଲାକୋଟ୍‌ ଏୟାରଷ୍ଟ୍ରାଇକ୍‌ ପର୍ଯ୍ୟନ୍ତ ଆତଙ୍କବାଦ ବିରୋଧରେ ସରକାରଙ୍କ ଦୃଢ଼ ସଂକଳ୍ପ ବାରମ୍ବାର ପ୍ରକାଶିତ ହୋଇଛି । ସେନାବାହିନୀର କାର୍ଯ୍ୟାନୁଷ୍ଠାନ ଯୋଗୁ ଜମ୍ମୁ ଓ କଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ୧୬୮% ହ୍ରାସ ପାଇଛି । ଅନୁରୂପ ଭାବେ ଆତଙ୍କବାଦକୁ ପାଣ୍ଠି ଯୋଗାଣ ମାମଲାରେ ୯୪% ଦଣ୍ଡବିଧାନ ହୋଇଛି ବୋଲି ଶ୍ରୀ ଠାକୁର କହିଥିଲେ ।

ଉତ୍ତରପୂର୍ବାଞ୍ଚଳରେ ଶାନ୍ତି ପ୍ରତିଷ୍ଠା ଲାଗି ସରକାରଙ୍କ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇ ଶ୍ରୀ ଠାକୁର କହିଥିଲେ ଯେ ୨୦୧୪ ପରଠାରୁ ଉତ୍ତର ପୂର୍ବ ଭାରତରେ ଶାନ୍ତିର ସୂର୍ଯ୍ୟୋଦୟ ହୋଇଛି। ଏହି କ୍ଷେତ୍ରରେ ହିଂସାତ୍ମକ ଘଟଣାରେ ୮୦% ହ୍ରାସ ଦେଖିବାକୁ ମିଳିଛି ଏବଂ ନାଗରିକଙ୍କ ମୃତ୍ୟୁ ସଂଖ୍ୟା ୮୯ ପ୍ରତିଶତ ହ୍ରାସ ପାଇଛି । ଏଥିସହିତ ୨୦୧୪ ପରଠାରୁ ଏବେ ସୁଦ୍ଧା ୬ ହଜାରରୁ ଅଧିକ ଆତଙ୍କବାଦୀ ଆତ୍ମସମର୍ପଣ କରି ସାରିଛନ୍ତି । ବାମପନ୍ଥୀ ଉଗ୍ରବାଦ ବିରୋଧରେ ସରକାରଙ୍କ ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନ କାରଣରୁ ଦେଶରେ ହିଂସା ଘଟଣାରେ ୨୬୫ ପ୍ରତିଶତ ହ୍ରାସ ଦେଖିବାକୁ ମିଳିଛି ।

ସରକାର କେବଳ ସଶସ୍ତ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି, ବରଂ ଏହା ଠାରୁ ଊର୍ଦ୍ଧ୍ବକୁ ଯାଇ ଦୀର୍ଘସ୍ଥାୟୀ କ୍ଷେତ୍ରୀୟ ଶାନ୍ତି ପ୍ରତିଷ୍ଠା ଲାଗି କାର୍ଯ୍ୟ କରିଛନ୍ତି । ସରକାରଙ୍କ ଦ୍ବାରା ସ୍ବାକ୍ଷରିତ ହୋଇଥିବା ଶାନ୍ତି ରାଜିନାମା ଏହାର ଏକ ଉଦାହରଣ ବୋଲି ଶ୍ରୀ ଠାକୁର କହିଥିଲେ । ଏହି ଅବସରରେ ସେ କହିଥିଲେ ଯେ ମୋଦୀ ସରକାରଙ୍କ ସମୟରେ – ଜାନୁଆରୀ ୨୦୨୦ରେ ବୋଡୋ ଶାନ୍ତି ରାଜିନାମା, ଜାନୁଆରୀ ୨୦୨୦ରେ ବ୍ରୁ-ରିୟାଙ୍ଗ ଶାନ୍ତି ରାଜିନାମା, ଏନଏଲଏଫଟି-ତ୍ରିପୁରୀ ରାଜିନାମା ଅଗଷ୍ଟ ୨୦୧୯, କାର୍ବି ଅଙ୍ଗଲଙ୍ଗ ରାଜିନାମା ସେପ୍ଟେମ୍ବର ୨୦୨୧, ଆସାମ-ମେଘାଳୟ ଆନ୍ତଃରାଜ୍ୟ ସୀମା ରାଜିନାମା ମାର୍ଚ୍ଚ ୨୦୨୨ ଆଦି ଶାନ୍ତି ଚୁକ୍ତି ସ୍ବାକ୍ଷରିତ ହୋଇଥିଲା।

ଏହି ଅବସରରେ ସଶସ୍ତ୍ର ସେନା ସ୍ବତନ୍ତ୍ର କ୍ଷମତା ଆଇନ ବିଷୟରେ ସୂଚନା ଦେଇ କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ ପୂର୍ବରୁ ଏହି ଆଇନ ଉଚ୍ଛେଦ ନେଇ କେବଳ ଆଲୋଚନା ହେଉଥିଲା। କିନ୍ତୁ ବର୍ତ୍ତମାନର ସରକାର ଏଏଫଏସପିଏକୁ ଉତ୍ତର ପୂର୍ବାଞ୍ଚଳର ଅଧିକାଂଶ ଭାଗ ଏବଂ ତ୍ରିପୁରା ଓ ମେଘାଳୟରୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରି ନେଇଛନ୍ତି । ବର୍ତ୍ତମାନ ଅରୁଣାଚଳ ପ୍ରଦେଶରେ ଏହି ଆଇନ କେବଳ ୩ଟି ଜିଲ୍ଲାରେ ଲାଗୁ ହୋଇଛି । ଆସାମର ୬୦ ପ୍ରତିଶତ ଅଞ୍ଚଳ ଏଏଫଏସପିଏ ମୁକ୍ତ ହୋଇସାରିଛି । ୬ଟି ଜିଲ୍ଲା ଅଧୀନରେ ଆସୁଥିବା ୧୫ଟି ପୁଲିସ ଷ୍ଟେସନକୁ ଅଶାନ୍ତ କ୍ଷେତ୍ର ବର୍ଗରୁ ବାହାରକୁ ନିଆଯାଇସାରିଛି । ୭ଟି ଜିଲ୍ଲାର ୧୫ଟି ପୁଲିସ ଥାନା କ୍ଷେତ୍ରରୁ ବିବାଦୀୟ କ୍ଷେତ୍ର ବିଜ୍ଞପ୍ତି ପ୍ରତ୍ୟାହାର କରି ନିଆଯାଇଥିବା କେନ୍ଦ୍ର ମନ୍ତ୍ରୀ ସୂଚନା ଦେଇଥିଲେ ।

ଗତ ଆଠ ବର୍ଷ ମଧ୍ୟରେ ସରକାରଙ୍କ ଉଦ୍ଧାର କାର୍ଯ୍ୟ ବିଷୟରେ ମଧ୍ୟ କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଥିଲେ । ସେ କହିଥିଲେ ଯେ ବିପଦରେ ପଡ଼ିଥିବା ଭାରତୀୟ ନାଗରିକଙ୍କୁ ଉଦ୍ଧାର କରିବା ଲାଗି ସରକାର ସର୍ବୋଚ୍ଚ ପ୍ରାଥମିକତା ଦେଇ ଆସିଛନ୍ତି । ସାରା ବିଶ୍ବରେ ଭାରତ ଉଦ୍ଧାର କାର୍ଯ୍ୟ କ୍ଷେତ୍ରରେ ଅଗ୍ରଣୀ ଭୂମିକା ନେଇଥିଲା। ଏ ସମ୍ପର୍କରେ ଶ୍ରୀ ଠାକୁର କହିଥିଲେ ଯେ, ଅପରେସନ ଗଙ୍ଗା ଅଧୀନରେ ଫେବୃଆରୀ-ମାର୍ଚ୍ଚ ୨୦୨୨ରେ ୨୨,୫୦୦ ନାଗରିକଙ୍କୁ ଯୁଦ୍ଧଗ୍ରସ୍ତ ୟୁକ୍ରେନରୁ ଉଦ୍ଧାର କରାଯାଇଥିଲା। ଅପରେସନ ଦେବୀ ଶକ୍ତି ମାଧ୍ୟମରେ ଆଫଗାନିସ୍ତାନରେ ଫସିଥିବା ୬୭୦ ଭାରତୀୟ ନାଗରିକଙ୍କୁ ଉଦ୍ଧାର କରାଯାଇଥିଲା। ଉଦ୍ଧାର କାର୍ଯ୍ୟର ସବୁଠୁ ବଡ଼ ସଫଳତା ହେଉଛି କୋଭିଡ ୧୯ ସଂକଟ ସମୟରେ ବନ୍ଦେ ଭାରତ ମିଶନ ଜରିଆରେ ୨୦୨୧-୨୨ରେ ୧.୮୩ କୋଟି ନାଗରିକଙ୍କୁ ଉଦ୍ଧାର କରି ଅଣାଯାଇଥିଲା। କୋଭିଡ ସଂକ୍ରମଣ ଆରମ୍ଭ ହୋଇଥିବା ଉହାନ ସହରରୁ ଭାରତ ୬୫୪ ଜଣଙ୍କୁ ଉଦ୍ଧାର କରିଥିଲା।

କେବଳ ଭାରତୀୟ ନୁହନ୍ତି, ବରଂ ବିଦେଶୀ ନାଗରିକଙ୍କୁ ମଧ୍ୟ ଭାରତ ସରକାର ସହାୟତା ଯୋଗାଇ ଦେଇଛନ୍ତି । ୨୦୧୬ରେ ଅପରେସନ ସଙ୍କଟମୋଚନ ଜରିଆରେ ଦକ୍ଷିଣ ସୁଦାନରୁ ୨ ଜଣ ନେପାଳୀ ନାଗରିକଙ୍କ ସମେତ ୧୫୫ ଜଣଙ୍କୁ ଉଦ୍ଧାର କରାଯାଇଥିଲା। ଅପରେସନ ମୈତ୍ରୀ ଜରିଆରେ ନେପାଳରୁ ୫ହଜାର ଭାରତୀୟ ଏବଂ ୧୭୦ ଜଣ ବିଦେଶୀ ନାଗରିକଙ୍କୁ ଉଦ୍ଧାର କରାଯାଇଥିଲା। ଅପରେସନ ରାହତ ଅଧୀନରେ ୟେମେନରୁ ୬,୧୭୦ ଜଣ ଲୋକଙ୍କୁ ଉଦ୍ଧାର କରାଯାଇଥିଲା। ଏମାନଙ୍କ ମଧ୍ୟରେ ୧୯୬୨ ଜଣ ଭାରତୀୟ ନାଗରିକ ଥିଲେ ।

କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ ଏସବୁ ପ୍ରୟାସ ବିଶ୍ବରେ ଭାରତ ପାଇଁ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି । ଭାରତ ଏଭଳି ଏକ ରାଷ୍ଟ୍ର ଯାହା ସଙ୍କଟ ସମୟରେ ଅନ୍ୟ ଦେଶକୁ ସହାୟତା କରୁଛି ଏବଂ ଆତଙ୍କବାଦ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି । ଅନ୍ୟପଟେ ପଡ଼ୋଶୀ ଦେଶ କେବଳ ଆତଙ୍କବାଦକୁ ଆଶ୍ରୟ ଦେବା ସହିତ ହିଂସାର ମୂଲ୍ୟବୋଧକୁ ପ୍ରସାରିତ କରୁଛି ।