Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ଓଡ଼ିଶୀ ସଙ୍ଗୀତ ଓ ଲଘୁ ସଙ୍ଗୀତ ସମାରୋହ ୨୦୨୫ର ଉଦ୍‍ଯାପନୀ ସଂଧ୍ୟା: ଲଘୁ ସଙ୍ଗୀତରେ ଶ୍ରୋତା ବିଭୋର

ଭୁବନେଶ୍ୱର: ଭୁବନେଶ୍ୱରର ଏକ ଅଗ୍ରଣୀ ଓଡ଼ିଶୀ ସଙ୍ଗୀତ ଅନୁଷ୍ଠାନ ଶ୍ରୁତି ଦ୍ୱାରା ଆୟୋଜିତ ୨୦ତମ ଓଡ଼ିଶୀ ସଙ୍ଗୀତ ଓ ଲଘୁ ସଙ୍ଗୀତ ସମାରୋହ ୨୦୨୫ ରବିନ୍ଦ୍ର ମଣ୍ଡପରେ ଏକ ବର୍ଣ୍ଣାଢ୍ୟ ଓ ମନୋଜ୍ଞ ପରିବେଶ ମଧ୍ୟରେ ଉଦ୍‍ଯାପିତ ହୋଇଯାଇଅଛିି। ଏହି ଉଦ୍‍ଯାପନୀ ଉତ୍ସବରେ ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀମାନଙ୍କ ଦ୍ୱାରା ପରିବେଷିତ ହୋଇଥିଲା ଲଘୁସଙ୍ଗୀତ ଗାୟନ କାର୍ଯ୍ୟକ୍ରମ। ଏହି ଦୁଇ ଦିନିଆ ସଙ୍ଗୀତ ଉତ୍ସବରେ ବହୁ ମାନଗଣ୍ୟ ଗୁରୁ, ସଙ୍ଗୀତଜ୍ଞ, ଶିଳ୍ପୀ ଅଂଶଗ୍ରହଣ କରି ସେମାନଙ୍କର ଓଡ଼ିଶୀ ସଙ୍ଗୀତ ଓ ଲଘୁସଙ୍ଗୀତ ଉପରେ ନିପୁଣତା ଦେଖାଇଥିଲେ। ଓଡ଼ିଶାର ଓଡ଼ିଶୀ ଶାସ୍ତ୍ରୀୟ ସଙ୍ଗୀତକୁ ଜାତୀୟ ଓ ଆନ୍ତର୍ଜାତୀୟ ସ୍ଥରରେ ପହଞ୍ଚାଇବା ଏହି ଉତ୍ସବର ମୂଳ ଉଦ୍ଦେଶ୍ୟ ଥିଲା।

ଶେଷ ସଂଧ୍ୟାରେ ଲଘୁ ସଙ୍ଗୀତ ଗାୟନ କରିଥିଲେ ଗୁରୁ ଡ଼ ବିଜୟ କୁମାର ଜେନାଙ୍କ ଦ୍ୱାରା ମା ନାମ ମଧୁର ଅତୀ, ରବି ନାରାୟଣ ଦାସଙ୍କ ଦ୍ୱାରା ଅଜଣା ଏଇ ନଇ, ହରପିୟା ସ୍ୱାଇଁଙ୍କ ଦ୍ୱାରା ହେ ଫଗୁଣ କାନ୍ଦନା ରେ, ଗୁରୁ ଚନ୍ଦନ କୁମାର ଜେନାଙ୍କ ଦ୍ୱାରା ତୁମକୁ ପାରୁନିତ ଭୁଲି, ଶୁଭଲକ୍ଷ୍ମୀ ଓଝାଙ୍କ ଦ୍ୱାରା ଏ ମଧୁରାତି ଯାଏ ବିତି, ଗୁରୁ ନିମକାନ୍ତ ରାଉତରାୟଙ୍କ ଦ୍ୱାରା ସୁଅ ତ ସୁଅ ବୟସ ସୁଅ, ଗୀତାମଞ୍ଜରୀ ବେହେରାଙ୍କ ଦ୍ୱାରା ଯା ଯା ଯାରେ ଯା ଫୁଲ ରସିଆ, ହିମାଂଶୁ ଶେଖର ସ୍ୱାଇଁଙ୍କ ଦ୍ୱାରା ମୋ ପାଇଁ ଜଳେ ସିଏ, ଗୁରୁ ଡ଼ ସଙ୍ଗୀତା ଗୋସାଇଁଙ୍କ ଦ୍ୱାରା ନକହି ନକହି କହିଦେଲି, ରାଜେନ୍ଦ୍ର କୁମାର ବାରିକଙ୍କ ଦ୍ୱାରା ଚନ୍ଦ୍ର ତୁ ଭଲ କିରଣକୁ ନେଇ, ଅନୁଜା ତାରିଣୀ ମିଶ୍ରଙ୍କ ଦ୍ୱାରା ହେ ମୋର ଆଖି ଲୁହ, ସ୍ୱଦେଶ ମହାନ୍ତିଙ୍କ ଦ୍ୱାରା ଏ ଜୀବନ ଏମିତିକା ଗଙ୍ଗ ସିଉଳୀ, ବୈଷ୍ଣବୀ ଘୋଷଙ୍କ ଦ୍ୱାରା ମନ ହଜିଯାଏ ଆକାଶର ନୀଳେ, ପ୍ରଦୋଶ ପ୍ରସୁନ ବିଶ୍ୱାଳଙ୍କ ଦ୍ୱାରା ସୁଷମା ଗୋ, ରୂପକ କୁମାର ପରିଡ଼ାଙ୍କ ଦ୍ୱାରା ମମତାର ବାଲିଘର, ମାତୃ ପ୍ରସାଦ ଦାସଙ୍କ ଦ୍ୱାରା ସବୁ ପାପର ପ୍ରାୟଶ୍ଚିତ, ବସୁନ୍ଧରା ପରିଡ଼ାଙ୍କ ଦ୍ୱାରା ତୁମ ବିନି ଭରା ଭରା ଏଇ ଜହ୍ନ ରାତି, ଚନ୍ଦ୍ର ଶେଖର ବିଶ୍ୱାଳଙ୍କ ଦ୍ୱାରା ହୃଦୟର ଏଇ ଶୁନ୍ୟତାକୁ, ରାସବିହାରୀ ନାଥଙ୍କ ଦ୍ୱାରା ସୃତି କେବେ ଶିତ ସକାଳ, ଶୁସାନ୍ତ କୁମାର ପଣ୍ଡାଙ୍କ ଦ୍ୱାରା କେବିତି ସହିବ ଛାତି, ନାରାୟଣ ଜେନାଙ୍କ ଦ୍ୱାରା କେତକି ଗୋ ଖୋଲ ଆଖି, ସୌମ୍ୟରଞ୍ଜନ ଗାହାଣଙ୍କ ଦ୍ୱାରା ମୟୁରୀ ଗୋ ତୁମ ଆକାଶେ ଏବଂ ବାଳକୃଷ୍ଣ ଜେନାଙ୍କ ଦ୍ୱାରା ପୁଣ୍ୟର ନଦୀ ତିରେ । କଣ୍ଠ ଶିଳ୍ପୀମାନଙ୍କୁ ବାଦ୍ୟଯନ୍ତ୍ରରେ ସହଯୋଗ କରିଥିଲେ ତବଲାରେ ଗୁରୁ ଅଜୟ ଚୌଧୁରୀ ଓ ଗୁରୁ ପ୍ରମୋଦ କୁମାର ସାହୁ, ଢୋଲକରେ ପ୍ରିତି ସୁନ୍ଦର ବେହେରା, ଅକ୍ଟୋପ୍ୟାଡ୍‍ରେ ସୁଧାଂଶୁ ଶେଖର ଜେନା, କି-ବୋର୍ଡରେ ଚିତ୍ତ ରଞ୍ଜନ ପ୍ରଧାନ ଓ ଧୃତିମୟ ବେହେରା ଏବଂ ବଂଶୀ ଓ ସାକ୍ସଫୋନରେ ଏମ୍‍ ସିମାଦ୍ରୀ।

ଉଦ୍‍ଯାପନୀ ସଂଧ୍ୟାର ଅତିଥିମାନେ ଥିଲେ ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀର ପୂର୍ବତନ ସଚିବ ପ୍ରଦୀପ ମିଶ୍ର, ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ପ୍ରଶାସନିକ ଅଧିକାରୀ ଅନୁଜା ତାରିଣୀ ମିଶ୍ର, ବିଶିଷ୍ଟ କଣ୍ଠଶିଳ୍ପୀ ତଥା ସଙ୍ଗୀତ ନିର୍ଦ୍ଦେଶକ ଗୁରୁ ନିମକାନ୍ତ ରାଉତରାୟ, ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଅଧ୍ୟକ୍ଷ ଗୁରୁ ଡ଼ ବିଜୟ କୁମାର ଜେନା ଏବଂ ଶ୍ରୁତି ଅନୁଷ୍ଠାନର ସମ୍ପାଦିକା ହରପ୍ରିୟା ସ୍ୱାଇଁ।

କାର୍ଯ୍ୟକ୍ରମଟିର ଉଦ୍‍ଘୋଷକ ଥିଲେ ଡ଼କ୍ଟର ମୃତ୍ୟୁଞ୍ଜୟ ରଥ। ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଅଧ୍ୟକ୍ଷ ଗୁରୁ ଡ଼ ବିଜୟ କୁମାର ଜେନା, ଶ୍ରୁତି ଅନୁଷ୍ଠାନର ଉପ ସଭାପତି ମାନସ ରଞ୍ଜନ ସ୍ୱାଇଁ, ସମ୍ପାଦିକା ହରପ୍ରିୟା ସ୍ୱାଇଁ, ସହ ସମ୍ପାଦକ ରଶ୍ମିରଞ୍ଜନ ସ୍ୱାଇଁ ଓ କୋଷାଧ୍ୟକ୍ଷ ବାଳକୃଷ୍ଣ ଜେନାଙ୍କ ସହଯୋଗରେ ଏହି ଓଡ଼ିଶୀ ସଙ୍ଗୀତ କାର୍ଯ୍ୟକ୍ରମ ସାଫଲ୍ୟମଣ୍ଡିତ ହୋଇପାରିଛି।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

‘ଗୁହାରି ୨୦୨୪’ କାର୍ଯ୍ୟକ୍ରମର ଉଦ୍‍ଯାପନୀ ସଂଧ୍ୟାରେ ଶ୍ରୀ ଜଗନ୍ନାଥଙ୍କୁ ଭକ୍ତିପୁତ ସଙ୍ଗୀତର ନୈବେଦ୍ୟ

ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ଓ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ୱାରା ଆୟୋଜିତ ଶ୍ରୀ ଜଗନ୍ନାଥଙ୍କ ଭକ୍ତି ସଙ୍ଗୀତ ସମାରୋହ ଗୁହାରି ୨୦୨୪ର ଶୁକ୍ରବାର ଥିଲା ଉଦ୍‍ଯାପନୀ ସଂଧ୍ୟା। ପୁରୀର ଶ୍ରୀମନ୍ଦିର ମୁକ୍ତିର ମାର୍ଗ ପ୍ରଦର୍ଶକ। ଏ ମନ୍ଦିର ଏକ ଅପୂର୍ବ ରହସ୍ୟମୟ ମନ୍ଦିର। ଶ୍ରୀବତ୍ସ ଖଣ୍ଡଶାଳ ପ୍ରସ୍ତରରେ ଗଠିତ ମନ୍ଦିରର ଗର୍ଭଗୃହ, ମୁଖଶାଳା, ଭୋଗ ମଣ୍ଡପ, ନାଟ୍ୟ ମଣ୍ଡପ ତଥା ବିଜେ ମଣ୍ଡପ ଅନିନ୍ଦ୍ୟ ଓ ଅପରୂପ ସୌନ୍ଦର୍ଯ୍ୟର ପରିପାଟୀରେ ସର୍ବାଦୌ ଅନତିକ୍ରମଣୀୟ।

ଉଦ୍‍ଯାପନୀ ସଂଧ୍ୟାର ପ୍ରଥମ କଣ୍ଠଶିଳ୍ପୀ ଥିଲେ ଗୀତା ପଟ୍ଟନାୟକ, ସେ ପରିବେଷଣ କରିଥିଲେ ବିଶ୍ୱମ୍ବରଙ୍କ ରଚନାରୁ ଦୁଃଖ ନାସନ ଗରୁଡ଼ାସନ ଓ କାନ୍ତ କବି ଲକ୍ଷ୍ମୀକାନ୍ତଙ୍କ ରଚିତ ସବୁଥିରୁ ବଞ୍ôଚତ କରି। ପରେ ପରେ ସ୍ୱାଗତ ମହାପାତ୍ର ବନମାଲୀଙ୍କ ରଚିତ ଦୀନବନ୍ଧୁ ଏହି ଅଳି ଶ୍ରୀଛାମୁରେ ଓ ମଣିମା ହେ ଏତିକି ମାଗୁଣୀ ମୋର ଗାୟନ କରିଥିଲେ।

ପରବର୍ତ୍ତୀ ଗାୟିକା ଥିଲେ ଅମ୍ରିତା ନାୟକ, ସେ ପରିବେଷଣ କରିଥିଲେ ଥକାମନ ଚାଲ ଯିବା ଓ ଶ୍ରୀକୃଷ୍ଣ ବଂଶୀ ଧ୍ୱନୀ ଶୁଣି। ପରବର୍ତ୍ତୀ କଣ୍ଠଶିଳ୍ପୀ ଥିଲେ ସୁଶାନ୍ତ କୁମାର ପାଣି, ସେ ଦୀନକୃଷ୍ଣଙ୍କ ରଚିତ ଜୟ ଜଗବନ୍ଧୁ ହେ ଯଦୁମଣି ଓ ଆହେ ନିଳାଦ୍ରୀ ବିହାରୀ ଗାୟନ କରି ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ପରେ ପରେ ଗୀତାମଞ୍ଜରୀ ବେହେରା ଗାୟନ କରିଥିଲେ ରାସେ ହରିମିହ ବିହିତ ବିଳାସମ୍‍ ଓ ମହାବାହୁ ହେ ଏହି କଥାରେ ମୋ ମନ। ତାଙ୍କ ପରେ ତନ୍ମୟ କୁମାର ହୋତା ଜଗବନ୍ଧୁ ପରି ଜଣେ ସାମନ୍ତ ଓ କର ନିଷ୍କାମ ଭକ୍ତି ସ୍‍ବଚିତ୍ତେ ହୋ ଗାୟନ କରିଥିଲେ।

ପରବର୍ତ୍ତୀ ଗାୟିକା ଥିଲେ ଭାରତୀ ଜେନା, ସେ ବନମାଳୀଙ୍କ ରଚିତ ଦୁଃଖ ନାସନ ହେ, ସୁଖ ନପାଇଲି ଦିନେ ଓ ତୁମ ପରି ମୋତେ କାଠ କରିଦିଅ ପରିବେଷଣ କରିଥିଲେ। ପରେ ପରେ ଅର୍ପିତା ଚୌଧୁରୀ ଉପେନ୍ଦ୍ର ଭଞ୍ଜଙ୍କ ରଚିତ ମାନ ଉଦ୍ଧାରଣ ଓ ବନମାଳୀଙ୍କ ଦ୍ୱାରା ରଚିତ ଜଗନ୍ନାଥ ହୋ କିଛି ମାଗୁନାହିଁ ତୋତେ ଗାୟନ କରିଥିଲେ।

ଶେଷରେ ଗଗନବିହାରୀ ସ୍ୱାଇଁ କହ କହ ପ୍ରଭୁ କେଉଁ ପରି ତୁମେ ଓ ମନ ମନ୍ଦିର ମୋ ମୁକୁଳା ରଖିଛି। ସମସ୍ତ କଣ୍ଠଶିଳ୍ପୀ ଜଗନ୍ନାଥଙ୍କ ଉପରେ ସଙ୍ଗୀତ ପରିବେଷଣ କରି ଭକ୍ତିମୟ ପରିବେଶ ସୃଷ୍ଟି କରିଥିଲେ। ସେମାନଙ୍କୁ ତବଲାରେ ବିଭୂପ୍ରସାଦ ନନ୍ଦ, ଢୋଲକରେ ମନୀଷ ରାଜ ନନ୍ଦ, ବଂଶୀରେ ଶ୍ୟାମ ରାଓ, ଅକ୍‍ଟୋପ୍ୟାଡ଼ରେ ଅନିଲ ଦାସ, କିବୋର୍ଡ଼ରେ ପରମାନନ୍ଦ ସାହୁ ଏବଂ ହାରମୋନିୟମ୍‍ରେ ବିବେକାନନ୍ଦ ରାଉତ ସହଯୋଗ କରିଥିଲେ।

ଉଦ୍‍ଯାପନୀ ଉତ୍ସବଟିକୁ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉଦ୍‍ଘାଟନ କରିଥିଲେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ପ୍ରସନ୍ନ ସ୍ୱାଇଁ; ଓଡ଼ିଆ ଅଧ୍ୟୟନ ଉତ୍କର୍ଷ କେନ୍ଦ୍ରର ପ୍ରକଳ୍ପ ନିର୍ଦ୍ଦେଶକ ଡ଼କ୍ଟର ବସନ୍ତ ପଣ୍ଡା; ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀର ସଚିବ ପ୍ରବୋଧ ରଥ; ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଗୁରୁ ସିକତା ଦାସ ଓ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ପ୍ରଶାସନିକ ଅଧିକାରୀ ଅନୁଜା ତାରିଣୀ ମିଶ୍ର। କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ ବିଶ୍ଵଜିତ ବଳିଆରସିଂହ।