Categories
ଆଜିର ଖବର ରାଜ୍ୟ ଖବର

ଉନ୍ନୟନମୁଳକ କାର୍ଯ୍ୟକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ପଞ୍ଚାୟତବାସୀ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଗଞ୍ଜାମ ବ୍ଳକ ଅନ୍ତର୍ଗତ ପୋଇରାସି, ଖଣ୍ଡଦେଉଳି ଓ ପାଲଙ୍ଗ ପଞ୍ଚାୟତ ଅନ୍ତର୍ଗତ ୩ ଟି ଗ୍ରାମର ଜନତାଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ତତ୍ବାବଧାନରେ ଶିକ୍ଷା, ସ୍ବାସ୍ଥ୍ୟ ଓ ଜଳସେଚନ ଆଦି ବିକାଶ ମୁଳକ କାର୍ଯ୍ୟକ୍ରମର ସଫଳ ରୂପାୟନ କରାଯାଇଛି। ଉକ୍ତ ସମସ୍ତ ଅଞ୍ଚଳର ଗ୍ରାମବାସୀ ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।

ଇତ୍ୟବସରରେ ପୋଇରାସି ପଞ୍ଚାୟତ ଅନ୍ତର୍ଗତ ବଡ ରାମଚନ୍ଦ୍ର ପୁର ଗ୍ରାମ କଲ୍ୟାଣ ମଣ୍ଡପ ରେ ପୁର୍ବତନ ବ୍ଳକ ଅଧ୍ୟକ୍ଷ ସୁରଥ ପାହାଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା, ବ୍ଳକ ଅଧ୍ୟକ୍ଷା ସର୍ମିଷ୍ଠା ପ୍ରଧାନ, ଉପାଧ୍ୟକ୍ଷ ଅନ୍ତର୍ଯ୍ୟାମୀ ବେହେରା ଓ ୧୪/୧୫ ଜିଲ୍ଲା ପରିଷଦ ସଦସ୍ୟ ଙ୍କ ସମେତ ବହୁ ପଞ୍ଚାୟତ ପ୍ରତିନିଧି ଓ ଅଞ୍ଚଳ ବାସିନ୍ଦା ଯୋଗ ଦେଇ ମୁଖ୍ୟମନ୍ତ୍ରୀଙ୍କର ଏହି ଭଳି ଜନହିତକର କାର୍ଯ୍ୟକୁ ପ୍ରଶଂସା କରିଥିଲେ।

ଏହି ଉନ୍ନୟନ ମୁଳକ କାର୍ଯ୍ୟକ୍ରମ ତଥା ବସୁଧା ଯୋଜନା ଜରିଆରେ ପ୍ରାୟ ୫୫ ଖଣ୍ଡ ଗ୍ରାମବାସୀ ପିଇବା ପାଣି ଓ କୃଷି କ୍ଷେତ୍ରରେ ଜଳସେଚନ ସୁବିଧା ପାଇ ପାରିବେ। ଏଥିପାଇଁ ଅଞ୍ଚଳବାସୀ ମୁଖ୍ୟମନ୍ତ୍ରୀଙ୍କ ନିକଟରେ କୃତଜ୍ଞ ବୋଲି ଉପସ୍ଥିତ ଲୋକ ପ୍ରତିନିଧିମାନେ ବକ୍ତବ୍ୟ ପ୍ରଦାନ କରିଥିଲେ।