Categories
ଆଜିର ଖବର ଜାତୀୟ ଖବର

ଆସନ୍ତାକାଲି ଆଦି ଶଙ୍କରାଚାର୍ଯ୍ୟଙ୍କ ୧୦୮ ଫୁଟ ଉଚ୍ଚ ପ୍ରତିମା ହେବ ଉନ୍ମୋଚିତ, ବହୁ ଦୂରରୁ ଦେଖାଯିବ ଏହି ପ୍ରତିମୂର୍ତ୍ତି

ନୂଆଦିଲ୍ଲୀ: ହିନ୍ଦୁ ସାଧୁ ଆଦି ଶଙ୍କରାଚାର୍ଯ୍ୟଙ୍କ ଏକ ବିଶାଳ ପ୍ରତିମୂର୍ତ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ଦ୍ଵାରା ସେପ୍ଟେମ୍ବର ୨୧ ତାରିଖ ଅର୍ଥାତ୍ ଆସନ୍ତାକାଲି ଓମକାରେଶ୍ୱରରେ ଉନ୍ମୋଚିତ ହେବ।

ଏହି ବିଶାଳ ମୂର୍ତ୍ତି ନର୍ମଦା ନଦୀ କୂଳରେ ଥିବା ସୁରମ୍ୟ ମାନ୍ଧତା ପାହାଡ ଉପରେ ଅବସ୍ଥିତ। ଶଙ୍କରାଚାର୍ଯ୍ୟଙ୍କ ଏହି ୧୦୮ ଫୁଟ ଉଚ୍ଚ ପ୍ରତିମୂର୍ତ୍ତିକୁ ଏକାତ୍ମତାର ପ୍ରତିମାର ନାମ ଦିଆଯାଇଛି। ସେପ୍ଟେମ୍ବର ୧୮ ତାରିଖରେ ସିଏମ ଶିବରାଜ ଏହି ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିବାର କାର୍ଯ୍ୟକ୍ରମ ଥିଲା, କିନ୍ତୁ ଏହି ଅଞ୍ଚଳରେ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ସେପ୍ଟେମ୍ବର ୨୧ ତାରିଖକୁ ପୁନଃ ନିର୍ଦ୍ଧାରିତ କରାଯାଇଥିଲା।

ହିନ୍ଦୁ ସାଧୁ ଆଦି ଶଙ୍କରାଚାର୍ଯ୍ୟଙ୍କ ଏହି ପ୍ରତିମୂର୍ତ୍ତିକୁ ଆଚାର୍ଯ୍ୟ ଶଙ୍କର ସାଂସ୍କୃତିକ ଅକଟା ନ୍ୟାସ ଏବଂ ମଧ୍ୟପ୍ରଦେଶ ରାଜ୍ୟ ପର୍ଯ୍ୟଟନ ବିକାଶ ନିଗମର ନିର୍ଦ୍ଦେଶନାରେ ପ୍ରସ୍ତୁତ କରାଯାଇଛି। କୁହାଯାଏ ଯେ ଶଙ୍କରାଚାର୍ଯ୍ୟ କେରଳରେ ଜନ୍ମଗ୍ରହଣ କରିଥିଲେ। ସେ ନିଜ ପିଲାଦିନରେ ସନ୍ନ୍ୟାସ ନେଇଥିଲେ। ସନ୍ନ୍ୟାସ ନେବା ପରେ ସେ ଓମକାରେଶ୍ୱରରେ ପହଞ୍ଚିଥିଲେ। ସେ ଏଠାରେ ଚାରି ବର୍ଷ ଶିକ୍ଷା ଲାଭ କରିଥିଲେ।

ଧାର୍ମିକ ବିଶ୍ୱାସ ଅନୁଯାୟୀ, ଶଙ୍କରାଚାର୍ଯ୍ୟ ୧୨ ବର୍ଷ ବୟସରେ ଓମକାରେଶ୍ୱରରୁ ଦେଶର ଅନ୍ୟାନ୍ୟ ସ୍ଥାନକୁ ଯାଇ ଅଦୈତ ବେଦାନ୍ତ ଦର୍ଶନକୁ ଲୋକଙ୍କ ନିକଟରେ ବିସ୍ତାର କରିଥିଲେ। ପ୍ରକାଶ ଥାଉ ଯେ ଖଣ୍ଡୱାର ନର୍ମଦା ନଦୀ କୂଳରେ ଓମକାରେଶ୍ୱର ମନ୍ଦିର ଅଛି। ଭଗବାନ ଶିବଙ୍କୁ ଉତ୍ସର୍ଗୀକୃତ ୧୨ ଜ୍ୟୋତିର୍ଲିଙ୍ଗଙ୍କ ମଧ୍ୟରୁ ଓମକାରେଶ୍ୱର ମଧ୍ୟ ଅନ୍ୟତମ।

Categories
ଆଜିର ଖବର ରାଜ୍ୟ ଖବର

ଲିମକାବୁକ୍ ଅଫ୍ ରେକର୍ଡ଼ ଶିଶୁ ସାହିତ୍ୟ ପତ୍ରିକା “ସୁନାଭଉଣୀ” ଉନ୍ମୋଚିତ: ଜଗତସିଂହପୁରର ପ୍ରତି ବିଦ୍ୟାଳୟକୁ ଯୋଗାଇ ଦିଆଯିବ

ରମେଶ ମହାନ୍ତି

ଜଗତସିଂହପୁର: ପ୍ରଥମକରି ଜିଲ୍ଲାର ପ୍ରତି ବିଦ୍ୟାଳୟର ପାଠାଗାରକୁ ଯୋଗାଇ ଦିଆଯିବାକୁ ଥିବା ଲିମକାବୁକ୍ ଅଫ୍ ରେକର୍ଡ଼ସରେ ସ୍ଥାନୀତ ମାସିକ ଶିଶୁ ସାହିତ୍ୟ ପତ୍ରିକା “ସୁନାଭଉଣୀ” ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଦ୍ଵାରା ଉନ୍ମୋଚିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ନିରଞ୍ଜନ ବେହେରା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନି ରଞ୍ଜନ ପଟ୍ଟନାୟକ ଯୋଗ ଦେଇଥିବା ବେଳେ ସୁନାଭଉଣୀର ସମ୍ପାଦିକା ବିଜୟଲକ୍ଷ୍ମୀ ମହାପାତ୍ର, ସହ-ସମ୍ପାଦିକା ସୁଶ୍ରୀ ବିଜୟିନୀ ୟ ମହାପାତ୍ର, ଅଧ୍ୟାପକ ଭଗବାନ ଦାଶ, ପୁର୍ବତନ ପୌରାଧ୍ୟକ୍ଷ ବିପ୍ଲବ ଚୌଧୁରୀ ଗୋବିନ୍ଦ ଓଝା ଓ ସାମ୍ବାଦିକ ନିରଞ୍ଜନ ବାରିକ ପ୍ରମୁଖ ଉପସ୍ଥିତ ଥିଲେ।

ସାଧାରଣତଃ ଶିଶୁର ଶୈକ୍ଷିକ ଓ ବୌଦ୍ଧିକ ବିକାଶ ପାଇଁ ଶିଶୁ ସାହିତ୍ୟ ପତ୍ରିକା ବେଶ୍ ଗୁରୁତ୍ବ ବହନ କରିଥାଏ଼। ସ୍ୱର୍ଗତ ବିଜୟ କୁମାର ମହାପାତ୍ରଙ୍କ ନିଷ୍ଠାପର ଉଦ୍ୟମରେ ସୃଷ୍ଟି ହୋଇଥିବା ଶିଶୁ ସାହିତ୍ୟ ପତ୍ରିକା ସୁନାଭଉଣୀ ପାଠକମାନଙ୍କ ଦ୍ବାରା ଆଦୃତ ହେବା ସହିତ ସମଗ୍ର ଜଗତସିଂହପୁର ଜିଲ୍ଲା ପାଇଁ ଗର୍ବ ଓ ଗୌରବ ଆଣିଦେଇଛି ଚଳିତବର୍ଷ ପତ୍ରିକାଟିିର ପ୍ରକାଶନ ଅବସରରେ ପ୍ରଥମକରି ଜିଲ୍ଲାର ବିଦ୍ୟାଳୟ ପାଠାଗାର ମାନଙ୍କୁ ଯୋଗାଇଦ଼େବା ପାଇଁ ପ୍ରଚେଷ୍ଟା ହୋଇଛି ବୋଲି ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ପ୍ରକାଶ କରିବା ସହିତ ପତ୍ରିକାଟିର ପ୍ରକାଶକ ଶିଶୁ ସାହିତ୍ୟିକ ତଥା କର୍ମକର୍ତାଙ୍କୁ ସୁଭେଚ୍ଛା ଜଣାଇଥିଲେ।

Categories
ଆଜିର ଖବର ଆଞ୍ଚଳିକ ମନୋରଂଜନ

ଉନ୍ମୋଚିତ ହେଲା ବ୍ରହ୍ମପୁର ବୁଢ଼ୀ ଠାକୁରାଣୀ ଭଜନ ଆଲ୍‌ବମ୍‌

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଦଳୁଆ ସାହି ସ୍ଥିତ ଲିୟାନା ଡ଼େନ୍ସ ଏକାଡ଼ମୀ ପରିସରରେ ବ୍ରହ୍ମପୁରର ଆରାଧ୍ୟ ଦେବୀ ମା’ ବୁଢ଼ୀ ଠାକୁରାଣୀ ଉପରେ ଏକ ଭିଡ଼ିଓ ଆଲବମ୍ ନିର୍ମାଣ ହୋଇ ତାହା ଉନ୍ମୋଚିତ ହୋଇଯାଇଛି।

ଷ୍ଟାର କ୍ରିଏଟିଭ୍ ଦ୍ୱାରା ନିର୍ମିତ “ବ୍ରହ୍ମପୁର ବୁଢ଼ୀ ଠାକୁରାଣୀ” ନାମକ ଏହି ଭିଡ଼ିଓ ଆଲ୍‌ବମ୍‌କୁ ସମ୍ମାନିତ ଅତିଥି ଭାବେ ବ୍ରହ୍ମପୁର ଆକଶବାଣୀ ନିର୍ଦ୍ଦେଶିକା ହୃଷିକେଶ ପାଣିଗ୍ରାହୀ ଯୋଗଦେଇ ଉନ୍ମୋଚିତ କରିଥିବାବେଳେ ମୁଖ୍ୟଅତିଥି ଭାବେ ରାମଚନ୍ଦ୍ର ବିଶ୍ୱାଳ ଯୋଗ ଦେଇଥିଲେ। ଭଜନଟିରେ ମୁଖ୍ୟ କଳାକାର ଭାବେ କୃଷ୍ଣଚନ୍ଦ୍ର ପଣ୍ଡା ଏବଂ ସାମ୍ବାଦିକ ସୁଦୀପ ସାହୁ ଅଭିନୟ କରିଥିବାବେଳେ ଶିଶୁ କଳାକାରଭାବେ ପ୍ରଣୀତ ରେଡ୍ଡୀ ଅଭିନୟ କରିଛନ୍ତି। ଅନୀଲ ପଟ୍ଟନାୟକ ଏବଂ କୁସୁମ ପଟ୍ଟନାୟକ ଏଥିରେ ସହଯୋଗୀ କଳାକାର ଭାବେ ଅଭିନୟ କରିଛନ୍ତି।

ଭଜନଟିକୁ ଉମାଶଙ୍କର ବେହେରା କଣ୍ଠଦାନ କରିଥିବାବେଳେ ରଚନା ଏବଂ ସଂଗୀତ ନିର୍ଦ୍ଦେଶନା ଶିବରାମ ଭାଇ ଏବଂ ସହ ନିର୍ଦ୍ଦେଶନା ପ୍ରଭାତ କୁମାର ସଜାଇଛନ୍ତି। ଭଜନଟି ବ୍ରହ୍ମପୁର ବୁଢ଼ୀ ଠାକୁରାଣୀ ମନ୍ଦିର ଏବଂ ଏହାର ଆଖପାଖ ଅଂଚଳରେ ସୁଟିଂ କରାଯାଇଛି। ନୂଆବର୍ଷକୁ ଆଖି ଆଗରେ ରଖି ଏହି ଭଜନ ନିର୍ମାଣ କରାଯାଇଥିବା ବେଳେ ଦର୍ଶକଙ୍କ ମନକୁ ବେଶ୍ ଛୁଇଁବ ବୋଲି ପ୍ରଯୋଜକ ସୀମାଞ୍ଚଳ ବିଶ୍ୱାଳ ଆଶା ପ୍ରକଟ କରିଛନ୍ତି।