ଉନ୍ମୋଚିତ ହେଲା ବ୍ରହ୍ମପୁର ବୁଢ଼ୀ ଠାକୁରାଣୀ ଭଜନ ଆଲ୍‌ବମ୍‌

Published: Dec 27, 2020, 1:28 pm IST

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଦଳୁଆ ସାହି ସ୍ଥିତ ଲିୟାନା ଡ଼େନ୍ସ ଏକାଡ଼ମୀ ପରିସରରେ ବ୍ରହ୍ମପୁରର ଆରାଧ୍ୟ ଦେବୀ ମା’ ବୁଢ଼ୀ ଠାକୁରାଣୀ ଉପରେ ଏକ ଭିଡ଼ିଓ ଆଲବମ୍ ନିର୍ମାଣ ହୋଇ ତାହା ଉନ୍ମୋଚିତ ହୋଇଯାଇଛି।

ଷ୍ଟାର କ୍ରିଏଟିଭ୍ ଦ୍ୱାରା ନିର୍ମିତ “ବ୍ରହ୍ମପୁର ବୁଢ଼ୀ ଠାକୁରାଣୀ” ନାମକ ଏହି ଭିଡ଼ିଓ ଆଲ୍‌ବମ୍‌କୁ ସମ୍ମାନିତ ଅତିଥି ଭାବେ ବ୍ରହ୍ମପୁର ଆକଶବାଣୀ ନିର୍ଦ୍ଦେଶିକା ହୃଷିକେଶ ପାଣିଗ୍ରାହୀ ଯୋଗଦେଇ ଉନ୍ମୋଚିତ କରିଥିବାବେଳେ ମୁଖ୍ୟଅତିଥି ଭାବେ ରାମଚନ୍ଦ୍ର ବିଶ୍ୱାଳ ଯୋଗ ଦେଇଥିଲେ। ଭଜନଟିରେ ମୁଖ୍ୟ କଳାକାର ଭାବେ କୃଷ୍ଣଚନ୍ଦ୍ର ପଣ୍ଡା ଏବଂ ସାମ୍ବାଦିକ ସୁଦୀପ ସାହୁ ଅଭିନୟ କରିଥିବାବେଳେ ଶିଶୁ କଳାକାରଭାବେ ପ୍ରଣୀତ ରେଡ୍ଡୀ ଅଭିନୟ କରିଛନ୍ତି। ଅନୀଲ ପଟ୍ଟନାୟକ ଏବଂ କୁସୁମ ପଟ୍ଟନାୟକ ଏଥିରେ ସହଯୋଗୀ କଳାକାର ଭାବେ ଅଭିନୟ କରିଛନ୍ତି।

ଭଜନଟିକୁ ଉମାଶଙ୍କର ବେହେରା କଣ୍ଠଦାନ କରିଥିବାବେଳେ ରଚନା ଏବଂ ସଂଗୀତ ନିର୍ଦ୍ଦେଶନା ଶିବରାମ ଭାଇ ଏବଂ ସହ ନିର୍ଦ୍ଦେଶନା ପ୍ରଭାତ କୁମାର ସଜାଇଛନ୍ତି। ଭଜନଟି ବ୍ରହ୍ମପୁର ବୁଢ଼ୀ ଠାକୁରାଣୀ ମନ୍ଦିର ଏବଂ ଏହାର ଆଖପାଖ ଅଂଚଳରେ ସୁଟିଂ କରାଯାଇଛି। ନୂଆବର୍ଷକୁ ଆଖି ଆଗରେ ରଖି ଏହି ଭଜନ ନିର୍ମାଣ କରାଯାଇଥିବା ବେଳେ ଦର୍ଶକଙ୍କ ମନକୁ ବେଶ୍ ଛୁଇଁବ ବୋଲି ପ୍ରଯୋଜକ ସୀମାଞ୍ଚଳ ବିଶ୍ୱାଳ ଆଶା ପ୍ରକଟ କରିଛନ୍ତି।

Related posts