Categories
ଜାତୀୟ ଖବର ବିଶେଷ ଖବର

ୟୁକ୍ରେନରେ ପ୍ରଚଣ୍ଡ ବିସ୍ପୋରଣ, ଗୁଳିମାଡରେ ଜଣେ ଭାରତୀୟ ଛାତ୍ର ମୃତ

ନୂଆଦିଲ୍ଲୀ:  ୟୁକ୍ରେନ ଯୁଦ୍ଧରେ ଜଣେ ଭାରତୀୟ ଛାତ୍ରଙ୍କୁ ଗୁଳିମାରି ହତ୍ୟା କରାଯାଇଛି। ଏହି ଛାତ୍ର ଜଣକ କର୍ଣ୍ଣାଟକର ନବୀନ ବୋଲି ଜଣାପଡିଛି। ତାଙ୍କ ବନ୍ଧୁଙ୍କ ଅନୁଯାୟୀ, ସେମାନେ ପଶ୍ଚିମ ସୀମାରେ ପହଞ୍ଚିବା ପାଇଁ ଲଭିବ୍ ଅଭିମୁଖେ ରେଳ ଷ୍ଟେସନକୁ ଯାଉଥିଲେ। ସେହି ସମୟରେ ଋଷ ସୈନ୍ୟ ଗୁଳିମାଡ କରିଥିଲେ। ଯେଉଁଥିରେ ନବୀନ ମୃତବରଣ କରିଛନ୍ତି।

ତେବେ ଏ ନେଇ ଭାରତର ବୈଦେଶିକ ମନ୍ତ୍ରଣାଳୟ ମଧ୍ୟ ସ୍ପଷ୍ଟ କରିଛି। ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚୀ ଏହି ଘଟଣା ସଂପର୍କରେ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଯେ, ଆଜି ସକାଳେ ୟୁକ୍ରେନରେ ଚାଲିଥିବା ଯୁଦ୍ଧରେ ଜଣେ ଭାରତୀୟ ଛାତ୍ର ମୃତ୍ୟୁବରଣ କରିଛନ୍ତି। ସେ କହିଛନ୍ତି ଯେ ଖାରକାଭି ଠାରେ ଏହି ଛାତ୍ର ଜଣଙ୍କ ମୃତ୍ୟୁ ବରଣ କରିଛନ୍ତି। ସେ ଖାରକାଭି ମେଡିକାଲ ବିଶ୍ବବିଦ୍ୟାଳୟର 4ର୍ଥ ବର୍ଷ ଛାତ୍ର ବୋଲି ଜଣାପଡିଛି।

ତେବେ ଏ ନେଇ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଋଷ ଆମ୍ବାସଡର ଏବଂ ୟୁକ୍ରେନ ଆମ୍ବାସଡରଙ୍କୁ ଡାକି ଆଲୋଚନା କରୁଛନ୍ତି। ଭାରତୀୟମାନଙ୍କୁ ଯେପରି ଶିଘ୍ର ଦେଶକୁ ଅଣାଯିବ ସେ ନେଇ ଏହି ଆଲୋଚନା ଚାଲିଛି। ଅପରେସନ ଗଂଗା ମାଧ୍ୟମରେ ଭାରତୀୟ ଛାତ୍ରଛାତ୍ରୀମାନେ କିପରି ଭାରତରେ ପହଁଚିବେ ସେ ବ୍ୟବସ୍ଥା କରାଯାଉଛି ବୋଲି ମନ୍ତ୍ରଣାଳୟ କହିଛି।

ଅନ୍ୟପକ୍ଷରେ ବୈଦେଶିକ ମନ୍ତ୍ରଣାଳୟ ତରଫରୁ ବାଙ୍ଗାଲୋରରେ ଥିବା ମୃତ ଛାତ୍ରଙ୍କ ପରିବାର ସହିତ ସଂପର୍କରେ ରହିଛନ୍ତି। ବର୍ତ୍ତମାନ ପରିସ୍ଥିତିରେ କିପରି ମୃତ ଶରୀର ଅଣାଯାଇପାରିବ ସେ ନେଇ କଥାବାର୍ତ୍ତା ଚାଲିଛି। ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ମଧ୍ୟ ଏ ନେଇ ବିବ୍ରତ ଅଛନ୍ତି। ଯେ ପର୍ଯ୍ୟନ୍ତ ଭାରତୀୟମାନେ ସୁରକ୍ଷିତ ଭାବେ ଦେଶକୁ ନ ଫେରିଛନ୍ତି ସେ ପର୍ଯ୍ୟନ୍ତ ଆମେ ଶାନ୍ତିରେ ଶୋଇବୁ ନାହିଁ ବୋଲି କହିଛନ୍ତି।

ସେପଟେ ୟୁକ୍ରେନ ଉପରେ ଋଷିଆର ଆକ୍ରମଣ ତୀବ୍ର ହେବାରେ ଲାଗିଛି। ବିଭିନ୍ନ ସ୍ଥାନରେ ଋଷିଆ ସେନା କ୍ଷେପଣାସ୍ତ୍ର ମାଡ କରୁଥିବାରୁ ଲକ୍ଷ କରାଯାଇଛି। ଆଜି ସକାଳେ ୟୁକ୍ରେନରେ ପ୍ରଚଣ୍ଡ ବିସ୍ପୋରଣ ହୋଇଥିବାର ଖବର ମିଳିଛି। ତେବେ ଏଥିରେ କଣ କ୍ଷତଗସ୍ତ ହୋଇଛି ତାହା ଜଣାପଡି ନାହିଁ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ଋଷ-ୟୁକ୍ରେନ ବିବାଦ: ହେଲ୍ପଲାଇନ ନମ୍ବର ଜାରି କଲା ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ୟୁକ୍ରେନ ଏବଂ ଋଷ ମଧ୍ୟରେ ବିବାଦ ବନ୍ଦ ହେବାର ନାମ ନେଉନାହିଁ। ୟୁକ୍ରେନ ସୀମାରୁ ଋଷର ସୈନ୍ୟମାନଙ୍କୁ ପୁନର୍ବାର ଡକାଯିବା ସତ୍ତ୍ୱେ ଉତ୍ତେଜନା ଜାରି ରହିଛି। ଯେଉଁଥିରେ ଆମେରିକା ଏବଂ ଚୀନ୍ ପରି ବଡ ଦେଶର ଆଖି ମଧ୍ୟ ଅଛି। ଏହି ସମୟ ମଧ୍ୟରେ, ୟୁକ୍ରେନରେ ବାସ କରୁଥିବା ହଜାର ହଜାର ଭାରତୀୟଙ୍କ ବିଷୟରେ ମଧ୍ୟ ଚିନ୍ତା ବଢିବାରେ ଲାଗିଛି। ଏଠାରେ ରହୁଥିବା ଛାତ୍ର ଏବଂ ଅନ୍ୟମାନେ ଭାରତ ଆସିବାକୁ ଚେଷ୍ଟା କରୁଛନ୍ତି। ଏହି ସମୟ ମଧ୍ୟରେ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଦ୍ୱାରା ବର୍ତ୍ତମାନ ଏକ ନିୟନ୍ତ୍ରଣ କକ୍ଷ ପ୍ରସ୍ତୁତ କରାଯାଇଛି।

ୟୁକ୍ରେନରେ ରହୁଥିବା ଭାରତୀୟଙ୍କ ପରିବାର ପାଇଁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ଏହି ନିୟନ୍ତ୍ରଣ କକ୍ଷ ପ୍ରସ୍ତୁତ କରାଯାଇଛି। ଏହି ନିୟନ୍ତ୍ରଣ କକ୍ଷର ହେଲ୍ପଲାଇନ ନମ୍ବର ମଧ୍ୟ ଲୋକଙ୍କ ପାଇଁ ଜାରି କରାଯାଇଛି। ଯଦି କାହାକୁ ୟୁକ୍ରେନରେ ସେମାନଙ୍କ ସମ୍ପର୍କୀୟଙ୍କ ବିଷୟରେ କିଛି ସୂଚନା ଦରକାର, ତେବେ ସେମାନେ 01123012113, 01123014104 ଏବଂ 01123017905 କୁ ହେଲ୍ପଲାଇନ ନମ୍ବରକୁ କଲ କରିପାରିବେ।

ଏହା ବ୍ୟତୀତ ୟୁକ୍ରେନରେ ରହୁଥିବା ଲୋକଙ୍କ ପାଇଁ ଭାରତୀୟ ଦୂତାବାସର ହେଲ୍ପଲାଇନ ନମ୍ବର ଜାରି କରାଯାଇଛି। ଯାହା ସହିତ ଏହି ଲୋକମାନେ ବିମାନ ଏବଂ ଅନ୍ୟାନ୍ୟ ଜିନିଷ ବିଷୟରେ ସୂଚନା ସଂଗ୍ରହ କରିପାରିବେ। ଏଥିପାଇଁ ୟୁକ୍ରେନରେ ଥିବା ଭାରତୀୟ ଦୂତାବାସ +380997300428 ଏବଂ 38099730483 ନମ୍ବରକୁ କଲ କରିପାରିବେ। ଏହି ହେଲ୍ପଲାଇନଗୁଡିକ 24 ଘଣ୍ଟା ପାଇଁ ଜାରି ରହିବ।

ସୂଚନା ଯୋଗ୍ୟ ଯେ, ପୂର୍ବରୁ ୟୁକ୍ରେନରେ ରହୁଥିବା ଲୋକଙ୍କ ପାଇଁ ଭାରତୀୟ ଦୂତାବାସ ଦ୍ୱାରା ଏକ ପରାମର୍ଶ ଜାରି କରାଯାଇଥିଲା। ଯେଉଁଥିରେ କୁହାଯାଇଥିଲା ଯେ, ଆମେ ନିରନ୍ତର ପରିସ୍ଥିତି ଉପରେ ନଜର ରଖୁଛୁ। ସମସ୍ତ ବିମାନ ଚଳାଚଳ କର୍ତ୍ତୃପକ୍ଷ ଏବଂ ବିମାନ ସେବା ସହିତ ବିମାନ ସଂଖ୍ୟା ବୃଦ୍ଧି ପାଇଁ କଥାବାର୍ତ୍ତା ଚାଲିଛି। ଲୋକଙ୍କୁ କୁହାଯାଇଥିଲା ଯେ, ସେମାନେ ଯେକୌଣସି ପ୍ରକାରର ସାହାଯ୍ୟ ପାଇଁ ଦୂତାବାସକୁ ଫୋନ କରିପାରନ୍ତି।

ଋଷ ଏବଂ ୟୁକ୍ରେନ ମଧ୍ୟରେ ବିବାଦ ଜାରି ରହିଥିବାବେଳେ ଫେବୃଆରୀ 15 ତାରିଖରେ ୟୁକ୍ରେନ ସୀମାରେ ଋଷ ହଜାର ହଜାର ସୈନ୍ୟଙ୍କୁ ଶିବିରକୁ ପଠାଇବାକୁ ନିର୍ଦ୍ଦେଶ ଦେଇଥିଲା। ଏହା ପରେ ସୈନିକମାନେ ଫେରିଯାଇଥିଲେ। ଏହା ପୂର୍ବରୁ କୁହାଯାଉଥିଲା ଯେ, ଋଷ ଯେକୌଣସି ସମୟରେ ୟୁକ୍ରେନ ଉପରେ ଆକ୍ରମଣ କରିପାରେ। ସେଥିପାଇଁ ଆମେରିକା ଏହାକୁ ବାରମ୍ବାର ଚେତାବନୀ ଦେଉଥିଲା। ଏଥି ସହିତ ଚାଇନା ଋଷର ସମର୍ଥନରେ ବାହାରକୁ ଆସିଥିଲା। କିନ୍ତୁ ଋଷର ଚତୁରତାର ସହ ଏହି ପୁରା ଘଟଣାକୁ ଏକ ଯୁଦ୍ଧାଭ୍ୟାସ ବୋଲି କହି ସଫେଇଦେଇଥିଲା।