Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ୟୁକ୍ରେନରେ ପ୍ରଚଣ୍ଡ ବିସ୍ପୋରଣ, ଗୁଳିମାଡରେ ଜଣେ ଭାରତୀୟ ଛାତ୍ର ମୃତ
ଜାତୀୟ ଖବର

ୟୁକ୍ରେନରେ ପ୍ରଚଣ୍ଡ ବିସ୍ପୋରଣ, ଗୁଳିମାଡରେ ଜଣେ ଭାରତୀୟ ଛାତ୍ର ମୃତ

March 1, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ୟୁକ୍ରେନରେ ପ୍ରଚଣ୍ଡ ବିସ୍ପୋରଣ, ଗୁଳିମାଡରେ ଜଣେ ଭାରତୀୟ ଛାତ୍ର ନିହତ

ନୂଆଦିଲ୍ଲୀ:  ୟୁକ୍ରେନ ଯୁଦ୍ଧରେ ଜଣେ ଭାରତୀୟ ଛାତ୍ରଙ୍କୁ ଗୁଳିମାରି ହତ୍ୟା କରାଯାଇଛି। ଏହି ଛାତ୍ର ଜଣକ କର୍ଣ୍ଣାଟକର ନବୀନ ବୋଲି ଜଣାପଡିଛି। ତାଙ୍କ ବନ୍ଧୁଙ୍କ ଅନୁଯାୟୀ, ସେମାନେ ପଶ୍ଚିମ ସୀମାରେ ପହଞ୍ଚିବା ପାଇଁ ଲଭିବ୍ ଅଭିମୁଖେ ରେଳ ଷ୍ଟେସନକୁ ଯାଉଥିଲେ। ସେହି ସମୟରେ ଋଷ ସୈନ୍ୟ ଗୁଳିମାଡ କରିଥିଲେ। ଯେଉଁଥିରେ ନବୀନ ମୃତବରଣ କରିଛନ୍ତି।

ତେବେ ଏ ନେଇ ଭାରତର ବୈଦେଶିକ ମନ୍ତ୍ରଣାଳୟ ମଧ୍ୟ ସ୍ପଷ୍ଟ କରିଛି। ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚୀ ଏହି ଘଟଣା ସଂପର୍କରେ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଯେ, ଆଜି ସକାଳେ ୟୁକ୍ରେନରେ ଚାଲିଥିବା ଯୁଦ୍ଧରେ ଜଣେ ଭାରତୀୟ ଛାତ୍ର ମୃତ୍ୟୁବରଣ କରିଛନ୍ତି। ସେ କହିଛନ୍ତି ଯେ ଖାରକାଭି ଠାରେ ଏହି ଛାତ୍ର ଜଣଙ୍କ ମୃତ୍ୟୁ ବରଣ କରିଛନ୍ତି। ସେ ଖାରକାଭି ମେଡିକାଲ ବିଶ୍ବବିଦ୍ୟାଳୟର 4ର୍ଥ ବର୍ଷ ଛାତ୍ର ବୋଲି ଜଣାପଡିଛି।

ତେବେ ଏ ନେଇ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଋଷ ଆମ୍ବାସଡର ଏବଂ ୟୁକ୍ରେନ ଆମ୍ବାସଡରଙ୍କୁ ଡାକି ଆଲୋଚନା କରୁଛନ୍ତି। ଭାରତୀୟମାନଙ୍କୁ ଯେପରି ଶିଘ୍ର ଦେଶକୁ ଅଣାଯିବ ସେ ନେଇ ଏହି ଆଲୋଚନା ଚାଲିଛି। ଅପରେସନ ଗଂଗା ମାଧ୍ୟମରେ ଭାରତୀୟ ଛାତ୍ରଛାତ୍ରୀମାନେ କିପରି ଭାରତରେ ପହଁଚିବେ ସେ ବ୍ୟବସ୍ଥା କରାଯାଉଛି ବୋଲି ମନ୍ତ୍ରଣାଳୟ କହିଛି।

ଅନ୍ୟପକ୍ଷରେ ବୈଦେଶିକ ମନ୍ତ୍ରଣାଳୟ ତରଫରୁ ବାଙ୍ଗାଲୋରରେ ଥିବା ମୃତ ଛାତ୍ରଙ୍କ ପରିବାର ସହିତ ସଂପର୍କରେ ରହିଛନ୍ତି। ବର୍ତ୍ତମାନ ପରିସ୍ଥିତିରେ କିପରି ମୃତ ଶରୀର ଅଣାଯାଇପାରିବ ସେ ନେଇ କଥାବାର୍ତ୍ତା ଚାଲିଛି। ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ମଧ୍ୟ ଏ ନେଇ ବିବ୍ରତ ଅଛନ୍ତି। ଯେ ପର୍ଯ୍ୟନ୍ତ ଭାରତୀୟମାନେ ସୁରକ୍ଷିତ ଭାବେ ଦେଶକୁ ନ ଫେରିଛନ୍ତି ସେ ପର୍ଯ୍ୟନ୍ତ ଆମେ ଶାନ୍ତିରେ ଶୋଇବୁ ନାହିଁ ବୋଲି କହିଛନ୍ତି।

ସେପଟେ ୟୁକ୍ରେନ ଉପରେ ଋଷିଆର ଆକ୍ରମଣ ତୀବ୍ର ହେବାରେ ଲାଗିଛି। ବିଭିନ୍ନ ସ୍ଥାନରେ ଋଷିଆ ସେନା କ୍ଷେପଣାସ୍ତ୍ର ମାଡ କରୁଥିବାରୁ ଲକ୍ଷ କରାଯାଇଛି। ଆଜି ସକାଳେ ୟୁକ୍ରେନରେ ପ୍ରଚଣ୍ଡ ବିସ୍ପୋରଣ ହୋଇଥିବାର ଖବର ମିଳିଛି। ତେବେ ଏଥିରେ କଣ କ୍ଷତଗସ୍ତ ହୋଇଛି ତାହା ଜଣାପଡି ନାହିଁ।

Indian Students In Ukraine ଋଷ-ୟୁକ୍ରେନ ବିବାଦ
Share. Facebook Twitter LinkedIn Email WhatsApp Copy Link

Related Posts

ଟିମ୍ ଇଣ୍ଡିଆକୁ ଫେରିବା ପରେ ଭାବପ୍ରବଣ ହେଲେ ସରଫରାଜ ଖାନଙ୍କ ପିତା: କହିଲେ…

August 11, 2026

ମହାରାଷ୍ଟ୍ରରେ ଧର୍ମାନ୍ତରୀକରଣ ବିରୋଧୀ ଆଇନ: ବ୍ରିଟିଶ ନାଗରିକଙ୍କ ବିରୋଧରେ ଏଫଆଇଆର

August 11, 2026

ସୁନା ଏବଂ ରୂପା ମୂଲ୍ୟରେ ବଡ଼ ବୃଦ୍ଧି: ଜାଣନ୍ତୁ ଆଜିର ଦର

August 11, 2026

୧୧ ନୂଆ ଅନ୍ତର୍ଜାତୀୟ ବନ୍ଦର ପାଇଁ ଅଧିସୂଚନା ଜାରି

August 11, 2026
Latest News

ଟିମ୍ ଇଣ୍ଡିଆକୁ ଫେରିବା ପରେ ଭାବପ୍ରବଣ ହେଲେ ସରଫରାଜ ଖାନଙ୍କ ପିତା: କହିଲେ…

August 11, 2026

ମହାରାଷ୍ଟ୍ରରେ ଧର୍ମାନ୍ତରୀକରଣ ବିରୋଧୀ ଆଇନ: ବ୍ରିଟିଶ ନାଗରିକଙ୍କ ବିରୋଧରେ ଏଫଆଇଆର

August 11, 2026

୨ ହଜାର କୋଟିର ଠକେଇ ମାମଲା : ୬ ଦାମୀ କାର୍‌ ଜବତ

August 11, 2026

ଆକ୍ସନ୍‌ ମୋଡ୍‌ରେ BMC-BDA : ମାଟିରେ ମିଶିବ ୩୩୦ରୁ ଅଧିକ ଘର

August 11, 2026

ସୁନା ଏବଂ ରୂପା ମୂଲ୍ୟରେ ବଡ଼ ବୃଦ୍ଧି: ଜାଣନ୍ତୁ ଆଜିର ଦର

August 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.