Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

Breaking News: ଓଡିଶାର ସବୁ ଲୋକସଭା ନିର୍ବାଚନ ମଣ୍ଡଳି ପାଇଁ କଂଗ୍ରେସ ନିଯୁକ୍ତ କଲା ସଂଯୋଜକ

ଭୁବନେଶ୍ବର: ନିର୍ବାଚନ ପାଖେଇ ଆସୁଥିବାରୁ ପ୍ରଦେଶ କଂଗ୍ରେସ ବେଶ ଚଳଚଞ୍ଚଳ ହୋଇପଡିଛି। ଆଜି ଓଡିଶାର ସମସ୍ତ ଲୋକସଭା ନିର୍ବାଚନ ମଣ୍ଡଳି ପାଇଁ ଏଆଇସିସି ତରଫରୁ ସଂଯୋଜକ ନିଯୁକ୍ତ ହୋଇଛନ୍ତି। ଏମାନେ ସେହି ନିର୍ବାଚନ ମଣ୍ଡଳିର ସଂଗଠନ ଦାୟିତ୍ବରେ ରହିବେ। ଏଥିରେ ଯେଉଁମାନଙ୍କ ନାମ ଅଛି ସେମାନେ ହେଲେ..

ଆଜି ଏଆଇସିସି ତରଫରୁ ବିଭିନ୍ନ ରାଜ୍ୟର ଲୋକସଭା ପାଇଁ ଏହି ସଂଯୋଜକଙ୍କ ନାମ ଘୋଷଣା କରାଯାଇଛି। ସେହି ଅନୁସାରେ ଓଡିଶାର 21ଟି ନିର୍ବାଚନ ମଣ୍ଡଳି ପାଇଁ ନୂଆଦିଲ୍ଲୀରୁ ଏହି ତାଲିକା ପ୍ରକାଶ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଅକ୍ଟୋବର ସୁଦ୍ଧା ପ୍ରସ୍ତୁତ ହେବ କଂଗ୍ରେସର ନିର୍ବାଚନୀ ଇସ୍ତାହାର

ଭୁବନେଶ୍ୱର: ଆଗାମୀ ସାଧାରଣ ନିର୍ବାଚନ ନିମନ୍ତେ ଏଆଇସିସି ଦ୍ୱାରା ଗଠିତ ପ୍ରଦେଶ କଂଗ୍ରେସ ନିର୍ବାଚନୀ ଇସ୍ତାହାର କମିଟିର ଦ୍ୱିତୀୟ ବୈଠକ ଅଧ୍ୟକ୍ଷ ପଂଚାନନ କାନୁନଗୋଙ୍କ ସଭାପତିତ୍ୱରେ କଂଗ୍ରେସ ଭବନରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ନିମ୍ନମତେ ତିନୋଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି। ଇସ୍ତାହାର କମିଟି ରାଜ୍ୟର ବିଭିନ୍ନ ଅଂଚଳ ଗସ୍ତକରି ଲୋକପ୍ରତିନିଧି, ସାଧାରଣ ଜନତା, ନାଗରିକ ସମାଜ ଓ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ କର୍ମୀମାନଙ୍କ ସହ ବିଷଦ ଆଲୋଚନା କରାଯିବ। ରାଜ୍ୟରେ ଥିବା ବିଭିନ୍ନ ବିଷୟ ବିଷାରଦ ମାନଙ୍କ ସହ ଆଲୋଚନା କରି ମତ ସଂଗ୍ରହ କରିବ। ବିଭିନ୍ନ ରାଜ୍ୟ କଂଗ୍ରେସ ଦ୍ୱାରା ପ୍ରସ୍ତୁତ ଇସ୍ତାହାର ମାନ ଅଧ୍ୟୟନ କରି ଇସ୍ତାହାର ଦସ୍ତାବିଜ ପ୍ରସ୍ତୁତ କରାଯିବ।

ଏହି ସମସ୍ତ ପ୍ରକ୍ରିୟା ଅକ୍ଟୋବର ଶେଷସୁଦ୍ଧା ଚୂଡ଼ାନ୍ତ କରିବାକୁ ସଭାରେ ଉପସ୍ଥିତ ପିସିସି ସଭାପତି ଶରତ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି ଏବଂ ତଦନୁଯାୟୀ ଏହି କାର‌୍ୟ୍ୟ ଅକ୍ଟୋବର ଶେଷସୁଦ୍ଧା ସମାପନ କରିବାପାଇଁ ନିଷ୍ପତି ନିଆଯାଇଛି।

ଆଜିର ବୈଠକରେ ସର୍ବଶ୍ରୀ ପୂବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ପ୍ରସାଦ ହରିଚନ୍ଦନ, ଅନନ୍ତ ପ୍ରସାଦ ସେଠୀ, ଗଣେଶ୍ୱର ବେହେରା, ବିଶ୍ୱନାଥ ଆଚାର‌୍ୟ୍ୟ, ଉଦ୍ଧବ କର, ଇନ୍ଦ୍ରମୋହନ ପଣ୍ଡା, ଆବାହକ ପ୍ରଶାନ୍ତ ଶତପଥି, ପ୍ରକାଶ ମିଶ୍ର, ସସ୍ମିତା ବେହେରା, ସୁଦର୍ଶନ ଦାସ, ଜିଆଉଲ ହକ, ଅମିୟ ପଟ୍ଟନାୟକ, ରଜନୀ ମହାନ୍ତି, ବିଷ୍ମୟ ମହାପାତ୍ର, ଅମୀୟ ପାଣ୍ଡବ, ମନଷା ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ବୋଲି ପିସିିସି ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

କଂଗ୍ରେସ ଭବନରେ ବିଜୟ ପଟ୍ଟନାୟକ, ୨୦୨୪ ନିର୍ବାଚନ ନେଇ କଲେ ଭବିଷ୍ୟବାଣୀ

ଭୁବନେଶ୍ବର: ଦିଲ୍ଲୀ ଏଆଇସିସି କାର୍ଯ୍ୟାଳୟରେ କଂଗ୍ରେସରେ ସାମିଲ ହେବା ପରେ ଆଜି ଭୁବନେଶ୍ବର ଫେରିଛନ୍ତି ପୂର୍ବତନ ଶାସନ ସଚିବ ବିଜୟ ପଟ୍ଟନାୟକ। ସେ ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଏକ ମୋଟର ସାଇକେଲ ଶୋଭାଯାତ୍ରାରେ କଂଗ୍ରେସ ଭବନ ନିଆଯାଇଥିଲା।  ସେଠାରେ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।

ଏଥିରେ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ, ପୂର୍ବତନ ସଭାପତି ନିରଞ୍ଜନ ପଟ୍ଟନାୟକ ଏବଂ ଜୟଦେବ ଜେନା, ପୂର୍ବତନ ମନ୍ତ୍ରୀ ପ୍ରସାଦ ହରିଚନ୍ଦନ, ପଞ୍ଚାନନ କାନୁନଗୋ, ବିଧାୟକ ସନ୍ତୋଷ ସିଂ ସାଲୁଜା ପ୍ରମୁଖ ବହୁ ନେତା ଉପସ୍ଥିତ ଥିଲେ। ଏହି ପରିପ୍ରେକ୍ଷୀରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀକୁ ବିଜୟ ପଟ୍ଟନାୟକ ସମ୍ବୋଧିତ କରିଥିଲେ।

ସେ କହିଥିଲେ ଯେ, ଓଡିଶାର ସରକାର ଲୋକଙ୍କୁ ପାଖକୁ ପହଞ୍ଚିପାରୁ ନାହିଁ। ଯେଉଁମାନଙ୍କୁ ଲୋକେ ଭୋଟ ଦେଇ ନିର୍ବାଚିତ କରିଛନ୍ତି ସେମାନେ ବର୍ତ୍ତମାନ କିଛି କରିପାରୁ ନାହାଁନ୍ତି। ତାଙ୍କ ପାଖକୁ ଗୁହାରୀ କଲେ ସେମାନଙ୍କ ହାତରେ କିଛି ନାହିଁ ବୋଲି କହୁଛନ୍ତି। ତେଣୁ ଏପରି କ୍ଷେତ୍ରରେ ରାଜ୍ୟ ସରକାର ଲୋକଙ୍କୁ ଶାସନ ଦେବାରେ ବିଫଳ ହୋଇଛି।

ସେହିପରି ବିଜୟ କହିଥିଲେ ଯେ, ଓଡିଶାରେ ବର୍ତ୍ତମାନ ଓଡିଶା ଲୋକେ ନିର୍ଯ୍ୟାତିତ। ବଡ ବଡ କାମ କଥା ଛାଡନ୍ତୁ ଛୋଟଛୋଟ କାମ ମଧ୍ୟ ଅଣ ଓଡିଆ କଣ୍ଟ୍ରାକ୍ଟର କରୁଛନ୍ତି। ତେବେ ଓଡିଆ କଣ୍ଟ୍ରାଟର ଯିବେ କୁଆଡେ। ବର୍ତ୍ତମାନ ତୃତୀୟ ମହଲାରୁ ସବୁକିଛି ନିୟନ୍ତ୍ରଣ ହେଉଛି ବୋଲି ବିଜୟ ପଟ୍ଟନାୟକ କହିଥିଲେ।

ସେହିପରି ନବ ଦାସ ହତ୍ୟାକାଣ୍ଡ ନେଇ ସେ କହିଛନ୍ତି ଯେ, ଏହି ହତ୍ୟାକାଣ୍ଡ ଗୋପାଳ କରି ନାହିଁ, ଏହା ପଛରେ ଆଉ ଜଣେ କିଏ ଅଛି। ତାହାକୁ କ୍ରାଇମ ବ୍ରାଞ୍ଚ ଖୋଲି ବାହାର କରୁ। ଯଦି ସେ ନ ପାରିପାରୁଛି ତେବେ ଏହାର ତଦନ୍ତ ସିବିଆଇକୁ ଦିଆଯାଉ ବୋଲି ବିଜୟ ଦାବୀ କରିଛନ୍ତି। ତେବେ ୨୦୨୪ ନିର୍ବାଚନରେ କଂଗ୍ରେସ ଓଡିଶାରେ ସରକାର କରିବ ବୋଲି ଦୃଢତାର ସହ ବିଜୟ କହିଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ବ୍ରଜରାଜନଗର ଉପନିର୍ବାଚନ ପାଇଁ କଂଗ୍ରେସ ଘୋଷଣା କଲା ତାହାର ପ୍ରାର୍ଥୀ

ଭୁବନେଶ୍ବର: ଝାରସଗୁଡା ଜିଲ୍ଲାର ବ୍ରଜରାଜନଗର ଉପନିର୍ବାଚନ ପାଇଁ କଂଗ୍ରେସ ତାହାର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି। ସେ ହେଲେ ଦଳର ବରିଷ୍ଠ ନେତା ତଥା ପୂର୍ବତନ ବାଚସ୍ପତି କିଶୋର ପଟେଲ। ଆଜି ଏଆଇସିସି ତରଫରୁ ଏହି ଘୋଷଣା କରାଯାଇଛି। ସେ ରାଜ୍ୟରେ କଂଗ୍ରେସ ଶାସନରେ ଥିବା ବେଳେ ମନ୍ତ୍ରୀ ମଧ୍ୟ ଥିଲେ।

ବର୍ତ୍ତମାନ ବ୍ରଜରାଜନଗର ଉପନିର୍ବାଚନ ପାଇଁ ତିନିଦଳ ତାଙ୍କର ପ୍ରାର୍ଥୀ ଘୋଷଣା କରିସାରିଛନ୍ତି। ପୂର୍ବରୁ ବିଜେପି ରାଧାରାଣୀ ପଣ୍ଡାଙ୍କୁ ପ୍ରାର୍ଥୀ କରିବ ବୋଲି ଘୋଷଣା କରିସାରିଛି। ଆଜି ବିଜେପି ସ୍ବର୍ଗତ କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତିଙ୍କୁ ପ୍ରାର୍ଥୀ କରିବ ବୋଲି ଘୋଷଣା କରିଛି। କେବଳ କଂଗ୍ରେସ ପ୍ରାର୍ଥୀଙ୍କ ନାମ ବାକି ରହିଥିଲା।

ଏହି ନିର୍ବାଚନ ପାଇଁ ଯେଉଁ ତାରିଖ ଘୋଷଣା ହୋଇଛି ତାହା ହେଲା

ମଇ ୧୧ ତାରିଖ- ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ

ମଇ ୧୨ ତାରିଖ- ପ୍ରାର୍ଥୀ ପତ୍ର ଯାଞ୍ଚ

ମଇ ୧୭ ତାରିଖ- ପ୍ରାର୍ଥୀପତ୍ର ପ୍ରତ୍ୟାହାର ତାରିଖ

ମଇ ୩୧ ତାରିଖ- ଭୋଟ ଗ୍ରହଣ

ଜୁନ ୩ ତାରିଖ- ଭୋଟ ଗଣତି ଫଳାଫଳ ପ୍ରକାଶ

ଜୁନ ୫ ତାରିଖ- ନିର୍ବାଚନ ପକ୍ରିୟା ଶେଷ

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଓଡିଶା ଛାତ୍ର କଂଗ୍ରେସ ପାଇଁ ନୂତନ ସଭାପତି ନିଯୁକ୍ତ କଲେ ଏଆଇସିସି ମୁଖ୍ୟ

ଭୁବନେଶ୍ବର: ଓଡିଶା ଛାତ୍ର କଂଗ୍ରେସର ସଭାପତି ଭାବେ ସୟଦ ୟାସିର ନୱାଜ ନିଯୁକ୍ତ ହୋଇଛନ୍ତି। ଏଆଇସିସି ସଭାପତିଙ୍କ ଅନୁମୋଦନରେ ନୂତନ ସଭାପତି ଭାବେ ସୟଦ ୟାସିର ନୱାଜଙ୍କୁ ନିଯୁକ୍ତ କରାଯାଇଛି। ଓଡିଶା ସହ ମୁମ୍ବାଇ ଛାତ୍ର କଂଗ୍ରେସର ମଧ୍ୟ ସଭାପତି ନିଯୁକ୍ତ ହୋଇଛନ୍ତି। ପ୍ରଦ୍ୟୁମ ଯାଦବ ମୁମ୍ବାଇ ଛାତ୍ର କଂଗ୍ରେସର ସଭାପତି ନିଯୁକ୍ତ ହୋଇଛନ୍ତି।