ବାଣପୁର: ଆଜି ସକାଳ ୦୮ ଘଟିକା ସମୟରେ ଗୋଦାବରୀଶ ମହାବିଦ୍ୟାଳୟର ରୋଭରର୍ସ, ରେଞ୍ଜର୍ସ ମାନେ ମହାବିଦ୍ୟାଳୟର ଫାଟକ ଠାରୁ ଏଡସ ସଚେତନତା ସାଇକେଲ ରାଲି ଆରମ୍ଭ କରି କୋଶରଡା ଗ୍ରାମରେ ପହଞ୍ଚି ବସ୍ତ୍ର ବଣ୍ଟନ କରି ୧୧.୦୦ ଘଟିକା ସମୟରେ ଫେରିଥିଲେ।
ସୂଚନାଯୋଗ୍ୟ ଯେ, ମହାବିଦ୍ୟାଳୟର ରୋଭର ଓ ରେଞ୍ଜରମାନେ ପ୍ରାୟ ୦୧ ମାସ ଧରି ମହାବିଦ୍ୟାଳୟରେ ଏକ ବସ୍ତ୍ର ବ୍ୟାଙ୍କ କରି ପୁରୁଣା ବସ୍ତ୍ର ସଂଗ୍ରହ କରିଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ବିନାୟକ ହୋତା, ମହାବିଦ୍ୟାଳୟର ରୋଭର ଲିଡର ଆଦିତ୍ୟ ସାରଥୀ ବେଦମତ୍ତା, ରେଞ୍ଜର ଲିଡର ଉତ୍କଳିକା ପାଢ଼ୀ ଓ ସମାଜ ସେବୀ ବୈରାଗୀ ଚରଣ ବଳଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା।
ଏଥିରେ ପୁରାତନ ରୋଭର ମିଥୁନ ତରାଇ, ସୁନିଲ୍ କୁମାର ସ୍ବାଇଁ, ସୌମ୍ୟ ରଞ୍ଜନ ହରିଚନ୍ଦନ, ତୋଫାନ ବେହେରା, ଓମ୍ ପ୍ରକାଶ ମହଲା ବର୍ତ୍ତମାନ ରୋଭର ଲିଡର ତୁଷାର କାନ୍ତ ମଲ୍ଲିକ, ରେଞ୍ଜର ଲିଡର ଚିନ୍ମୟୀ ମିଶ୍ର ,୪୦ ରୋଭର୍ସ ଓ ରେଞ୍ଜର୍ସ ,୧୦୦ ରୁ ଉର୍ଦ୍ଧ୍ବ ଗ୍ରାମର ମହିଳା, ପୁରୁଷ, ଛୋଟପିଲା ଯୋଗ ଦେଇଥିଲେ। ପିଲାମାନଙ୍କ ପାଇଁ କ୍ରୀଡା, ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଖାଦ୍ୟର ଆୟୋଜନ ହୋଇଥିଲା।