Categories
ଆଜିର ଖବର ଜାତୀୟ ଖବର

‘ବିଜେପି ସହ ମାୟାବତୀଙ୍କ ଚାଲିଛି ଆଲୋଚନା’: ଶରଦ ପାୱାର

ନୂଆଦିଲ୍ଲୀ: ଦେଶର ଆଗାମୀ ଲୋକସଭା ନିର୍ବାଚନକୁ ନେଇ ରାଜନୈତିକ ଅସ୍ଥିରତା ତୀବ୍ର ହୋଇଛି। ଗୁରୁବାର ଠାରୁ ମୁମ୍ବାଇରେ ଇଣ୍ଡିଆ ବିରୋଧୀ ଦଳର ନେତାଙ୍କ ଦୁଇ ଦିନିଆ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଏହାପୂର୍ବରୁ ବୁଧବାର ଦିନ MVA ନେତାଙ୍କ ସାମ୍ବାଦିକ ସମ୍ମିଳନୀ ସମୟରେ ଏନସିପି ମୁଖ୍ୟ ଶରଦ ପାୱାର ବିଏସପି ସୁପ୍ରିମୋ ମାୟାବତୀଙ୍କ ବିଷୟରେ ଏକ ବଡ ଦାବି କରିଛନ୍ତି।

ଶରଦ ପାୱାର କହିଛନ୍ତି ଯେ, ମୁଁ ଜାଣେ ଯେ ବିଏସପି ନେତା ମାୟାବତୀ ବିଜେପି ସହ ଯୋଗାଯୋଗରେ ଅଛନ୍ତି। ମାୟାବତୀ ଯେଉଁ ନିଷ୍ପତ୍ତି ନେଇଛନ୍ତି, ତାହା ଉପରେ ଲୋକଙ୍କୁ ଚିନ୍ତା କରିବାକୁ ପଡ଼ିବ। ମୁଁ ଏହା ମଧ୍ୟ କହିଛି ଯେ ମୁଁ ବିରୋଧୀ। ଏ ବିଷୟରେ କୌଣସି ଦ୍ୱନ୍ଦ୍ୱ ନାହିଁ। ଦେଶରେ ଏକ ବିକଳ୍ପ ମୋର୍ଚ୍ଚା ପ୍ରସ୍ତୁତ କରାଯାଉଛି। ଯେତେବେଳେ ଦେଶରେ ପରିବର୍ତ୍ତନ ଆସିବ, ଏକ ମିଳିତ ମୋର୍ଚ୍ଚା ପ୍ରସ୍ତୁତ।

ଇଣ୍ଡିଆ ମେଣ୍ଟ ବୈଠକରେ ୨୮ ଟି ଦଳ ଯୋଗଦେବେ:

ଗୁରୁବାର ଠାରୁ ମୁମ୍ବାଇରୁ ଆରମ୍ଭ ହେବାକୁ ଥିବା ଇଣ୍ଡିଆ ଆଲାଇନ୍ସର ବୈଠକରେ ୨୮ ଟି ରାଜନୈତିକ ଦଳର ୬୩ ପ୍ରତିନିଧୀ ଅଂଶଗ୍ରହଣ କରିବେ ବୋଲି ଏନସିପି ମୁଖ୍ୟ କହିଛନ୍ତି। ଅକାଳୀ ଦଳ ଇଣ୍ଡିଆ ମେଣ୍ଟରେ ଯୋଗଦେବା ଚର୍ଚ୍ଚାକୁ ନେଇ ସେ କହିଛନ୍ତି ଯେ, ପଞ୍ଜାବରେ AAP ଏବଂ କଂଗ୍ରେସ ଏକାଠି ଥିବାରୁ ଅକାଳୀ ଦଳ ମେଣ୍ଟ ସହ ଆସିବା କଷ୍ଟକର। ଯଦି ଅକାଳୀ ହାତ ମିଶାଏ, ତେବେ ପାର୍ଥକ୍ୟ ବଢିବ।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଶରଦ ପାୱାରଙ୍କୁ ଟ୍ୱିଟରରେ ମୃତ୍ୟୁ ଧମକ, କାର୍ଯ୍ୟାନୁଷ୍ଠାନ ପାଇଁ ପୋଲିସକୁ ଭେଟିଲେ ସୁପ୍ରିୟା ସୁଲେ

ମୁମ୍ବାଇ: ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ଟ୍ୱିଟରରେ ମୃତ୍ୟୁ ଧମକ ଦିଆଯାଇଛି। ଏହା ପରେ ଏନସିପି ସାଂସଦ ତଥା ପାୱାରଙ୍କ ଝିଅ ସୁପ୍ରିୟା ସୁଲେଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ମୁମ୍ବାଇ ପୋଲିସ କମିଶନରଙ୍କୁ ଭେଟିବାକୁ ଯାଇଛନ୍ତି। ହତ୍ୟା ଧମକ ଦେଇଥିବା ଟ୍ୱିଟର ହ୍ୟାଣ୍ଡେଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଏନସିପି ପ୍ରତିନିଧି ଦାବି କରିବେ।

ଶରଦ ପାୱାରଙ୍କ ଦ୍ୱାରା ମିଳିଥିବା ଧମକ ସମ୍ପର୍କରେ ସୂଚନା ଦେଇ ଏନସିପି ସାଂସଦ ସୁପ୍ରିୟା ସୁଲେ କହିଛନ୍ତି ଯେ, ପାୱାର ସାହବ ପାଇଁ ମୋତେ ହ୍ଵାଟସ୍ ଆପ୍ ରେ ଏକ ବାର୍ତ୍ତା ମିଳିଥିଲା। ଏକ ୱେବସାଇଟ୍ ମାଧ୍ୟମରେ ତାଙ୍କୁ ଧମକ ଦିଆଯାଇଥିଲା। ଆମେ ପୋଲିସଠାରୁ ନ୍ୟାୟ ମାଗିବାକୁ ଆସିଛୁ। ମୁଁ ମହାରାଷ୍ଟ୍ରର ଗୃହମନ୍ତ୍ରୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଏଥିପ୍ରତି ଧ୍ୟାନ ଦେବାକୁ ଦାବି କରୁଛି। ଏହିପରି କାର୍ଯ୍ୟଗୁଡ଼ିକ ନିନ୍ଦନୀୟ ଏବଂ ଏହା ବନ୍ଦ ହେବା ଉଚିତ୍।

ମହାରାଷ୍ଟ୍ରରେ ଅପରାଧ ବୃଦ୍ଧି ପାଉଛି ବୋଲି ଶ୍ରୀମତୀ ସୁଲେ କହିଛନ୍ତି। ମହାରାଷ୍ଟ୍ର,ରେ ଯାହା ଘଟୁଛି, ତାହା ଉପରେ ଧ୍ୟାନ ଦେବାକୁ ମୁଁ ମାନ୍ୟବର ଅମିତ ଶାହାଙ୍କୁ ଅନୁରୋଧ କରୁଛି।

Categories
ବିଶେଷ ଖବର

ଏନସିପିର ପରବର୍ତ୍ତୀ ମୁଖ୍ୟ କିଏ ହେବେ? ଜାଣନ୍ତୁ ଶରଦ ପାୱାରଙ୍କ ଇସ୍ତଫା ଘୋଷଣା ପରେ କଣ କହିଲେ ଅଜିତ ପାୱାର

ମୁମ୍ବାଇ: ଦଳର ମୁଖ୍ୟ ପଦରୁ ଏନସିପି ମୁଖ୍ୟ ଶରଦ ପାୱାରଙ୍କ ଇସ୍ତଫା ଘୋଷଣା ରାଜ୍ୟ ରାଜନୀତିରେ ଏକ ଆଲୋଡନ ସୃଷ୍ଟି କରିଛି। ଯଦି ଶରଦ ପାୱାର ତାଙ୍କ ନିଷ୍ପତ୍ତିରେ ପରିବର୍ତ୍ତନ ନକରନ୍ତି ତେବେ ଏନସିପିର ପରବର୍ତ୍ତୀ ମାଲିକ କିଏ ହେବେ, ଏନେଇ ଏବେ କଳ୍ପନାଜଳ୍ପନା ଆରମ୍ଭ ହୋଇଛି।

ଏହି ସମୟରେ ଶରଦ ପାୱାରଙ୍କ ପୁତୁରା ଅଜିତ ପାୱାର ତାଙ୍କ ଦାଦାଙ୍କ ଇସ୍ତଫା ଉପରେ ପ୍ରତିକ୍ରିୟା ରଖିଛନ୍ତି। ଶରଦ ପାୱାରଙ୍କ ଏହି ବଡ ଘୋଷଣା ଉପରେ ଅଜିତ ପାୱାର କହିଛନ୍ତି ଯେ, କମିଟି ଯାହା ନିଷ୍ପତ୍ତି ନେବେ ତାହା ବୈଧ ହେବ। ସେ କହିଛନ୍ତି ଯେ, ଶରଦ ପାୱାର ତାଙ୍କ ବୟସକୁ ବିଚାର କରି ଏହି ନିଷ୍ପତ୍ତି ନେଇଛନ୍ତି। ଅଜିତ ପାୱାର ଏହା ମଧ୍ୟ କହିଛନ୍ତି ଯେ, ଏନସିପିର ଅର୍ଥ ହେଉଛି ଶରଦ ପାୱାର। ଯିଏ ନୂଆ ସଭାପତି ହେବେ ଆମେ ତାଙ୍କ ସହ ରହିବୁ। କର୍ମୀମାନେ ଚିନ୍ତା କରନ୍ତୁ ନାହିଁ। ତେବେ ଶରଦ ପାୱାର ତାଙ୍କ ନିଷ୍ପତ୍ତି ଫେରସ୍ତ କରିବେ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।

ପୁସ୍ତକ ପ୍ରକାଶନ ସମୟରେ ଇସ୍ତଫା ଘୋଷଣା କରି ଶରଦ ପାୱାର କହିଛନ୍ତି ଯେ, ଆଜି ମୁଁ ରାଷ୍ଟ୍ରବାଦୀ କଂଗ୍ରେସ ଦଳର ଜାତୀୟ ସଭାପତି ପଦରୁ ଅବସର ନେବାକୁ ନିଷ୍ପତ୍ତି ନେଇଛି। ମୁଁ ଆଉ ଏହି ପଦବୀରେ ରହିବି ନାହିଁ, ଏକାଠି କାମ କରିବି। ଶରଦ ପାୱାର ଭାବପ୍ରବଣ କର୍ମୀମାନଙ୍କୁ କହିଥିଲେ ଯେ, ମୁଁ କେବଳ ମୋ ପଦରୁ ଇସ୍ତଫା ଦେଉଛି, ପାର୍ଟିରୁ ନୁହେଁ। ଶରଦ ପାୱାରଙ୍କ ଇସ୍ତଫା ପରେ ଏନସିପି ବିଭାଜିତ ହୋଇଥିବା ଜଣାପଡିଛି। ଏନସିପି ବିଧାୟକ ଅନିଲ ପାଟିଲ କହିଛନ୍ତି ଯେ, ଯଦି ଶରଦ ପାୱାର ଇସ୍ତଫା ଦିଅନ୍ତି ତେବେ ସେ ମଧ୍ୟ ଇସ୍ତଫା ଦେବେ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ଭେଟିଲେ ଗୌତମ ଆଦାନୀ: ଦୁଇ ଘଣ୍ଟା ଧରି ହେଲା ଆଲୋଚନା

ମୁମ୍ବାଇ: ଗୌତମ ଆଦାନୀ ମୁମ୍ବାଇରେ ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ଭେଟିଛନ୍ତି। ପ୍ରାୟ ଦେଢଘଣ୍ଟା ଧରି ଗୌତମ ଆଦାନୀ ଏବଂ ଶରଦ ପାୱାରଙ୍କ ମଧ୍ୟରେ ଏକ ବୈଠକ ହୋଇଥିଲା। ଜେପିସି ମାଧ୍ୟମରେ ଆଦାନୀ ମାମଲାର ତଦନ୍ତ କରିବାର କୌଣସି ଆବଶ୍ୟକତା ନାହିଁ ବୋଲି ଏନସିପି ମୁଖ୍ୟ ଶରଦ ପାୱାର କିଛି ଦିନ ପୂର୍ବରୁ ଏକ ବିବୃତ୍ତି ଦେଇଥିଲେ। ଏହା ପରେ ଗୌତମ ଆଦାନୀ ପ୍ରଥମ ଥର ପାଇଁ ଶରଦ ପାୱାରଙ୍କୁ ଭେଟିଛନ୍ତି। ସିଲଭର ଓକ ବଙ୍ଗଳା ଠାରେ ଗୌତମ ଆଦାନୀ ଏବଂ ଏନସିପି ସଭାପତି ଶରଦଙ୍କ ମଧ୍ୟରେ ଆଲୋଚନା ହୋଇଛି।

କୁହାଯାଉଛି ଯେ, ଉଭୟଙ୍କ ମଧ୍ୟରେ ଆଲୋଚନା ଏକ ବନ୍ଦ କୋଠରୀରେ ଦେଢ ଘଣ୍ଟା ଧରି ଚାଲିଥିଲା। ତେବେ ଉଭୟଙ୍କ ମଧ୍ୟରେ କ’ଣ ଆଲୋଚନା ହୋଇଥିଲା, ତାହା ଏପର୍ଯ୍ୟନ୍ତ ସାମ୍ନାକୁ ଆସିନାହିଁ। ଗୌତମ ଆଦାନୀ ଆଜି ସକାଳ ୧୦ ଟାରେ ତାଙ୍କ କଳା କାରରେ ସିଲଭର ଓକ୍ ରେ ଶରଦ ପାୱାରଙ୍କ ବାସଭବନରେ ପହଞ୍ଚିଥିଲେ। ଏହା ପରେ ଦୁହିଁଙ୍କ ମଧ୍ୟରେ ଏକ ବନ୍ଦ କୋଠରୀ ବାର୍ତ୍ତାଳାପ ହୋଇଥିଲା। ଗୌତମ ଆଦାନୀଙ୍କ ମଧ୍ୟରେ ପ୍ରକୃତରେ କ’ଣ ଆଲୋଚନା ହୋଇଛି ସେ ବିଷୟରେ ଆଦାନୀ କିମ୍ବା ଶରଦ ପାୱାର କୌଣସି ସୂଚନା ଦେଇନାହାଁନ୍ତି। ପ୍ରକାଶ ଯେ, ଯେତେବେଳେ ଶରଦ ପାୱାର ଏବଂ ଗୌତମ ଆଦାନୀ ପରସ୍ପରକୁ ଭେଟିଲେ, ସେତେବେଳେ ଅନ୍ୟ କେହି ଉପସ୍ଥିତ ନଥିଲେ।

ଶରଦ ପାୱାର କହିଛନ୍ତି ଯେ, ଗୌତମ ଆଦାନୀ ମାମଲାରେ ଜେପିସି ଅର୍ଥାତ୍ ମିଳିତ ସଂସଦୀୟ କମିଟିର କୌଣସି ଆବଶ୍ୟକତା ନାହିଁ। ସେ ଏହାର କାରଣ ମଧ୍ୟ ଦେଇଛନ୍ତି। ପୱାର କହିଥିଲେ ଯେ, ମୁଁ ହିନ୍ଦେନବର୍ଗର ନାମ ମଧ୍ୟ ଶୁଣି ନାହିଁ। ଶରଦ ପାୱାର ଏହା ମଧ୍ୟ କହିଛନ୍ତି ଯେ, ସେହି କମ୍ପାନୀର ରିପୋର୍ଟକୁ କିପରି ବିଶ୍ୱାସ କରାଯିବ।

Categories
ଆଜିର ଖବର ଜାତୀୟ ଖବର

କଂଗ୍ରେସର ଭାରତ ଯୋଡା ଯାତ୍ରାରେ ସାମିଲ ହେବେ ଏନସିପି ମୁଖ୍ୟ ଶରଦ ପାୱାର

ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସ ଭାରତ ଯୋଡୋ ଯାତ୍ରା କରୁଛି। ଏହି ଯାତ୍ରା ନଭେମ୍ବର ୭ ତାରିଖରେ ମହାରାଷ୍ଟ୍ରରେ ପହଞ୍ଚିବ। ଏହି ସମୟରେ ଏନସିପି ମୁଖ୍ୟ ଶରଦ ପାୱାର ମଧ୍ୟ ଏହି ଯାତ୍ରାରେ ଯୋଗଦେବେ। ସୂତ୍ରରୁ ଏହା ଜଣାପଡିଛି ଯେ, ଶିବସେନା ନେତା ଆଦିତ୍ୟ ଠାକରେ ମଧ୍ୟ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରାରେ ଯୋଗ ଦେଇ ପାରନ୍ତି।

ଭାରତ ଯୋଡୋ ଯାତ୍ରା ବର୍ତ୍ତମାନ ତେଲେଙ୍ଗାନା ରାଜ୍ୟ ଦେଇ ଯାଉଛି।

Categories
ବିଶେଷ ଖବର

ବିଜେପି ବିରୋଧରେ ଏନସିପି ମୁଖ୍ୟ ଶରଦ ପାୱାର ବିରୋଧୀ ଦଳର ନେତୃତ୍ୱ ନେବେ କି?, ଦେଲେ ବଡ ବିବୃତ୍ତି

ନୂଆଦିଲ୍ଲୀ: ନ୍ୟାସନାଲ କଂଗ୍ରେସ ପାର୍ଟି (ଏନସିପି) ସଭାପତି ଶରଦ ପାୱାର ଆଜି କହିଛନ୍ତି ଯେ, ସେ ବିଜେପି ବିରୋଧୀ ଦଳର ନେତୃତ୍ୱ ନେବେ ନାହିଁ ଏବଂ ୟୁପିଏର ସଭାପତି ହେବାକୁ ମଧ୍ୟ ସେ ଆଗ୍ରହୀ ନୁହଁନ୍ତି। କେନ୍ଦ୍ରରେ ବିଜେପିର ବିକଳ୍ପ ଉପସ୍ଥାପନ କରିବାକୁ କଂଗ୍ରେସକୁ କୌଣସି ପଦକ୍ଷେପରୁ ଦୂରେଇ ରଖାଯାଇପାରିବ ନାହିଁ। ସେ କହିଛନ୍ତି ଯେ, ମୁଁ ବିଜେପି ବିରୋଧରେ ବିଭିନ୍ନ ଦଳ ଦ୍ଵାରା ଗଠିତ କୌଣସି ସାମ୍ମୁଖ୍ୟର ନେତୃତ୍ୱର ଦାୟିତ୍ଵ ଗ୍ରହଣ କରିବି ନାହିଁ। ସେ କହିଛନ୍ତି ଯେ, ସମ୍ପ୍ରତି ଆମ ଦଳର କିଛି ଯୁବ କର୍ମୀ ମୋତେ ୟୁପିଏର ସଭାପତି ହେବାକୁ କହି ଏକ ସଂକଳ୍ପ ପାରିତ କରିଛନ୍ତି, କିନ୍ତୁ ମୁଁ ଏହି ପଦ ପାଇଁ ଆଗ୍ରହୀ ନୁହେଁ।

ପାୱାର କହିଛନ୍ତି ଯେ, ଯଦି ବିଜେପିର ବିକଳ୍ପ ଉପସ୍ଥାପନ କରିବାକୁ ଚେଷ୍ଟା କରାଯାଏ, ତେବେ ମୁଁ ଏଥିରେ ସହଯୋଗ କରିବାକୁ ପ୍ରସ୍ତୁତ ଅଛି। ସେ କହିଛନ୍ତି, “ଆମେ ଏହା କରିଆସିଛୁ। ଯେତେବେଳେ କୁହାଯାଏ ଯେ, ବିରୋଧୀ ଏକତ୍ର ହେବା ଉଚିତ୍, କିନ୍ତୁ କିଛି ତଥ୍ୟକୁ ଅଣଦେଖା କରାଯିବା ଉଚିତ୍ ନୁହେଁ। ପଶ୍ଚିମବଙ୍ଗର ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ହେଉଛି ସବୁଠାରୁ ଶକ୍ତିଶାଳୀ ଦଳ ଏବଂ ତାଙ୍କର ଜନସାଧାରଣଙ୍କ ସମର୍ଥନ ରହିଛି। ସେହିଭଳି ଆଞ୍ଚଳିକ ଦଳଗୁଡିକ ମଧ୍ୟ ନିଜ ନିଜ ରାଜ୍ୟରେ ଶକ୍ତିଶାଳୀ ଅଟନ୍ତି। ପୂର୍ବତନ କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ, କଂଗ୍ରେସ ଏପର୍ଯ୍ୟନ୍ତ କ୍ଷମତାରେ ନଥାଇପାରେ, କିନ୍ତୁ ସାରା ଦେଶରେ ଏହାର ଉପସ୍ଥିତି ରହିଛି। ପ୍ରତ୍ୟେକ ଗ୍ରାମ, ଜିଲ୍ଲା ଏବଂ ରାଜ୍ୟରେ ଆପଣ କଂଗ୍ରେସ କର୍ମୀଙ୍କୁ ପାଇବେ। ପ୍ରକୃତ କଥା ହେଉଛି ଏକ ବିକଳ୍ପ ପ୍ରଦାନ କରୁଥିବାବେଳେ କଂଗ୍ରେସକୁ ଏଥିରେ ସାମିଲ କରିବା ଆବଶ୍ୟକ।

କଂଗ୍ରେସ ଦୃଢ ହେବା ଆବଶ୍ୟକ ବୋଲି ବିଜେପି ନେତା ନିତିନ ଗଡକରୀଙ୍କ ବିବୃତ୍ତିରେ ପାୱାର କହିଛନ୍ତି ଯେ, ଏକ ସୁସ୍ଥ ଗଣତନ୍ତ୍ର ପାଇଁ ଏକ ଦୃଢ ବିରୋଧୀ ଦଳ ଆବଶ୍ୟକ। ଯଦି କେବଳ ଗୋଟିଏ ଦଳ ଶକ୍ତିଶାଳୀ, ତେବେ ଏହା ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭଳି ହେବ। ସେ ଏବଂ ଚୀନ୍ ରାଷ୍ଟ୍ରପତି ଜୀବିତ ଥିବା ପର୍ଯ୍ୟନ୍ତ ସେମାନଙ୍କ ଦେଶକୁ ନେତୃତ୍ଵ ନେବାକୁ ପ୍ରତିଶୃତି ଦେଇଛନ୍ତି। ମୁଁ ଆଶା କରୁଛି ଯେ, ଭାରତରେ ଏପରି ହେବା ଉଚିତ୍ ନୁହେଁ। ଦେଶରେ ମୁଦ୍ରାସ୍ଫୀତି ଏକ ପ୍ରମୁଖ ପ୍ରସଙ୍ଗ ବୋଲି ପାୱାର କହିଛନ୍ତି। ସେ କହିଛନ୍ତି ଯେ, ବିଜେପି ଶାସନ ଅଧୀନରେ ପ୍ରତିଦିନ ଇନ୍ଧନ ମୂଲ୍ୟ ବୃଦ୍ଧି କରାଯାଉଛି, ଯାହା କେବଳ ସାଧାରଣ ଲୋକଙ୍କ ଖର୍ଚ୍ଚ ଉପରେ ପ୍ରଭାବ ପକାଇବ ନାହିଁ, ବରଂ ମୂଲ୍ୟ ବୃଦ୍ଧି ଏବଂ ପରିବହନ ମୂଲ୍ୟ ବୃଦ୍ଧିରେ ମଧ୍ୟ ସହାୟକ ହେଉଛି।

‘କାଶ୍ମୀର ଫାଇଲ’ ବିଷୟରେ ପାୱାର କହିଛନ୍ତି ଯେ, ଏହି ଫିଲ୍ମଟି ଏପରି କରାଯାଇଛି ଯେ ଅନ୍ୟ ଧର୍ମର ଲୋକେ କ୍ରୋଧିତ ହେବେ। ସେ ଦୋହରାଇଛନ୍ତି ଯେ, କାଶ୍ମୀରୀ ପଣ୍ଡିତମାନେ ଉପତ୍ୟକାରୁ ନିର୍ବାସନ ସମୟରେ କଂଗ୍ରେସ ନୁହେଁ କେନ୍ଦ୍ରରେ ଭିପି ସିଂ ସରକାର ଥିଲା। ଏହି ଫିଲ୍ମ ତଥ୍ୟ ଉପରେ ଆଧାରିତ ନୁହେଁ ବରଂ ଏହା ଜାତିଭେଦ ଏବଂ ଘୃଣାକୁ ବଢାଇବ। ଉପତ୍ୟକା ଅପେକ୍ଷା ଗୁଜୁରାଟର ପରିସ୍ଥିତି (୨୦୦୨ ଗୋଦ୍ରା ସାମ୍ପ୍ରଦାୟିକ ଦଙ୍ଗା) ଅଧିକ ଖରାପ ଥିଲା।