Categories
ଅପରାଧ ଆଜିର ଖବର ଜାତୀୟ ଖବର

ମଣିପୁରରେ ଦୁଇ ମହିଳାଙ୍କୁ ଉଲଗ୍ନ ବୁଲାଉଥିବା ମାମଲା: ଭିଡିଓ ସେୟାର କରିବାକୁ ବାରଣ କଲା କେନ୍ଦ୍ର

ନୂଆଦିଲ୍ଲୀ: ମଣିପୁରରେ ଦୁଇ ମହିଳାଙ୍କୁ ଉଲଗ୍ନ ଏବଂ ଯୌନ ନିର୍ଯାତନା ମାମଲାରେ ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂଙ୍କ ଇସ୍ତଫା ଦାବି କରାଯାଉଛି। ଏସବୁ ମଧ୍ୟରେ ଆଜି କେନ୍ଦ୍ର ସରକାର ସୋସିଆଲ ମିଡିଆରେ ମହିଳାଙ୍କ ଭାଇରାଲ ହେଉଥିବା ଭିଡିଓ ସେୟାର କରିବାକୁ ବାରଣ କରିଛନ୍ତି।

କେନ୍ଦ୍ର ସରକାରଙ୍କ ତରଫରୁ ଟ୍ୱିଟର ଏବଂ ଅନ୍ୟାନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମକୁ ନିର୍ଦ୍ଦେଶ ଜାରି କରି ମଣିପୁରୀ ମହିଳାଙ୍କ ଉଲଗ୍ନ ଅବସ୍ଥାରେ ବୁଲାଉଥିବା ଭାଇରାଲ ଭିଡିଓ ସେୟାର କରିବା ବନ୍ଦ କରିବାକୁ କୁହାଯାଇଛି। ଗଣମାଧ୍ୟମରୁ ପ୍ରକାଶ ଯେ, ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡିକ ଭାରତୀୟ ନିୟମ ପାଳନ କରିବା ବାଧ୍ୟତାମୂଳକ, କାରଣ ଏହି ଘଟଣାର ତଦନ୍ତ ଚାଲିଛି।

ଦୁଇ ମାସରୁ ଅଧିକ ସମୟ ଧରି ଜାତିଗତ ହିଂସାର ଶିକାର ହୋଇଥିବା ମଣିପୁରରେ ପରିସ୍ଥିତିକୁ ସ୍ୱାଭାବିକ କରିବାକୁ ଚେଷ୍ଟା କରାଯାଉଛି। ନିକଟରେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ, ଗତ ୧୦ ଦିନ ମଧ୍ୟରେ ମଣିପୁରର ସ୍ଥିତିରେ ସୁଧାର ଆସିଛି। ଏଥି ସହିତ, ଏହି ବିବୃତ୍ତି ମଧ୍ୟରେ ଦୁଇ ମଣିପୁର ମହିଳାଙ୍କ ସୋସିଆଲ ମିଡିଆରେ ଉଲଗ୍ନ ବୁଲାଉଥିବା ଭିଡିଓ ହଙ୍ଗମା ସୃଷ୍ଟି କରିଛି।

ମଣିପୁରର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂଙ୍କୁ କ୍ରମାଗତ ଭାବେ ରାଜନୈତିକ ଦଳମାନେ ଟାର୍ଗେଟ କରୁଛନ୍ତି। ଏଥି ସହ ଏହି ଘଟଣାକୁ ବିଜେପି ନେତାମାନେ ମଧ୍ୟ ତୀବ୍ର ନିନ୍ଦା କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଇସ୍ତଫା ଦେବେ ମଣିପୁର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂ!

ନୂଆଦିଲ୍ଲୀ: ମଣିପୁର ପ୍ରାୟ ଦୁଇମାସ ଧରି ଜାତିଗତ ହିଂସାର ନିଆଁରେ ଜଳୁଛି। ଶାନ୍ତି ଫେରାଇ ଆଣିବା ପାଇଁ ସମସ୍ତ ଚେଷ୍ଟା ସତ୍ତ୍ୱେ ସ୍ଥିତିରେ ସୁଧାର ଆସୁନାହିଁ। ଏହି ସମୟରେ, ଗଣମାଧ୍ୟମ ରିପୋର୍ଟରେ ଦର୍ଶାଯାଇଛି ଯେ, ମଣିପୁର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂ ଆଜି ଇସ୍ତଫା ଦେଇପାରନ୍ତି। ରିପୋର୍ଟ ଅନୁଯାୟୀ, ମଣିପୁରର ମୁଖ୍ୟମନ୍ତ୍ରୀ ତାଙ୍କ ଇସ୍ତଫା ସମ୍ପର୍କରେ ରାଜ୍ୟପାଳ ଅନୁସୁୟା ଉଇକେଙ୍କୁ ଭେଟିପାରନ୍ତି।