Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟ ସରକାରଙ୍କ ବଡ ଘୋଷଣା: ଏମସିଏଲର ମିଳିତ ଭାଗୀଦାରୀରେ ଚାଲିବ ତାଳଚେର ମେଡିକାଲ କଲେଜ

ଭୁବନେଶ୍ଵର: ଆଜି ରାଜ୍ୟ ସରକାର ଏକ ବଡ ଘୋଷଣା କରିଛନ୍ତି। ତାଳଚେର ମେଡିକାଲ କଲେଜକୁ ଚାଲୁ କରିବା ପାଇଁ ରାଜ୍ୟ ସରକାର ଘୋଷଣା କରିଛନ୍ତି। ରାଜ୍ୟ ସରକାର ଓ ମହାନଦୀ କୋଲଫିଲ୍ଡ ମିଳିତ ଭାଗୀଦାରୀରେ ଏହି ମେଡିକାଲ କଲେଜ ଚାଲିବ। ତାଳଚେର ମେଡିକାଲ କଲେଜର ଭିତ୍ତିଭୂମି ଓ ପରିଚାଳନା ଅର୍ଥ ଏମସିଏଲ ବହନ କରିବ। ମେଡିକାଲ କଲେଜ ଓ ହସ୍ପିଟାଲକୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପରିଚାଳନା କରିବେ। ତେବେ ଏହି କଲେଜରେ ପାଠ ପଢିବା ପାଇଁ ୧୦୦ ଟି ସିଟ ରହିବ। ଏହାସହିତ ହସ୍ପିଟାଲରେ ରୋଗୀଙ୍କ ଚିକିତ୍ସା ପାଇଁ ୫୦୦ ଟି ଶଯ୍ୟା ରହିବ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ରେକର୍ଡ ପ୍ରଦର୍ଶନ ପାଇଁ ଏମସିଏଲକୁ ପ୍ରଶଂସା କଲେ କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ

ଭୁବନେଶ୍ବର: କେନ୍ଦ୍ର କୋଇଲା, ଖଣି ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏବଂ ରେଳ, କୋଇଲା ଏବଂ ଖଣି ରାଷ୍ଟ୍ରମନ୍ତ୍ରୀ ରାଓସାହେବ ପାଟିଲ ଦାନ୍ଭେ ଆଜି ମହାନଦୀ କୋଲ ଫିଲ୍ଡସ୍ ଲିମିଟେଡ୍ (ଏମସିଏଲ) ର ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦ୍ଦେଶକ (ସିଏମଡି) ଏବଂ କାର‌୍ୟ୍ୟକାରିଣୀ ନିର୍ଦ୍ଦେଶକଙ୍କୁ ଗୁରୁବାର ଦିନ ରେକର୍ଡ ପରିମାଣର ୬.୦୪ଲକ୍ଷ ଟନ୍ କୋଇଲା ପଠାଇ ନୂଆ ଇତିହାସ ରଚି ଥିବାରୁ ଅଭିନନ୍ଦନ ଜଣାଇଛନ୍ତି। ଓଡିଶାରେ ଦୈନିକ ହାରାହାରି ୫.୨୫ ଲକ୍ଷ ଟନ୍ କୋଇଲା ଯୋଗାଉଥିବା ଏମସିଏଲ୍ ଦ୍ୱାରା ରେକର୍ଡ କାର‌୍ୟ୍ୟ ପାଇଁ କୋଇଲା ଖଣି, ଚୁକ୍ତିଭିତ୍ତିକ ଶ୍ରମିକ, ରେଳବାଇ, ଶ୍ରମିକ ସଂଗଠନର ନେତା ତଥା ସ୍ଥାନୀୟ ପ୍ରଶାସନ ସମେତ ସମସ୍ତ ହିତାଧିକାରୀଙ୍କ ମିଳିତ ଉଦ୍ୟମକୁ ମନ୍ତ୍ରୀ ଶ୍ରୀ ଯୋଶୀ ପ୍ରଶଂସା କରିଥିଲେ।

ଉଭୟ ସହାୟକ କମ୍ପାନୀ ଏକ ମିଲିୟନ୍ ଟନ୍ କୋଇଲା ପଠାଇବା ଆକଳନକୁ ଅତିକ୍ରମ କରିଥିବାରୁ ଏମ୍ସିଏଲ୍ର ଅତିରିକ୍ତ ଦାୟିତ୍ୱ ଗ୍ରହଣ କରୁଥିବା ନର୍ଦନ କୋଲ ଫିଲ୍ଡ ଲିମିଟେଡ୍ (ଏନସିଏଲ୍)ର ସିଏମ୍ଡି ଶ୍ରୀ ସିହ୍ନାଙ୍କୁ ମନ୍ତ୍ରୀମାନେ ପ୍ରଶଂସା କରିଛନ୍ତି। ଏଭଳି ପ୍ରଦର୍ଶନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାରଣ ଏହା ଏମ୍ସିଏଲ୍ ଏବଂ ଏନ୍ସିଏଲ୍ ଲିମିଟେଡର ହୋଲଡିଂ କମ୍ପାନୀ ଅର୍ଥାତ୍ କୋଲ ଇଣ୍ଡିଆର ମୋଟ କୋଇଲା ଉଠାଣର ୫୦% ଅଟେ।

ଏକ ସମୟରେ ଯେତେବେଳେ ଦେଶର ଶକ୍ତି ଚାହିଦା ବୃଦ୍ଧି ପାଉଥିଲା, ସେତେବେଳେ ଶୁଖିଲା ଇନ୍ଧନର ଚାହିଦା ବଢିଥିଲା, ଫ୍ଲାଗସିପ୍ ଏମସିଏଲ ଏବଂ ମଧ୍ୟପ୍ରଦେଶ ଠାରେ ଥିବା ଏହାର ସହଯୋଗୀ ଏନସିଏଲ୍ ସମୟର ଅବଶ୍ୟକତା ଅନୁଯାୟୀ କୋଇଲା ଯୋଗାଣ କରିଥିଲେ। ମନ୍ତ୍ରଣାଳୟ ଏହାକୁ ସ୍ୱୀକାର କରିଛି ଏବଂ ଏମ୍ସିଏଲ୍ ଏବଂ ଏନ୍ସିଏଲ୍ ର କାର‌୍ୟ୍ୟକାରିଣୀ ନିର୍ଦ୍ଦେଶକଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରିଛି।

ଚଳିତ ଆର୍ଥିକ ବର୍ଷରେ, ଏମ୍ସିଏଲ ଗ୍ରାହକଙ୍କୁ ୯୫.୭ ନିୟୁତ ଟନରୁ ଅଧିକ କୋଇଲା ଯୋଗାଇ ଦେଇଛି ଯାହା ଗତ ବର୍ଷ ତୁଳନାରେ ପ୍ରାୟ ୨୧% ଅଧିକ ପଞ୍ଜିକୃତ ହୋଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପିପିଟି, ଏମସିଏଲର କାର୍ଯ୍ୟଧାରା ଓ ପ୍ରକଳ୍ପ ସମୀକ୍ଷା କଲେ କୋଇଲା ଓ ଖଣିମନ୍ତ୍ରୀ ପ୍ରହ୍ଲାଦ ଯୋଶୀ

ଭୁବନେଶ୍ବର: କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ଗୁରୁବାର ଦିନ ପାରାଦୀପ ବନ୍ଦର ଟ୍ରଷ୍ଟ (ପିପିଟି) ଏବଂ ମହାନଦୀ କୋଲ ଫିଲ୍ଡସ୍ ଲିମିଟେଡ (ଏମସିଏଲ)ର ବିଭିନ୍ନ ପ୍ରକଳ୍ପ ଓ କାର୍ଯ୍ୟଧାରା ସମୀକ୍ଷା କରିଛନ୍ତି। ଶ୍ରୀ ଯୋଶୀ ପାରାଦୀପ ବନ୍ଦର ଏବଂ ଏମସିଏଲର ହିଙ୍ଗୁଳା କୋଇଲା ଖଣି କ୍ଷେତ୍ର ପରିଦର୍ଶନ କରି ଏହି ସମୀକ୍ଷା କରିଥିଲେ।

ଶ୍ରୀ ଯୋଶୀ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସି ପହଞ୍ଚିଛନ୍ତି। ଆରମ୍ଭରୁ ସେ ପାରାଦୀପ ବନ୍ଦର ଗସ୍ତ କରି କୋଇଲା ଲୋଡିଂ ବ୍ୟବସ୍ଥାର ଅନୁଧ୍ୟାନ କରିଥଲେ। ତାଙ୍କ ସହିତ କେନ୍ଦ୍ର କୋଇଲା ଏବଂ ଖଣି ରାଷ୍ଟ୍ରମନ୍ତ୍ରୀ ଶ୍ରୀ ରାଓସାହେବ ପାଟିଲ ଦାନଭେ ଉପସ୍ଥିତ ଥିଲେ। ସମୁଦ୍ର ମାର୍ଗ ଦେଇ କୋଇଲା ପରିବହନ ବୃଦ୍ଧି କରିବା ଲାଗି ବନ୍ଦରରେ ଥିବା ସୁବିଧାର ସମ୍ପୂର୍ଣ୍ଣ ଉପଯୋଗ ନିମନ୍ତେ ଶ୍ରୀ ଯୋଶୀ ନିର୍ଦ୍ଦେଶ ଦେଇଥିଲେ। ପାରାଦୀପ ବନ୍ଦରକୁ କୋଇଲା ହବ୍ ରୂପରେ ବ୍ୟବହାର କରିବା ଲାଗି ସମ୍ଭାବନାକୁ ଉଜାଗର କରିବା ନିମନ୍ତେ ସେ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ।

ଶ୍ରୀ ଯୋଶୀ ମଧ୍ୟ ପାରାଦୀପ ବନ୍ଦର ନିକଟରେ ଥିବା ରେଳ ରିସିଭାଲ ସିଷ୍ଟମ ପରିଦର୍ଶନ କରିଥିଲେ, ଏଠାରେ ଓ୍ବାଗନ-ଟିପଲର୍ସ ସହାୟତାରେ କୋଇଲା ଅନଲୋଡ୍ କରାଯାଇଥାଏ। ମନ୍ତ୍ରୀ କହିଥିଲେ ଯେ, ଏହି ଅନଲୋଡ୍ ବ୍ୟବସ୍ଥା ବେଶ ଦକ୍ଷ। ଏହା ସମୟ ଏବଂ ବିଳମ୍ବଜନିତ ଖର୍ଚ୍ଚ ହ୍ରାସ କରିବା ସହିତ କୋଇଲା ଧୂଳି ଉଡ଼ିବା ପରିମାଣ କମାଇଥାଏ।

ଏହାପରେ କୋଇଲା ମନ୍ତ୍ରୀ ଏମସିଏଲର ହିଙ୍ଗୁଳା କ୍ଷେତ୍ରରେ ଥିବା ବଳରାମ ଓପନକାଷ୍ଟ ଖଣି ପ୍ରକଳ୍ପ ଅଞ୍ଚଳ ପରିଦର୍ଶନ କରିଥିଲେ। ମନ୍ତ୍ରୀ କହିଥିଲେ ଯେ, “ବାର୍ଷିକ ୮ ମିଲିୟନ ଟନ କ୍ଷମତା ବିଶିଷ୍ଟ ଏହି କୋଇଲା ଖଣିର ବିସ୍ଫୋରଣ କାମରେ କେବଳ ମହିଳାମାନେ ନିୟୋଜିତ ହୋଇଛନ୍ତି। ସେ ମଧ୍ୟ ଅଧିକାରୀମାନଙ୍କ ସହିତ ଆଲୋଚନା କରିଥିଲେ ଏବଂ କୋଇଲା ଉତ୍ପାଦନ ଏବଂ ପ୍ରେରଣ ନିମନ୍ତେ ଶ୍ରମିକମାନଙ୍କୁ ଉତ୍ସାହିତ କରିଥିଲେ। ଶ୍ରୀ ଯୋଶୀ ବଳରାମ ଓପନକାଷ୍ଟ ପ୍ରକଳ୍ପ ନିକଟରେ ଶ୍ରମିକ ଗୌରବ ଜଳ ଉଦ୍ୟାନର ଶିଳାନ୍ୟାସ କରିଥିଲେ। ଏହି ଅବସରରେ ମନ୍ତ୍ରୀ କହିଥିଲେ ଯେ ଏକ କୋଇଲା ଖଣି ଜମିର ପୁନରୁଦ୍ଧାର କରାଯାଇ ଏକ ସୁନ୍ଦର ହ୍ରଦ ପାର୍ଶ୍ବରେ ପ୍ରତିଷ୍ଠା ହେବାକୁ ଥିବା ଏହି ଜଳ ଉଦ୍ୟାନରେ ଏକ ବଡ଼ ପର୍ଯ୍ୟଟନ ସ୍ଥଳୀ ହେବାର ସମ୍ଭାବନା ରହିଛି।

ସେ ମଧ୍ୟ ଏମସିଏଲର ହିଙ୍ଗୁଳା କ୍ଷେତ୍ରର ରେଳ ସାଇଡିଂ ପରିଦର୍ଶନ କରିଥିଲେ। ଓ୍ବାଗନ ପରିବହନ ସମୟ ହ୍ରାସ କରିବା ଉପରେ ମନ୍ତ୍ରୀ ଜୋର ଦେଇଥିଲେ। କୋଇଲା ପ୍ରେରଣ ବୃଦ୍ଧି କରିବା ସଂକ୍ରାନ୍ତରେ ସେ ରେଳ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ରେଳସାଇଡିଂ ନିକଟରେ ପେଲୋଡର ଅପରେଟର ମାନଙ୍କୁ ମନ୍ତ୍ରୀ ସମ୍ବର୍ଦ୍ଧିତ କରିବା ସହିତ ସେମାନଙ୍କର କଠିନ କାମ ଲାଗି ସେମାନଙ୍କୁ ପ୍ରଶଂସା କରିଥିଲେ। ଏଥିସହିତ କୋଇଲା ଲୋଡିଂ ବୃଦ୍ଧି ପାଇଁ ସେମାନଙ୍କୁ ଉତ୍ସାହିତ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

କୋଇଲା ଯୋଗାଣରେ ନୂତନ ଶିଖର ଛୁଇଁଲା ମହାନଦୀ କୋଲ୍‌ଫିଲ୍ଡ ଲିମିଟେଡ଼

ଭୁବନେଶ୍ବର: ଅଗ୍ରଣୀ କୋଇଲା ଉତ୍ପାଦନକାରୀ ମହାନଦୀ କୋଲଫିଲ୍ଡ ଲିମିଟେଡ(ଏମସିଏଲ) ଗତକାଲି (ତା୧୭-୧୦-୨୧)ଦିନ ୫.୪୭ ଲକ୍ଷ ଟନ୍ କୋଇଲା ଉପଭୋକ୍ତାଙ୍କୁ ଯୋଗାଇଛି। ଗୋଟିଏ ପକ୍ଷ ମଧ୍ୟରେ ଏହା ନିଜସ୍ୱ ରେକର୍ଡ ୫.୪୫ ଲକ୍ଷ ଟନକୁ ଟପି ପାରିଛି।

କମ୍ପାନୀ ସର୍ବକାଳୀନ ଅଧିକ ୧୦୩ ରେକ କୋଇଲା ଯୋଗାଇଛି। ଏଥିରୁ ୬୫ରେକ ତାଳଚେର କେଲ୍‌ଫିଲ୍ଡରୁ ଆସିଥିବାବେଳେ ୩୮ରେକ୍ ଇବ୍ ଉପତ୍ୟକା କୋଲ୍‌ଫିଲ୍ଡରୁ ଉତ୍ତୋଳିତ ହୋଇଛି।

କେବଳ ଅକ୍ଟୋବର ମାସରେ ଦିନକୁ ୫. ୧୭ଲକ୍ଷ ଟନ୍ କୋଇଲା ଯୋଗାଣ କରିବା ସହ ଏମ୍‌ସିଏଲ ଖଣି ଶ୍ରମିକ ଓ ଅଧିକାରୀଙ୍କ ନିରବଚ୍ଛିନ୍ନ ଉଦ୍ୟମକୁ ଏହାର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ପି.କେ ସିହ୍ନା ଅଭିନନ୍ଦନ ଜଣାଇଛନ୍ତି।

ଏମସିଏଲର ପର୍ଯ୍ୟାପ୍ତ କୋଇଲା ମହଜୁଦ ଥିବା ଦର୍ଶାଇ ଶ୍ରୀ ସିହ୍ନା କହିଛନ୍ତି ଯେ ଅକ୍ଟୋବର ମାସରେ କୋଇଲା ଉତ୍ପାଦନ, ଯୋଗାଣ ଓ ଓଭର ବର୍ଡନ (ଓବି) ଉତ୍ତୋଳନରେ ଯଥାକ୍ରମେ ୨୬.୫%, ୩୪.୩% ଓ ୭୧.୭% ବୃଦ୍ଧି ଘଟିଛି। ଏହା ଗତ ଆର୍ଥିକ ବର୍ଷର ଏହି ସମୟ ମଧ୍ୟରେ ଅଧିକ।

ଚଳିତ ଆର୍ଥିକ ବର୍ଷରେ ଦୁଇ ଅଙ୍କ ବିଶିଷ୍ଟ ଆଖିଦୃଶିଆ ବୃଦ୍ଧି କରି ଏମସିଏଲ ୭୮.୫ମିଲିୟନ ଟନ୍ କୋଇଲା ଉତ୍ପାଦନ କରିଥିବା ବେଳେ ଏଥିରେ ଶତକଡା ୧୨.୧୬%  ବୃଦ୍ଧି ଘଟିଛି। ଖାଉଟି ମାନଙ୍କୁ ଗତବର୍ଷ ଏହି ସମୟ ମଧ୍ୟରେ ୭୪.୩୩ ନିୟୁତ ଟନ୍ ଶୁଷ୍କ ଇନ୍ଧନ ଯୋଗାଇଥିବାବେଳେ ଚଳିତବର୍ଷ ଏହା ୮୯.୬୫ନିୟୁତ ଟନ୍‌କୁ ବୃଦ୍ଧି ପାଇଛି।

ଓଭରବଡନ(ଓବି) ଉତ୍ତୋଳନରେ ମଧ୍ୟ ଏମସିଏଲ୍‌ରେ ଆଖିଦୃଶିଆ ବୃଦ୍ଧି ଘଟିଛି। ଚଳିତ ଆର୍ଥିକ ବର୍ଷରେ ଶତକଡା ୧୨୨.୨ପ୍ରତିଶତ ଅର୍ଥାତ୍ ୧୦୧.୦୨ ନିୟୁତ କ୍ୟୁବିକ ମିଟର ହୋଇଛି। ଏହାଫଳରେ କୋଇଲା ଉତ୍ତୋଳନ ବୃଦ୍ଧି ପାଇବା ସହ ବଜାର ଚାହିଦା ମଧ୍ୟ ପୂରଣ କରିହେବ।