Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଝାରସୁଗୁଡ଼ାରେ ଛାତ୍ରଛାତ୍ରୀଙ୍କ ପାଇଁ କ୍ୟାରିୟର କାଉନସେଲିଂ କାର୍ଯ୍ୟକ୍ରମ ଶୁଭାରମ୍ଭ
ଜାତୀୟ ଖବର

ଝାରସୁଗୁଡ଼ାରେ ଛାତ୍ରଛାତ୍ରୀଙ୍କ ପାଇଁ କ୍ୟାରିୟର କାଉନସେଲିଂ କାର୍ଯ୍ୟକ୍ରମ ଶୁଭାରମ୍ଭ

November 17, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଝାରସୁଗୁଡ଼ା: ଝାରସୁଗୁଡ଼ା ଠାରେ ମହାନଦୀ କୋଲ ଫିଲ୍ଡ (ଏମସିଏଲ) ର ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମ ଅନ୍ତର୍ଗତ ଜିଲ୍ଲାର ଦଶମରୁ ଦ୍ୱାଦଶ ଶ୍ରେଣୀ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ କ୍ୟାରିୟର୍ କାଉନସେଲିଂ ଏବଂ ଲାଇଫ୍ ସ୍କିଲ୍ ପ୍ରୋଜେକ୍ଟ “ଏମସିଏଲ୍ କୀ ଏକ୍ ପହଲ୍” କାର୍ଯ୍ୟକ୍ରମ ରବିବାର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କରକମଳରେ ଶୁଭାରମ୍ଭ ହୋଇଯାଇଛି ।

ଜିଲ୍ଲା ପ୍ରଶାସନ ଓ ଏମସିଏଲ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ଜାତୀୟ ଶିକ୍ଷା ନୀତିର ପରାମର୍ଶ କ୍ରମେ ଛାତ୍ରଛାତ୍ରୀଙ୍କୁ ଉଚିତ୍ ମାର୍ଗ ଦେଖାଇବା ଲକ୍ଷ୍ୟରେ ଏହି ପଦକ୍ଷେପ ସାଧୁ ଉଦ୍ୟମ। ଓଡ଼ିଶା କୁଶଳୀ ଲୋକଙ୍କ ରାଜ୍ୟ। ଆଜିର ସମୟକୁ ଧ୍ୟାନରେ ରଖି ଯୁବବର୍ଗଙ୍କ ଦକ୍ଷତା ଓ ଉଦ୍ୟମିତା ବଢାଇବା ଲକ୍ଷ୍ୟରେ ଏହି ପଦକ୍ଷେପ ନିଆଯାଇଛି।

ଏହି କାର୍ଯ୍ୟକ୍ରମ ଅଧୀନରେ ଝାରସୁଗୁଡ଼ା ଜିଲ୍ଲାର ପ୍ରାୟ ୧୪,୯୬୨ ଜଣ ଛାତ୍ରଛାତ୍ରୀଙ୍କ  କ୍ୟାରିୟର କାଉନସେଲିଂ କରାଯିବ। ଉପାଦେୟ ପରାମର୍ଶ ଦେଇ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଠନ କରିବା ଏହି ପ୍ରକଳ୍ପର ଲକ୍ଷ୍ୟ ରହିଛି। କ୍ୟାରିୟର କାଉନସେଲିଂ ପ୍ଲାଟଫର୍ମ ଛାତ୍ରଛାତ୍ରୀଙ୍କୁ କେବଳ କ୍ୟାରିୟର ପଥ ଅନ୍ୱେଷଣ କରିବାରେ ସାହାଯ୍ୟ କରିବ ନାହିଁ ବରଂ ଶିଳ୍ପ ସମୃଦ୍ଧ ଝାରସୁଗୁଡ଼ାର ବିକାଶ ଦିଗରେ ବିଶେଷ ସହାୟକ ହେବ। ଏହି ଅଭିନବ କାର୍ଯ୍ୟକ୍ରମ ଦ୍ୱାରା ଝାରସୁଗୁଡ଼ାର ଛାତ୍ରଛାତ୍ରୀଙ୍କ ଆଶା, ଆକାଂକ୍ଷା ପୂରଣ କରିବା ସହ ସେମାନଙ୍କ ସର୍ଣ୍ଣିମ ଭବିଷ୍ୟତ ଗଠନ ହୋଇପାରିବ। ଜିଲ୍ଲା ସ୍ତରରେ ଏହି କାର୍ଯ୍ୟକ୍ରମକୁ ବ୍ୟାପକ କରିବା ପାଇଁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି।

ସେ ଆହୁରି କହିଛନ୍ତି ଯେ ଦେଶରେ ଜାତୀୟ ଶିକ୍ଷା ନୀତି କ୍ରିୟାନ୍ୱୟନ ହେଉଛି । ଓଡ଼ିଶା ସରକାର ଉଚ୍ଚ ଶିକ୍ଷା କ୍ଷେତ୍ରରେ ଜାତୀୟ ଶିକ୍ଷା ନୀତି ଲାଗୁ କରିବା ପାଇଁ ନିଷ୍ପତି ନେଇଛନ୍ତି। ଭାରତ ସରକାରଙ୍କ ପିଏମ ଶ୍ରୀ ସ୍କୁଲ ଭଳି ସବୁ ପଞ୍ଚାୟତରେ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା କରିବା ପାଇଁ ରାଜ୍ୟ ସରକାର ନିଜସ୍ୱ ଯୋଜନା ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି। ସ୍କୁଲରେ ମଧ୍ୟାହ୍ନ ଭୋଜନର ସମ୍ପ୍ରସାରଣ ସହ ବିଦ୍ୟାଳୟର ଉନ୍ନତି ପାଇଁ ଓଡ଼ିଶା ରାଜ୍ୟ ବଜେଟରେ ଗୁରୁତ୍ୱ ଦିଆଯାଇଛି । ଶିଶୁ ଦିବସ ଅବସରରେ ରାଜ୍ୟ ସରକାର ଗୋଟେ ଅଭିନବ ପ୍ରୟାସ “ଦୋକାନ ମେଳା” ଆୟୋଜନ କରିଥିଲେ ଯାହା ଆମ ପିଲାଙ୍କୁ ଉଦ୍ୟୋଗୀ କରିବ।

ଝାରସୁଗୁଡ଼ା ଜିଲ୍ଲା ଉଦ୍ୟମୀ ମାନଙ୍କ ଜିଲ୍ଲା। ପିଲାମାନେ ଏଥିପାଇଁ ନିଜକୁ ପ୍ରସ୍ତୁତ କରିବା ଦରକାର। ଝାରସୁଗୁଡ଼ାର ଖଣି, ଖାଦାନ ଓ ଶିଳ୍ପାନୁଷ୍ଠାନ ଏବଂ ଇତିହାସ ସହ ଜଡ଼ିତ ସ୍ଥାନ ସ୍କୁଲ ଛାତ୍ରଛାତ୍ରୀଙ୍କୁ ପରିଦର୍ଶନ କରାଇବା ପାଇଁ ଯୋଜନା କରିବାକୁ ଶ୍ରୀ ପ୍ରଧାନ ଜିଲ୍ଲା ପ୍ରଶାସନକୁ ପରାମର୍ଶ ଦେବା ସହ  ଶିକ୍ଷା ମାଧ୍ୟମରେ ଝାରସୁଗୁଡ଼ା ଜିଲ୍ଲାକୁ ଅଗ୍ରଣୀ ଅଞ୍ଚଳ କରିବା ପାଇଁ ଆହ୍ୱାନ କରିଛନ୍ତି। ସେହିପରି ଝାରସୁଗୁଡ଼ାର ଛାତ୍ରଛାତ୍ରୀଙ୍କ ମଧ୍ୟରେ ପାଠପଢା ପ୍ରତି ଆଗ୍ରହ ବଢାଇବା ଲକ୍ଷ୍ୟରେ ଦୁଇ ମାସ ଧରି “ପଠନ ପାର୍ବଣ” ଆୟୋଜନ  ନେଇ ଖୁସିପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ। ସେ କହିଛନ୍ତି ପାଠପଢା ପ୍ରତି ଆଗ୍ରହୀ କରାଇବା ଜାତୀୟ ଶିକ୍ଷା ନୀତିର ଏକ ପରାମର୍ଶ। ନିପୁଣ ଭାରତ ଗଠନ ଦିଗରେ ଜିଲ୍ଲା ପ୍ରଶାସନ ତରଫରୁ ଏହା ଏକ ସାଧୁ ଉଦ୍ୟମ।

ଏମସିଏଲ୍ କୀ ଏକ୍ ପହଲ୍ କାର୍ଯ୍ୟକ୍ରମରେ ଓଡ଼ିଶାର ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଓ ବିଧାୟକ ଟଙ୍କଧର ତ୍ରିପାଠୀ ପ୍ରମୁଖ ଯୋଗଦେଇଥିଲେ।

ଏମସିଏଲ କ୍ୟାରିୟର କାଉନସେଲିଂ ଝାରସୁଗୁଡା
Share. Facebook Twitter LinkedIn Email WhatsApp Copy Link

Related Posts

ଯୁବକକୁ ମରଣାନ୍ତକ ଆକ୍ରମଣ

April 28, 2026

ମାଙ୍ଗାଲୁରୁ ପ୍ରେସରକୁକର ବିସ୍ଫୋରଣ ମାମଲା: ଆତଙ୍କୀକୁ ୧୦ ବର୍ଷ ଜେଲଦଣ୍ଡ

April 28, 2026

ଓଲଟିଲା ବସ : ୨୦ ଗୁରୁତର

April 28, 2026

ଆଜି ବାଙ୍ଗାଲୋର ବନାମ ଦିଲ୍ଲୀ: ଜାଣନ୍ତୁ ସମ୍ଭାବ୍ୟ ଖେଳାଳି

April 27, 2026
Latest News

ବୃଦ୍ଧଙ୍କୁ ଗଳା କାଟି ହତ୍ୟା

April 28, 2026

ଯୁବକକୁ ମରଣାନ୍ତକ ଆକ୍ରମଣ

April 28, 2026

ମାଙ୍ଗାଲୁରୁ ପ୍ରେସରକୁକର ବିସ୍ଫୋରଣ ମାମଲା: ଆତଙ୍କୀକୁ ୧୦ ବର୍ଷ ଜେଲଦଣ୍ଡ

April 28, 2026

ମହାରାଷ୍ଟ୍ର ମନ୍ତ୍ରୀ ନିତେଶ ରାଣେଙ୍କୁ ମିଳିପାରେ ଜେଲ୍ ଦଣ୍ଡ ! କାଦୁଅ ଫିଙ୍ଗା ମାମଲାରେ କୋର୍ଟ ଶୁଣାଇଲେ ସଜ୍ଜା

April 28, 2026

ଜାତିସଂଘରେ ଆମେରିକା – ଇରାନ ମୁହାଁମୁହିଁ

April 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.