Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ରିଲାଏନ୍ସ ଜୁଏଲ୍‌ସ ସୋ’ରୁମ୍‌ରେ ଷ୍ଟାଇଲ୍‌ର ସହ ଏଲିନାଙ୍କ ଡ୍ରିମ୍ ଡାଇମଣ୍ଡ୍ ଟୁର୍ ଅଫ୍ ଓଡ଼ିଶାର ସମାପନ

ଭୁବନେଶ୍ୱର/ ରାଉରକେଲା: ଭାରତର ଅଗ୍ରଣୀ ଫାଇନ୍ ଗହଣା ବ୍ରାଣ୍ଡ୍ ରିଲାଏନ୍ସ ଜୁଏଲସ୍ ପକ୍ଷରୁ ରାଉରକେଲାର ଚନ୍ଦ୍ରପୁର କଚେରି ରୋଡ୍ ସ୍ଥିତ ସୋ’ରୁମ୍‌ରେ ଏଲିନାଙ୍କ ଡ୍ରିମ୍ ଡାଇମଣ୍ଡ୍ ଟୁର୍ ଅଫ୍ ଓଡ଼ିଶାର ସମାପନ ହୋଇଛି। ପୃଷ୍ଠପୋଷାକମାନଙ୍କ ଉତ୍ସାହଜନକ ଅଂଶଗ୍ରହଣ ଏବଂ ଉତ୍ସାହକୁ ନେଇ ରିଲାଏଜ୍ସ ଜୁଏଲସ୍ ୧୫ ବର୍ଷ ଧରି ଏହାର ଡିଜାଇନ ଉତ୍କର୍ଷ ଜରିଆରେ ଏହାର ପୃଷ୍ଠପୋଷକମାନଙ୍କୁ ରୋମାଂଚିତ କରିବା ଜାରି ରଖିଛି। ଏହି ଟୁର୍ ଓଡ଼ିଶା ଏବଂ ଏହାର ପୃଷ୍ଠପୋଷକମାନଙ୍କ ସହ ବ୍ରାଣ୍ଡ୍‌ର ସମ୍ପର୍କକୁ ପାଳନ କରୁଛି। ଏଲିନାଙ୍କ ଡ୍ରିମ୍ ଡାଇମଣ୍ଡ୍ ଟୁର୍ ଅଫ୍ ଓଡ଼ିଶା ଜରିଆରେ ରିଲାଏନ୍ସ ପକ୍ଷରୁ ଏହାର ପୃଷ୍ଠପୋଷକମାନଙ୍କୁ ରିଲାଏନ୍ସ ଜୁଏଲ୍‌ସର ଆକର୍ଷଣୀୟ ହୀରା ଗହଣାକୁ ପରିଧାନ କରିବା ଏବଂ ଓଡ଼ିଶାର ଅତି ପରିଚିତ ଏଲିନା ସାମନ୍ତରାୟଙ୍କ ସହ ର‌୍ୟାମ୍ପ୍‌ରେ ଚାଲିବା ଓ ଓଡ଼ିଶାରେ ରିଲାଏନ୍ସ ଜୁଏଲ୍‌ସର ଥିବା ୫ ନିର୍ଦିଷ୍ଟ ଷ୍ଟୋରରେ ଏହି ଚମତ୍କାର ଅଭିନେତ୍ରୀଙ୍କ ସହ ଭାବ ବିନିମୟ କରିବାର ଏକ ସ୍ୱତନ୍ତ୍ର ଅନୁଭୂତି ପ୍ରଦାନ କରିଛି।

ଗତ ସପ୍ତାହ ଫେବ୍ରୁଆରି ୩ ତାରିଖରେ ରିଲାଏନ୍ସ ଜୁଏଲସ୍‌ର ଚନ୍ଦ୍ରଶେଖରପୁର ସୋ’ରୁମ୍‌ରେ ଏଲିନାଙ୍କ ଡ୍ରିମ୍ ଡାଇମଣ୍ଡ୍ ଟୁର୍ ଅଫ୍ ଓଡ଼ିଶା ଆରମ୍ଭ ହୋଇଥିଲା ଯେଉଁଠାରେ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିବା ପାଇଁ ଏଲିନା ଏବଂ ରିଲାଏନ୍ସ ଜୁଏଲ୍‌ସର ସିିଇଓ ସୁନିଲ ନାୟକ ଉପସ୍ଥିତ ଥିଲେ। ଏହା ପରେ ଏଲିନା ଏବଂ ରିଲାଏନ୍ସ ଜୁଏଲ୍‌ସ୍ ପୃଷ୍ଠପୋଷକଙ୍କ ମଧ୍ୟରେ ଭାବ ବିନିମୟ ହୋଇଥିଲା ଏବଂ ଭାଗ୍ୟଶାଳୀ ବିଜେତାମାନେ ଏଲିନାଙ୍କ ଡ୍ରିମ୍ ଡାଇମଣ୍ଡ୍ ଟୁର୍ ପ୍ରତିଯୋଗିତାର ବିଜେତାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେମାନେ ଚମତ୍କାର ଅଭିନେତ୍ରୀ ଏଲିନା ସାମନ୍ତରାୟଙ୍କ ସହ ସ୍ୱତନ୍ତ୍ର ମିଟ୍ ଆଣ୍ଡ୍ ଗ୍ରିଟ୍‌ରେ ସାମିଲ ହୋଇଥିବା ବେଳେ ସ୍ୱତନ୍ତ୍ର ଫଟୋ ଉଠାଇବା ତଥା ଏଲିନାଙ୍କ ସହିତ ର‌୍ୟାମ୍ପ୍‌ରେ ଚାଲିବାର ସୁଯୋଗ ପାଇଥିଲେ।

ଏହି ଟୁର୍ ରିଲାଏନ୍ସ ଜୁଏଲ୍‌ସର କଟକ, ଅନୁଗୁଳ ଓ ବ୍ରହ୍ମପୁର ଷ୍ଟୋରରେ ମଧ୍ୟ ଜାରି ରହିଥିଲା ଯେଉଁଠାରେ ଆକର୍ଷଣୀୟ ହୀରା ଗହଣାକୁ ପ୍ରଦର୍ଶନ କରାଯାଇଥିଲା ଏବଂ ଗ୍ରାହକମାନେ ଏଲିନାଙ୍କ ସହ ମିଟ୍ ଆଣ୍ଡ୍ ଗ୍ରିଟ୍‌କୁ ଉପଭୋଗ କରିଥିଲେ। ଏହି ଟୁରରେ ସମସ୍ତ ପାଂଚ ସ୍ଥାନରେ ଏଲିନା ଓ ଡ୍ରିମ୍ ଡାଇମଣ୍ଡ୍ ପ୍ରତିଯୋଗିତାର ବିଜେତାମାନେ ରିଲାଏନ୍ସ ଜୁଏଲ୍‌ସରୁ ନିଜ ପସନ୍ଦର ହୀରା ଡିଜାଇନ୍‌କୁ ପିନ୍ଧିଥିଲେ ଏବଂ ସେମାନେ ବେଶ ଆକର୍ଷଣୀୟ ଦେଖାଯାଉଥିଲେ। ଏଲିନାଙ୍କୁ ଭେଟି ଗ୍ରାହକମାନେ ଉତ୍‌ଫୁଲ୍ଲିତ ହୋଇଥିଲେ ଏବଂ ସେହି ଅନୁଭୂତିକୁ ଉପଭୋଗ କରିଥିଲେ। ଏହି ପାଂଚ କାର୍ଯ୍ୟକ୍ରମରେ ଏଲିନା ନିଜର କିଛି ଡ୍ରିମ୍ ଡାଇମଣ୍ଡ୍ ଲୁକ୍ ଉପରେ ପରାମର୍ଶ ଦେଇଥିଲେ ଯାହାକୁ ବେଶ ପ୍ରଶଂସା କରାଯାଇଥିଲା। ଏହା ସହିତ ସମସ୍ତ ଗ୍ରାହକ ନିଜ ନିଜ ଷ୍ଟାଇଲ୍‌ରେ ବେଶ ଚମତ୍କାର ଦେଖାଯାଉଥିଲେ ଓ ଷ୍ଟାଇଲ୍‌ର ସହ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ।

ରିଲାଏନ୍ସ ଜୁଏଲ୍‌ସରେ ରହିଥିବା ହୀରା ସମ୍ଭାର ହେଉଛି ଆଇଜିଆଇ ଓ ଅନ୍ତର୍ଜାତୀୟ ସାର୍ଟିଫାଏଡ୍ ଏବଂ ପ୍ରତି ବଜେଟ୍‌, ବୟସ ବର୍ଗ ଓ ବଜେଟ୍ ପାଇଁ ବ୍ୟାପକ ବର୍ଗର ନେକ୍‌ଲେସ୍‌, ନେକ୍‌ଲେସ୍ ସେଟ, ଇୟରରିଙ୍ଗ, ରିଙ୍ଗ, ପେଣ୍ଡାଂଟ୍‌, ଚୂଡ଼ି ଓ ବ୍ରେସ୍‌ଲେଟ୍ ପ୍ରଦର୍ଶନ କରାଯାଇଛି। ବିବାହଠାରୁ ପାର୍ଟି, ଉତ୍ସବରୁ ଜନ୍ମଦିନ ଏବଂ ବାର୍ଷିକୀ ପାଳନ, ଉପହାର ବିକଳ୍ପରୁ ଶିଶୁଙ୍କ ପାଇଁ ଡିଜାଇନ ପର୍ଯ୍ୟନ୍ତ ପ୍ରତି ଅବସର ପାଇଁ ଡିଜାଇନ୍ ସମେତ ପୁରୁଷଙ୍କ ପାଇଁ ଆକର୍ଷଣୀୟ ଗହଣା ଏବଂ ମହିଳାଙ୍କ ପଇଁ ହାଲୁକା ଓ ୱାର୍କ ଓୟାର ଗହଣା ରହିଛି।

ଏଲିନାଙ୍କ ଡ୍ରିମ୍ ଡାଇମଣ୍ଡ୍ ଟୁର୍ ଅଫ୍ ଓଡ଼ିଶା ବିଷୟରେ ରିଲାଏନ୍ସ ଜୁଏଲ୍‌ସର ସିଇଓ ସୁନିଲ ନାୟକ କହିଛନ୍ତି ଯେ, “ଏକ ବଜାର ଭାବେ ଓଡ଼ିଶା ଆମର ଅତି ନିକଟତର ଏବଂ ଏଠାରେ ୧୨ ସହରରେ ୧୭ଟି ଷ୍ଟୋର ରହିଛି ଯାହା ହେଉଛି ଓଡ଼ିଶାରେ ଗହଣା ରିଟେଲରମାନଙ୍କ ମଧ୍ୟରେ ଅନ୍ୟତମ ସର୍ବବୃହତ ନେଟ୍‌ୱର୍କ। ବିପୁଳ ଭରସା, ବିଶ୍ୱାସନୀୟତା ଏବଂ ପୃଷ୍ଠପୋଷକତା ଆଦି ଯାହା ଆମ ଉପରେ ବର୍ଷ ବର୍ଷ ଧରି ପ୍ରକଟ କରିଛନ୍ତି ସେଥିପ୍ରତି ସେମାନଙ୍କୁ କୃତଜ୍ଞତା ଜଣାଇବାର ଏକ ପ୍ରୟାସ ଭାବେ ଏହି ଯାଦୁକରୀ ଅନୁଭୂତି ଆମେ ଓଡ଼ିଶାର ଗ୍ରାହକମାନଙ୍କୁ ପ୍ରଦାନ କରିଥିବାରୁ ଅତ୍ୟନ୍ତ ଆନନ୍ଦିତ।’’

ରିଲାଏନ୍ସ ଜୁଏଲ୍‌ସ ସହ ସହଯୋଗିତା ସମ୍ପର୍କରେ ଏଲିନା ସାମନ୍ତରାୟ କହିଛନ୍ତି ଯେ, “ଓଡ଼ିଶା ହେଉଛି ମୋ ହୃଦୟର ଅତ୍ୟନ୍ତ ନିକଟତର ଓ ଏହି ଡ୍ରିମ୍ ଡାଇମଣ୍ଡ୍ ଟୁର୍‌କୁ ମୁଁ ସମ୍ପୂର୍ଣ୍ଣ ଉପଭୋଗ କରିଛି ଏବଂ ଓଡ଼ିଶାର ବିଭିନ୍ନ ସୋ’ରୁମ୍‌ରେ ରିଲାଏନ୍ସ ଜୁଏଲ୍‌ସ ଗ୍ରାହକମାନଙ୍କ ସହ ଭାବ ବିନିମୟ କରିବା ଓ ସେମାନଙ୍କ ସହ ମୋ ପସନ୍ଦର ହୀରା ଲୁକ୍ ଅନୁଭୂତି ବାଟିଂବା ବେଶ ଆନନ୍ଦଦାୟକ ଥିଲା। ରିଲାଏନ୍ସ ଜୁଏଲ୍‌ସର ଆକର୍ଷଣୀୟ ଗହଣା ଡିଜାଇନ୍ ପରିଧାନ କରି ପ୍ରତ୍ୟେକ ଗ୍ରାହକ ବେଶ ଆକର୍ଷଣୀୟ ଲାଗୁଥିଲେ। ଏହି ଅତୁଲ୍ୟ ଯାତ୍ରାର ଅଂଶ ହୋଇଥିବାରୁ ଆମେ ଗର୍ବିତ ଏବଂ ସାରା ଓଡ଼ିଶାରେ ରିଲାଏନ୍ସ ଜୁଏଲ୍‌ସ ସୋ’ରୁମ୍‌ଗୁଡ଼ିକୁ ପରିଦର୍ଶନ କରିବା ଏବଂ ଆକର୍ଷଣୀୟ ଗହଣା ଅନୁଭୂତି ହାସଲ କରିଥିବାରୁ ବେଶ ଉଲ୍ଲସିତ।

ହୀରା ବ୍ୟତୀତ ରିିଲାଏନ୍ସ ଜୁଏଲସ୍ ପକ୍ଷରୁ ସୁନାରେ ଉଭୟ ପାରମ୍ପରିକ ଓ ସମସାମୟିକ ସୁନାର ବିଆଇଏସ ହଲମାର୍କର ସୁନ୍ଦର ଡିଜାଇନ୍‌କୁ ପ୍ରଦର୍ଶନ କରାଯାଇଥିଲା ଯାହା ଥିଲା ଅସିମ। ସେବାର ମାନ ବହୁତ ଭଲ ଏବଂ ସେଥିରୁ ଚୟନ କରିବା ଲାଗି ବହୁ ପ୍ରକାର ବିକଳ୍ପ ରହିଛି।’’

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

କଟକ ଓ ଅନୁଗୁଳ ସହରରେ ରିଲାଏନ୍ସ ଜୁଏଲ୍‌ସ ସହିତ ଏଲିନାଙ୍କ ଡ୍ରିମ୍ ଡାଇମଣ୍ଡ୍ ଅନୁଭୂତି

କଟକ/ଅନୁଗୁଳ: ଭାରତର ଅଗ୍ରଣୀ ଉତ୍କୃଷ୍ଟ ଗହଣା ବ୍ରାଣ୍ଡ୍ ରିଲାଏନ୍ସ ଜୁଏଲସ୍ ପକ୍ଷରୁ ଗତ ୧୫ ବର୍ଷ ଧରି ଡିଜାଇନ ଉତ୍କର୍ଷ ଜରିଆରେ ଏହାର ପୃଷ୍ଠପୋଷକମାନଙ୍କୁ ରୋମାଂଚିତ କରୁଥିବା ବେଳେ କଂପାନି ଏହାର କଟକ ଓ ଅନୁଗୁଳ ସହରରେ ରହିଥିବା ସୋ’ରୁମ୍‌ରେ ଅଳଙ୍କାର ପ୍ରେମୀ ଓ ବିଜେତାଗଣଙ୍କୁ ‘ଏଲିନାଙ୍କ ଡ୍ରିମ୍ ଡାଇମଣ୍ଡ୍ ଟୁର୍ ଅଫ୍ ଓଡ଼ିଶା’ ର ସ୍ୱତନ୍ତ୍ର ଅନୁଭୁତି ପ୍ରଦାନ କରିଛି।

ଓଡ଼ିଶା ସହିତ ଥିବା ସମ୍ପର୍କକୁ ପାଳନ କରିବା ଏବଂ ପୃଷ୍ଠପୋଷକମାନଙ୍କୁ ସ୍ୱତନ୍ତ୍ର ଅନୁଭୂତି ପ୍ରଦାନ କରିବା ଲାଗି ରିଲାଏନ୍ସ ଜୁଏଲସ୍ ପକ୍ଷରୁ “ଏଲିନାଙ୍କ ଡ୍ରିମ୍ ଡାଇମଣ୍ଡ୍ ଟୁର୍ ଅଫ୍ ଓଡ଼ିଶା’ ପ୍ରତିଯୋଗିତା ଘୋଷଣା କରାଯାଇଛି ଯେଉଁଥିରେ ଓଡ଼ିଶାର ଭାଗ୍ୟଶାଳୀ ବିଜେତାଙ୍କୁ ଚମତ୍କାର ଅଭିନେତ୍ରୀ ଏଲିନା ସାମନ୍ତରାୟଙ୍କ ସହ ଏକ ସ୍ୱତନ୍ତ୍ର ମିଟ୍ ଆଣ୍ଡ୍ ଗ୍ରିଟ୍ ପାଇଁ ଏବଂ ବହୁ ଆକର୍ଷଣୀୟ କାର୍ଯ୍ୟକ୍ରମର ଅଂଶ ହେବା ଲାଗି ଆମନ୍ତ୍ରଣ କରାଯାଇଛି। ଶୁକ୍ରବାର ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ସ୍ଥିତ ରିଲାଏନ୍ସ ଜୁଏଲସ୍ ସୋରୁମ୍ ଠାରୁ ଶୁଭାରମ୍ଭ ହୋଇଥିବା ‘ଏଲିନାଙ୍କ ଡ୍ରିମ୍ ଡାଇମଣ୍ଡ୍ ଟୁର୍ ଅଫ୍ ଓଡ଼ିଶା’ ଶନିବାର ଓ ରବିବାର ଯଥାକ୍ରମେ କଟକ ଓ ଅନୁଗୁଳ ପହଁଚିଥିବା ବେଳେ ଆସନ୍ତା ୧୦ ତାରିଖରେ ବ୍ରହ୍ମପୁର ପହଁଚିବା ସହ ୧୨ ତାରିଖରେ ରାଉରକେଲା ଠାରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ସହିତ ଉଦ୍‌ଯାପିତ ହେବ।

ରିଲାଏନ୍ସ ଜୁଏଲସ୍ ଗହଣା ଡିଜାଇନ୍ ଉପରେ ସ୍ୱତନ୍ତ୍ର ଗୁରୁତ୍ୱ ଦେଉଥିବା ବେଳେ ତ୍ରୁଟିହୀନ ଗୁଣବତା ଓ ସୁଲଭ ମୂଲ୍ୟ ସହିତ ଗ୍ରାହକଙ୍କୁ ବ୍ୟାପକ ବର୍ଗମାଳାର ବିଆଇଏସ୍ ହଲ୍‌ମାର୍କ ସୁନା ଏବଂ ଅନ୍ତର୍ଜାତୀୟ ସାର୍ଟିଫାଏଡ୍ ହୀରା ଗହଣା ସହ ରୁପା ଏବଂ ପ୍ଲାଟିନମ୍ ପ୍ରଦାନ କରୁଛି। ଡାଇମଣ୍ଡ୍ ସମ୍ଭାରରେ ରହିଛି ବ୍ୟାପକ ବର୍ଗର ନେକ୍‌ଲେସ୍‌, ନେକ୍‌ଲେସ୍ ସେଟ୍‌, ଇୟରରିଙ୍ଗ, ରିଙ୍ଗ, ପେଣ୍ଡାଂଟ୍‌, ଚୁଡ଼ି ଓ ପ୍ରତି ଅବସର, ବୟସ ବର୍ଗ ଏବଂ ବଜେଟ୍ ପାଇଁ ସୁନ୍ଦର ହୀରା ସହ ବ୍ରେସ୍‌ଲେଟ୍। ବିବାହଠାରୁ ଆରମ୍ଭ କରି ପାର୍ଟି, ଉତ୍ସବରୁ ଜନ୍ମଦିନ ଏବଂ ବାର୍ଷିକୀ ପାଳନ ଭଳି ବିଭିନ୍ନ ଅବସର, ଉପହାର ବିକଳ୍ପରୁ ଶିଶୁଙ୍କ ଡିଜାଇନ୍ ପର୍ଯ୍ୟନ୍ତ, ପୁରୁଷଙ୍କ ପାଇଁ ଆକର୍ଷଣୀୟ ଗହଣାଠାରୁ ମହିଳାଙ୍କ ପାଇଁ ହାଲୁକା ଏବଂ ୱାର୍କ ଓୟାର ଗହଣା ଆଦି ଆବଶ୍ୟକତା ପୂରଣ କରିବା ଲାଗି ହୀରା ସମ୍ଭାରରେ ଡିଜାଇନ୍ ଗହଣା ରହିଛି।

ଏଲିନାଙ୍କ ଡ୍ରିମ୍ ଡାଇମଣ୍ଡ୍ ଟୁର ଅଫ୍ ଓଡ଼ିଶା ସମ୍ପର୍କରେ ରିଲାଏନ୍ସ ଜୁଏଲ୍‌ସର ସିଇଓ ସୁନିଲ ନାୟକ କହିଛନ୍ତି ଯେ, “ଏକ ବଜାର ଭାବେ ଓଡ଼ିଶା ଆମର ଅତ୍ୟନ୍ତ ନିକଟତର। ଆମେ ରିଲାଏନ୍ସ ଜୁଏଲ୍‌ସର ୧୫ ବର୍ଷ ପାଳନ କରୁଥିବା ବେଳେ ମୁଁ ଗର୍ବର ସହିତ ଜଣାଉଛି ଯେ ୧୨ଟି ସହରରେ ୧୭ଟି ଷ୍ଟୋର ସହ ଓଡ଼ିଶା ରାଜ୍ୟରେ ଆମେ ଦୃଢ଼ ଉପସ୍ଥିତି ସ୍ଥାପିତ କରିପାରିଛୁ, ଯାହା ହେଉଛି ଓଡ଼ିଶାରେ ଗହଣା ରିଟେଲରଙ୍କ ମଧ୍ୟରେ ଅନ୍ୟତମ ସର୍ବବୃହତ ନେଟ୍‌ୱର୍କ। ଏହି ବର୍ଷଗୁଡ଼ିକରେ ଆମ ଗ୍ରାହକମାନେ ଆମ ଉପରେ ଯେଉଁ ପ୍ରବଳ ଭରସା, ବିଶ୍ୱାସନୀୟତା ଓ ପୃଷ୍ଠପୋଷକତା ପ୍ରଦର୍ଶନ କରିଛନ୍ତି କେବଳ ତାହା ପାଇଁ ଏହା ସମ୍ଭବପର ହୋଇପାରିଛି।’’

ହୀରାର ଜଣେ ଉତ୍ସାହୀ ପ୍ରଶଂସକ ଥିବା ଏଲିନା ରିଲାଏନ୍ସ ଜୁଏଲସ୍‌ରେ ଆକର୍ଷଣୀୟ ସୁନା ଓ ହୀରା ଗହଣା ଡିଜାଇନ ଦେଖି ବିମୋହିତ ହୋଇପଡ଼ିଛନ୍ତି। ରିଲାଏନ୍ସ ଜୁଏଲ୍‌ସ ସହିତ ସହଯୋଗିତା ସମ୍ପର୍କରେ ଏଲିନା ସାମନ୍ତରାୟ କହିଛନ୍ତି ଯେ, “ରିଲାଏନ୍ସ ଜୁଏଲସ୍ ଷ୍ଟୋର୍‌ରେ ପାଦ ଦେବା କ୍ଷଣି ପ୍ରଦର୍ଶନ କରାଯାଇଥିବା ଆକର୍ଷଣୀୟ ଗହଣାଗୁଡ଼ିକ ଦେଖି ମୁଁ ବିମୋହିତ ହୋଇଯାଇଥିଲି ଏବଂ ତତ୍କାଳ ସେଗୁଡ଼ିକ ପ୍ରେମରେ ପଡ଼ିଯାଇଥିଲି। ରିଲାଏନ୍ସ ଜୁଏଲ୍‌ସ ସହିତ ଡ୍ରିମ୍ ଡାଇମଣ୍ଡ୍ ଟୁର୍ ବାସ୍ତବରେ ଏକ ସ୍ୱପ୍ନ ସାକାର ହେବା ଭଳି।

ଓଡ଼ିଶାର ଲୋକମାନଙ୍କ ସହ ଯୋଡ଼ି ହେବା ଓ ହୀରା ପ୍ରତି ମୋର ଥିବା ଭଲପାଇବାକୁ ସେମାନଙ୍କ ସହ ବାଂଟିବା ଲାଗି ଏହା ଏକ ସୁଯୋଗ ହୋଇଥିବା ବେଳେ ଏହି ଅତୁଲ୍ୟ ଯାତ୍ରାର ଅଂଶ ହୋଇଥିବାରୁ ମୁଁ ଗର୍ବିତ। ଏହି ଉତ୍ସାହ ଦ୍ୱିଗୁଣିତ ହୋଇଥିଲା ଯେତେବେଳେ ମୁଁ ସାରା ଓଡ଼ିଶାରେ ଥିବା ରିଲାଏନ୍ସ ଜୁଏଲସ୍ ସୋ’ରୁମ୍ ପରିଦର୍ଶନ କରିବା ଏବଂ ଆକର୍ଷଣୀୟ ହୀରା ଅନୁଭବ ହାସଲ କରିବାର ସୁଯୋଗ ପାଇଥିଲି। ବ୍ୟକ୍ତିଗତ ଭାବେ ମୋର ପସନ୍ଦ ହେଉଛି ଉତ୍କଳ ଓ ମହାଳୟା ସମ୍ଭାରରେ ଥିବା ପାରମ୍ପରିକ ହୀରା ଡିଜାଇନ ଏବଂ କିଛି ପାରମ୍ପରିକ ସୁନା ଡିଜାଇନ୍ ଯାହା ଅସୀମ, ଆକର୍ଷଣୀୟ ଏବଂ ପ୍ରତି ଷ୍ଟାଇଲ୍ ପାଇଁ ଉପଯୁକ୍ତ।’’

ଏଲିନାଙ୍କ ଡ୍ରିମ୍ ଡାଇମଣ୍ଡ୍ ଟୁର୍ ଅଫ୍ ଓଡ଼ିଶା ୫ଟି ସହରରେ ଅନୁଷ୍ଠିତ ହେଉଛି ଯେଉଁଥିରେ ଏଲିନା ଭୁବନେଶ୍ୱରର ଚନ୍ଦ୍ରଶେଖରପୁର, କଟକ, ଅନୁଗୁଳ, ବ୍ରହ୍ମପୁର ଓ ରାଉରକେଲାରେ ଥିବା ୫ଟି ରିଲାଏନ୍ସ ଜୁଏଲସ୍ ଷ୍ଟୋର୍‌କୁ ଯଥାକ୍ରମେ ୨୦୨୩ ଫେବ୍ରୁଆରି ୩, ୪, ୫, ୧୦ ଓ ୧୨ ତାରିଖରେ ପରିଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି। ଏଲିନା ପ୍ରତିଯୋଗିତାର ବିଜେତାମାନଙ୍କୁ ଏକ ମିଟ୍ ଆଣ୍ଡ୍ ଗ୍ରିଟ୍‌ରେ ଭେଟିବେ, ୱାକ୍ ଦି ର‌୍ୟାମ୍ପ୍ ୱିଥ୍ ଏଲିନା, ଏଲିନାଙ୍କ ଡ୍ରିମ୍ ଡାଇମଣ୍ଡ୍ ଲୁକ୍ ଉପରେ ଆଲୋଚନା କରିବେ ଏବଂ କଫି ସହ ବାର୍ତାଳାପ କରିବେ।