Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଏସସିବି ମେଡିକାଲର ନର୍ସିଙ୍ଗ କଲେଜକୁ ବନ୍ଦ ନିର୍ଦ୍ଦେଶ

କଟକ: ଏସସିବି ମେଡିକାଲର ନର୍ସିଙ୍ଗ କଲେଜକୁ ବନ୍ଦ ପାଇଁ ନିର୍ଦ୍ଦେଶ ହୋଇଛି। କରୋନା ସଂକ୍ରମଣ ବୃଦ୍ଧିକୁ ନେଇ ଏଭଳି ନିଷ୍ପତ୍ତି ହୋଇଛି। ଅତିରିକ୍ତ ଶାସନ ସଚିବ କଲେଜକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସନ୍ଧ୍ୟା ୫ ଟା ସୁଦ୍ଧା ହଷ୍ଟେଲ ଛାଡିବା ପାଇଁ ଅନ୍ତେବାସୀଙ୍କୁ ନିର୍ଦ୍ଦେଶ ହୋଇଛି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ନର୍ସିଙ୍ଗ କଲେଜକୁ ବନ୍ଦ ପାଇଁ ନିର୍ଦ୍ଦେଶ ହୋଇଛି। ତେବେ ଏହାକୁ ନେଇ ଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଏସସିବି ମେଡ଼ିକାଲରେ ଅଘଟଣ: ଛାତରୁ ଫ୍ୟାନ୍ ଖସି ରୋଗୀ ଗୁରୁତର, ଆଇସିୟୁରେ ଭର୍ତ୍ତି

କଟକ: ପୁଣି କଟକ ବଡ଼ ମେଡ଼ିକାଲରେ ଘଟିଛି ଅଘଟଣ। ମେଡ଼ିକାଲ ଛାତରୁ ଫ୍ୟାନ୍ ଖସି ଜଣେ ଚିକିତ୍ସାଧିନ ମହିଳା ରୋଗୀଙ୍କ ଉପରେ ପଡିବାରେ ସେ ଗୁରୁତର ହୋଇପଡିଛନ୍ତି। ତାଙ୍କୁ ଆଇସିୟୁରେ ଭର୍ତି କରାଯାଇଛି। ଏହି ମହିଳାଙ୍କ ଘର ଯାଜପୁର ଜିଲ୍ଲାରେ ବୋଲି ଜଣାପଡିଛି।

ସୂଚନା ଅନୁଯାୟୀ, ନିଆଁରେ ପୋଡ଼ି ଆହତ ହୋଇଥିବା ଏହି ମହିଳା ଜଣକ ଗତ ୪ ଦିନ ପୂର୍ବେ ଚିକିତ୍ସା ନିମନ୍ତେ ଏସସିବି ମେଡ଼ିକାଲରେ ଭର୍ତି ହୋଇଥିଲେ। ସେ ସର୍ଜରୀ ବିଭାଗରେ ଚିକିତ୍ସାଧିନ ଥିଲେ। ତେବେ ଆଜି ହଠାତ୍ ଫ୍ୟାନ୍ ଟି ଘୁରୁଥିବା ଅବସ୍ଥାରେ ତାଙ୍କ ଉପରେ ଖସି ପଡିଥିଲା। ଅନ୍ୟପକ୍ଷରେ ଘଟଣା ସମ୍ପର୍କରେ ମେଡ଼ିକାଲ କର୍ତୃପକ୍ଷଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, କଟକ ବଡ଼ ମେଡ଼ିକାଲ ଛାତରୁ ଫ୍ୟାନ୍ ଖସିବା ଘଟଣା କିଛି ନୂଆ ନୁହେଁ। ପୂର୍ବରୁ ମଧ୍ୟ ଅନେକ ସମୟରେ ଛାତରୁ ଫ୍ୟାନ୍ ଖସି ଚିକିତ୍ସାଧିନ ରୋଗୀ ଗୁରୁତର ହୋଇଥିବାର ନଜିର୍ ରହିଛି। ଅପରପକ୍ଷରେ ଆଜିର ଘଟଣା ପାଇଁ ମେଡ଼ିକାଲ କର୍ତୃପକ୍ଷଙ୍କ ଦାୟୀତ୍ୱହିନତା ଓ ଅପାରଗତାକୁ ଦାୟୀ କରିଛନ୍ତି ସେଠାରେ ଚିକିତ୍ସାଧିନ ଥିବା ଅନ୍ୟ ରୋଗୀ ଓ ସେମାନଙ୍କ ଆଟେଣ୍ଡାଂଟ।

Categories
ବିଶେଷ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ବିଶ୍ବସ୍ତରୀୟ ହେବ ଏସସିବି ମେଡିକାଲ କଲେଜ, ଖର୍ଚ୍ଚ ହେବ 3 ହଜାର 5 ଶହ କୋଟି ଟଙ୍କା

ଭୁବନେଶ୍ବର, କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଂଜ ମେଡିକାଲ କଲେଜକୁ ନବକଳେବର କରାଯିବ। ଏଥିପାଇଁ 3 ହଜାର 5ଶଙ କୋଟି ଟଙ୍କାର ବ୍ୟ ଅଟକଳ ରଖାଯାଇଛି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଏକ ସମୀକ୍ଷା ବୈଠକରେ ଏହି ନିଷ୍ପତି ନିଆଯାଇଛି। ଏହି ହସପିଟାଲ ଦେଶର ପ୍ରଥମ ତିନୋଟି ଶ୍ରେଷ୍ଠ ହସପିଟାଲ ଭିତରେ ଯେପରି ରହିବ ସେଥିପାଇଁ ପ୍ରୟାଶ କରାଯିବ।

ପ୍ରାୟ 175 ଏକର ପରିମିତ ସ୍ଥାନରେ ଏହାର ନବକଳେବର କରାଯିବାକୁ ପ୍ରସ୍ତାବ ରଖାଯାଇଛି। ଏହାର ସମସ୍ତ କାର୍ଯ୍ୟ 5ଟି ଅଧିନରେ ପରିଚାଳନା କରାଯିବ। ଏଥିରେ 5 ହଜାର ଶଯ୍ୟା ବିଶିଷ୍ଠ କରାଯିବ। ତେବେ ପ୍ରଥମ ପର୍ଯ୍ୟାୟରେ ଏହା ଶଯ୍ୟା ସଂଖ୍ୟା 3 ହଜାର 5 ଶହ କରାଯିବ ବୋଲି ଲକ୍ଷ୍ୟ ରଖାଯାଇଛି।

ଶଯ୍ୟା ସଂଖ୍ୟା ବୃଦ୍ଧି ସହିତ ଏହାର ଡାକ୍ତର ଏବଂ ନର୍ସଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି କରାଯିବ। ସେହିପରି ମେଡିକାଲ ଛାତ୍ରଛାତ୍ରୀଙ୍କ ରହିବା ପାଇଁ ହଷ୍ଟେଲର ରୂପରେଖ ମଧ୍ୟ ପରିବର୍ତ୍ତନ କରାଯିବ ବୋଲି ନିଷ୍ପତି କରାଯାଇଛି।ଏଥିରେ ଯେପରି 2 ହଜାର 2ଶହ ଛାତ୍ରଛାତ୍ରୀ ରହିପାରିବେ ସେହି ବ୍ୟବସ୍ଥା କରାଯିବ।

ହସପିଟାଲ ନିକଟରେ କର୍ମଚାରୀମାନେ ରହିବା ପାଇଁ ସମସ୍ତ ବନ୍ଦୋବସ୍ତ କରାଯିବ। ସେଥିପାଇଁ ଆହୁରି 1280ଟି ବାସଗୃହ ନିର୍ମାଣ କରିବା ପାଇଁ ନିଷ୍ପତି କରାଯାଇଛି।ଏଥିସହିତ ଅତ୍ୟାଧୁନିକ ଯନ୍ତ୍ରପାତି ମଧ୍ୟ ଏଥିରେ ଉପଲବ୍ଧ କରାଯିବ। ଏ ସମସ୍ତ କାର୍ଯ୍ୟ ଆସନ୍ତା 3 ବର୍ଷ ମଧ୍ୟରେ ଶେଷ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି।