ବିଶ୍ବସ୍ତରୀୟ ହେବ ଏସସିବି ମେଡିକାଲ କଲେଜ, ଖର୍ଚ୍ଚ ହେବ 3 ହଜାର 5 ଶହ କୋଟି ଟଙ୍କା

Published: Dec 31, 2020, 7:26 pm IST

ଭୁବନେଶ୍ବର, କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଂଜ ମେଡିକାଲ କଲେଜକୁ ନବକଳେବର କରାଯିବ। ଏଥିପାଇଁ 3 ହଜାର 5ଶଙ କୋଟି ଟଙ୍କାର ବ୍ୟ ଅଟକଳ ରଖାଯାଇଛି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଏକ ସମୀକ୍ଷା ବୈଠକରେ ଏହି ନିଷ୍ପତି ନିଆଯାଇଛି। ଏହି ହସପିଟାଲ ଦେଶର ପ୍ରଥମ ତିନୋଟି ଶ୍ରେଷ୍ଠ ହସପିଟାଲ ଭିତରେ ଯେପରି ରହିବ ସେଥିପାଇଁ ପ୍ରୟାଶ କରାଯିବ।

ପ୍ରାୟ 175 ଏକର ପରିମିତ ସ୍ଥାନରେ ଏହାର ନବକଳେବର କରାଯିବାକୁ ପ୍ରସ୍ତାବ ରଖାଯାଇଛି। ଏହାର ସମସ୍ତ କାର୍ଯ୍ୟ 5ଟି ଅଧିନରେ ପରିଚାଳନା କରାଯିବ। ଏଥିରେ 5 ହଜାର ଶଯ୍ୟା ବିଶିଷ୍ଠ କରାଯିବ। ତେବେ ପ୍ରଥମ ପର୍ଯ୍ୟାୟରେ ଏହା ଶଯ୍ୟା ସଂଖ୍ୟା 3 ହଜାର 5 ଶହ କରାଯିବ ବୋଲି ଲକ୍ଷ୍ୟ ରଖାଯାଇଛି।

ଶଯ୍ୟା ସଂଖ୍ୟା ବୃଦ୍ଧି ସହିତ ଏହାର ଡାକ୍ତର ଏବଂ ନର୍ସଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି କରାଯିବ। ସେହିପରି ମେଡିକାଲ ଛାତ୍ରଛାତ୍ରୀଙ୍କ ରହିବା ପାଇଁ ହଷ୍ଟେଲର ରୂପରେଖ ମଧ୍ୟ ପରିବର୍ତ୍ତନ କରାଯିବ ବୋଲି ନିଷ୍ପତି କରାଯାଇଛି।ଏଥିରେ ଯେପରି 2 ହଜାର 2ଶହ ଛାତ୍ରଛାତ୍ରୀ ରହିପାରିବେ ସେହି ବ୍ୟବସ୍ଥା କରାଯିବ।

ହସପିଟାଲ ନିକଟରେ କର୍ମଚାରୀମାନେ ରହିବା ପାଇଁ ସମସ୍ତ ବନ୍ଦୋବସ୍ତ କରାଯିବ। ସେଥିପାଇଁ ଆହୁରି 1280ଟି ବାସଗୃହ ନିର୍ମାଣ କରିବା ପାଇଁ ନିଷ୍ପତି କରାଯାଇଛି।ଏଥିସହିତ ଅତ୍ୟାଧୁନିକ ଯନ୍ତ୍ରପାତି ମଧ୍ୟ ଏଥିରେ ଉପଲବ୍ଧ କରାଯିବ। ଏ ସମସ୍ତ କାର୍ଯ୍ୟ ଆସନ୍ତା 3 ବର୍ଷ ମଧ୍ୟରେ ଶେଷ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି।

Related posts