Categories
ଆଜିର ଖବର ଜାତୀୟ ଖବର

ନ୍ୟାୟଧୀଶ ଏନଭି ରମଣା ହେବେ ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି

ନୂଆଦିଲ୍ଲୀ: ନ୍ୟାୟଧୀଶ ଏନଭି ରମଣା ଉଚ୍ଚତମ ନ୍ୟାୟଳୟର ପ୍ରଧାନ ବିଚାରପତି ହେବେ। ବର୍ତ୍ତମାନର ପ୍ରଧାନ ବିଚାରପତି ଏସ ଅରବିନ୍ଦ ବୋବଡେ କେନ୍ଦ୍ର ଆଇନ ମନ୍ତ୍ରାଳୟଙ୍କୁ ନ୍ୟାୟଧୀଶ ରମଣାଙ୍କ ନାମ ସୁପାରିସ୍ ପାଇଁ ପଠାଇଛନ୍ତି। ବୋବଡେଙ୍କ ପରେ ଏନଭି ରମଣା ଉଚ୍ଚତମ ନ୍ୟାୟାଳୟର ସବୁଠୁ ବରିଷ୍ଠ ବିଚାରପତି।

ଉଚ୍ଚତମ ନ୍ୟାୟଳୟର ପ୍ରଧାନ ବିଚାରପତି ଭାବେ ନ୍ୟାୟଧୀଶ ରମଣା ୨୦୨୨ ଅଗଷ୍ଟ ୨୬ ପର୍ଯ୍ୟନ୍ତ କାର୍ଯ୍ୟ କରିବେ। ସେ ଆନ୍ଧ୍ର ପ୍ରଦେଶର ଏକ କୃଷକ ପରିବାରରେ ୧୯୫୭ ଅଗଷ୍ଟ ୨୭ରେ ବିଚାରପତି ଜନ୍ମ ଗ୍ରହଣ କରିଥିଲେ। ଏନଭି ରମଣା ୨୦୦୦ ମସିହା ଜୁନ୍‌ ମାସରେ ଆନ୍ଧ୍ରପ୍ରଦେଶ ଉଚ୍ଚ ନ୍ୟାୟଳୟରେ ଜଣେ ସ୍ଥାୟୀ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ। ସେ ୨୦୧୪ ଫେବୃୟାରୀରେ ଉଚ୍ଚତମ ନ୍ୟାୟଳୟକୁ ଯିବା ପୂର୍ବରୁ ଦିଲ୍ଲୀ ଉଚ୍ଚ ନ୍ୟାୟଳୟର ମୁଖ୍ୟ ବିଚାରପତି ପଦବୀରେ ରହିଥିଲେ।

ଉଲ୍ଲେଖ ଯୋଗ୍ୟ ଯେ, ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତିଙ୍କ ନିଯୁକ୍ତି ପାଇଁ ପରମ୍ପରା ଅନୁସାରେ ପ୍ରଧାନ ବିଚାରପତି ଏସ ଏ ବୋବଡେଙ୍କୁ କେନ୍ଦ୍ର ସରକାର ଚିଠି ଲେଖିଥିଲେ। କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ଉଚ୍ଚତମ ନ୍ୟାୟଳୟର ପ୍ରଧାନ ବିଚାରପତି ଏସ ଏ ବୋବଡେଙ୍କୁ ଚିଠି ଲେଖି ତାଙ୍କ ପରେ କିଏ ୪୮ ତମ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ ହେବେ ବୋଲି ପଚାରିଥିଲେ। ହେଲେ ଆଜି ନ୍ୟାୟଧୀଶ ଏନଭି ରମଣାଙ୍କ ନାମକୁ ପ୍ରଧାନ ବିଚାରପତି ସୁପାରିସ୍ କରିଛନ୍ତି। ନ୍ୟାୟାଧୀଶ ଏସ ଏ ବୋବଡେ ଆସନ୍ତା ଏପ୍ରିଲ ୨୩ ତାରିଖରେ ଅବସର ଗ୍ରହଣ କରୁଛନ୍ତି।