Categories
ଆଜିର ଖବର ରାଜ୍ୟ ଖବର

୫ଜି ଡାଉନ୍‌ଲୋଡ୍ ସ୍ପିଡ୍‌ରେ ଜିଓ ଶୀର୍ଷରେ, ଗ୍ରାହକଙ୍କୁ ମିଳୁଛି ହାରାହାରି ୩୧୫ ଏମ୍‌ବିପିଏସ୍ ସ୍ପିଡ୍‌: ଓପନ୍ ସିଗ୍‌ନାଲ୍‌

ନୂଆଦିଲ୍ଲୀ/ଭୁବନେଶ୍ୱର: ରିଲାଏନ୍ସ ଜିଓ ୫ଜି ଗ୍ରାହକମାନଙ୍କୁ ହାଇ ସ୍ପିଡ୍ ଡାଟା ପ୍ରଦାନ କରୁଛି। ଜିଓ ଗ୍ରାହକଙ୍କୁ ହାରାହାରି ୩୧୫.୩ ଏମ୍‌ବିପିଏସ୍‌ର ସୁପର ଡାଉନ୍‌ଲୋଡ୍ ସ୍ପିଡ୍ ମିଳିଛି । ଜିଓ ତୁଳନାରେ ଏୟାରଟେଲ୍ ପଛୁଆ ରହିଛି। ଏୟାରଟେଲ୍‌ର ହାରାହାରି ୫ଜି ଡାଉନ୍‌ଲୋଡ୍ ସ୍ପିଡ୍ ୨୬୧.୨ ଏମ୍‌ବିପିଏସ୍ ରହିଛି। ଓପନ୍ ସିଗ୍ନାଲ୍‌ର ମୋବାଇଲ୍ ନେଟ୍‌ୱର୍କ ଏକ୍ସପେରିଏନ୍ସ ରିପୋର୍ଟରେ ଏହା ପ୍ରକାଶ ପାଇଛି।

୫ଜି ସ୍ପିଡ୍ ସହିତ ୫ଜି କଭରେଜ୍‌ରେ ମଧ୍ୟ ଜିଓ ନିଜ ପ୍ରତିଦ୍ୱନ୍ଦ୍ୱୀ ଏୟାରଟେଲ୍‌ଠାରୁ ପ୍ରାୟ ତିନି ଗୁଣା ଆଗରେ ରହିଛି। ଜିଓ ଗ୍ରାହକମାନେ ୩୨.୫ ପ୍ରତିଶତ ସମୟ ୫ଜି ନେଟ୍‌ୱର୍କରେ ବିତାଉଥିବା ବେଳେ ଏୟାରଟେଲ୍ ଗ୍ରାହକମାନେ ମାତ୍ର ୧୧.୪ ପ୍ରତିଶତ ସମୟ ବିତାଉଥିବା ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଯେହେତୁ ଗ୍ରାହକମାନେ ଏବେ ଉଭୟ ୪ଜି ଓ ୫ଜି ନେଟ୍‌ୱର୍କରେ ସମୟ ବିତାଉଛନ୍ତି ତେଣୁ, ଓପନ୍ ସିଗ୍ନାଲ୍ ପକ୍ଷରୁ କଭରେଜ୍ ମାପିବା ଲାଗି ଗ୍ରାହକମାନଙ୍କ ୫ଜି ନେଟ୍‌ୱର୍କରେ ବିତାଇଥିବା ସମୟ ବିଚାରକୁ ନିଆଯାଇଛି।

ଓପନ୍ ସିଗ୍ନାଲ୍ ରିପୋର୍ଟରେ ପ୍ରକାଶ ପାଇଛି ଯେ ଜିଓ ଏହାର ୫ଜି ନେଟ୍‌ୱର୍କକୁ ଅତି ଦ୍ରୁତ ଗତିରେ ବଢ଼ାଉଛି। ଜିଓ ବହୁ ସଂଖ୍ୟକ ଟାୱାରରେ ୫ଜି ଉପକରଣ ଲଗାଉଛି। ଏହାର ୫ଜି ନେଟ୍‌ୱର୍କର ଉପସ୍ଥିତି ମଧ୍ୟ ବହୁତ ବଢ଼ିଛି। ୧ରୁ ୧୦ ପଏଂଟ୍ ଆଧାରରେ ଓପନ୍ ସିଗ୍ନାଲ୍ ପକ୍ଷରୁ ଜିଓକୁ ୪.୨ ପଏଂଟ୍ ପ୍ରଦାନ କରାଯାଇଛି। ସେହି ସମୟରେ ଏୟାରଟେଲ୍‌କୁ ୩.୪ ପଏଂଟ୍ ଦିଆଯାଇଛି। ବୈଷୟିକ ମାନଦଣ୍ଡରେ ମଧ୍ୟ ଜିଓ ନିଜ ଦକ୍ଷତା ସାବ୍ୟସ୍ତ କରିଛି। ଜିଓର “କୋର’ ସବୁ ପରୀକ୍ଷାରେ ୮୪.୩ ପ୍ରତିଶତ ମାର୍କ ହାସଲ କରିଛି। ଏୟାରଟେଲ୍‌କୁ ୭୭.୫ ପ୍ରତିଶତ ମାର୍କ ମିଳିଛି।

ଏଥିରୁ ସ୍ପଷ୍ଟ ହୋଇଛି ଯେ ୫ଜି ସ୍ପିଡ୍‌, ଟାୱାର, କଭରେଜ୍ ଓ ବୈଷୟିକ ମାନଦଣ୍ଡ ଆଦି ସବୁ କ୍ଷେତ୍ରରେ ଜିଓ ଏକ ନମ୍ବର ସ୍ଥାନରେ ରହିଛି। ଜିଓର ୫ଜି ଅପ୍‌ଲୋଡ୍ ସ୍ପିଡ୍ ୧୮ ଏମ୍‌ବିପିଏସ୍ ରହିଛି। ଭଏସ୍‌, ଭିଡିଓ ଓ ଗେମିଂରେ ଦୁଇ କଂପାନିର ଗ୍ରାହକମାନଙ୍କ ଅନୁଭୂତି ପାଖାପାଖି ଏକା ରହିଛି।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଓଡିଶାର ୧୨୫ଟି ସହରରେ ୫ଜି ସେବାର ଶୁଭାରମ୍ଭ କରିଛି ଏୟାରଟେଲ୍‌

ଭୁବନେଶ୍ୱର :  ଭାରତର ଅଗ୍ରଣୀ ଟେଲିଯୋଗାଯୋଗ ସେବା ପ୍ରଦାତା ଏୟାରଟେଲ୍‌, ଦେଶର ୧୨୫ଟି ସହରରେ ଏହାର ଅଲ୍‌ଟ୍ରାଫାଷ୍ଟ୍ ୫ଜି ସେବାର ଶୁଭାରମ୍ଭର ଘୋଷଣା କରିଛି। ଏୟାରଟେଲ୍ ୫ଜି ପ୍ଲସ୍ ସେବା ବର୍ତ୍ତମାନ ଦେଶର ୨୬୫ରୁ ଅଧିକ ସହରରେ ଗ୍ରାହକଙ୍କ ପାଇଁ ଉପଲବ୍ଧ ରହିଛି।

ପୂର୍ବରୁ ଓଡିଶାର ଭୁବନେଶ୍ୱର, କଟକ, ରାଉରକେଲା, ପୁରୀ, ଅନୁଗୁଳ,ସମ୍ବଲପୁର, ବାଲେଶ୍ୱର, ବ୍ରହ୍ମପୁର, ଭବାନୀପାଟଣା, ଢେଙ୍କାନାଳ, ଝାରସୁଗୁଡା, ପାରାଦୀପ ଓ ବରଗଡ ଟାଉନ୍‌ରେ ଏୟାରଟେଲ୍ ୫ଜି ଉପଲବ୍ଧ ହୋଇଥିବା ବେଳେ ବର୍ତମାନ କେନ୍ଦ୍ରାପଡା, ଯାଜପୁର ରୋଡ୍‌, ବଲାଙ୍ଗୀର, ତାଳଚେର ସହରରେ ଏହି ୫ଜି ସେବା ଶୁଭାରମ୍ଭ କରାଯାଇଛି। ଏୟାରଟେଲ୍ ୫ଜି ପ୍ଲସ୍‌ରେ ଗ୍ରାହକଙ୍କ ପାଇଁ ୩ଟି ଆକର୍ଷଣୀୟ ସୁବିଧା ରହିଛି।

ପ୍ରଥମଟି ହେଉଛି ଏହା ଏଭଳି ଏକ ଟେକ୍ନୋଲୋଜିରେ ପରିଚାଳିତ ହେଉଛି ଯାହାର ସବୁଠାରୁ ବିକଶିତ ଇକୋସିଷ୍ଟମ ସହ ବିଶ୍ୱରେ ବ୍ୟାପକ ଗ୍ରହଣୀୟତା ରହିଛି। ଏହା ସୁନିଶ୍ଚିତ କରୁଛି ଯେ, ଭାରତରେ ସମସ୍ତ ୫ଜି ସ୍ମାର୍ଟଫୋନ୍‌ଗୁଡିକ ବାଧାହୀନ ଭାବେ ଏୟାରଟେଲ୍ ନେଟ୍‌ୱର୍କରେ କାର୍ଯ୍ୟ କରିବ।

୨ୟଟି ହେଉଛି କମ୍ପାନୀ ଚମତ୍କାର ଭଏସ୍ ଅନୁଭୂତି ଓ ସୁପର୍‌-ଫାଷ୍ଟ୍ କଲ୍ କନେକ୍ଟ ସମେତ ବର୍ତମାନ ତୁଳନାରେ ୨୦ରୁ ୩୦ ଗୁଣ ଅଧିକ ବେଗ ସହ ସର୍ବୋତମ ଅନଭୂତି ଦେବା ପାଇଁ ପ୍ରତିଶ୍ରୁତି। ୩ୟଟି ହେଉଛି ଏୟାରଟେଲ୍ ୫ଜି ପ୍ଲସ୍ ନେଟ୍‌ୱର୍କ ଏହାର ସ୍ୱତନ୍ତ୍ର ପାୱାର ରିଡକ୍ସନ ସଲ୍ୟୁଶନ ସହିତ ପରିବେଶ ପ୍ରତି ସକାରାତ୍ମକ ରହିଛି।

ନିର୍ଭରଯୋଗ୍ୟ ଏୟାରଟେଲ୍ ନେଟ୍‌ୱର୍କ ଭିତିଭୂମି ଦ୍ୱାରା ପରିଚାଳିତ ଏୟାରଟେଲ୍ ୫ଜି ପ୍ଲସ୍ ହାଇ-ଡେଫିନିଶନ ଭିଡିଓ ଷ୍ଟ୍ରିମିଂ, ଗେମିଙ୍ଗ୍‌, ମଲ୍ଟିପୁଲ ଚାଟିଙ୍ଗ୍‌, ଫଟୋର ଇନ୍‌ଷ୍ଟାଂଟ୍ ଅପ୍‌ଲୋଡିଂ ପାଇଁ ସୁପରଫାଷ୍ଟ୍ ଆକ୍‌ସେସ୍ ପ୍ରଦାନ କରିବ।

ଏହି ଶୁଭାରମ୍ଭ ଅବସରରେ ଭାରତୀ ଏୟାରଟେଲ୍‌ର ସିଟିଓ ଣ୍ରୀ ରଣଦୀପ ସେଖୋଁ କହିଛନ୍ତି, ‘ଏୟାରଟେଲ୍‌ରେ ଆମେ ଗ୍ରାହକଙ୍କୁ ସର୍ବୋଚ୍ଚ ମାନର ନେଟ୍‌ୱର୍କ ଓ ସେବା ପ୍ରଦାନ କରିବା ପାଇଁ ପ୍ରତିବଦ୍ଧ ରହିଛୁ କାରଣ ଆମେ ଆଉ ୧୨୫ଟି ସହରରେ ଆଜିଠାରୁ ରୋଲ୍‌-ଆଉଟ୍ ଆରମ୍ଭ କରିଛୁ।

ଏୟାରଟେଲ ହେଉଛି ଦେଶର ପ୍ରଥମ କମ୍ପାନୀ ଯାହା ଅକ୍ଟୋବର ୨୦୨୨ରେ ୫ଜି ସେବା ଆରମ୍ଭ କରିଥିଲା ଏବଂ ଆଜିର ଏହି ମେଗା ଉନ୍ମୋଚନ ହେଉଛି ଦେଶର ପ୍ରତ୍ୟେକ ଏୟାରଟେଲ ଗ୍ରାହକଙ୍କୁ ଅଲ୍‌ଟ୍ରାଫାଷ୍ଟ ଏୟାରଟେଲ୍ ୫ଜି ପ୍ଲସ୍ ସହ କନେକ୍ଟ କରିବା ପାଇଁ ଆମର ପ୍ରତିବଦ୍ଧତା। ଏୟାରଟେଲ୍ ମାର୍ଚ୍ଚ ୨୦୨୪ ସୁଦ୍ଧା ସମସ୍ତ ଟାଉନ୍ ଓ ପ୍ରମୁଖ ଗ୍ରାମାଂଚଳରେ ୫ଜି ସେବା ପ୍ରଦାନ କରିବ ପାଇଁ କାର୍ଯ୍ୟ ଜାରି ରଖିଛି।’

ଏୟାରଟେଲ୍ ଜମ୍ମୁର ଉତରରେ ଥିବା ସହରରୁ ଆରମ୍ଭ କରି କନ୍ୟାକୁମାରୀର ଦକ୍ଷିଣ ଭାଗ ପର୍ଯ୍ୟନ୍ତ ପ୍ରତ୍ୟେକ ପ୍ରମୁଖ ସହରଗୁଡିକରେ ଏୟାରଟେଲ୍ ୫ଜି ସେବା ପ୍ରଦାନ କରୁଛି। ଗତ ଏକ ବର୍ଷ ମଧ୍ୟରେ ଏୟାରଟେଲ୍ ଏକାଧିକ ଶକ୍ତିଶାଳୀ ବ୍ୟବହାରିକ ମାମଲା ସହିତ ୫ଜିର ଶକ୍ତିକୁ ପ୍ରଦର୍ଶିତ କରିଛି।

Categories
ବିଶେଷ ଖବର ବ୍ୟବସାୟ

ମହଙ୍ଗା ହେଲା ମୋବାଇଲ୍ ରିଚାର୍ଜ, ପ୍ରିପେଡ୍ ଶୁଳ୍କ 20 ରୁ 25 ପ୍ରତିଶତକୁ ବୃଦ୍ଧି କଲା ଏୟାରଟେଲ୍

ନୂଆଦିଲ୍ଲୀ: ମୋବାଇଲ୍ ଫୋନ୍ ରିଚାର୍ଜ ବର୍ତ୍ତମାନ ମହଙ୍ଗା ହୋଇଛି। ମୋବାଇଲରେ କଥାବାର୍ତ୍ତା କରି ନେଟ୍ ସର୍ଫିଂ ପାଇଁ ଆପଣଙ୍କୁ ଅଧିକ ଟଙ୍କା ଦେବାକୁ ପଡିବ। ଦେଶର ଦ୍ୱିତୀୟ ବୃହତ୍ତମ ଟେଲିକମ୍ କମ୍ପାନୀ ଭାରତୀ ଏୟାରଟେଲ୍ ମୋବାଇଲ୍ ଶୁଳ୍କକୁ 20 ରୁ 25 ପ୍ରତିଶତ ବୃଦ୍ଧି କରିବାକୁ ଘୋଷଣା କରିଛି। ନଭେମ୍ବର 26 ତାରିଖରୁ ଏହି ବୃଦ୍ଧି କାର୍ଯ୍ୟକାରୀ ହେବ।

ଏହା ସହିତ, ଏୟାରଟେଲର 28 ଦିନର ବୈଧତା ସହିତ ଶସ୍ତା ପ୍ରିପେଡ୍ ମୋବାଇଲ୍ ଶୁଳ୍କ ଯୋଜନା ପୂର୍ବରୁ 79 ଟଙ୍କା ଦେବାକୁ ପଡୁଥିଲା, କିନ୍ତୁ ଶୁଳ୍କ ବୃଦ୍ଧି କରିବା ପରେ ଆପଣଙ୍କୁ 99 ଟଙ୍କା ଦେବାକୁ ପଡିବ। ସେହିଭଳି 28 ଦିନର ବୈଧତା ସହିତ 149 ଟଙ୍କା ପ୍ରିପେଡ୍ ଯୋଜନା, ବର୍ତ୍ତମାନ ଆପଣଙ୍କୁ 179 ଟଙ୍କା ଦେବାକୁ ପଡିବ।

ପ୍ରିପେଡ୍ ଶୁଳ୍କ ଯୋଜନା କେତେ ମହଙ୍ଗା ହେଲା?:

ଆସନ୍ତୁ ଏୟାରଟେଲର ଅନ୍ୟାନ୍ୟ ପ୍ରିପେଡ୍ ଯୋଜନାଗୁଡ଼ିକୁ ଦେଖିବା ଯାହାର ଶୁଳ୍କ ବୃଦ୍ଧି କରାଯାଇଛି।

219 ଟଙ୍କା ପ୍ରିପେଡ୍ ଯୋଜନା ପାଇଁ 265 ଟଙ୍କା ଦେବାକୁ ପଡିବ, ଯାହାର ବୈଧତା ଅବଧି 28 ଦିନ। ଏହି ଯୋଜନା ପାଇଁ ପ୍ରତିଦିନ 100 SMS ଏବଂ ପ୍ରତିଦିନ 2 GB ଡାଟା ଉପଲବ୍ଧ।

249 ଟଙ୍କା ପ୍ରିପେଡ୍ ଯୋଜନା ପାଇଁ 299 ଟଙ୍କା ଦେବାକୁ ପଡିବ, ଯାହାର ବୈଧତା ଅବଧି 28 ଦିନ। ଏହି ଯୋଜନା ପାଇଁ ପ୍ରତିଦିନ 100 SMS ଏବଂ ପ୍ରତିଦିନ 1.5 GB ଡାଟା ଉପଲବ୍ଧ।

298 ଟଙ୍କା ପ୍ରିପେଡ୍ ଯୋଜନା ପାଇଁ ଆପଣଙ୍କୁ 359 ଟଙ୍କା ଦେବାକୁ ପଡିବ, ଯାହାର ବୈଧତା ଅବଧି 28 ଦିନ। ଏହି ଯୋଜନା ପାଇଁ ପ୍ରତିଦିନ 100 SMS ଏବଂ ପ୍ରତିଦିନ 2 GB ଡାଟା ଉପଲବ୍ଧ।

399 ଟଙ୍କା ପ୍ରିପେଡ୍ ଯୋଜନା ପାଇଁ ଆପଣଙ୍କୁ 479 ଟଙ୍କା ଦେବାକୁ ପଡିବ, ଯାହାର ବୈଧତା ଅବଧି 56 ଦିନ। ଏହି ଯୋଜନା ପାଇଁ ପ୍ରତିଦିନ 100 SMS ଏବଂ ପ୍ରତିଦିନ 1.5 GB ଡାଟା ଉପଲବ୍ଧ।
449 ଟଙ୍କା ପ୍ରିପେଡ୍ ଯୋଜନା ପାଇଁ 549 ଟଙ୍କା ଦେବାକୁ ପଡିବ, ଯାହାର ବୈଧତା ଅବଧି 56 ଦିନ। ଏହି ଯୋଜନା ପାଇଁ ପ୍ରତିଦିନ 100 SMS ଏବଂ ପ୍ରତିଦିନ 2 GB ଡାଟା ଉପଲବ୍ଧ।

379 ଟଙ୍କା ପ୍ରିପେଡ୍ ଯୋଜନା ପାଇଁ ଆପଣଙ୍କୁ 455 ଟଙ୍କା ଦେବାକୁ ପଡିବ, ଯାହାର ବୈଧତା ଅବଧି 84 ଦିନ। ଏହି ଯୋଜନା ପାଇଁ ପ୍ରତିଦିନ 100 SMS ଏବଂ 6 GB ଡାଟା ଉପଲବ୍ଧ।

598 ଟଙ୍କା ପ୍ରିପେଡ୍ ଯୋଜନା ପାଇଁ ଆପଣଙ୍କୁ 719 ଟଙ୍କା ଦେବାକୁ ପଡିବ, ଯାହାର ବୈଧତା ଅବଧି 84 ଦିନ। ଏହି ଯୋଜନା ପାଇଁ ପ୍ରତିଦିନ 100 SMS ଏବଂ ପ୍ରତିଦିନ 1.5 GB ଡାଟା ଉପଲବ୍ଧ।

698 ଟଙ୍କା ପ୍ରିପେଡ୍ ଯୋଜନା ପାଇଁ 839 ଟଙ୍କା ଦେବାକୁ ପଡିବ, ଯାହାର ବୈଧତା ଅବଧି 84 ଦିନ। ଏହି ଯୋଜନା ପାଇଁ ପ୍ରତିଦିନ 100 SMS ଏବଂ ପ୍ରତିଦିନ 2 GB ଡାଟା ଉପଲବ୍ଧ।

1498 ଟଙ୍କା ପ୍ରିପେଡ୍ ଯୋଜନା ପାଇଁ 1799 ଟଙ୍କା ଦେବାକୁ ପଡିବ, ଯାହାର ବୈଧତା ଅବଧି 365 ଦିନ। ଏହି ଯୋଜନା ପାଇଁ ପ୍ରତିଦିନ 100 SMS ଏବଂ 24 GB ଡାଟା ଉପଲବ୍ଧ।

2498 ର ପ୍ରିପେଡ୍ ଯୋଜନା ପାଇଁ 2999 ଟଙ୍କା ଦେବାକୁ ପଡିବ, ଯାହାର ବୈଧତା ଅବଧି 365 ଦିନ। ଏହି ଯୋଜନା ପାଇଁ ପ୍ରତିଦିନ 100 SMS ଏବଂ ପ୍ରତିଦିନ 2 GB ଡାଟା ଉପଲବ୍ଧ।

ଡାଟା ଟପ୍ ଅପ୍:

3 GB ର ଟପ୍ ଅପ୍ ଡାଟା ପ୍ଲାନ୍ ପାଇବାକୁ ପୂର୍ବରୁ 48 ଟଙ୍କା ଦେବାକୁ ପଡୁଥିଲା କିନ୍ତୁ ବର୍ତ୍ତମାନ 58 ଟଙ୍କା ଦେବାକୁ ପଡିବ।

12 ଜିବି ଟପ୍ ଅପ୍ ଡାଟା ପ୍ଲାନ୍ ପାଇବା ପାଇଁ ପୂର୍ବରୁ 98 ଟଙ୍କା ଦେବାକୁ ପଡୁଥିଲା କିନ୍ତୁ ବର୍ତ୍ତମାନ 118 ଟଙ୍କା ଦେବାକୁ ପଡିବ।

50 GB ର ଏକ ଟପ୍ ଅପ୍ ଡାଟା ପ୍ଲାନ୍ ପାଇବାକୁ ପୂର୍ବରୁ ଆପଣଙ୍କୁ 251 ଟଙ୍କା ଦେବାକୁ ପଡୁଥିଲା କିନ୍ତୁ ବର୍ତ୍ତମାନ ଆପଣଙ୍କୁ 301 ଟଙ୍କା ଦେବାକୁ ପଡିବ।

ଅନ୍ୟ କମ୍ପାନୀମାନେ ମଧ୍ୟ ଶୁଳ୍କ ବୃଦ୍ଧି କରିବେ:

ପ୍ରିପେଡ୍ ମୋବାଇଲ୍ ଶୁଳ୍କ ବୃଦ୍ଧି କରିବାକୁ ଭାରତ ଏୟାରଟେଲ୍ ଘୋଷଣା କରିଛି। ବର୍ତ୍ତମାନ ବିଶ୍ୱାସ କରାଯାଉଛି ଯେ, ଏୟାରଟେଲର ପଦାଙ୍କ ଅନୁସରଣ କରିବା ପରେ ରିଲାଏନ୍ସ ଜିଓ ଏବଂ ଭୋଡାଫୋନ୍- ଆଇଡିଆ ମଧ୍ୟ ଶୁଳ୍କ ବୃଦ୍ଧି କରିପାରନ୍ତି।