୫ଜି ଡାଉନ୍‌ଲୋଡ୍ ସ୍ପିଡ୍‌ରେ ଜିଓ ଶୀର୍ଷରେ, ଗ୍ରାହକଙ୍କୁ ମିଳୁଛି ହାରାହାରି ୩୧୫ ଏମ୍‌ବିପିଏସ୍ ସ୍ପିଡ୍‌: ଓପନ୍ ସିଗ୍‌ନାଲ୍‌

Published: Apr 13, 2023, 8:53 pm IST

ନୂଆଦିଲ୍ଲୀ/ଭୁବନେଶ୍ୱର: ରିଲାଏନ୍ସ ଜିଓ ୫ଜି ଗ୍ରାହକମାନଙ୍କୁ ହାଇ ସ୍ପିଡ୍ ଡାଟା ପ୍ରଦାନ କରୁଛି। ଜିଓ ଗ୍ରାହକଙ୍କୁ ହାରାହାରି ୩୧୫.୩ ଏମ୍‌ବିପିଏସ୍‌ର ସୁପର ଡାଉନ୍‌ଲୋଡ୍ ସ୍ପିଡ୍ ମିଳିଛି । ଜିଓ ତୁଳନାରେ ଏୟାରଟେଲ୍ ପଛୁଆ ରହିଛି। ଏୟାରଟେଲ୍‌ର ହାରାହାରି ୫ଜି ଡାଉନ୍‌ଲୋଡ୍ ସ୍ପିଡ୍ ୨୬୧.୨ ଏମ୍‌ବିପିଏସ୍ ରହିଛି। ଓପନ୍ ସିଗ୍ନାଲ୍‌ର ମୋବାଇଲ୍ ନେଟ୍‌ୱର୍କ ଏକ୍ସପେରିଏନ୍ସ ରିପୋର୍ଟରେ ଏହା ପ୍ରକାଶ ପାଇଛି।

୫ଜି ସ୍ପିଡ୍ ସହିତ ୫ଜି କଭରେଜ୍‌ରେ ମଧ୍ୟ ଜିଓ ନିଜ ପ୍ରତିଦ୍ୱନ୍ଦ୍ୱୀ ଏୟାରଟେଲ୍‌ଠାରୁ ପ୍ରାୟ ତିନି ଗୁଣା ଆଗରେ ରହିଛି। ଜିଓ ଗ୍ରାହକମାନେ ୩୨.୫ ପ୍ରତିଶତ ସମୟ ୫ଜି ନେଟ୍‌ୱର୍କରେ ବିତାଉଥିବା ବେଳେ ଏୟାରଟେଲ୍ ଗ୍ରାହକମାନେ ମାତ୍ର ୧୧.୪ ପ୍ରତିଶତ ସମୟ ବିତାଉଥିବା ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଯେହେତୁ ଗ୍ରାହକମାନେ ଏବେ ଉଭୟ ୪ଜି ଓ ୫ଜି ନେଟ୍‌ୱର୍କରେ ସମୟ ବିତାଉଛନ୍ତି ତେଣୁ, ଓପନ୍ ସିଗ୍ନାଲ୍ ପକ୍ଷରୁ କଭରେଜ୍ ମାପିବା ଲାଗି ଗ୍ରାହକମାନଙ୍କ ୫ଜି ନେଟ୍‌ୱର୍କରେ ବିତାଇଥିବା ସମୟ ବିଚାରକୁ ନିଆଯାଇଛି।

ଓପନ୍ ସିଗ୍ନାଲ୍ ରିପୋର୍ଟରେ ପ୍ରକାଶ ପାଇଛି ଯେ ଜିଓ ଏହାର ୫ଜି ନେଟ୍‌ୱର୍କକୁ ଅତି ଦ୍ରୁତ ଗତିରେ ବଢ଼ାଉଛି। ଜିଓ ବହୁ ସଂଖ୍ୟକ ଟାୱାରରେ ୫ଜି ଉପକରଣ ଲଗାଉଛି। ଏହାର ୫ଜି ନେଟ୍‌ୱର୍କର ଉପସ୍ଥିତି ମଧ୍ୟ ବହୁତ ବଢ଼ିଛି। ୧ରୁ ୧୦ ପଏଂଟ୍ ଆଧାରରେ ଓପନ୍ ସିଗ୍ନାଲ୍ ପକ୍ଷରୁ ଜିଓକୁ ୪.୨ ପଏଂଟ୍ ପ୍ରଦାନ କରାଯାଇଛି। ସେହି ସମୟରେ ଏୟାରଟେଲ୍‌କୁ ୩.୪ ପଏଂଟ୍ ଦିଆଯାଇଛି। ବୈଷୟିକ ମାନଦଣ୍ଡରେ ମଧ୍ୟ ଜିଓ ନିଜ ଦକ୍ଷତା ସାବ୍ୟସ୍ତ କରିଛି। ଜିଓର “କୋର’ ସବୁ ପରୀକ୍ଷାରେ ୮୪.୩ ପ୍ରତିଶତ ମାର୍କ ହାସଲ କରିଛି। ଏୟାରଟେଲ୍‌କୁ ୭୭.୫ ପ୍ରତିଶତ ମାର୍କ ମିଳିଛି।

ଏଥିରୁ ସ୍ପଷ୍ଟ ହୋଇଛି ଯେ ୫ଜି ସ୍ପିଡ୍‌, ଟାୱାର, କଭରେଜ୍ ଓ ବୈଷୟିକ ମାନଦଣ୍ଡ ଆଦି ସବୁ କ୍ଷେତ୍ରରେ ଜିଓ ଏକ ନମ୍ବର ସ୍ଥାନରେ ରହିଛି। ଜିଓର ୫ଜି ଅପ୍‌ଲୋଡ୍ ସ୍ପିଡ୍ ୧୮ ଏମ୍‌ବିପିଏସ୍ ରହିଛି। ଭଏସ୍‌, ଭିଡିଓ ଓ ଗେମିଂରେ ଦୁଇ କଂପାନିର ଗ୍ରାହକମାନଙ୍କ ଅନୁଭୂତି ପାଖାପାଖି ଏକା ରହିଛି।

Related posts