Categories
ଆଜିର ଖବର ଖେଳ

ଓଡିଆ ଖେଳାଳି ଶୁଭ୍ରାଂଶୁ ସେନାପତିଙ୍କ ସମେତ 21 ଖେଳାଳିଙ୍କୁ କିଣିଲା ଚେନ୍ନାଇ: ପଢନ୍ତୁ ସଂପୂର୍ଣ୍ଣ ତାଲିକା

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ର 15 ତମ ସିଜନର ମେଗା ନିଲାମରେ ଚେନ୍ନାଇ ସୁପର କିଙ୍ଗ୍ସ ମୋଟ 21 ଖେଳାଳି କିଣିଛି। ଚେନ୍ନାଇ (ସିଏସକେ) ସର୍ବାଧିକ ମୂଲ୍ୟରେ ଦୀପକ ଚହରଙ୍କୁ ଦଳରେ ସ୍ଥାନିତ କରିଛି। ଏହା ବ୍ୟତୀତ ଅମ୍ବାତି ରାୟୁଡୁ, ଡୱେନ ବ୍ରାଭୋ ଏବଂ ରବିନ୍ ଉଥାପ୍ପାଙ୍କୁ ମଧ୍ୟ ଚେନ୍ନାଇ ଦଳରେ ଯୋଡିଛି।

ଏଥି ସହିତ, ନୂତନ ଖେଳାଳିଙ୍କ ମଧ୍ୟରେ ଚେନ୍ନାଇ ସୁପର କିଙ୍ଗ୍ସ ଅଲରାଉଣ୍ଡର ଶିବମ ଦୁବେଙ୍କୁ 4 କୋଟି ଟଙ୍କାରେ କିଣିଛି। ଏହା ବ୍ୟତୀତ ନ୍ୟୁଜିଲ୍ୟାଣ୍ଡର ଡିଭନ୍ କନୱେକୁ ଏକ କୋଟିରେ ଏବଂ ଦକ୍ଷିଣ ଆଫ୍ରିକାର ଅଲରାଉଣ୍ଡର ଡୱେନ ପ୍ରିଟୋରିୟସଙ୍କୁ 50 ଲକ୍ଷ ଟଙ୍କାରେ କିଣାଯାଇଛି। ଏଥି ସହିତ ଧୋନିଙ୍କ ଦଳ ମଧ୍ୟ ମିଚେଲ ସାଣ୍ଟନର୍ ଏବଂ ନ୍ୟୁଜିଲ୍ୟାଣ୍ଡର ଆଡାମ ମିଲନେଙ୍କୁ ଦଳରେ ସାମିଲ କରିଛି। ଏହା ବ୍ୟତୀତ 2022 ଅଣ୍ଡର -19 ବିଶ୍ୱକପରେ ଚମତ୍କାର ପ୍ରଦର୍ଶନ କରିଥିବା ରାଜବର୍ଦ୍ଧନ ହଙ୍ଗରଗେକରଙ୍କୁ 1.50 କୋଟିରେ ସିଏସକେ କିଣିଛି।

ମେଗା ନିଲାମ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ ଅଧିନାୟକ ଏମଏସ ଧୋନି, ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଏବଂ ମୋଇନ ଅଲି ଏବଂ ଓପନର୍ ରିତୁରାଜ ଗାଇକ୍ଵାଡଙ୍କୁ ବଜାୟ ରଖିଥିଲେ। ବର୍ତ୍ତମାନ ସିଏସକେର ମୋଟ 21 ଟି ଖେଳାଳି ଅଛନ୍ତି।

ଚେନ୍ନାଇ ସୁପର କିଙ୍ଗସ୍ ପୂର୍ଣ୍ଣ ଦଳ:

ରବିନ୍ ଉଥାପ୍ପା (2 କୋଟି ଟଙ୍କା), ଡୱେନ ବ୍ରାଭୋ (4.40 କୋଟି ଟଙ୍କା), ଅମ୍ବାତି ରାୟୁଡୁ (6.75 କୋଟି ଟଙ୍କା), ଦୀପକ ଚହର (14 କୋଟି ଟଙ୍କା), କେଏମ ଆସିଫ (20 ଲକ୍ଷ), ତୁଷାର ଦେଶ ପାଣ୍ଡେ (20 ଲକ୍ଷ), ଶିବମ୍ ଦୁବେ (4 କୋଟି), ମହେଶ ଦୀକ୍ଷନା (70 ଲକ୍ଷ), ସିମରଜିତ୍ ସିଂ (20 ଲକ୍ଷ), ଡିଭନ୍ କନୱେ (1 କୋଟି), ଡୱେନ ପ୍ରିଟୋରିୟସ (50 ଲକ୍ଷ), ରାଜବର୍ଦ୍ଧନ ହଙ୍ଗରଗେକର (1.50 କୋଟି), ମିଚେଲ ସାଣ୍ଟନର୍ (1.90 କୋଟି), ଆଦାମ ମିଲ୍ନେ (1.90 କୋଟି), ଶୁଭ୍ରାଂଶୁ ସେନାପତି (20 ଲକ୍ଷ), ମୁକେଶ ଚୌଧୁରୀ (20 ଲକ୍ଷ) ଏବଂ ପ୍ରଶାନ୍ତ ସୋଲାଙ୍କି (20 ଲକ୍ଷ), ଭଗତ ବର୍ମା (20 ଲକ୍ଷ), କ୍ରିସ୍ ଜୋର୍ଡାନ (3.60 କୋଟି), ଏନ ଜଗଦୀଶନ (20 ଲକ୍ଷ) ଏବଂ ସି ହରି ନିଶାନ୍ତ (20 ଲକ୍ଷ)।

ରିଟେନ ଖେଳାଳି- ରବିନ୍ଦ୍ର ଜାଡେଜା (16 କୋଟି), ଏମଏସ ଧୋନି (12 କୋଟି), ମୋଏନ ଅଲି (8 କୋଟି) ଏବଂ ରିତୁରାଜ ଗାଇକ୍ଵାଡ (6 କୋଟି)।

Categories
ଆଜିର ଖବର ଖେଳ ଜାତୀୟ ଖବର

ଆଇପିଏଲରେ ଖେଳିବା ପାଇଁ ୬ ଜଣ ଖେଳାଳିଙ୍କ ନାମ ସୁପାରିସ କଲା ଓଡିଶା କ୍ରିକେଟ ଆସୋସିଏସନ

ଭୁବନେଶ୍ବର: ଆଇପିଏଲ-୨୦୨୧ ରେ ଖେଳିବା ପାଇଁ  ଓଡିଶା କ୍ରିକେଟ ଆସୋସିଏସନ ୬ ଜଣ ଓଡିଆ ଖେଳାଳିଙ୍କ ନାମ ସୁପାରିସ କରିଛି। ସେହି ପାଞ୍ଚ ଜଣଙ୍କ ନାମ ହେଲା ରାଜେଶ ଧୂପର, ଶୁଭ୍ରାଂଶୁ ସେନାପତି, ପପୁ ରାୟ, ରାଜେଶ ମହାନ୍ତି, ତାରିଣୀ ସ, ଗୌରବ ଚୌଧୁରୀ।

ସୂଚନା ଯୋଗ୍ୟ ଯେ, ଆଇପିଏଲ ର ୧୪ ତମ ସଂସ୍କରଣ ଆସନ୍ତା ଏପ୍ରିଲ ୧୧ ତାରିଖ ଠାରୁ ଆରମ୍ଭ ହେବ। ଏହି ଟୁର୍ଣ୍ଣାମେଣ୍ଟ ଜୁନ ମାସ ୬ ତାରିଖ ପର୍ଯ୍ୟନ୍ତ ଚାଲିବ। ଉଦଘାଟନୀ ମ୍ଯାଚ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଅନୁଷ୍ଠିତ ହେବ। ଏହା ପୂର୍ବରୁ ଫେବୃୟାରୀ ୧୧ ତାରିଖ ଠାରୁ ଖେଳାଳି ନିଲାମୀ ପ୍ରକ୍ରିୟା ଆରମ୍ଭ କରାଯିବ। ତେଣୁ ସମସ୍ତ ଫ୍ରାଞ୍ଚାଇଜମାନଙ୍କୁ ଏହି ତାରିଖ ପୂର୍ବରୁ କେଉଁ ଖେଳାଳିଙ୍କୁ ଦଳରେ ରଖିବେ ଏବଂ ବାହାର କରିବା ନେଇ ତାଲିକା ପ୍ରଦାନ କରିବେ ବୋଲି ବିସିସିଆଇ ନିର୍ଦ୍ଦେଶ ଦେଇଛି।